ଗଛ ମଝିରେ କଦଳୀ କାନ୍ଦି, ଭଗବାନଙ୍କ ଅବତାର ଭାବି ପୂଜାର୍ଚ୍ଚନା

ବହୁ ଘଟଣାବଳୀ ବେଳେ ବେଳେ ମଣିଷକୁ ଦ୍ୱନ୍ଦ୍ୱରେ ପକାଇଥାଏ । ମଣିଷ ଅନ୍ଧଭାବେ କିଛି ଘଟଣାକୁ ବିଶ୍ୱାସର ସହ ନେଇଥାଏ । ତେବେ ପ୍ରକୃତ ସତ୍ୟାସତ୍ୟ ଜାଣିବା ପରେ ଆଶ୍ଚର୍ଯ୍ୟ ହେବାକୁ ପଡ଼ିଥାଏ । ବେଳେ ବେଳେ କିଛି ଜିନିଷ ଆଖିରେ ନଦେଖିଲେ ବିଶ୍ୱାସ ହୁଏନା ଯାହାକୁ ନେଇ ମନରେ ସନ୍ଦେହ ସୃଷ୍ଟି ହୁଏ ।

କେନ୍ଦ୍ରାପଡ଼ା ମହାକାଳପଡ଼ାରେ ଏଭଳି ଏକ ଦେଖିବାକୁ ମିଳିଛି । ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେନି । କଦଳୀ ଗଛରେ ସାଧାରଣତଃ ଅଗ୍ର ଭାବରେ କାନ୍ଦି ଧରିଥାଏ । କିଛି ଦିନ ପରେ କଦଳୀ କାନ୍ଦି ବଡ଼ ହୋଇ ପାଚିଥାଏ । ହେଲେ ଆମେ ଯାହା କହୁଛି କଥାଟା ଟିକେ ଆଶ୍ଚର୍ଯ୍ୟ କଲାଭଳି । ଗଛର ମଧ୍ୟଭାଗରେ କାନ୍ଦି ପଡ଼ିଛି । ସେଥିରେ କଦଳୀ ଭର୍ତ୍ତି ହୋଇଛି । ଗଛର ଅଗ୍ରଭାଗରେ କାନ୍ଦି ପଡ଼ିବା ବଦଳରେ ଏବେ ଗଛର ମଧ୍ୟଭାଗରେ ଦେଖାଦେଇଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କଲୋନୀ ଗାଁର ନିଶିକାନ୍ତ ଦେବନାଥଙ୍କ ବାଡ଼ିରେ ଥିବା କଦଳୀ ଗଛରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ନିଶିକାନ୍ତଙ୍କ ପତ୍ନୀ ତାପସୀ ପ୍ରଥମେ ଏହି ଦୃଶ୍ୟ ଦେଖି ସମସ୍ତଙ୍କୁ ଜଣାଇଥିଲେ । ଏଭଳି ଖବର ଶୁଣିବା ମାତ୍ରେ ଗାଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଲା । ସମସ୍ତେ ଭାବିଲେ ଈଶ୍ୱରଙ୍କ ସୃଷ୍ଟି ହେଲା । କଦଳୀ ଗଛର ଏଭଳି ଦୃଶ୍ୟ, ଭବଗବାନଙ୍କ ଅବତାର ବୋଲି କେହି କେହି କହିଲେ । ସେଠାରେ ପରିବାର ଲୋକେ ପୂଜାର୍ଚ୍ଚନା ବି କଲେ । ଭଗବାନଙ୍କ ଆଶୀର୍ବାଦ ପାଇବା ପାଇଁ ଦୌଡ଼ିଲେ ଲୋକେ । ଏବେ ଏହି ଭିଜୁଆଲ୍ ସୋସିଆଲ୍ ସାଇଟରେ ଘୁରିବୁଲୁଛି । ସେଥିପାଇଁ ନିଶିକାନ୍ତଙ୍କ ବାଡ଼ିରେ ଭିଡ଼ ଜମିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *