Category: ମୁଖ୍ୟ ଖବର

  • ଅମିତାଭ ବଚ୍ଚନଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଛି: ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

    ଅମିତାଭ ବଚ୍ଚନଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଛି: ଆଜି ସକାଳେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

    ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ଆଞ୍ଜିଓପ୍ଲାଷ୍ଟି ହୋଇଛି । ୮୧ ବର୍ଷୀୟ ବିଗ୍ ବି ଶୁକ୍ରବାର ସକାଳ ୬ ଟାରେ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଗଣମାଧ୍ୟମ ଦୈନିକ ଭାସ୍କର ଦ୍ୱାରା ଏହି ସୂଚନା ମିଳିଛି ।

    ଠଗ୍ସ ଅଫ୍ ହିନ୍ଦୋସ୍ତାନର ସେଟରେ ଆହତ ହୋଇଥିଲେ ଅମିତାଭ
    ୨୦୧୮ ଚଳଚ୍ଚିତ୍ର ଠଗ୍ସ ଅଫ୍ ହିନ୍ଦୁସ୍ତାନରେ ଏକ ଆକ୍ସନ୍ ଦୃଶ୍ୟ ପ୍ରଦର୍ଶନ କରୁଥିବାବେଳେ ସେ କାନ୍ଧରେ ଆଘାତ ପାଇଥିଲେ | ଯଦିଓ ଏହି ଆଘାତ ଗୁରୁତର ନଥିଲା | ଡ଼ମୀ ବ୍ୟବହାର କରିବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା କିନ୍ତୁ ସେ ନିଜେ ଏହି ଦୃଶ୍ୟ କରିବାକୁ ନିଷ୍ପତ୍ତି ନେଇଥିଲେ।

    କେବିସି ୧୪ ର ସୁଟିଂ ସମୟରେ ଗୋଡର ଶିରା କଟି ଯାଇଥିଲା |
    ୨୦୨୨ ମସିହାରେ କୌନ ବନେଗା କୋରଡ଼ପତି ୧୪ ର ସୁଟିଂ ସମୟରେ ଅମିତାଭ ବଚ୍ଚନଙ୍କ ଗୋଡରେ ଥିବା ଶିରା ଏକ ମେଟାଲ ଖଣ୍ଡ ଦ୍ୱାରା କଟି ଯାଇଥିଲା | ସେଟରେ ତାଙ୍କ ମାଂସପେଶୀରୁ ବହୁତ ରକ୍ତସ୍ରାବ ହୋଇଥିଲା, ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା।

    ଦୁଇଦୁଇ ଥର କୋଭିଡ୍ ପଜିଟିଭ୍ ର ଶିକାର ହୋଇଥିଲେ |
    ଅମିତାଭ ୨୦୨୦ ରେ ଟୁଇଟ୍ କରି ସୂଚନା ଦେଇଥିଲେ ଯେ ସେ କୋଭିଡ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ପୁଅ ଅଭିଷେକ ମଧ୍ୟ ପଜିଟିଭ ଥିଲେ। ଚିକିତ୍ସା ପାଇଁ ବିଗ୍ ବି ଦୁଇମାସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହା ପରେ, ୨୦୨୨ରେ ଅମିତାଭ ମଧ୍ୟ କୋଭିଡରେ ସଂକ୍ରମିତ ହୋଇଥିଲେ।

    ୨୦୨୨ ଦୀପାବଳି ପୂର୍ବରୁ ମଧ୍ୟ ଅମିତାଭ ଆହତ ହୋଇଥିଲେ
    ଦୀପାବଳି ପୂର୍ବରୁ ଅମିତାଭଙ୍କ ଗୋଡର ଶିରା କଟିବା ବିଷୟରେ ସୂଚନା ଦେଇଥିଲେ। ସେ ନିଜେ ଏକ ବ୍ଲଗ୍ ମାଧ୍ୟମରେ କହିଥିଲେ ଯେ ତାଙ୍କ ଗୋଡରେ ଥିବା ଶିରା କଟିବା ସମୟରେ ବହୁତ ରକ୍ତସ୍ରାବ ହୋଇଥିଲା। ତାଙ୍କୁ ଡାକ୍ତରଖାନା ପରିଦର୍ଶନ କରିବାକୁ ପଡି ଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କ ଗୋଡ ସିଲେଇ କରିଥିଲେ। ଅମିତାଭ ବଚ୍ଚନ ତାଙ୍କ ବ୍ୟକ୍ତିଗତ ବ୍ଲଗ୍ ମାଧ୍ୟମରେ ଏହି ଘଟଣା ବିଷୟରେ ସୂଚନା ଦେଇଥିଲେ।

