
ସ୍କୁଲରେ ଅଘଟଣ। ବିଦ୍ୟୁତ୍ ସଂସ୍ପର୍ଷରେ ଆସିବାରୁ ସ୍କୁଲର ଦୁଇ ଛାତ୍ର ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ପରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଅଭିଭାବକ। ସୋର ବ୍ଲକ ସବିରା ହାଇସ୍କୁଲରେ ଏପରି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟାହ୍ନ ଭୋଜନ ଛୁଟି ସମୟରେ ସ୍କୁଲରେ ପିଲାମାନେ ଖେଳୁଥିଲେ। ଏହି ଖେଳକୁଦ ଭିତରେ ନବମ ଶ୍ରେଣୀରେ ପଢ଼ୁଥିବା ମାନରଞ୍ଜନ ପାଣିଗ୍ରାହୀ ଓ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ରତିକାନ୍ତ ପାଢ଼ୀ ଦୌଡା ଦୌଡି କରୁଥିଲେ। ଖେଳ ଭିତରେ ସ୍କୁଲ ପଡିଆରେ ଥିବା ଷ୍ଟିଲ ପାଇପକୁ ଛୁଇଁବା ଆସିଥିଲେ। ପାଇପ ଧରିବା କ୍ଷଣି ସେମାନଙ୍କୁ କରେଣ୍ଟ ଲାଗିଥିଲା। ଉଭୟ ଛିଟିକି ପଡି ଯାଇଥିଲେ। କାରଣ ପଡିଆ ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଖସି ଆସି ଉକ୍ତ ଷ୍ଟିଲ ପାଇପରେ ଲାଗିଯାଇଥିଲା। ଏହି ଘଟଣା ପରେ ତୁରନ୍ତ ଉଭୟ ଗୁରୁତର ଛାତ୍ରଙ୍କୁ ସ୍କୁଲ ଶିକ୍ଷକ ଓ ଅଭିଭାବକ ମାନେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଉଭୟଙ୍କ ଅବସ୍ଥା ଭଲ ଥିବା ଜଣାପଡ଼ିଛି। ତେବେ ସ୍କୁଲ ପରିସର ଦେଇ ଯାଇଥିବା ବିଦ୍ୟୁତ୍ ତାର ତଳକୁ ଆସିଥିବା ବେଳେ ସେଥିପ୍ରତି ଧ୍ୟାନ ଦିଆ ନ ଯିବାକୁ ନେଇ ଅଭିଭାବକମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟୁତ୍ ବିଭାଗ ନା ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏପରି ଘଟିଛି ବୋଲି ପ୍ରଶ୍ନ ହେଉଛି।
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me? https://www.binance.com/futures/ref?code=GGYHGRE