Category: ଜିଲ୍ଲା

  • ବାସୁଦେବପୁର ମନ୍ଦାରୀ ପୋଲ ନିକଟରେ ଆଇରନ ଟ୍ରଲରକୁ ପିଟିଲା ଚିପ୍ସ୍ ବୋଝେଇ ହାଇଓ୍ବା, ୧ ମୃତ

    ବାସୁଦେବପୁର ମନ୍ଦାରୀ ପୋଲ ନିକଟରେ ଆଇରନ ଟ୍ରଲରକୁ ପିଟିଲା ଚିପ୍ସ୍ ବୋଝେଇ ହାଇଓ୍ବା, ୧ ମୃତ

    ହେମନ୍ତ ମହାରଣା

    ବାସୁଦେବପୁର: ସୂଚନା ଅନୁଯାୟୀ, ରାତ୍ର ୨:୩୦ ସମୟରେ OD09AA6667 ଓ OD09AA7667 ନମ୍ବରର ଦୁଇଟି ଆଇରନ ଟ୍ରଲର ରାସ୍ତା ପାର୍ଶ୍ବରେ ଛିଡ଼ା କରାଇ ପଙ୍କଚର ଟାୟାର ସଜାଡୁଥିବା ସମୟରେ ପଛ ପଟରୁ ଅନ୍ୟ ଏକ ଚିପ୍ସ୍ ବୋଝେଇ ହାଇଓ୍ବା ଯାହାର ଗାଡି ନମ୍ବର OD04Q8366 ଧକ୍କା ଦେବା କାରଣରୁ ଘଟଣା ସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଡ୍ରାଇଭର ନିକଟସ୍ଥ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

    ଖବର ପାଇ ଘଟଣାସ୍ଥଳରେ ଚୂଡ଼ାମଣି ମେରାଇନ ପୋଲିସ ପହଞ୍ଚିବା ପରେ ଗାଡ଼ି ଭିତରେ ଫସି ରହିଥିବା ହାଇଓ୍ବା ଡ୍ରାଇଭରକୁ ଦମକଳ ବାହିନୀ ସହାୟତାରେ ଉଧାର କରି ବାସୁଦେବପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

  • ବେଲପଡା ଆସ୍ଥା ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ବେଲପଡା ଆସ୍ଥା ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

    ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବେଲପଡା ବ୍ଲକରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସଂସଦ ତଥା ବର୍ତ୍ତମାନର ହାଉସିଙ୍ଗ ବୋଡ଼ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ, ସମ୍ମାନୀତ ଅତିଥି ରୂପେ ଡଃ ସୁନନ୍ଦା ଜ୍ୟୋତି, ଟ୍ରଷ୍ଟି ଆନନ୍ଦ କୁମାର ଜୈନ,ସମାଜ ସେବି ସଙ୍କର କୁମାର ଜୈନ , ଆସ୍ଥା ସ୍କୁଲର ଚେୟାର ମ୍ୟାନ ଅନନ୍ତ କୁମାର ଜୈନ, ମୁଖ୍ୟବକ୍ତା ବନମାଳୀ ଖମାରୀ ପ୍ରମୁଖ ଉପସ୍ଥିତ ଥିଲେ ।

    ବାର୍ଷିକ ଉତ୍ସବରେ ପ୍ରିନସିପାଳ ବି.ସରକାରଙ୍କ ସଭାପତିତ୍ଵରେ ଓ ବିଶେଶ୍ଵର ମେହେରଙ୍କର ମଞ୍ଚ ପରିଚାଳନାରେ ଅନୁଷ୍ଠିତ ହୋଇ ଯାଇଛି। ସଭାରେ ସମାଜ ସେବି ଶଙ୍କର ଜୈନ ତାଙ୍କ ବକ୍ତବ୍ୟରେ ଏହି ସ୍କୁଲର ଅଗ୍ରଗତି ପାଇଁ ପୂର୍ବତନ ସାଂସଦ ତଥା ସ୍କୁଲ ଆରମ୍ଭ ହୋଇଥିବା ସମୟର ବିଧାୟକ ଥିବା ଶ୍ରୀ ସିଂଦେଓଙ୍କ ସ୍କୁଲ ପ୍ରତି ଅବଦାନର ପ୍ରତିଫଳନ ବୋଲି ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଆଗକୁ ମଧ୍ୟ ସ୍କୁଲ ପ୍ରତି ତାଙ୍କର ସହଯୋଗ କାମନା କରିଥିଲେ।