    ଅବହେଳା ହେତୁ ବିଗ୍ ବି ହେପାଟାଇଟିସ୍ ବି ସଂକ୍ରମିତ ବ୍ୟକ୍ତିଙ୍କ ରକ୍ତରେ ସଂକ୍ରମିତ ହୋଇଥିଲେ ।
    ୨୦୦୦ ରେ ଅମିତାଭ ବଚ୍ଚନ ଜାଣିବାକୁ ପାଇଲେ ଯେ ତାଙ୍କର ହେପାଟାଇଟିସ୍ ବି ଅଛି। ପ୍ରକୃତରେ ଏହି ରୋଗ ଅବହେଳାର ଫଳାଫଳ | ଯେତେବେଳେ କୁଲି ସେଟରେ ଦୁର୍ଘଟଣା ପରେ ବିଗ୍ ବି ରକ୍ତ ଆବଶ୍ୟକ କରୁଥିଲା, ସେଠାରେ ରକ୍ତଦାତାମାନଙ୍କ ଭିଡ଼ ଜମିଥିଲା ​​| ତାଙ୍କୁ ୨୦୦ ଦାତାଙ୍କଠାରୁ ୬୦ ବୋତଲ ରକ୍ତ ଦିଆଯାଇଥିଲା।

  • ଆରବିଆଇ(RBI)ର ଶକ୍ତ ନିର୍ଦ୍ଦେଶ ପରେ ପେଟିଏମ୍ ୟୁଜର୍ସଙ୍କ ମୁଣ୍ଡରେ ଚିନ୍ତା

    ଆରବିଆଇ(RBI)ର ଶକ୍ତ ନିର୍ଦ୍ଦେଶ ପରେ ପେଟିଏମ୍ ୟୁଜର୍ସଙ୍କ ମୁଣ୍ଡରେ ଚିନ୍ତା

    ଆଉ ମାତ୍ର ଗୋଟିଏ ଦିନ ପରେ ବନ୍ଦ ହେବ ପେଟିଏମ୍ । ତେଣୁ, ଏବେ ପେଟିଏମ୍ ୟୁଜର୍ସଙ୍କ ମୁଣ୍ଡକୁ ଘାରିଛି ପେଟିଏମ ଚିନ୍ତା । ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଡିପୋଜିଟ୍ ଏବଂ କ୍ରେଡିଟ୍ ଟ୍ରାଞ୍ଜାକ୍ସନ କାରବାର ମାର୍ଚ୍ଚ ୧୫ ତାରିଖ ପରଠାରୁ ବନ୍ଦ ହେବ । ପେଟିଏମକୁ ନେଇ ଦେଖା ଦେଇଥିବା ବିବାଦ ପରେ ଆକ୍ସନ ମୋଡକୁ ଆସିଥିଲା ଆରବିଆଇ । ନିୟମ ଉଲ୍ଲଂଘନ ଦର୍ଶାଇ ଆରବିଆଇ ଜାନୁଆରୀ ୩୧ରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଥିଲା।

    ଆରବିଆର ଏକ ରିପୋର୍ଟ ମୁତାବକ, ସଠିକ୍ ପରିଚୟ ବିନା ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ହଜାର ହଜାର ଆକାଉଣ୍ଟ ଖୋଲା ଯାଇଥିଲା । ଯାହାଦ୍ୱାରା ଅର୍ଥ ହେରଫେର ଭଳି ବେଆଇନ କାରବାରର ଆଶଙ୍କା ଦେଖାଦେଇଥିଲା ।

    ରାଜସ୍ୱ ସଚିବ ସଞ୍ଜୟ ମଲହୋତ୍ରା ଏହାକୁ ନେଇ କହିଥିଲେ ଯେ, ପେଟିଏମ ଉପରେ ଯାଞ୍ଚ କରାଯିବ । ତେଣୁ, ଅସ୍ଥାୟୀ ଭାବେ ସେବାକୁ ବନ୍ଦ କରାଯାଉଛି ।

    ତେବେ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ବନ୍ଦ ହେବା ପରେ ଏଥିରେ କଣ କଣ ପରିବର୍ତ୍ତନ ହେବ?

    ପ୍ରଥମତଃ ଗ୍ରାହକ ନିଜ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ ନାହିଁ, କିନ୍ତୁ ମାର୍ଚ୍ଚ ୧୫ ପରେ ବି ଟଙ୍କା ଉଠାଣ କିମ୍ବା ଟ୍ରାନ୍ସଫର କରିପାରିବେ।

    ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଆକାଉଣ୍ଟରେ ସାଲାରି କ୍ରେଡିଟ୍, ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର କିମ୍ବା ସବସିଡି ଉପଲବ୍ଧ ହେବ ନାହିଁ, କିନ୍ତୁ ରିଫଣ୍ଡ, କ୍ୟାସବ୍ୟାକ୍ ଏବଂ ସ୍ୱିପ୍ ଇନ୍ ପାଇଁ ଅନୁମତି ମିଳିବ।

    ମାର୍ଚ୍ଚ ୧୫ ପରେ ଗ୍ରାହକ ମାନେ ଟପ୍-ଅପ୍ କିମ୍ବା ୱାଲେଟରେ ଟଙ୍କା ଟ୍ରାନ୍ସଫର ଭଳି ସୁବିଧା ପାଇପାରିବେ ନାହିଁ। ଯଦି ସେମାନଙ୍କ ଆକାଉଣ୍ଟରେ ବାଲାନ୍ସ ଥାଏ, ତେବେ ପେମେଣ୍ଟ କରିପାରିବେ।

