ଧାନ ଜଗିଥିଲେ ଚାଷୀ, କଚାଡ଼ି ଦଳିଦେଲା ଦନ୍ତା

ହାତୀ ଓ ମଣିଷ ଲଢ଼େଇରେ କାହାର କେତେବେଳେ ଜୀବନ ଯାଉଛି । ଶିକାରୀମାନେ ହାତୀ ଶିକାର କରିବା ପାଇଁ ସୁଯୋଗ ଖୋଜୁଥିବା ବେଳେ ହାତୀ ଖୁଲମଖୁଲା ଧନସମ୍ପତ୍ତି ନଷ୍ଟ କରିବା ସହ ଲୋକଙ୍କ ଜୀବନ ନେଉଛି । ଢେଙ୍କାନାଳ ସଦର ରେଞ୍ଜ କୁରୁମ ଟାଙ୍ଗର ଗାଁରେ ଆଜି ଭୋରୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ହାତୀ ଆକ୍ରମଣରେ ଆଉ ଏକ ଜୀବନ ଯାଇଛି । ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା । ଗାଁ ନିକଟ ଜମିରେ ଧାନ ଚାଷ କରିଥିଲେ । ରାତିରେ ସେ ଧାନ ଜଗିବା ପାଇଁ ଯାଇଥିଲେ । ଚାଷ ଜମି ନିକଟ ପୋଖରୀ କୂଳରେ ଥିବା ମଣ୍ଡପରେ ସେ ଶୋଇଥିଲେ । ପୋଖରୀକୁ ପାଣି ପିଇବାକୁ ଆସିଥିବା ଦନ୍ତା ତାଙ୍କୁ ଆକ୍ରମଣ କରିଥିଲା । ଶ୍ରୀକାନ୍ତଙ୍କୁ କଚାଡ଼ି ଦଳି ଦେଇଥିଲା ହାତୀ । ଖବରପାଇ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାର ତଦନ୍ତ ଜାରି ରଖିଛନ୍ତି ଅଧିକାରୀ । ଗତକାଲି ଅନୁଗୁଳ ମରଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *