ମନ୍ଦିର ପ୍ରଶାସନର କଟକଣାକୁ ନେଇ ତେଜୁଛି ବିବାଦ

mujafarpur balajee temple
mujafarpur balajee temple impose restriction on dress

ମନ୍ଦିରର ନିର୍ଦ୍ଦେଶାବଳୀକୁ ନେଇ ବିବାଦ। ଯୁବପିଢି ଓ ମନ୍ଦିର ପ୍ରଶାସନ ଭିତରେ ମୁହାଁମୁହିଁ ପରିସ୍ଥିତି। ଯୁବପିଢି ଏହାକୁ ସଙ୍କିର୍ଣ୍ଣ ମାନସିକତା ବୋଲି କହି ଏହାକୁ କଡା ବିରୋଧ କରିବାକୁ ଅଣ୍ଟା ଭିଡିଛନ୍ତି। ସେପଟେ ମନ୍ଦିର ପ୍ରଶାସନ କିନ୍ତୁ ନିଜ ନିୟମରେ ନଛୋଡ ବନ୍ଧା। ମନ୍ଦିର ପ୍ରଶାସନର ନିୟମ ନ ମାନିଲେ ହେବ ଜରିମାନା। ଏମିତି କଣ ନିୟମ ଲାଗୁ ହୋଇଛି ଯାହାକୁ ନେଇ ଏତେ ହୋହଲ୍ଲା? କେଉଁ ମନ୍ଦିରରେ ଲାଗୁ ହୋଇଛି ଓ ନିୟମରେ ଏମିତି କଣ ଅଛି?

ଉତ୍ତର ପ୍ରଦେଶର ମୁଜଫରନଗର ନୂଆ ମଣ୍ଡି କୋଟୱାଲିସ୍ଥିତ ବାଲାଜୀ ଧାମ ମନ୍ଦିର ଏବେ ଚର୍ଚ୍ଚାରେ। ମନ୍ଦିରଟିର ଆଖପାଖ ଅଞ୍ଚଳରେ ବେଶ ଖ୍ୟାତି ରହିଛି । ତେଣୁ ଦୂର ଦୂରାନ୍ତରୁ ଲୋକେ ଭଗବାନ ବାଲାଜୀ ମହାରାଜଙ୍କ ଦର୍ଶନ ପାଇଁ ସେଠାକୁ ଆସିଥାନ୍ତି। ଏବେ ମନ୍ଦିରର ନିର୍ଦ୍ଦେଶନାମା ଅନେକ ଲୋକଙ୍କୁ ପକାଇପାରେ ଅଡୁଆରେ। କାରଣ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହା ଯାଇଛି କି, ମନ୍ଦିରକୁ ଆସିଲେ ରହିବାକୁ ହେବ ମର୍ଯ୍ୟାଦା ଭିତରେ । ସମସ୍ତ ମହିଳା ଓ ପୁରୁଷ ଶାଳିନତାପୂର୍ଣ୍ଣ ପୋଷାକ ପିନ୍ଧିବେ। ମନ୍ଦିର ଭିତରରେ ଛୋଟ ପୋଷାକ, ମିନି ସ୍କର୍ଟ, ହାପ ପ୍ୟାଣ୍ଟ, ନାଇଟ ସୁଟ, କଟା ଫଟା ଜିନ୍ସ ଆଦି ଉପରେ ଲାଗ ଯାଇଛି ବ୍ୟାନ। କେହି ଏମିତି ପୋଷାକ ପିନ୍ଧିଲେ, ବାହାରୁ ବାହାରୁ ମୁଣ୍ଡିଆ ମାରି ଚାଲିଯିବେ।

ଏମିତି ପୋଷାକ ପିନ୍ଧି ଯଦି କେହି ମନ୍ଦିର ଭିତରେ ପଶିଥାନ୍ତି ତେବେ ପ୍ରଥମ ଥର ତାଙ୍କୁ ବୁଝାଯିବ, ଯଦି ଏହାକୁ ନ ମାନି ପୁନଃ ସେ ସମାନ କାର୍ଯ୍ୟ କରନ୍ତି ତେବେ ତାଙ୍କୁ ଗଣିବାକୁ ହେବ ତଣ୍ଡ ବୋଲି ମନ୍ଦିର ପ୍ରଶାସନ ସ୍ପଷ୍ଟ କରିଛି। ସେପଟେ ମନ୍ଦିର ପ୍ରଶାସନର ଏମିତି କଟକଣା ସାମ୍ନାକୁ ଆସିବା ପରେ ତେଜିଛି ବିବାଦ। ଏହାକୁ ମୁଖ୍ୟତଃ ଯୁବପିଢି କରୁଛନ୍ତି ଘୋର ବିରୋଧ। ଏସବୁ ଅତି ଛୋଟ ଓ ପୁରାତନ ଚିନ୍ତାଧାରା ବୋଲି କୁହା ଯାଉଛି। ଯୁବବର୍ଗଙ୍କ ଯୁକ୍ତି ମନ୍ଦିରକୁ ଯିବାକୁ ହେଲେ ଆବଶ୍ୟକ ହୋଇଥାଏ ଶ୍ରଦ୍ଧା ଓ ଭକ୍ତି। ନାଁ କି ପୋଷାକ। ମହିଳାମାନେ ବର୍ତ୍ତମାନ ଚନ୍ଦ୍ରରେ ପହଞ୍ଚିଲେଣି, ରାଫେଲ ଉଡାଇଲେଣି। ତେବେ କଣ ସେମାନଙ୍କୁ ଶାଢୀ ପିନ୍ଧିବାକୁ କୁହାଯିବ ବୋଲି କେହି କେହି ପ୍ରଶ୍ନ କରିବାକୁ ପଛାଉନାହାନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ବାଲାଜୀ ଧାମ ମନ୍ଦିର ପ୍ରଶାସନ ସତରେ କଣ ଏକ ଅଯୁକ୍ତିକର ନିୟମ ଆଣିଛି? ଯଦି ମୁସଲମାନଙ୍କ ମସଜିଦ, ଶିଖଙ୍କ ଗୁରୁଦ୍ୱାର, ଖ୍ରୀଷ୍ଟିଆନଙ୍କ ଗୀର୍ଜା ଘରକୁ ଗଲେ ନିର୍ଦ୍ଧିଷ୍ଟ ନିୟମ ପାଳନ କରିବାରେ କୌଣସି ବିରୋଧ ନାହିଁ, ତେବେ ମନ୍ଦିର ପାଇଁ ନିୟମ ଆଣିଲେ ସମସ୍ୟା କେଉଁଠି ରହିଲା? ସବୁ ଧର୍ମର ଧର୍ମସ୍ଥଳୀକୁ ଯାଉଥିବା ଲୋକଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ପୋଷାକ ପିନ୍ଧିବାକୁ କୁହାଯାଇଛି। ମନ୍ଦିର ପାଇଁ ନିୟମ ନ ଥିଲା, କାରଣ ଆମେ ଘରେ ହେଉ ବା ବାହାରେ ସମ୍ପୂର୍ଣ୍ଣ ଶରୀର ଢାଙ୍କୁଥିବା ପୋଷାକ ପିନ୍ଧୁଥିଲୁ। କାଳକ୍ରମେ ଲୋକଙ୍କ ପୋଷାକରେ ପରିବର୍ତ୍ତ ଆସିଥିବା ବେଳେ କିନ୍ତୁ ମନ୍ଦିର ପ୍ରଶାସନ ପୋଷାକକୁ ନେଇ ନିୟମ ଆଣିବାରେ ହେଳା କରିଥିଲା ବା ହିନ୍ଦୁଙ୍କ ନମନୀୟ ଚିନ୍ତାଧାରା ପାଇଁ ପୋଷାକକୁ ପ୍ରଧାନ୍ୟ ଦିଆ ଯାଇ ନ ଥିଲା। ତା ମାନେ ନୁହେଁ କି ଉନ୍ମାଦନା ସୃଷ୍ଟିକାରୀ ପୋଷାକ ପିନ୍ଧି ଯିବା। ହୁଏତ ଏପରି ପୋଷାକ ପିନ୍ଧିଥିଲେ ମଧ୍ୟ ବ୍ୟକ୍ତିଙ୍କ ଭିତରେ ଶ୍ରଦ୍ଧା ଭକ୍ତି ଭରପୁର ଥାଇପାରେ, କିନ୍ତୁ ଅନ୍ୟମାନଙ୍କ ଭିତରେ ତ ଏତେ ସଂଯମତା ନାହିଁ ନା, ସେମାନେ ଏପରି ପୋଷାକ ଦ୍ୱାରା ହୋଇପାରନ୍ତି ଆନମନା। ଏଥିପାଇଁ କଣ ଅଲ୍ଟ୍ରା ମର୍ଡନ ପୋଷାକ ପରିଧାନ କରୁଥିବା ଭକ୍ତ ହେବେ ଦାୟୀ?

Leave a Reply

Your email address will not be published. Required fields are marked *