ଦୋକାନରେ ନିଆଁ ଲାଗି ଜଳିଗଲା ବହୁ ସାମଗ୍ରୀ

ଗତ ରାତିରେ ଦୋକାନରେ ଲାଗିଗଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ। ଦୋକାନ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ସୂଚନା ପରେ ଦୋକାନୀ ଆସି ଦେଖନ୍ତି ତ, ନିଆଁରେ ଦୋକାନର ଅର୍ଦ୍ଧାଧିକ ଦୋକାନୀକୁ ଖବର ଦେଇଥିଲେ । ଖବର ପାଇ ଦୋକାନ ପାଖରେ ପହଞ୍ଚି ଦୋକାନ ଖୋଲିବା ବେଳକୁ ଦୋକାନ ଭିତରେ ନିଆଁ ହୁତୁହୁତୁ ହୋଇ ଜଳିଥିଲା। ସ୍ଥାନୀୟ ଲୋକେ ମିଶି ନିଆଁ କୁ ଆୟତ୍ତ କରିବା ସହିତ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ଦୋକାନରେ ବହୁ ମୋବାଇଲ, ମୋବାଇଲ ସାମଗ୍ରୀ, ଲାପଟପ, ବିଭିନ୍ନ ରାସନ ସାମଗ୍ରୀ ଜଳି ପାଉଁଶ ହୋଇଯାଇଥିଲା। ଏଭଳି ଘଟଣା ଘଟିଛି ପାରାଦ୍ୱୀପ ନେହେରୁବଙ୍ଗଳା ଫିସିଙ୍ଗ ହାର୍ବର ମଧ୍ୟରେ ରହିଥିବା ଏକ ଭେରାଇଟି ଷ୍ଟୋର ରେ । ରାତି 9 ଟାରେ ଦୋକାନ ବନ୍ଦ କରି ଘରେ ଖାଇବସିଥିବା ସମୟରେ ଦୋକାନରେ ନିଆଁ ଲାଗିଥିବା ଖବର ପାଇଥିଲେ ଶଙ୍କର ଲେଙ୍କା l

ନିଆଁରେ ଜଳିଯାଇଥିବା ଦୋକାନଟିରେ ମୋବାଇଲ, ମୋବାଇଲ ସାମଗ୍ରୀ ସହ ରାସନ ସାମଗ୍ରୀ ବିକ୍ରି ହେଉଥିଲା। ନିଆଁରେ ଦୋକାନର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡିନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

One thought on “ଦୋକାନରେ ନିଆଁ ଲାଗି ଜଳିଗଲା ବହୁ ସାମଗ୍ରୀ

Leave a Reply

Your email address will not be published. Required fields are marked *