
ଚଳିତ ନିର୍ବାଚନରେ ଯୁବ ଓ ଛାତ୍ରବର୍ଗଙ୍କ ଉପରେ ବିଜେଡିର ନଜର । ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଛାତ୍ରଛାତ୍ରୀଙ୍କୁ ନେଇ ବିଜେଡିକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଛି ‘ମୁଁ ବି ହେବି ନବୀନ ଓଡିଶାର ସାରଥି’ କାର୍ଯ୍ୟକ୍ରମ । ଏହି କ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ ହେଉଛି କାର୍ଯ୍ୟକ୍ରମ । ସେହିପରି ଗଞ୍ଜାମରେ ଆୟୋଜିତ ହୋଇଛି ‘ମୁଁ ବି ହେବି ନବୀନ ଓଡିଶାର ସାରଥି’ କାର୍ଯ୍ୟକ୍ରମ । ଛାତ୍ରଛାତ୍ରୀ ତଥା ଯୁବପିଢିଙ୍କୁ ଦଳ ଆଡକୁ ଆକୃଷ୍ଟ କରିବାକୁ ଦଳର ହେଭିୱେଟ ନେତାଙ୍କୁ ଦେଖିବାକୁ ମିଳିଥିଲା ଏଠାରେ । ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ରାଜ୍ୟ ବିଜେଡ଼ି ଯୁବ ବ୍ୟାପାର ଦାୟିତ୍ୱରେ ଥିବା ବିଧାୟକ ପ୍ରଣବ ବଳବନ୍ତ ରାୟ, ରାଜ୍ୟ ବିଜେଡି ଯୁବ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଯୁବବର୍ଗଙ୍କୁ ରାଜ୍ୟସରକାରଙ୍କ ବିଭିନ୍ନ ଜିନହିତକର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ନବୀନ ସରକାର ରାଜ୍ୟରେ କିପରି ଦୁର୍ନୀତିର ମୂଳୋତ୍ପାଟନ ଦିଗରେ କଠୋର ପଦକ୍ଷେପ ନେଇଛନ୍ତି ତଥା ‘ଶୂନ୍ୟ ସହିଷ୍ଣୁତା’ ଅବଲମ୍ବନ କରିଛନ୍ତି ତାହା ବର୍ଣ୍ଣନା କରି ଯୁବପିଢିଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି ନେତାଗଣ। କାର୍ଯ୍ୟକ୍ରମ ମାଧ୍ୟମରେ ନୂତନ ଭୋଟର ମାନଙ୍କୁ ସାମିଲ କରି ଜନସାଧାରଣଙ୍କ କଲ୍ୟାଣ, ସେବା ତଥା ନବୀନ ଓଡ଼ିଶା ଏବଂ ଏକ ବିକଶିତ ଓଡ଼ିଶା ଗଠନରେ ଅଂଶୀଦାର ହେବା ପାଇଁ ଯୁବପିଢି ଓ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦିଆଯାଇଛି। ଏଥିପାଇଁ ଭବ୍ୟ ସ୍ବାଗତ ସଭାର ମଧ୍ୟ ଆୟୋଜନ କରାଯାଇଛି । ଏଥିରେ ହଜାର ହଜାର ସଂଖ୍ଯାରେ ନୂଆ ଭୋଟର ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
Can you be more specific about the content of your article? After reading it, I still have some doubts. Hope you can help me.
Your point of view caught my eye and was very interesting. Thanks. I have a question for you.
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?
I don’t think the title of your article matches the content lol. Just kidding, mainly because I had some doubts after reading the article.