Category: ଶିକ୍ଷା ଓ ନିଯୁକ୍ତି

  • ଇଂରାଜୀ ପରେ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ

    ଇଂରାଜୀ ପରେ ଗଣିତ ପରୀକ୍ଷା ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ

    କେନ୍ଦୁଝର ପୁଣି ଭାଇରାଲ ହେଲା ମଟ୍ରିକ ପ୍ରଶ୍ନପତ୍ର । ଇଂଗ୍ରାଜୀ ପରେ ଏବେ ପୁଣି ଭାଇରାଲ ହୋଇଛି ଗଣିତ ପ୍ରଶ୍ନପତ୍ର । ଆଜି ପିଲାଙ୍କର ଗଣିତ ପରୀକ୍ଷା ଥିବାବେଳେ ପରୀକ୍ଷା ପୁର୍ବରୁ ମୋବାଇଲ ରୁ ମୋବାଇଲକୁ ଘୁରି ବୁଲିଥିଲା ଗଣିତ ପ୍ରଶ୍ନପତ୍ର ।ପ୍ରଶ୍ନ ସହ ଉତର ମଧ୍ୟ ରହିଛି । କେନ୍ଦୁଝରର ବିଭିନ୍ନ ସ୍ଥାନରେ ଏହି ପ୍ରଶ୍ନପତ୍ର ଦେଖିବାକୁ ମିଳିଛି । ଇଂରାଜୀ ପରୀକ୍ଷା ବେଳେ ମଧ୍ୟ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ଆସିଥିଲା । ହେଲେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଲିକକୁ ଖଣ୍ଡନ କରାଯାଇଥି।

    ଏବେ ଏହି ଗଣିତ ପରୀକ୍ଷା ଭାଇରାଲ ପ୍ରଶ୍ନପତ୍ରକୁ ନେଇ କଣ ସ୍ପଷ୍ଟିକରଣ ରଖୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

  • ରାମଚନ୍ଦ୍ରପୁର ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାରାଷ୍ଟ୍ର ଅଧିକାରୀ

    ରାମଚନ୍ଦ୍ରପୁର ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ମହାରାଷ୍ଟ୍ର ଅଧିକାରୀ

    ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲ୍ଲାରେ ମହାରାଷ୍ଟ୍ର ଅଧିକାରୀ। ପଢିବାକୁ ଆସିଛନ୍ତି ବିକାଶାଭିମୁଖୀ କାର୍ଯ୍ୟପ୍ରଣାଳୀ। ଏଠୁ ଶିକ୍ଷାଗ୍ରହଣ କରି ନିଜ ରାଜ୍ୟରେ ସେହି ଜ୍ଞାନ ମାଧ୍ୟମରେ ଆଣିବେ ଉନ୍ନତି। ଆମ ରାଜ୍ୟରେ ଶିକ୍ଷା, ପଞ୍ଚାୟତିରାଜ, କୃଷି, ଜୀବନଧାରଣ ପରି ବିଭିନ୍ନ କ୍ଷେତ୍ରରେ ହୋଇଥିବା ବିକାଶ ଅନ୍ୟ ରାଜ୍ୟ ପାଇଁ ପାଲଟିଛି ଉଦାହରଣ। ତେଣୁ ମହାରାଷ୍ଟ୍ରର ସୋଲାପୁର, ସତ୍ତାରା ଓ ପୁନେ ଜିଲ୍ଲାର ବହୁ ବ୍ଲକ ପ୍ରଶାସନିକ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ ଆସିଛନ୍ତି ଓଡିଶା। ଏହି ଅବସରରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଲକ୍ଷ୍ମୀ ନାରାୟଣ ସରକାରୀ 5Tଉଚ୍ଚ ବିଦ୍ୟାଳୟରେ ପହଁଚି ବିଦ୍ୟାଳୟ ପରିଦର୍ଶନ କରିଥିଲେ।

    ଏହି ଅବସରରେ ବିଦ୍ୟାଳୟର ସ୍ମାର୍ଟ ସ୍କୁଲ ବ୍ୟବସ୍ଥା ଦେଖିବା ସହ ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏଥିରେ ଘସିପୁରା ବ୍ଳକ ଶିକ୍ଷା ଅଧିକାରୀ ତପଧନ ସ୍ୱାଇଁ,ବିଡିଓ ମାନସ ରଞ୍ଜନ ସାମଲ, ସ୍ଥାନୀୟ ସରପଞ୍ଚ ଓ ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ମହାରାଷ୍ଟ୍ର ଅଧିକାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ସନ୍ଦେହମୋଚନ କରିଥିଲେ।

  • ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଏକବିଂଶତମ ବାର୍ଷିକ ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଖପାଖର ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକ,ଅଭିଭାବକ , ଶିକ୍ଷାବିତ୍, ବୁଦ୍ଧିଜୀବୀ ଯୋଗ ଦେଇଥିଲେ । ଏହି ବିଦ୍ୟାଳୟଟି ଦୁଇଟି ଜିଲ୍ଲା ଯାଜପୁର ଓ କେନ୍ଦୁଝରର ମିଳନ ସ୍ଥଳରେ ଗଢି ଉଠି ୨୦୦୮ ମସିହା ରୁ ଲଗାତର ଭାବେ ରାଜ୍ୟସ୍ତରୀୟ ଓ ବ୍ଲକ୍ ସ୍ତରରେ କୃତୀ ଛାତ୍ର ଛାତ୍ରୀ ତିଆରି କରି ଗ୍ରାମାଞ୍ଚଳରେ ଶିକ୍ଷା କ୍ଷେତ୍ରରେ ଅନେକ କଲ୍ୟାଣ କରିଥିବାରୁ ଅତିଥିମାନେ ଭୁୟସୀ ପ୍ରଶଂସା କରିଥିଲେ।

    ଏଥିରେ ଆୟୋଜିତ ସାଧାରଣ ସଭାରେ ଶିକ୍ଷାବିତ୍ ଘନ୍ ଶ୍ୟାମ ଜେନା , ସଭାପତି ଝାଡେଶ୍ୱର୍ , ଜୁନିୟର ମହବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଯୁଗଳ କିଶୋର ହୋତା, ମୁଖ୍ୟ ଅତିଥି, ଝଡେଶ୍ୱର୍ ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ବିଜୟ କୁମାର ସାହୁ, ମୁଖ୍ୟବକ୍ତା, ଅଧ୍ୟାପକ ଡ଼ ନରେନ୍ଦ୍ର କୁମାର ସାହୁ, ପତିତପାବନ ମହାବିଦ୍ୟାଳୟ ର ଅଧ୍ୟାପକ ବିଜୟ କୁମାର ସାହୁ, କୁଶଲେଶ୍ୱର୍ ଆଞ୍ଚ ଲିକ ମହାବିଦ୍ୟାଳୟ ରେକୁଟିଆ, ଅଧ୍ୟାପକ ଡ଼ ଚିତ୍ତରଞ୍ଜନ ନାୟକ, ଜଗନ୍ନାଥ ଜିଉ ମହାବିଦ୍ୟାଳୟ ବାତ୍ତୋ,ଶ୍ରୀ ଶରତ କୁମାର ରାଉତ, ପୂର୍ବତନ ଶିକ୍ଷା ଅଧିକାରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। ପରିଚାଳନା କମିଟି ସଦସ୍ୟ ବାବାଜୀ ଚରଣ ଜେନା ଅତିଥି ପରିଚୟ ଦେଇଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ପୂର୍ଣ୍ଣଚନ୍ଦ୍ର ସାହୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।

    ବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ଅଧ୍ୟାପକ ଅଜୟ କୁମାର ସାହୁ ସମସ୍ତ କାର୍ଯ୍ୟକୁ ସଂଯୋଜନା କରିଥିଲେ। ପୁରସ୍କାର ବିତରଣୀ ପରେ ଜୁନିୟର ନଟିଆ ଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଚିତାକର୍ଶକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହୋଇ ଥିଲା । ଏହାକୁ ସଙ୍ଗୀତ ଗୁରୁ ଦୟାନିଧି ପାତ୍ର ଓ ଗୁରୁଜି ଗୁରୁମାନେ ପରିଚାଳନା କରିଥିଲେ।।

  • ଘସିପୁରା ବ୍ଲକ ଖଲଣା ସ୍ଥିତ ସେଣ୍ଟ ଇଣ୍ଟରନ୍ୟାସନାଲ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ଘସିପୁରା ବ୍ଲକ ଖଲଣା ସ୍ଥିତ ସେଣ୍ଟ ଇଣ୍ଟରନ୍ୟାସନାଲ୍ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

