
ରାତି ପାହିଲେ ହୋଇଥାନ୍ତା ଝିଅ ବାହାଘର ହେଲେ ବିଧିର ବିଧାନ କିଛି ଅଲଗା ଥିଲା । ନିଆଁରେ ଆଁରେ ସବୁ କିଛି ପୋଡି ପାଉଁଶ ହୋଇଗଲା l ଏମିତି ଏକ ଅଘଟଣ ଘଟିଛି ଚାନ୍ଦବାଲି ବ୍ଲକ ଉତୁକୁଡାରେ lଉତୁକୁଡା ଗାଁରେ ରବୀନ୍ଦ୍ର ରାଉତ ଓ ଅଭୁମନ୍ୟୁ ରାଉତଙ୍କର 3 ବଖରା ଘର ବିଳମ୍ବିତ ରାତ୍ରୀରେ ଇଲେକ୍ଟ୍ରି ସର୍କ ସର୍କିଟରେ ପୋଡ଼ି ପାଉଁଶ ହୋଇ ଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପଂହଚି ନିଆଁକୁ ଆୟତ କରିଥିଲେ ମଧ୍ୟ ନିଆଁର ଆଁରେ ସବୁକିଛି ପୋଡ଼ି ପାଉଁଶ ହୋଇ ଯାଇଛି । ଏହି ଅଗ୍ନିକାଣ୍ଡରେ ରବୀନ୍ଦ୍ର ରାଉତଙ୍କର ଝିଅ ବିବାହ ପାଇଁ ଆସିଥିବା ଲଗ୍ନ ସାମଗ୍ରୀ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଓ ନଗଦ ଟଙ୍କା ପୋଡି ପାଉଁଶ ହୋଇ ଯାଇଥିବା ସୂଚନା ମିଳିଛି l ଆଜି ପୂର୍ବାହ୍ନରେ ରାଜସ୍ୱ ବିଭାଗ ଅଧିକାରୀ ପହଂଚି ତଦନ୍ତ କରିବା ସହ ସ୍ଥିତି ଆକଳନ କରିଛନ୍ତି l ଏହି ଅଗ୍ନି ବିପନ୍ନ ପରିବାର ମାନଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସାହାର୍ଯ୍ୟ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ।
I don’t think the title of your article matches the content lol. Just kidding, mainly because I had some doubts after reading the article.
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me? https://accounts.binance.bh/register/person?ref=JW3W4Y3A