    ଗ୍ରାହକ ମାନେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ସେମାନଙ୍କର FASTag ରିଚାର୍ଜ କରିପାରିବେ ନାହିଁ।

    ପେଟିଏମ୍ ବ୍ୟାଙ୍କ ଦ୍ୱାରା ଜାରି କରାଯାଇଥିବା ଏନସିଏମସି କାର୍ଡରେ ରିଚାର୍ଜ କିମ୍ବା ଟପଅପ୍ ହେବ ନାହିଁ ।

  • ବଲାଙ୍ଗିର: ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ନିଯୁକ୍ତ ପୋଲିଙ୍ଗ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ

    ବଲାଙ୍ଗିର: ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ନିଯୁକ୍ତ ପୋଲିଙ୍ଗ ଅଧିକାରୀଙ୍କୁ ତାଲିମ୍ ପ୍ରଦାନ

    ବଲାଙ୍ଗିର: ଆସନ୍ତା ସାଧାରଣ ନିର୍ବାଚନକୁ ସରଳ ଓ ତୃଟି ଶୂନ୍ୟ କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିଙ୍ଗ ଓ ପ୍ରିଜାଡିଙ୍ଗ ଅଧିକାରୀ ମାନଙ୍କୁ ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି । ରାଜ୍ୟରେ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟାରେ ନିଯୁକ୍ତ ପୋଲିଙ୍ଗ ଅଧିକାରୀ ସାମିଲ ଥିଲେ । ସୂଚନା ଯୋଗ୍ୟଯେ ଏହି ତାଲିମ୍ ପ୍ରଦାନ କାର୍ଯ୍ୟକ୍ରମ ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।

    ଏହି ତାଲିମ୍ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ମହିଳା ସରକାରୀ ମହାବିଦ୍ୟାଳୟ ସମେତ ଅନ୍ୟାନ୍ୟ ସରକାରୀ ମହାବିଦ୍ୟାଳୟ ଠାରେ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରୱ ଶିୱାଜୀ ଇସଲୱାରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ତାଲିମ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ବିଜୟାନନ୍ଦ ସେଠୀ , ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଡେପୁଟି କଲେକ୍ଟର ଇଲେକ୍ସନ ରାଜେନ୍ଦ୍ର ନାୟକ ସମେତ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖଙ୍କୁ ପର୍ଯ୍ୟାୟକ୍ରମେ ତାଲିମ୍ ପ୍ରଦାନ ପାଇଁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏହି ଶିବିରରେ ପୋଲିଙ୍ଗ ଅଧିକାରୀ ଓ ପ୍ରିଜାଡିଙ୍ଗ ଅଧିକାରୀଙ୍କୁ ସାଧାରଣ ନିର୍ବାଚନ ପରିଚାଳନା ନିଜ ନିଜ ଦାୟିତ୍ୱ କିପରି ନିର୍ଭୁଲ ଭାବରେ ତୁଲାଇବେ ସେ ସମ୍ପର୍କରେ ତାଲିମ୍ ପ୍ରଦାନ କରାଯିବ ‌।

    ପୋଲିଙ୍ଗ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ପ୍ରଦର୍ଶନ କେନ୍ଦ୍ରରୁ ବୁଥ୍ ପର୍ଯ୍ୟନ୍ତ ଯିବେ ଓ ବୁଥ୍ ରେ କେଉଁ ଅଧିକାରୀଙ୍କ କଣ କଣ କାର୍ଯ୍ୟ ତାହା ବୁଝାଇଥିଲେ । ଭୋଟ ଗ୍ରହଣ ଦିନ ଶାନ୍ତି ଶୃଙ୍ଖଳା ସହ ଭୋଟ ଦାନ ପ୍ରକିୟା କିପରି କରିପାରିବେ, ସେକ୍ଟର ଅଧିକାରୀଙ୍କ ସହ କିପରି ଯୋଗାଯୋଗ ରଖି ସୂଚନା ଦେବାକୁ ତାଲିମ୍ ପ୍ରଦାନ କରିଥିଲେ ‌। ଇଭିଏମ୍, ଭିଭିପାଟ କିପରି ସଂଯୋଗ କରିବେ କଣ୍ଟ୍ରୋଲ ୟୁନିଟ କାର୍ଯ୍ୟ ଆଦି ସୂଚନା ଦେଇଥିଲେ । ପ୍ରତ୍ୟେକ ପୋଲିଙ୍ଗ ଅଧିକାରୀ ନିଜ ନିଜର ଦାୟିତ୍ୱ ସୂଚାରୁରୂପେ ତୁଲାଇବା ସହିତ ଗଣତନ୍ତ୍ରର ପବିତ୍ର କାର୍ଯ୍ୟକୁ ସଫଳତା‌ ର‌ ସହିତ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଇସଲୱାର ପରାମର୍ଶ ଦେଇଥିଲେ ।

