ବିଜେପି ରାଜ୍ୟ ବିକାଶରେ ସାଜିଛି ବାଧକ

ବିଜେପି ଦଳର ନେତା ରାଜ୍ୟର ବିକାଶ ଧାରାକୁ  ସହ୍ୟ କରି ପାରୁନାହାଁନ୍ତି । ବ୍ଲକରେ ପସି ବିଭିନ୍ନ ଅଫିସରେ ତାଲା ପକାଇ ଦେଉଥିବା କାର୍ଯ୍ୟରୁ ଏହା ସ୍ପଷ୍ଟ ଜଣାପଡୁଛି।  ବିଜେପି ପକ୍ଷରୁ ବ୍ଲକରେ ତାଲା ପକାଇବା ଏକ ନିନ୍ଦନୀୟ ଘଟଣା ।  ଗଣତାନ୍ତ୍ରିକ ବାଟରେ ଯାଉ ନାହିଁ ବିଜେପି  ।  ବ୍ଲକରେ  ସେମାନେ ତାଲା ପକାଇନାହାଁନ୍ତି  ବରଂ ସେମାନେ ବ୍ଲକର ବିକାଶଧାରାରେ ତାଲା ପକାଇଛନ୍ତି ବୋଲି ଗତକାଲି ଘଟଣା ଉପରେ କାଉଣ୍ଟର ଅଟାକ କରିଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ ବିଜେଡି ଦଳ ଓ  ପଂଚାୟତ ସମିତିର ଅଧ୍ୟକ୍ଷ  ।

ଏନେଇ ସାଲେପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକ ଯୁବ ବିଜେଡି ଓ ପଂଚାୟତ ସମିତି  ଅଧ୍ୟକ୍ଷ , ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ମାନେ ଧାରଣାରେ ବସିବା ସହ ଗତାକଲିର କାର୍ଯ୍ୟକୁ ତୀବ୍ର ନିନ୍ଦା କରିଛନ୍ତି। ଏହାକୁ ନେଇ ଏକ ପ୍ରତିବାଦ ସଭା ସ୍ଥାନୀୟ ବିଜେଡି ଦ୍ୱାରା କରାଯାଇଛି। ଅନ୍ୟପଟେ ବ୍ଲକରେ ସାଧାରଣ ଲୋକଙ୍କ କୌଣସି କାର୍ଯ୍ୟ ହେଉନାହିଁ । ବ୍ଲକକୁ କର୍ମଚାରୀମାନେ ଠିକ ସମୟରେ ଅସୁନାହାଁନ୍ତି । ଲୋକେ ବ୍ଲକକୁ ଆସି ହଇରାଣ ହରକତ ହେଉଛନ୍ତି ବୋଲି ଅଭିଯୋଗ ଆଣି ଗତକାଲି ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରା ଅଚାନକ ବ୍ଲକକୁ ଆସି ବ୍ଲକର ସମସ୍ତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଥିଲେ । 

 ଗତକାଲିର ଘଟଣା ଉପରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଏକ ଲିଖିତ ଅଭିଯୋଗ ସାଲେପୁର ଥାନାରେ କରାଯାଇଛି ପୋଲିସ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଜେଡି କହିଛି ।

Leave a Reply

Your email address will not be published. Required fields are marked *