    ଅନେକ ସଂଖ୍ୟାରେ ଅଭିଭାବକ ଓ ଅଭିଭାବିକା ମାନଙ୍କ ସାମ୍ନାରେ ନୃତ୍ୟ ଗୀତ ମାଧ୍ୟମରେ ଛାତ୍ର ଛାତ୍ରୀ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶ୍ରୀ ସିଂଦେଓ ବିଜେତା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ଟ୍ରଫି ଦେଇ ଉତ୍ସାହିତ କରିଥିଲେ।

    ପାଟଣାଗଡ଼ରୁ ଭ୍ରମର ସାହୁଙ୍କ ରିପୋଟ ସୂଚନା ଟିଭି

  • ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ ତମ ଆବିର୍ଭାବ ଉତ୍ସବ

    ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ ତମ ଆବିର୍ଭାବ ଉତ୍ସବ

    ତିର୍ତ୍ତୋଲ ଥାନା ଅଧୀନ ମଣିଜଙ୍ଗା ଠାରେ ଥିବା ରାହାମା ସତସଙ୍ଗ ବିହାରର ବାର୍ଷିକ ଉତ୍ସବ ସହିତ ଶ୍ରୀଶ୍ରୀଠାକୁର ଅନୁକୂଳ ଚନ୍ଦ୍ରଙ୍କ ର୧୩୬ ତମ ଆବିର୍ଭାବ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ସରା ଦିବସ ବ୍ୟାପି ବିବିଧ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରତ୍ୟୁଷରୁ ବେଦ ମାଙ୍ଗଳିକ ନାହବତ ଉଷାକୀର୍ତନ,ପ୍ରାର୍ଥନା,ଗ୍ରନ୍ଥ ପାଠ, ପ୍ରଣାମି, ସ୍ୱସ୍ତି ପତାକା ଉତ୍ତୋଳନ, ଉତ୍ସବ ଉଦବୋଧନ, ସଂଗୀତାଞ୍ଜଳି,ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଶ୍ରୀଶ୍ରୀଠାକୁରଙ୍କ ନଗର ପରିକ୍ରମା, ଯୁବସତସଙ୍ଗ, ମଧ୍ୟାନ୍ନରେ ପ୍ରସାଦ ସେବନ ମାତୃସମିଳନୀ,ସନ୍ଧ୍ୟା ପ୍ରାର୍ଥନା, ସତସଙ୍ଗ ଧର୍ମସଭା, ସାଂସୃତିକ କାର୍ଯ୍ୟକ୍ରମ ପରିବେଷଣ, ପ୍ରସାଦ ସେବନ ପ୍ରଭୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ କାଳରେ ଯୁବ ଡାକ୍ତର ଆଶିଷ କୁମାର ମହାନ୍ତି,ଶକ୍ତି ସ୍ବର ସାହୁ,ସୁଶ୍ରୀଦୀପ ମହାନ୍ତିଙ୍କ ଦ୍ଵାରା ନିଶୁଳ୍କ ରୋଗୀସେବା କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ସହସ୍ରାଧିକ ସତସଙ୍ଗ ଅନୁରାଗି ଶ୍ରଦ୍ଧାଳୁ ଯୋଗଦେଇଥିବାବେଳେ ସ .ପ୍ର.ଋ.ସର୍ବ ଶ୍ରୀ ଡମ୍ବରୁଧର ଦାସ,ସୁରେନ୍ଦ୍ର ନାଥ ଷଡଙ୍ଗୀ, ଦୀପକ ରାଜଗୁରୁ, ସତ୍ୟବାନ ତ୍ରିପାଠୀ, ନିରୋଦ ଆଚାର୍ଯ୍ୟ, ଆର୍ତ୍ତତ୍ରାଣ ମୁଦୁଲି ପ୍ରମୁଖ ଯୋଗଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ, ଜିଲ୍ଲାପାରିସଦ ସଭ୍ୟ ଓ ବିଜେପି ନେତା ସମ୍ପଦ ସ୍ୱାଇଁ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