    ଏଥି ସହିତ, ଜିଲ୍ଲାପାଳ ନିର୍ବାଚନ ସମୟରେ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟିରେ ରଖି ସମସ୍ତ ଙ୍କୁ ନିଜ ଶରୀର ର ଯତ୍ନ ନେବା, ଖାଦ୍ୟ ପାନୀୟ ଠିକ୍ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଶାରୀରିକ ସମସ୍ୟା ଦେଖାଦେଲେ ତୁରନ୍ତ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯାଇ ଡାକ୍ତର ଙ୍କ ପରାମର୍ଶ ନେବା ପାଇଁ କହିଥିଲେ। ନିର୍ବାଚନ ପାଇଁ ପ୍ରତ୍ୟେକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ରେ ବ୍ୟାପକ ଔଷଧ, ଆମ୍ବୁଲାନ୍ସ ଓ ଜରୁରୀ ସେବା ସହ ଡାକ୍ତର ମାନେ ଉପସ୍ଥିତ ରହିବେ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ।

    balangir polling officers training
  • ଦେଶୀ ମଦ ଦୋକାନକୁ ବିରୋଧ

    ଦେଶୀ ମଦ ଦୋକାନକୁ ବିରୋଧ

    ପ୍ରସ୍ତାବିତ ଦେଶୀ ମଦ ଦୋକାନ କୁ ବିରୋଧ କରି ଯାଜପୁର ଜିଲପାଳଙ୍କ ଦ୍ଵାରସ୍ଥ ହେଲେ ଶତାଧିକ ମହିଳା ଓ ଗ୍ରାମବାସୀ । ଯାଜପୁର ଜିଲା ବରୀ ବ୍ଲକ ଅରଙ୍ଗାବାଦ ରେ ପ୍ରସ୍ତାବିତ ଦେଶୀ ମଦ ଦୋକାନ କୁ ବିରୋଧ କରି ଯାଜପୁର ଜିଲ୍ଲା ପ୍ରଶାସନ କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ସରପଂଚ ନିରୂପମା ମଲ୍ଲିକ ଙ୍କ ନେତୃତ୍ୱରେ ପଂଚାୟତ ବାସୀ ଆସି ଜିଲାପାଳ ଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ଦେଶୀ ମଦ ଦୋକାନ କୁ ବନ୍ଦ କରିବାକୁ ଦାବି କରିଛନ୍ତି। ଏଠାରେ ମଦ ଦୋକାନ ଖୋଲା ଗଲେ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ଏହି ଦାବିପତ୍ର ପ୍ରଦାନ କରାଯାଇଛି। ତୁରନ୍ତ ଏହି ପ୍ରସ୍ତାବିତ ମଦ ଦୋକାନ ବନ୍ଦ ନ କଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

  • ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଓ ବ୍ରହ୍ମପୁର ସହରରେ ‘ମୋ ବସ୍‌’ ସେବାର ଶୁଭାରମ୍ଭ କରିଛନ୍ତି। ଉଭୟ ସହରରେ ଆଜି ୧୫ଟି ଲେଖାଏଁ ବସ୍ ଚଳାଚଳ ପାଇଁ ସୁବିଧା କରାଯାଇଛି। ସମ୍ବଲପୁର ସହରରେ ସମ୍ବଲପୁର-ବୁର୍ଲା-ହୀରାକୁଦ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ। ସେହିଭଳି ବ୍ରହ୍ମପୁର ସହରରେ ଏମ୍‌.କେ.ସି.ଜି ମେଡିକାଲ କଲେଜ- ଇଂଜିନିୟରିଂ ସ୍କୁଲ-ରେଲୱେ ଷ୍ଟେସନ-ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟରେ ଏହି ବସ୍‌ ଚଳାଚଳ କରିବ।

    ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଉତ୍ତମ ଯୋଗାଯୋଗ ସମୃଦ୍ଧ ଭବିଷ୍ୟତର ଆଧାର। 5T ଉପକ୍ରମରେ ସାରା ରାଜ୍ୟରେ ଗାଁରୁ ସହର ସବୁଆଡେ ପରିବହନ ବ୍ୟବସ୍ଥାରେ ରୂପାନ୍ତର ଆସିଛି। ମୋ ବସ୍‌ ଠାରୁ ଆରମ୍ଭ କରି ଲକ୍ଷ୍ମୀ ଯୋଜନା ଓ ମେଟ୍ରୋ ରେଳ ଯୋଜନା ନୂଆ ଓଡିଶା ଦିଗରେ ଆମର ଉଦ୍ୟମକୁ ଶକ୍ତିଶାଳୀ କରୁଛି।

    ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ଆଜି ଆପଣଙ୍କ ସହରରେ ମୋ ବସ୍‌ ସେବା ଆରମ୍ଭ ହେଲା । ଏହାଦ୍ୱାରା ଆପଣମାନେ ସହର ଭିତରେ ଏବଂ ଆଖପାଖ ଅଞ୍ଚଳକୁ ସୁବିଧାରେ ଏବଂ କମ୍ ଖର୍ଚ୍ଚରେ ଯିବାଆସିବା କରି ପାରିବେ। ମୋ ବସ୍‌ ପାଇଁ ଉଭୟ କ୍ୟାସ୍ ଓ ଡିଜିଟାଲ ମୋଡ୍‌ରେ ପେମେଣ୍ଟ ବ୍ୟବସ୍ଥା ସହିତ ‘ମୋ ବସ୍‌ କାର୍ଡ ଟ୍ୟାପ ଆଣ୍ଡ ପେ’ ସୁବିଧା କରାଯାଇଛି ବୋଲି କହି ଏଥିରେ ଯାତ୍ରୀମାନଙ୍କର ସୁରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି ମଧ୍ୟ ସେ କହିଥିଲେ। ସମ୍ବଲପୁର ମୋ ବସ୍‌ ଗୁଡିକରେ ୯୦ ପ୍ରତିଶତ କଣ୍ଡକ୍ଟର ଭାବେ ମା’ମାନଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ କମ୍‌ ଖର୍ଚ୍ଚରେ ନିରାପଦ ଯାତ୍ରା ଯୋଗାଇଦେବା ମୋ ବସ ସେବାର ଲକ୍ଷ୍ୟ ବୋଲି ସେ କହିଥିଲେ। ଆଗକୁ ରାଜ୍ୟର ସବୁ ସହରରେ ମୋ ବସ୍‌ ସେବା ସୁବିଧା ମିଳିବ ବୋଲି ସେ ଘୋଷଣା କରିଥିଲେ।

    କାର୍ଯ୍ୟକ୍ରମକୁ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରରେ ବିଧାୟକ ରୋହିତ ପୂଜାରୀ ଯୋଗ ଦେଇ କହିଲେ ଯେ ଗ୍ରାମାଞ୍ଚଳରେ ଲକ୍ଷ୍ମୀ ବସ୍‌ ଭଳି ଏହି ମୋ ବସ୍‌ ସେବା ନିଶ୍ଚିତ ଭାବେ ସହରାଞ୍ଚଳ ଗମନାଗମନ ବ୍ୟବସ୍ଥାରେ ସୁବିଧା ଆଣିବ। ଆଜି ବିକାଶର ଧାରା ସମ୍ବଲପୁର ଜିଲ୍ଲାରେ ଜାରି ରହିଛି। ଏଥିପାଇଁ ଜିଲ୍ଲାବାସୀ ବହୁତ ଖୁସି। ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଜିଲ୍ଲାବାସୀଙ୍କ ତରଫରୁ ସେ ଧନ୍ୟବାଦ ଜଣାଇଥିଲେ।

    ସେହିଭଳି ବ୍ରହ୍ମପୁରରେ ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ କହିଲେ ଯେ ବ୍ରହ୍ମପୁର ସହରରେ ପିଇବା ପାଣି ଠାରୁ ଆରମ୍ଭ କରି ଗମନାଗମନ ପାଇଁ ମୋ ବସ୍‌ ପର୍ଯ୍ୟନ୍ତ ସମସ୍ତ ସୁବିଧା ମୁଖ୍ୟମନ୍ତ୍ରୀ ସହରବାସୀଙ୍କୁ ଯୋଗାଇ ଦେଇଛନ୍ତି। ସମାଜର ସମସ୍ତ ବର୍ଗର ଲୋକଙ୍କ କଲ୍ୟାଣ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତା ରହିଛି। ଏହି ଦୂରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ଯୋଗୁ ମୁଖ୍ୟମନ୍ତ୍ରୀ ଆଜି ବିଶ୍ୱ ଦରବାରରେ ଓଡିଶାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି।

    କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି ମାଥି ଭାଥାନନ୍ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସମ୍ବଲପୁରଠାରେ ଉପସ୍ଥିତ CRUTର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ସ୍ୱାଗତ ଭାଷଣ ଦେଇଥିଲେ।

  • ଗାଡି ମାଡ଼ିଗଲା ଘର ଉପରେ ଅଲ୍ପକେ ବର୍ତ୍ତିଲେ ବ୍ଯକ୍ତି, ଘଟଣା ସ୍ଥଳରେ ପୋଲିସର ତଦନ୍ତ

    ଗାଡି ମାଡ଼ିଗଲା ଘର ଉପରେ ଅଲ୍ପକେ ବର୍ତ୍ତିଲେ ବ୍ଯକ୍ତି, ଘଟଣା ସ୍ଥଳରେ ପୋଲିସର ତଦନ୍ତ

    ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଚଚରାଭଟ୍ଟା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତି ଟାଟା ସୁମୋ ଗାଡି ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୂଚନା ଅନୁସାରେ ଆଜି ସକାଳ ଏକ ଗଞ୍ଜେଇ ଭର୍ତି ଗାଡି ଦ୍ରୁତ ଗତି ରେ ଆସି ଏକ ଘର ଉପରେ ମାଡି ଯାଇଥିଲା ଯାହା ଫଳରେ ଘରଟି ଅଧା ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି । ମାତ୍ର ଘର ଭିତରେ ଶୋଇଥିବା ଲୋକ ମାନେ ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଗାଡି ଚାଳକକୁ ଗୁରୁତର ଅବସ୍ଥାରେ ମେଡିକାଳ ରେ ଭର୍ତ୍ତି କରାଯାଇଛି ।ତେବେ ଲାଠୋର ଥାନା ପୋଲିସ ଘଟଣା ସ୍ଥଳରେ ପହଁଛି ଦୁର୍ଘଟଣା ଗ୍ରସ୍ତ ଗାଡି କୁ ଜବତ କରିଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।

