IPLରେ ଆଜି ଡବଲ ମୁକାବିଲା, କମବ୍ୟାକ୍ ପାଇଁ ମୁମ୍ବାଇର ଲକ୍ଷ୍ୟ

IPLରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ସାଢ଼େ ୩ଟାରେ ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ମୁକାବିଲା ହେବ । ସେହିପରି ସନ୍ଧ୍ୟା ସାଢ଼େ ୭ଟାରେ ମୁମ୍ବାଇ ଓ ରାଜସ୍ଥାନ ମୁହାଁମୁହିଁ ହେବେ ।

ଚେନ୍ନାଇ ୮ଟି ମ୍ୟାଚରୁ ୫ଟିରେ ବିଜୟୀ ହୋଇ ପ୍ଲେ ଅଫ୍ ଯିବା ପାଇଁ ଉଦ୍ୟମ ଜାରି ରଖିଛି । ଖେଳାଳିମାନେ ପୁରା ଫର୍ମରେ ଥିବାବେଳେ ପ୍ରତି ଡିପାର୍ଟମେଣ୍ଟରେ ପ୍ରଦର୍ଶନ ବି ପ୍ରଶଂସନୀୟ ରହିଛି । ତେଣୁ ଆଜିର ମ୍ୟାଚ୍ ଜିତିବାକୁ ଜୋରଦାର ଉଦ୍ୟମ କରିବ ଧୋନି ବାହିନୀ । ସେପଟେ, ପଞ୍ଜାବ ୪ଟି ମ୍ୟାଚ୍ ଜିତିଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ଅଧିନାୟକ ଧାୱନ ୟଙ୍ଗଷ୍ଟାରମାନଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବେ । ଚେନ୍ନାଇ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି । ମୈଦାନରେ ଲଢ଼ି ବିଜୟୀ ହେବାକୁ ସବୁ ଖେଳାଳି ତୟାର ଅଛନ୍ତି ।

ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ଓ ରାଜସ୍ଥାନ ମୁହାଁମୁହିଁ ହେବେ । ରାଜସ୍ଥାନ ୧୦ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂରେ ଦମଦାର ପ୍ରଦର୍ଶନ କରୁଛନ୍ତି ଖେଳାଳି । ତେଣୁ ଆଜିର ମ୍ୟାଚରେ ମଧ୍ୟ କମାଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ । ସେପଟେ, ଚଳିତଥର ମୁମ୍ବାଇର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ୬ ପଏଣ୍ଟ ସହ ନବମ ସ୍ଥାନରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ଫ୍ଲପ୍ ସୋ’ଜାରି ରଖିଛି ଦଳ । ଆଜି ରାଜସ୍ଥାନ ବିପକ୍ଷରେ ଭଲ ପ୍ରଦର୍ଶନ ସହ ଜିତିବାକୁ ପ୍ରୟାସ କରିବ ରୋହିତ ଆଣ୍ଡ କୋ ।

Leave a Reply

Your email address will not be published. Required fields are marked *