  • ବାଂଜିପାଲୀ ହାଇସ୍କୁଲର ୨୫ତମ ରଜତ ଜୟନ୍ତୀ ଉତ୍ସବ ପାଳିତ

    ବାଂଜିପାଲୀ ହାଇସ୍କୁଲର ୨୫ତମ ରଜତ ଜୟନ୍ତୀ ଉତ୍ସବ ପାଳିତ

    ବରଗଡ ଜିଲ୍ଲା ଅମ୍ବାଭୋନା ବ୍ଲକର ବାଂଜିପାଲୀ ମହାନଦୀ ହାଇସ୍କୁଲର ୨୫ ତମ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହେଉଛି। ମହାନଦୀ ତଟରେ ବାଂଜିପାଲୀ ଗ୍ରାମପଞ୍ଚାୟତରେ ଥିବା ଏହି ସ୍କୁଲ ସ୍ଥାନୀୟ ଅଞ୍ଚଳରେ ଉତ୍ତମ ଶିକ୍ଷା ତଥା ମେଧାବୀ ଛାତ୍ର ଗଢିବାରେ କୃତିତ୍ବ ଅର୍ଜନ କରିଛି। ଆୟୋଜିତ ଏହି ରଜତ ଜୟନ୍ତୀ ସମାରୋହରେ ମୁଖ୍ଯ ଅତିଥି ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଭାଇସ-ଚାନ୍ସଲର୍ ବିଧୁଭୁଷଣ ମିଶ୍ର, ସ୍ବତନ୍ତ୍ର ଅତିଥି ଭାବେ ପୂର୍ବତନ ମନ୍ତୀ ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ଯ ଯୋଗଦାନ କରିଥିଲେ। ମୁଖ୍ଯ ବକ୍ତା ଭାବରେ ମହାତ୍ମାଗାନ୍ଧୀ ଡିଗ୍ରୀ କଲେଜ ଭୁକ୍ତ ର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଦାଶ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମହତ୍ବ ବୁଝାଇବା ସହ ଉଭୟ ପୁସ୍ତକଗତ ଶିକ୍ଷା ସହ ଅନ୍ୟାନ୍ୟ ଆକ୍ଟିଭିଟିରେ ସାମିଲ ହେବାକୁ ପ୍ରୋତ୍ସାହିତ କରିଥିଲେ।

    ଏଥିସହିତ ବରଗଡ DEO , ଅମ୍ବାଭୋନା ବ୍ଲକ ଅଧ୍ୟକ୍ଷ, ଅମ୍ବାଭୋନା ବ୍ଲକ ABEO, ଜିଲ୍ଲା ପରିଷଦ ସଭ୍ଯା ଗଣ , ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ । ସ୍କୁଲରେ ଅଧ୍ୟୟନ କରିଥିବା ସମସ୍ତ ବ୍ୟାଚର ପୁରାତନ ଛାତ୍ର ଛାତ୍ରୀଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ମଧ୍ୟ ଏହି ଅବସରରେ ଅନୁଷ୍ଠିତ ହୋଇଥିବାରୁ ସମସ୍ତଙ୍କୁ ଆନ୍ଦୋଳିତ କରିଥିଲା । ଏହି ଅବସରରେ ସ୍କୁଲ ପାଇଁ ଅଦମ୍ଯ ପ୍ରଚେଷ୍ଟା କରିଥିବା ବ୍ୟକ୍ତିବିଶେଷଙ୍କୁ ମଞ୍ଚରେ ସମ୍ମାନିତ କରାଯିବା ସହ ପୁରସ୍କୃତ ମଧ୍ଯ କରାଯାଇଥିଲା । ମଂଚ ପରିଚାଲନା ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ ସ୍କୁଲର ସହକାରୀ ଶିକ୍ଷକ କ୍ଷିତେଶ୍ବର ମିଶ୍ର । ଏହି ଅବସରରେ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ କରାଯାଇଥିଲା ।

  • ମନ୍ତ୍ରୀ ବେଦପ୍ରକାଶଙ୍କ ଜନ୍ମଦିନ ଅଲଗା ପାଳନ କଲେ ପୁଅ-ଝିଅ, ଟିକେଟ ପାଇଁ ୨ ଫାଳ ମନ୍ତ୍ରୀଙ୍କ ପରିବାର!

    ମନ୍ତ୍ରୀ ବେଦପ୍ରକାଶଙ୍କ ଜନ୍ମଦିନ ଅଲଗା ପାଳନ କଲେ ପୁଅ-ଝିଅ, ଟିକେଟ ପାଇଁ ୨ ଫାଳ ମନ୍ତ୍ରୀଙ୍କ ପରିବାର!

    କେନ୍ଦ୍ରାପଡ଼ା ଓ ପାଟକୁରାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରିବାରରେ ରାଜନୈତିକ ଫାଟ ଦେଖିବାକୁ ମିଳିଛି । ବେଦପ୍ରକାଶଙ୍କ ଜୟନ୍ତୀକୁ ଅଲଗା ଅଲଗା ପାଳନ କରିଛନ୍ତି ତାଙ୍କ ପୁଅ ସଞ୍ଜୟ ଓ ଝିଅ ମଧୁମତି । ବେଦଙ୍କ ଏକାନ୍ତ ଅନୁଗତ ତଥା କେନ୍ଦ୍ରାପଡ଼ା ଯୁବ ବିଜେଡି ସଭାପତି ରାଜେଶ ଦାସ ଓ ବେଦପ୍ରକାଶଙ୍କ ଝିଅ ମଧୁମତି ଅଗ୍ରୱାଲ ମିଳିତ ଭାବେ “ବେଦ ପ୍ରକାଶ ଅଗ୍ରୱାଲ ସ୍ମୁତି ପରିଷଦ” କରି, ବେଦଙ୍କ ଜନ୍ମ ଜୟନ୍ତୀ ଦିନ କେନ୍ଦ୍ରାପଡ଼ା ସଂକୃତି ଭବନ ଠାରେ ଏକ ସ୍ମୁତି ସଭା ଆୟୋଜନ କରିଥିଲେ । ଯେଉଁଥିରେ କଟକ ମେୟର ସୁବାସ ସିଂଙ୍କ ସମେତ ଅନେକ ଉଚ୍ଚ ପଦବୀରେ ରହିଥିବା ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ସେହିଭଳି ବେଦପ୍ରକାଶଙ୍କ ପୁଅ ସଞ୍ଜୟ ଅଗ୍ରୱାଲ ନିଜ ଗୋଷ୍ଟି ସହ ଚାନ୍ଦୋଳ ଠାରେ ରକ୍ତ ଦାନ ଶିବିର ଆୟୋଜିନ କରିଥିଲେ । ଏପରି ଭାବେ ଭାଇ-ଭଉଣୀ ଅଲଗା ଅଲଗା ବାପାଙ୍କ ଜନ୍ମ ଦିନ ପାଲିଥିଲେ । ତେଣୁ ଏବେ ଲୋକେ କହିବା ଆରମ୍ଭ କଲେଣି ।