  • ଚାନ୍ଦବାଲିରେ ପୂର୍ତ୍ତବିଭାଗ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ

    ଚାନ୍ଦବାଲିରେ ପୂର୍ତ୍ତବିଭାଗ ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ

    ୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଗାଁ ସମେତ ଚାନ୍ଦବାଲି ସେତେ ଉନ୍ନତି କାର୍ଯ୍ୟ ରେ ଆଗେଇ ଚାଲିଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗଦି-ପଞ୍ଚୁଟିକିରି ରାସ୍ତାର ଉନ୍ନତି କରଣ କାର୍ଯ୍ୟ ପାଇଁ ଚାନ୍ଦବାଲି ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ଡ଼ ବ୍ଯାମକେଶ ରାୟ ସମର୍ଥକ ମାନଙ୍କୁ ନେଇ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

    ଏହି ଗଦି-ପଞ୍ଚୁଟିକିରି ରାସ୍ତା ପ୍ରାୟ ୨୨କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ବୋଲି ଶ୍ରୀ ରାୟ କହିଛନ୍ତି। ସେହି ପରି କରଞ୍ଜମାଳ ଓ ଦୋସିଙ୍ଗା ରାସ୍ତା ର ଭିତ୍ତି ପ୍ରସ୍ତର ସ୍ଥାପନ ସାଙ୍ଗକୁ,ତାଳଚୁଆ-ଦୋସିଙ୍ଗା ମଧ୍ୟରେ କାରନାଳି ଜେଠୀରେ ୧୧୬ କୋଟି ଟଙ୍କା ବ୍ୟୟ ଅଟକଳରେ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ପ୍ରିନ୍ସ ରାକେଶ ନାୟକ, ବିବେକାନନ୍ଦ ଦିକ୍ଷୀତ, ଖଗେଶ୍ବର ବେହେରା,ରାଉଳ ସାହୁ, ବାପୁନ୍ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

  • ବିରୋଧୀଙ୍କ ଜାଗା ନେବାକୁଆପର ରଣନୀତି

    ବିରୋଧୀଙ୍କ ଜାଗା ନେବାକୁଆପର ରଣନୀତି

    ରାଜ୍ୟରେ ଶାସକ ଦଳ ଓ ପ୍ରମୁଖ ବିରୋଧୀ ଦଳ କରିବେ ମେଣ୍ଟ। ଏହାକୁ ନେଇ ବିଜେଡି ଓ ବିଜେପି ପକ୍ଷରୁ ମିଳିସାରିଛି ସଙ୍କେତ। ହେଲେ ମେଣ୍ଟକୁ ନେଇ ହୋଇନି ବିଧିବଦ୍ଧ ଘୋଷଣା। ଉଭୟ ଦଳର ବରିଷ୍ଠ ବିକାଶକୁ କରୁଛନ୍ତି ଆଳ। ବିଜେଡି ରାଜ୍ୟର ବିକାଶ ପାଇଁ ମେଣ୍ଟ କରିବାକୁ ଯାଉଥିବା କହିଥିବା ବେଳେ ବିଜେପି କହୁଛି, ଆଞ୍ଚଳିକ ଦଳ ହୋଇଥିବାରୁ ଦେଶ ତଥା ରାଜ୍ୟର ବିକାଶ ପାଇଁ ମେଣ୍ଟର ଆବଶ୍ୟକତା ରହିଛି।

    ଯାହାକୁ ନେଇ ରାଜ୍ୟବାସୀ ଜଳକା। କିଛି ଦିନ ଆଗରୁ ଗଣମାଧ୍ୟମ ଆଗରେ ପରସ୍ପରର ଗୋହି ଖୋଳୁଥିବା ଦୁଇ ଦଳ ମେଳି କଲେ ରାଜ୍ୟବାସୀଙ୍କ ହେବ କଣ? ଏହି ମେଣ୍ଟ ଚର୍ଚ୍ଚାରେ ଉଭୟ ବିଜେଡି ଓ ବିଜେପି ସମର୍ଥକଙ୍କୁ ମିଳିଛି ଜୋରଦାର ଝଟକା। ରାଜନୀତିକୁ ଧାର ଧରୁ ନ ଥିବା ଲୋକେ କରିବେ କଣ? କାରଣ ରାଜ୍ୟରେ ୩ଟି ଦଳ କାମ କରୁଛି। ଯଦି ବିଜେଡି ଓ ବିଜେପି ଏକାଠି ହୋଇ ଯାଆନ୍ତି ତେବେ ଏକା ରହିବ କଂଗ୍ରେସ। ହେଲେ କଂଗ୍ରେସକୁ ଭରସା କରି ପାରୁନାହାନ୍ତି ରାଜ୍ୟବାସୀ। କାରଣ ପ୍ରଥମତଃ ଦଳର ନେତୃତ୍ବ ଦୁର୍ବଳ।

