ସମ୍ବଲପୁର: ନୂଆଁଖାଇ ପାଇଁ ପ୍ରସ୍ତୁତ ହେଉଛି ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଲା ନୂଆଧାନ, ୨୦ ତାରିଖରେ ଏହି ଧାନରେ ପ୍ରସ୍ତୁତ ଅନ୍ନ ମା’ଙ୍କ ନିକଟରେ ହେବ ଲାଗି

ମୟୂରଭଞ୍ଜ: ଅସୁସ୍ଥ ଛୁଆକୁ ଛାଡି ଚାଲିଗଲା ମା’ ହାତୀ, ବନବିଭାଗ ଛୁଆ ହାତୀକୁ ଉଦ୍ଧାର କରି ଚଳାଇଛି ଚିକିତ୍ସା, କରଞ୍ଜିଆ ବନଖଣ୍ଡକୁ ଆସିଥିବା ୨୨ ଟିକିଆ ହାତୀ ପଲରେ ଥିଲା ଛୁଆ ହାତୀ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ ମହାରଣା ଏନକାଉଣ୍ଟରରେ ଆହତ, ବିଳମ୍ବିତ ରାତିରେ କମିଶନରେଟ ପୋଲିସ ସହ ମୁହାଁମୁହିଁ, ଆତ୍ମରକ୍ଷା ପାଇଁ ପୋଲିସ ଚଳାଇଥିଲା ଗୁଳି, ମଙ୍ଗୁର ଆଣ୍ଠୁରେ ଗୁଳି ବାଜିବାରୁ ହସ୍ପିଟାଲରେ ଭର୍ତ୍ତି

ସମ୍ବଲପୁର: ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର, ପୁଣି ୪ ଗେଟ ଖୋଲିଲା କର୍ତ୍ତୃପକ୍ଷ, ମୋଟ ୨୬ ଗେଟ ଦେଇ ହେଉଛି ଜଳ ନିଷ୍କାସନ

ଜମ୍ମୁ କାଶ୍ମୀର: ଅନନ୍ତନାଗ ଏନକାଉଣ୍ଟର ଘଟଣା, ଆଉ ଜଣେ ଯବାନ ସହିଦ, ଆତଙ୍କୀଙ୍କ ଗୁଳିରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ସହିଦ

ପୁରୀ: ପୁଣି ଶ୍ରୀମନ୍ଦିରରେ ବିବାଦ, ସେବାନିବୃତ୍ତ ସତ୍ତ୍ୱେ ସିଂହାରୀ ସେବାୟତ ସେବାରେ ନିୟୋଜିତ, ବିରୋଧ କଲେ ଅନ୍ୟ ସେବାୟତ, ମଙ୍ଗଳଆଳତି ପରେ ଆଗକୁ ବଢୁନି ଅନ୍ୟ ନୀତିକାନ୍ତି

ବାଙ୍ଗଲୁରୁ: ସୂର୍ଯ୍ୟ ଦିଗରେ ଆଉ ପାଦେ ଆଗେଇଲା ଇସ୍ରୋ, ପୃଥିବୀର ୪ର୍ଥ କକ୍ଷପଥ ପରିବର୍ତ୍ତନ କରି ୫ମ କକ୍ଷପଥକୁ ପ୍ରବେଶ କଲା ଆଦିତ୍ୟ ଏଲ-1, ନୂତନ କକ୍ଷପଥର ପରିଧି ହେଉଛି ୨୫୬ କିମିx ୧୨୧୯୭୩ କିଲୋମିଟର

କନ୍ଧମାଳ: ଲଗାଣ ବର୍ଷାରେ କନ୍ଧମାଳ ବେହାଲ, ଧୋଇଗଲା ତୁମୁଡିବନ୍ଧ ବ୍ଲକର ଅସ୍ଥାୟୀ ପୋଲ, ବ୍ଲକର କୁର୍ତ୍ତମଗଡରୁ କରକୁଡୁପାକୁ ସଂଯୋଗ କରୁଥିଲା ପୋଲ, ୧୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ

ସମ୍ବଲପୁର: ହୀରାକୁଦରେ ବଢୁଛି ଜଳସ୍ତର, ବର୍ତ୍ତମାନ ଜଳସ୍ତର ରହିଛି ୬୨୮.୧୫, ପ୍ରତି ସେକେଣ୍ଡରେ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୨,୨୯,୪୫୮ ଘନଫୁଟ ବନ୍ୟା ଜଳ

ସମ୍ବଲପୁର: ବଢୁଛି ହିରାକୁଦର ଜଳସ୍ତର, ଖୋଲିଲା ଆଉ ୮ଟି ଗେଟ, ମୋଟ ୧୦ ଗେଟ ଦେଇ ହେଉଛି ଜଳ ନିଷ୍କାସନ, ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା