‘ହାତୀ ମୃତ୍ୟୁ ରୋକିବାକୁ ସୌରଚାଳିତ ବିଦ୍ୟୁତକୁ ବିକଳ୍ପ କର’

ହାତୀ ମୃତ୍ୟୁକୁ ନେଇ ଜଏଣ୍ଟ ଟାସ୍କ ଫୋର୍ସ ରିପୋର୍ଟ ଉପରେ ଓଡିଶା ହାଇକୋର୍ଟଙ୍କ ଉଦବେଗ। ଯଥାଶୀଘ୍ର ଜଙ୍ଗଲରେ ବିଦ୍ୟୁତ୍ ଯୋଗାଣରେ ବିକଳ୍ପ ଆଣିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ, ସୌରଚାଳିତ ବିଦ୍ୟୁତ୍ ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଛନ୍ତି କୋର୍ଟ।

ଟାସ୍କ ଫୋର୍ସ ରିପୋର୍ଟ ମୁତାବକ, ଗତ ଦୁଇ ମାସରେ ୧୪ ହାତୀଙ୍କ ମୃତ୍ୟୁ ହୋଇଥିବା ବେଳେ ହାତୀ ଆକ୍ରମଣରେ ୨୦ ମଣିଷଙ୍କ ଜୀବନ ଯାଇଛି। ବିଦ୍ୟୁତ୍ ଆଘାତରେ ୪ ହାତୀଙ୍କ ମୃତ୍ୟୁ ହୋଇଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଛି। ତେଣୁ ଆଜି ଶୁଣାଣି କାଳରେ ହାଇକୋର୍ଟ ଜଙ୍ଗଲରେ ଟଣାଯାଇଥିବା ବିଦ୍ୟୁତ୍ ଯୋଗାଣର ବିକଳ୍ପ ଆଣିବାକୁ କହିଛନ୍ତି।  ଏଥିପାଇଁ ସପ୍ତାହକ ଭିତରେ ଚାରି ବିଦ୍ୟୁତ ବିତରଣ କମ୍ପାନୀର ସିଇଓଙ୍କ ମିଟିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଜଏଣ୍ଟ ଟାସ୍କ ଫୋର୍ସ ଅଧ୍ୟକ୍ଷତା କରିବ ବୋଲି ଉଚ୍ଚନ୍ୟାୟାଳୟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଭାଯାଇଛି।

ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ପଦକ୍ଷେପ ପ୍ରସଙ୍ଗରେ ପଦକ୍ଷେପ ନେଇ ନିଷ୍ପତି ନେବେ କରାଯାଇଥିବା ଆକ୍ସନ ପ୍ଲାନ ର ଅଗ୍ରଗତି ସମ୍ପର୍କରେ ଜଏଣ୍ଟ ଟାସ୍କ ଫୋର୍ସ ଅଧ୍ୟକ୍ଷ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *