ଶାବକ କଇଁଛଙ୍କ ଘର ବାହୁଡ଼ା, ଚଳିତଥର ରେକର୍ଡ କରିପାରେ ଗହୀରମଥା

ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥାରେ ଏବେ ଶାବକ କଇଁଛଙ୍କ ଘର ବାହୁଡା଼ । ସମୁଦ୍ର କୂଳରୁ ସମୁଦ୍ର ଭିତରକୁ ଯାଉଛନ୍ତି କୋଟି କୋଟି ଶାବକ । ସେମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ଗହୀରମଥାରେ ବିରଳ ଦୃଶ୍ୟ । ମାତ୍ର କିଛି ଦିନ ମଧ୍ୟରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପରେ ଏବେ ଅଣ୍ଡାରୁ ଛୁଆ ଫୁଟିଛି । କୋଟି କୋଟି ଛୁଆ ସମୁଦ୍ର କୂଳରେ ପଡ଼ି ରହିଛନ୍ତି । ସେମାନେ କେଉଁଠିକି ଯିବେ, ସେମାନଙ୍କ ଘର କେଉଁଠି । ଏଭଳି ଦୃଶ୍ୟ ନିହାତି ବେଶ୍ ଆକର୍ଷଣୀୟ । ଧୀରେ ଧୀରେ ସେମାନେ ଜଳଭାଗ ଭିତରକୁ ପ୍ରବେଶ କରୁଛନ୍ତି । ସମୁଦ୍ର ବକ୍ଷ ହିଁ ସେମାନଙ୍କ ଘର । ସେଥିପାଇଁ ସମୁଦ୍ର ଢେଉରେ ସେମାନେ ଖେଳିବା ଆରମ୍ଭ କଲେଣି । ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନେ ଜଳମଧ୍ୟକୁ ପ୍ରବେଶ କରିଥାନ୍ତି । ସ୍ଥଳଭାଗ ସେମାନଙ୍କ ପାଇଁ ସୁହାଏ ନାହିଁ । ତେଣୁ କାଳବିଳମ୍ବ ନକରି କଇଁଛ ଶାବକ ଜଳ ମଧ୍ୟରେ ପ୍ରବେଶ କରୁଛନ୍ତି । ଏଭଳି ମନୋରମ ଦୃଶ୍ୟର ବେଶ୍ ମଜା ନେଉଛନ୍ତି ସ୍ଥାନୀୟ ଲୋକେ ।

ସାମୁଦ୍ରିକ ଅଭୟାରଣ୍ୟ ଗହୀରମଥା । ବିରଳ ଅଲିଭ ରିଡଲେ କଇଁଛମାନଙ୍କ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି । ମାତ୍ର ୩ ଦିନରେ ୨ କୋଟି ୩ ଲକ୍ଷ ୯୪ ହଜାର କଇଁଛ ଶାବକ ସମୁଦ୍ର ମଧ୍ୟକୁ ଯାଇସାରିଛନ୍ତି । ଗହୀରମଥା ନାସି-୨ରେ କଇଁଛ ଅଣ୍ଡାରୁ ଶାବକ ବାହାରି ସମୁଦ୍ର ଭିତରକୁ ଯାଉଛନ୍ତି । ଏହି ସମୟରେ ଶାବକମାନଙ୍କ ସୁରକ୍ଷା ପ୍ରତି କଡ଼ା ନଜର ରଖାଯାଇଛି । କୁକୁର,ବିଲୁଆ,କାଉ ଓ ଛଞ୍ଚାଣମାନେ ଖାଇଯିବାର ଭୟ ରହିଛି । ସେଥିପାଇଁ ବନ ବିଭାଗ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ବନ କର୍ମଚାରୀମାନେ କଇଁଛ ଶାବକମାନଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି । ଚଳିତବର୍ଷ ପାଗ ଅନୁକୂଳ ରହିଛି । ତେଣୁ ରେକର୍ଡ ସଂଖ୍ୟକ କଇଁଛ ଶାବକ ସମୁଦ୍ରକୁ ଯିବା ନେଇ ବନ ବିଭାଗ ଆଶା ରଖିଛି । …

Leave a Reply

Your email address will not be published. Required fields are marked *