    ଅନ୍ୟପଟେ ରାଜ୍ୟ ତଥା ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟାକୁ ଅଣଦେଖା କରି ପିଲା ଖେଳରେ ମାତିଛି କଂଗ୍ରେସ। ବିଜେପି ଓ ବିଜେଡି ଭିତରେ ଥିବା ଗୁପ୍ତ ସମ୍ପର୍କକୁ ନେଇ ଉଭୟଙ୍କ ବାହାଘର କଲା। ଅବଶ୍ୟ ଏହାକୁ ଲୋକେ କିଛି ଅଂଶରେ ଗ୍ରହଣ କରିଥିଲେ। ହେଲେ କଂଗ୍ରେସ ଏଥିରେ ଏମିତି ଉତ୍ସାହିତ ହେଇପଡିଛି କି ପିଲାଙ୍କ ପରି ପର୍ଯ୍ଯାୟକ୍ରମେ ଉଭୟ ଦଳ ମଧ୍ୟରେ ମଧୁଚନ୍ଦ୍ରିକା, ଅଶ୍ବିନୀ ବୈଷ୍ଣବଙ୍କ ସମର୍ଥନକୁ ସନ୍ତାନ ପ୍ରସବ ଓ ଏବେ ମେଣ୍ଟକୁ ଅନ୍ନପ୍ରସନ୍ନର ରୂପ ଦେବାକୁ ଯାଉଛି।

    ଠିକ ଏହି ସମୟରେ ରାଜ୍ୟରେ ବିରୋଧୀର ସ୍ଥାନ ନେବାକୁ ଆମ ଆଦମୀ ପାର୍ଟି ହୋଇଉଠିଛି ଆକ୍ଟିଭ। ଆଜି ଏଥିପାଇଁ ଆପର ରାଜ୍ୟ ପ୍ରଭାରୀ ସୌରଭ ଭରଦ୍ବାଜଙ୍କ ଭୁବନେଶ୍ବରରେ ହୋଇଛି ଆବର୍ଭାବ। ମଧ୍ୟାହ୍ନରେ ଭୁବନେଶ୍ବର ଏୟାରପୋର୍ଟରେ ଅବତରଣ କରିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟରେ ମୁଖ୍ୟ ବିରୋଧୀ ଓ ଶାସକ ଦଳ ମଧ୍ୟରେ ମେଣ୍ଟ ରାଜ୍ୟବାସୀଙ୍କୁ ହତାଶ କରିଛି। ତେଣୁ ଏହାକୁ ନେଇ ଦଳ ପରବର୍ତ୍ତୀ ପଦକ୍ଷେପ ନେବ

    ଏପରି ସମୟରେ ଯଦି କଂଗ୍ରେସ ନେତୃତ୍ବ ସ୍ଥିତିର ଗୁରୁତ୍ବ ବୁଝି ଉପଯୁକ୍ତ ନେତୃତ୍ବ ନ ନିଆନ୍ତି ତେବେ ବିଧାନସଭା ଓ ଲୋକସଭାରେ ସତ୍ତା ହରାଇବସିବ ଦଳ। ଯାହାର ଭରପୂର ଫାଇଦା ନେବ ଆପ।

  • ପାଟକୁରାର ୩ଟି ବ୍ଲକକୁ ଯୋଡ଼ିବ ୨ଟି ବିଜୁ ସେତୁ

    ପାଟକୁରାର ୩ଟି ବ୍ଲକକୁ ଯୋଡ଼ିବ ୨ଟି ବିଜୁ ସେତୁ

    ପୁରଣ ହୋଇଛି ପାଟକୁରା ବାସୀଙ୍କର ବାସିଙର ଦୀର୍ଘ ଦିନର ସ୍ବପ୍ନ । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଲୁଣା-କରଣ୍ଡିଆ ଦ୍ବିପାଞ୍ଚଳର ଡେରାବିଶ, ଗରଦପୁର ଓ ମାର୍ଶାଘାଇ ବ୍ଲକ ସଂଶ୍ଲିଷ୍ଟ ଦୁଇ ନଦୀ ମଧ୍ଯସ୍ତ ଅଞ୍ଚଳର ତେରଟି ଗ୍ରାମର ଗମନା ଗମନର ସୁବିଧା ନିମନ୍ତେ ନବେ କୋଟି ଟଙ୍କା ବିନିମୟରେ ଦୁଇଟି ବିଜୁ ସେତୁ ପ୍ରକଳ୍ପ ମଂଜୁର ହୋଇ ଗୋଟିଏ ଦିନରେ ଶୁଭ ସିଳାନ୍ୟାସ କରାଯାଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରୀ । ଗୋଟିଏ ସେତୁ ସଠିଲୋରୁ ବାହାରି ଡେରାବିଶ ଇନ୍ଦାଳ ବାଲିସାହି ଗ୍ରାମକୁ ସଂଯୋଗ କରୁଥିବା ବେଳେ ଅନ୍ୟ ସେତୁଟି ଶିଶୁଆରୁ ବାହାରି କେନ୍ଦ୍ରାପଡ଼ା ସହର ଓ କଟକକୁ ସଂଯୁକ୍ତ ମୁଖ୍ୟ ରାସ୍ତାକୁ ସଂଯୋଗ କରିବ । ଫଳରେ ତେର ଖଣ୍ଡ ମୌଜାର ଦ୍ବିପାଞ୍ଚଳ ବାସି କଟକ, କେନ୍ଦ୍ରାପଡ଼ା ସହର ଏବଂ ଜଗତସିଂହପୁରକୁ ସହଜରେ ଯାତାୟାତ କରି ପାରିବେ । ତେବେ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଓ ବିଧାୟିକା ପ୍ରତିନିଧି ସଂଜୟ ଅଗ୍ରୱାଲ ପ୍ରମୁଖ ସେତୁ ଦୁଇଟିର ଶିଳାନ୍ୟାସ କରିଛନ୍ତି । ଅଞ୍ଚଳବାସୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି

  • କ’ଣ ହେବ ମେଣ୍ଟର ଭବିଷ୍ୟତ, କୌଣସି ଦଳ କରୁନାହାନ୍ତି ସ୍ପଷ୍ଟ

    କ’ଣ ହେବ ମେଣ୍ଟର ଭବିଷ୍ୟତ, କୌଣସି ଦଳ କରୁନାହାନ୍ତି ସ୍ପଷ୍ଟ

    ଏବେ ରାଜ୍ୟରେ ଗୋଟିଏ ଚର୍ଚ୍ଚା । କେବେ ହେବ ବିଜେଡି-ବିଜେପି ମେଣ୍ଟ । ଗତ କିଛି ଦିନ ଧରି ଓଡିଶାରେ ରାଜନୈତିକ ତୁମ୍ଭିତୋଫାନ ଆରମ୍ଭ ହୋଇଛି । ଗୋଟିଏ ଦିନରେ ଦୁଇଟି ବଡ ଘଟଣା, ରାଜନୀତିର ତାତିକୁ ବହୁତ ମାତ୍ରାରେ ବଢାଇ ଦେଇଥିଲା । ଗୋଟିଏ ପଟେ ବିଜେପିର ତୁଙ୍ଗ ନେତାଙ୍କୁ ଦିଲ୍ଲୀରୁ ଆସିଲା ଡକରା ।

    ଅନ୍ୟପଟେ ନବୀନ ନିବାସରେ ବିଜେଡିର ବଡ ବଡ ଲିଡର ରୁଦ୍ଧ ଦ୍ବାର ବୈଠକ । ଆସନ ଗଣିତ ଭିତରେ ବିଜେଡି-ବିଜେପି ମେଣ୍ଟ ଆଗକୁ ବଢିପାରୁନଥିବା ଚର୍ଚ୍ଚା ହେଉଥିବା ବେଳେ ଅଚାନକ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ 5ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗତକାଲି ଦିଲ୍ଲୀ ଗସ୍ତରେ ବାହାରିଲେ । ମାତ୍ର ଗୋଟିଏ ଦିନରେ ପୁଣି ରାଜ୍ୟକୁ ଫେରିଆସିଲେ । ହେଲେ ସେମାନଙ୍କ ଗସ୍ତ ସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିନଥିବା ବେଳେ ଏବେ କଣ ହେବ ରାଜ୍ୟ ରାଜନୀତିର ଭାଗ୍ୟ ତାହାକୁ ନେଇ ଉଠିଛି ପ୍ରଶ୍ନ ।

    ଏବେ ବିଭିନ୍ନ ଗଣମାଧ୍ୟରେ ଚର୍ଚ୍ଚା ଜୋର ଧରିଛି ଯେ, ପୁରୀ ଭୁବନେଶ୍ବର ଲୋକସଭା ଆସନ ପାଇଁ ଏହି ମେଣ୍ଟ ଅଙ୍କ ଛିଡିପାରୁନି । ଅନ୍ୟପଟେ କୁଆଡେ ବିଜେପି ବିଧାନସଭା ପାଇଁ ଶତାଧିକ ଆସନ ଦାବି କରୁଛି । ସେପଟେ ବିଜେଡି ବିଧାୟକ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ମେଣ୍ଟକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଅପେକ୍ଷା କରନ୍ତୁ କଣ ହେବ ଦେଖିବେ । ଆଗକୁ ଦଳୀୟ ନିଷ୍ପତ୍ତି ଯାହା ହେବ ତାହା ସମସ୍ତେ ଦେଖିବେ ।

    ଅନ୍ୟପଟେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମେଣ୍ଟକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ । ଓଡ଼ିଶାରେ ବିଜେପି ଏକାକୀ ଲଢିଲେ ଭଲ ପ୍ରଦର୍ଶନ କରିବ ବୋଲି କେନ୍ଦ୍ରୀୟ ନେତୃତ୍ୱଙ୍କୁ ରାଜ୍ୟ ନେତୃତ୍ୱ ଜଣାଇଛନ୍ତି ।

    ତେବେ ଦିଲ୍ଲୀରୁ ଫେରିଥିବା ପ୍ରଣବ ପ୍ରକାଶ ଏବଂ ଭିକେ ପାଣ୍ଡିଆନଙ୍କୁ ନେଇ କୁହାଯାଉଛି ଯେ ସେମାନେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତୃତ୍ବଙ୍କ ସହ ସାକ୍ଷାତ କରିଛନ୍ତି । ହେଲେ ଏହା କେତେ ଦୂର ସତ ତାହା ହୁଏତ ଆଗାମୀ କିଛି ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇପାରେ ।