ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ: ୫ମୃତ, ୧୭ ଆହତ

ଉତ୍ତର ପ୍ରଦେଶର ଜାଲୌନ ଜିଲ୍ଲାର ମାଧଗଢ କ୍ଷେତ୍ରରେ ରବିବାର ବଡିଭୋରୁ ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ କୌଣସି ଅଜ୍ଞାତ ଗାଡି ଧକ୍କାରେ  ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତା କଡକୁ ଖସିପଡିବାରୁ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନ୍ୟ ୧୭ ଜଣ ଗୁରୁତର ଆହତ ହୋଇଛନ୍ତି। ପୋଲିସ ମୁତାବକ, ବସରେ ୪୦ ଜଣ ଯାତ୍ରୀ ଥିଲେ। ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଇରଜ ରାଜା କହିଛନ୍ତି କି, ମେ ୬ ତାରିଖରେ ରେଡର ଥାନା ଅଧୀନ ମେଡେଲା ଗାଁରୁ ଏକ ବରଯାତ୍ରୀ ଦଳ ରାମପୁରା ଅଞ୍ଚଳରେ ଥିବା ଦୁତାବଲି ଆସିଥିଲେ।

ଏସପି କହିଛନ୍ତି କି, ରବିବାର ଭୋର ପ୍ରାୟ ତିନିଟା ବେଳେ କିଛି ବରଯାତ୍ରୀଙ୍କୁ ନେଇ ଏକ ବସ ମଣ୍ଡେଲା ଯାଉଥିଲା ବେଳେ ମାଧଗଢ ଗାଁ ନିକଟବର୍ତ୍ତୀ ଗୋପାଳପୁରା ନିକଟରେ ପହଞ୍ଚିବା ବେଳକୁ କୌଣସି ଅଜ୍ଞାତ ଗାଡି ବସକୁ ଧକ୍କା ମାରିଥିଲା। ଫଳରେ ବସଟି ରାସ୍ତା କଡ ଖାଲକୁ ଖସି ପଡିଥିଲା। ଫଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବସର ପ୍ରାୟ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି।

ବସ ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକେ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ। ପୋଲିସ ଆହତମାନଙ୍କୁ ରାମପୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ୫ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ୧୭ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଉରଇ ମେଡିକାଲ କଲେଜକୁ ପଠାଯାଇଥିଲା। ମୃତଦେହ ସବୁକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଏହି ଘଟଣାକୁ ନେଇ ମଣ୍ଡେଲା ଗାଁରେ ଶୋକର ଛାୟୀ ଖେଳି ଯାଇଛି।

Leave a Reply

Your email address will not be published. Required fields are marked *