    ସେପଟେ ପାଟକୁରାର ରାଜନୈତିକ ସ୍ଥିତି ଦେଖିଲେ ଉଭୟ ମଧୁମତି ଓ ସଂଜୟ ଅଗ୍ରୱାଲ ପାଟକୁରା ବିଜେଡି ବିଧାୟକ ଟିକେଟ ପାଇଁ ଆଶାୟୀ । ସଂଜୟ ଏବେ ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଥିବା ବେଳେ ମଧୁମତି ମଧ୍ୟ ବିଜେଡି ଦଳର ବିଭିନ୍ନ ପଦବୀରେ ପୂର୍ବରୁ ରହିଆସିଛନ୍ତି । ହେଲେ ଭାଇ ଭଉଣୀଙ୍କୁ କୌଣସି କାର୍ଯ୍ୟକ୍ରମର ଏକତ୍ର ଦେଖିବାକୁ ମିଳୁନାହିଁ । ଦଳୀୟ କାର୍ଯ୍ୟକ୍ରମ କଥା ଛାଡ଼ନ୍ତୁ, କୌଣସି ପାରିବାରିକ କିମ୍ବା ନିର୍ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦୁହିଙ୍କୁ ଅଲଗା ଅଲଗା ଦେଖିବାକୁ ମିଳେ । ଏଭଳି କି ବେଦପ୍ରକାଶ ଅଗ୍ରୱାଲଙ୍କ ୮୮ ତମ ଜନ୍ମ ଜୟନ୍ତୀରେ ମଧ୍ୟ ଦୁହେଁ ଅଲଗା ଅଲଗା ପାଳିବା ଘଟଣା ସବୁଆଡେ ଚର୍ଚ୍ଚା ସାଉଁଟିଛି ।

    ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ୨ଟି କାର୍ଯ୍ୟକ୍ରମରେ ସଂଜୟ ଅଗ୍ରୱାଲଙ୍କ ସମର୍ଥନରେ ଡେରାବିଶ ବ୍ଲକ ଉପାଧ୍ୟକ୍ଷ ହୋଇଥିବା ଦେବାଶିଷ ଆଚାର୍ଯ୍ୟ, ଉଭୟ ସଞ୍ଜୟ ଓ ମଧୁମତିଙ୍କ କାର୍ଯକ୍ରମରେ ଉପସ୍ଥିତ ଥିଲେ । ଦେବାଶିଷଙ୍କ ଅନେକ ସମର୍ଥକ ମଧ୍ୟ ଦୁଇଟି କାର୍ଯ୍ୟକ୍ରମରେ ଯୋଗ ଦେଇ ନିରପେକ୍ଷତା ଅବଲମ୍ବନ କରିଥଲେ । ହେଲେ ବେଦଙ୍କ ସ୍ତ୍ରୀ ତଥା ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଉଭୟ କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ । ଏବେ ରାଜନୈତିକ ପରିବାରର ଏହି ରାଜନୈତିକ ଦ୍ୱନ୍ଦ ପରେ ଏହା ଅଗ୍ରୱାଲ ପରିବାରର ରାଜନୈତିକ ଫାଟ ନା ବ୍ୟକ୍ତିଗତ ଫାଟ ତାହା କହିବା ମୁସ୍କିଲ । ଅନ୍ୟପଟେ ଟିକେଟ ଆଶାୟୀ ଭାଇ-ଭଉଣୀଙ୍କ ଭିତରେ ଏହା ଶୀତଳ ଯୁଦ୍ଧ ବୋଲି ବୁଦ୍ଧିଯିବି ମାନେ ମତ ଦେଇଛନ୍ତି । ହେଲେ ବେଦଙ୍କ ପରିବାରରେ ରାଜନୈତିକ ଉତ୍ତରାଧିକାରୀ କିଏ ତାହା ଆଗାମୀ ସମୟ ସ୍ପଷ୍ଟ କରିବ ।