    ()କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ ଖଲଣା ସ୍ଥିତ ସେଣ୍ଟ ଇଣ୍ଟରନେସନାଲ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ବିପିନୀ ବିହାରୀ ମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ସାଇଁକୁଳ ପତିତପାବନ ମହାବିଦ୍ୟାଳୟର ଓଏସ୍‌ଡି ରାଜେନ୍ଦ୍ର କୁମାର ରାଉତ, ସମାଜସେବୀ ଅନନ୍ତ ଚରଣ ସ୍ବାଇଁ, ସମ୍ମାନୀତ ଅତିଥ୍‌ ଭାବେ ହରିହର ବେହେରା, ଶିକ୍ଷାବିତଶ୍ୟାମସୁନ୍ଦର ନାୟକ, ମୁଖ୍ୟବକ୍ତା ଭାବେ ସୁଆଁପଦା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ପିକେ ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ । ଅଧକ୍ଷା ତରୁଲତା ପତି ଏବଂ ସମ୍ପାଦକ ସରୋଜକୁମାର ନାୟକଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଶିକ୍ଷକ ସୁକାନ୍ତ ଦେହୁରୀ, ଉର୍ବଶୀ ବିଶ୍ଵାଳ, ମନୋରମା ସାହୁ, ବିକାଶକୁମାର ଜେନା, ବେଣୁଧର ଜେନା, ” ବିଷ୍ଣୁପ୍ରିୟା ପଟ୍ଟନାୟକ, କାହ୍ନୁଚରଣ ଜେନା ପ୍ରମୁଖ ଉତ୍ସବ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ପରିଶେଷରେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ” ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ଅଭିଭାବକ ଉପସ୍ଥିତ ଥିଲେ।

  • ନୁଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

    ନୁଆ-ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ

    ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ‘ନୁଆ-ଓ’ ଯୁବ ଓଡ଼ିଶା, ନବୀନ ଓଡ଼ିଶାର ପାରମ୍ପାରିକ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଭାସ୍କର ମିଶ୍ର, ଡ ରମେଶ ଚନ୍ଦ୍ର ରାଉଳ ଏବଂ ସରୋଜ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ । +2, +3 ଛାତ୍ରଛାତ୍ରୀ ମାନେ ପାରମ୍ପାରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ ଓ ଓଡ଼ିଆ କବିତା ପାଠ କରିଥିଲେ । ବର୍ତ୍ତମାନ ସମୟରେ, ପାରମ୍ପାରିକ ଓଡ଼ିଆ ଖାଦ୍ୟ ବିଲୁପ୍ତ ହେଉଥିବା ବେଳେ ଚାଇନିଜ ଖାଦ୍ୟର ଚାହିଦା ବୃଦ୍ଧି ପାଉଛି ବୋଲି ବକ୍ତାମାନେ କହିଥିଲେ । ବିଲୁପ୍ତ ହେଉଥିବା ଖାଦ୍ୟକୁ ବଜାୟ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଏହା ଏକ ନୂତନ ପ୍ରୟାସ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଡ ବବିତା ପାତ୍ର, ଜଗନ୍ନାଥ ମହାପାତ୍ର, ଅକ୍ଷୟ ପ୍ରଧାନ, ଡ ଗୋକୁଳାନନ୍ଦ ପାତ୍ର, ଡ ସଂଗୀତା ମିଶ୍ର, ଅନିଲ ପାତ୍ର, ସୋନାଲି ବାରିକ, ରାଧାମାଧବ ମହାପାତ୍ର, ଡ ସୁଦର୍ଶନ ରହିତ ଏବଂ ଭାରତୀ ବାଳା ସାହୁ ପ୍ରମୁଖ ପରିଚାଳନା କରିଥିଲେ।

    https://www.babyboxofficecollections.com/8-punti-dopo-i-quali-crederai-di-nuovo-nell-amore/
  • ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

    ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

    ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମ ଦୀର୍ଘ 15 ଦିନ ଧରି ଚାଲିବାକୁ ଥିବା ବେଳେ ଏଥିରେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସ୍କା ମହିଳା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ ଯୋଗ ଦେଇଥିଲେ ଏବଂ ନିଜର ଅଭିଭାଷଣ ପରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ କାମନା କଲେ। ନୋଡ଼ାଲ ଅଫିସର ଡକ୍ଟର ଶ୍ରୀଯୁକ୍ତ ବିନୋଦ ପାତ୍ର,ଶ୍ରୀଯୁକ୍ତ ଅରୁଣ କୁମାର ଖାଡଙ୍ଗା,ମହାବିଦ୍ୟାଳୟ ର ପ୍ରିନ୍ସପାଲ ଶ୍ରୀମତୀ ଡକ୍ଟର ସ୍ଵସ୍ତିକା ପାଢ଼ୀ ଦ୍ଵୀପ ପ୍ରଜ୍ବଳନ କରିଥିଲେ।ଗ୍ରୀଡକ୍ ଅଧକ ପ୍ରଵିତ୍ର ମୋହନ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଡକ୍ଟର ସୁଜାତା ମହାପାତ୍ର,ଶ୍ରୀଯୁକ୍ତ ଡକ୍ଟର ଗୋକୁଳାନନ୍ଦ ପାତ୍ର,ଅକ୍ଷୟ ପ୍ରଧାନ,ସୁପ୍ରିୟା ଗୁପ୍ତା ଅଧ୍ୟକ୍ଷତା କରିଥିଲେ। ଏବଂ ପରେ ମହାବିଦ୍ୟାଳୟର ସମସ୍ତ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ସହ ମାନ ପତ୍ର ପ୍ରଦାନ କରିଯାଇଥିଲା ।

    ତେବେ ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ସଙ୍ଗୀତ ନୃତ୍ୟ ପରିବେଶଣ କରାଯାଇଥିଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ର ଛାତ୍ରୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।

  • ମା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ

    ମା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ

    କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକର ଜୟଚନ୍ଦ୍ରପୁର ସ୍ଥିତ ମା ତାରିଣୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମନ୍ୱିତ ବିକାଶ ୨୦୨୩ କ୍ରୀଡା ଯୁବସେବା ବିଭାଗ ପକ୍ଷରୁ ସମନ୍ବିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରାଜ୍ୟବ୍ୟାପୀ ନଭେମ୍ବର ୧୫ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ, ସମାଜ ମଙ୍ଗଳକାରୀ କାର୍ଯ୍ୟକ୍ରମ, କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ କରାଯିବ । ଛାତ୍ରଛାତ୍ରୀଙ୍କ ବିକାଶ ସହ ସମାଜ ସେବା କ୍ଷେତ୍ରରେ ସେମାନଙ୍କୁ ବ୍ରତୀ କରିବା ଲକ୍ଷ୍ୟରେଓଡ଼ିଶା ସରକାରଙ୍କ ଦ୍ଵାରା ବାର୍ଷିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ।

    କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମନ୍ତ୍ରୀ ପୁରସ୍କାର ବିତରଣ କରି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

  • ବିଦ୍ୟୁତ ଆଘାତରେ ଦୁଇ ସ୍କୁଲ ଛାତ୍ର ଗୁରୁତର

    ବିଦ୍ୟୁତ ଆଘାତରେ ଦୁଇ ସ୍କୁଲ ଛାତ୍ର ଗୁରୁତର

    ସ୍କୁଲରେ ଅଘଟଣ। ବିଦ୍ୟୁତ୍ ସଂସ୍ପର୍ଷରେ ଆସିବାରୁ ସ୍କୁଲର ଦୁଇ ଛାତ୍ର ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଅଭିଭାବକ। ସୋର ବ୍ଲକ ସବିରା ହାଇସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ସ୍କୁଲରେ ପିଲାମାନେ ଖେଳୁଥିଲେ। ଏହି ଖେଳକୁଦ ଭିତରେ ନବମ ଶ୍ରେଣୀରେ ପଢ଼ୁଥିବା ମାନରଞ୍ଜନ ପାଣିଗ୍ରାହୀ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ରତିକାନ୍ତ ପାଢ଼ୀ ଦୌଡା ଦୌଡି କରୁଥିଲେ। ଖେଳ ଭିତରେ ସ୍କୁଲ ପଡିଆରେ ଥିବା ଷ୍ଟିଲ ପାଇପକୁ ଛୁଇଁବା ଆସିଥିଲେ। ପାଇପ ଧରିବା କ୍ଷଣି ସେମାନଙ୍କୁ କରେଣ୍ଟ ଲାଗିଥିଲା। ଉଭୟ ଛିଟିକି ପଡି ଯାଇଥିଲେ। କାରଣ ପଡିଆ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଖସି ଆସି ଉକ୍ତ ଷ୍ଟିଲ ପାଇପରେ ଲାଗିଯାଇଥିଲା। ଏହି ଘଟଣା ପରେ ତୁରନ୍ତ ଉଭୟ ଗୁରୁତର ଛାତ୍ରଙ୍କୁ ସ୍କୁଲ ଶିକ୍ଷକ ଓ ଅଭିଭାବକ ମାନେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ତେବେ ସ୍କୁଲ ପରିସର ଦେଇ ଯାଇଥିବା ବିଦ୍ୟୁତ୍ ତାର ତଳକୁ ଆସିଥିବା ବେଳେ ସେଥିପ୍ରତି ଧ୍ୟାନ ଦିଆ ନ ଯିବାକୁ ନେଇ ଅଭିଭାବକମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟୁତ୍ ବିଭାଗ ନା ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏପରି ଘଟିଛି ବୋଲି ପ୍ରଶ୍ନ ହେଉଛି।

  • ପାଣିଆ ଡାଲି, ପୋକ ସୋୟାବିନରେ ସ୍କୁଲରେ ଚାଲିଛି ମଧ୍ୟାହ୍ନ ଭୋଜନ

    ପାଣିଆ ଡାଲି, ପୋକ ସୋୟାବିନରେ ସ୍କୁଲରେ ଚାଲିଛି ମଧ୍ୟାହ୍ନ ଭୋଜନ

    ପିଲାଙ୍କ ପୁଷ୍ଟି ସାଧନ ପାଇଁ ସରକାର ଯୋଗାଉଛନ୍ତି ମଧ୍ୟାହ୍ନ ଭୋଜନ। ଅସାଧୁ ଏସଏଚଜି ମହିଳା ପିଲାଙ୍କ ଜୀବନ ସହ ଖେଳୁଛନ୍ତି ଖେଳ। ମଧ୍ୟାହ୍ନ ଭୋଜନ ଟଙ୍କା ହରିଲୁଟ କରି ପିଲାଙ୍କୁ ଯୋଗାଉଛନ୍ତି ପୋକଲଗା ଖାଦ୍ୟ ବୋଲି ହେଉଛି ଅଭିଯୋଗ। ରାଜ୍ୟ ସରକାର ପିଲାଙ୍କ ପୁଷ୍ଟିହୀନତା ଦୂର କରିବା ସହ ପିଲାଙ୍କୁ ସରକାରୀବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ସରକାରୀ ତହବିଲରୁ ଯାଉଛି କୋଟି କୋଟି ଟଙ୍କା। କିନ୍ତୁ ଉପଯୁକ୍ତ ତଦାରଖ ଅଭାବରୁ ଏହାର ଫାଇଦା ଉଠାଉଛନ୍ତି ଦାୟିତ୍ବରେ ଥିବା ଲୋକେ। ସ୍କୁଲକୁ ନିମ୍ନମାନର ଖାଦ୍ୟ ସାମଗ୍ରୀ କରୁଛନ୍ତି ଯୋଗାଣ। ଏଇ ଯେମିତି ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଡୁଙ୍ଗୁରିପାଲି ପଂଚାୟତ ଟେଣ୍ଡିପାଲି ଗ୍ରାମ ସରକାରୀ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନରେ ଦେଖିବାକୁ ମିଳିଛି। ସ୍କୁଲରେ ମଙ୍ଗଳବାର ପିଲାଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ମଧ୍ୟାହ୍ନ ଭୋଜନ ସୋୟାବଡି ତରକାରୀରେ ପୋକ ସାଲୁବାଲୁ ହେଉଥିବା ଦେଖି ପିଲା କରିଥିଲେ ଅଭିଯୋଗ। ଆମ ପ୍ରତିନିଧି ବିଦ୍ୟାଳୟକୁ ଯାଇ ଖବର ସଂଗ୍ରହ କରିବା ବେଳେ ମଧ୍ୟାହ୍ନ ଭୋଜନ ଅତି ନିମ୍ନ ମାନର ଦିଆଯାଉଥିବା ତଥା ସୋୟାବଡିରେ ପୋକ, ପାଣିଆ ଡାଲି ତଥା ପଚାଅଣ୍ଡା ଦିଆଯାଉଥିବା ଅଭିଯୋଗ କରିଥିଲେ |

    ଏହି ସ୍କୁଲର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିରେ ନିୟୋଜିତ ଜୟ ବଜରଙ୍ଗବଳି ଏସଏଚଜି ଗ୍ରୁପ ପିଲାଙ୍କୁ ଜାଣି ଶୁଣି ନିମ୍ନ ମାନର ଖାଦ୍ୟ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଖବର ଜଣାପଡିବା ପରେ ମଙ୍ଗଳବାର ପ୍ରଧାନ ଶିକ୍ଷକ ସ୍କୁଲରେ ନ ଥିବା କହିଥିବା ବେଳେ ଏସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ଜଣାଇଥିବା କହିଛନ୍ତି। ବ୍ଲକ ଶିକ୍ଷା ଅଧିକାରୀ ଜଣେ ଅତିରିକ୍ତ ଶିକ୍ଷା ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିବା କହିଛନ୍ତି।

    ଏପରି ଖାଦ୍ୟ ପିଲାଙ୍କ ପୁଷ୍ଟି ସାଧନରେ ସହାୟକ ହେବ କି ନାହିଁ ତାହା ତ ଜଣାନାହିଁ, ହେଲେ ସେମାନଙ୍କ ସ୍ବାସ୍ଥ ହାନୀର କାରଣ ହେବ ବୋଲି ଅଭିଯୋଗ ହେଉଛି। ତେବେ ସରକାର ମଧ୍ୟାହ୍ନ ଭୋଜନରେ ସ୍ବଚ୍ଛତା ଆଣିବାକୁ ତଥା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ ଏସଏଚଜି ମହିଳାଙ୍କୁ ଏଥିରେ ସାମିଲ କରିଛନ୍ତି। ରୋଷେଇ ପାଇଁ ଗ୍ୟାସ ମଧ୍ୟ ଯୋଗା ଯାଉଛି। କିନ୍ତୁ ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା ଗ୍ରୁପ ଗ୍ୟାସ ବଦଳରେ କାଠ ବ୍ୟବହାର କରୁଛନ୍ତି। ଫଳରେ ସ୍କୁଲର କାନ୍ଥ ବାଡ ସବୁ କଳା ହୋଇଗଲାଣି। ଗ୍ରୁପ ମହିଳା ଆଇନର କରୁ ନାହାନ୍ତି ପାଳନ ବୋଲି ଅଭିଯୋଗ ହେଉଛି।

  • ଚାନ୍ଦବାଲିରେ ତିନି ଦିନିଆ ବ୍ଳକସ୍ତରୀୟ ୟୁ-ଡାଇସ ପ୍ରଶିକ୍ଷଣ ଶିବିର

    ଚାନ୍ଦବାଲିରେ ତିନି ଦିନିଆ ବ୍ଳକସ୍ତରୀୟ ୟୁ-ଡାଇସ ପ୍ରଶିକ୍ଷଣ ଶିବିର

    ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ନେଇ ଆରମ୍ଭ ହୋଇଛି ତିନି ଦିନିଆ ଜିଲ୍ଲା ଏକୀକୃତ ଶିକ୍ଷା ସୂଚନା ବ୍ୟବସ୍ଥା ବା ୟୁ-ଡାଇସ ପ୍ରଶିକ୍ଷଣ ଶିବିର । ସାଏନ୍ତାର ସାରଳା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଉକ୍ତ ଶିବିରକୁ ବ୍ଲକ ଶିକ୍ଷାଧିକାରୀ ଶୁଭେନ୍ଦୁ କୁମାର ମହାରାଜ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶିକ୍ଷା ବର୍ଷ ୨୦୨୩/୨୪ ପାଇଁ ଅନଲାଇନ ମାଧ୍ୟମରେ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବସ୍ଥିତି ଆଦି ବିଷୟରେ କେମିତି ତଥ୍ୟ ପ୍ରଦାନ କରାଯିବ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଛି । ତିନି ଦିନ ଧରି ଚାଲୁଥିବା ଉକ୍ତ ପ୍ରଶିକ୍ଷଣ ଶିବିରରେ ଚାନ୍ଦବାଲି ବ୍ଲକର ୩୩୮ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେବେ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ ।

    ଶିବିରରେ ୟୁ ଡାଇସର ବ୍ୟବହାର ଓ ଆବଶ୍ୟକତା ତଥା କାର୍ଯ୍ୟକାରିତାକୁ ନେଇ ସମସ୍ତ ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ତାଲିମ ଦିଆଯାଇଛି। ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାର ଲକ୍ଷ୍ୟ ହେଉଛି କି, ଏହି ପ୍ଲାଟଫର୍ମ ଜରିଆରେ ସମସ୍ତ ସରକାର ଓ ବେସରକାରୀ ବିଦ୍ୟାଳୟର ପ୍ରି ପ୍ରାଇମେରୀରୁ ଦ୍ବାଦଶ ପର୍ଯ୍ୟନ୍ତ ଶ୍ରେଣୀର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସମ୍ବନ୍ଧରେ ସଠିକ ତଥ୍ୟ ହାସଲ କରିବା।