  • ଅବକାରୀ କର୍ମଚାରୀଙ୍କ ଉପରେ ଅଞ୍ଚଳବାସୀଙ୍କ ଆକ୍ରମଣ

    ଅବକାରୀ କର୍ମଚାରୀଙ୍କ ଉପରେ ଅଞ୍ଚଳବାସୀଙ୍କ ଆକ୍ରମଣ

    ବାଲେଶ୍ବର ଜିଲ୍ଲା ଖଇରା ଅବକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ। ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ମହୁଲି ବ୍ୟବସାୟୀଙ୍କୁ ଛଡାଇ ନେଲେ ଅଂଚଳବାସୀ। ଗତକାଲି କୁପାରୀ ଫରେଷ୍ଟ ଚେକ ଗେଟ ନିକଟରେ ଜଣେ ବ୍ୟକ୍ତି ବେଆଇନ ମହୁଲି ବିକ୍ରି କରୁଥିବା ଖବର ପାଇଥିଲା କଟକ ଫ୍ଳାଇଂ ସ୍କ୍ବାଡ। ଏହା ପରେ ଫ୍ଲାଇଂ ସ୍କ୍ବାଡ, ସୋର ଓ ଖଇରା ଅବକାରୀ ବିଭାଗ ମିଳିତ ଚଢାଉ କରିଥିଲା। ଚଢାଉ ବେଳେ ମିଳିତ ଟିମ୍ ମଦ ଓ ମହୁଲି ଜବତ କରିବା ସହ ୨ଜଣଙ୍କୁ କାବୁ କରିଥିଲେ । ଏହି ସମୟରେ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ମାଡି ଆସିଥିଲେ ଚଢାଉ ସ୍ଥାନକୁ। ଅବକାରୀ ଗାଡିକୁ ଅଟକାଇ ଆକ୍ରମଣ କରିଥିଲେ କର୍ମଚାରୀଙ୍କ ଉପରେ। ଲୋକଙ୍କ ଏପରି ଅତର୍କିତ ଆକ୍ରମଣ ନେଇ ବିଭାଗ ପୂର୍ବରୁ ଅବଗତ ନ ଥିବାରୁ ଆକ୍ରମଣ ପ୍ରତିହତରେ ବିଫଳ ହୋଇଥିଲା। ଲୋକେ ସମସ୍ତ ଜବତ ସାମଗ୍ରୀ ଓ ଅଭିଯୁକ୍ତଙ୍କୁ ମୁକୁଳାଇ ସେଠାରୁ ଛୁ ମାରିବାରେ ସମର୍ଥ ହୋଇଥିଲେ। ଏ ନେଇ ଖଇରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବାରମ୍ବାର ଅବକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବାରୁ ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଅଂଚଳର ବୁଦ୍ଧିଜୀବୀ ଦାବି କରୁଛନ୍ତି

  • ମା’ଙ୍କୁ ମାଡ ଘଟଣା: ବ୍ଲକ ପ୍ରଶାସନ ଗ୍ରାମରେ ବୁଝିଲା ବୃଦ୍ଧାଙ୍କ ଭଲମନ୍ଦ

    ମା’ଙ୍କୁ ମାଡ ଘଟଣା: ବ୍ଲକ ପ୍ରଶାସନ ଗ୍ରାମରେ ବୁଝିଲା ବୃଦ୍ଧାଙ୍କ ଭଲମନ୍ଦ

    ସାମାନ୍ୟ ଗୋଟିଏ କୋବି ପାଇଁ ଚମ୍ପୁଆ ଥାନା ସରାଶପଶିରେ ଜନ୍ମ କଲା ମା’କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ମାଡ଼ ମାରିବା ଘଟଣାରେ ଚମ୍ପୁଆ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ଅଭିଯୁକ୍ତ ପୁଅ ଶତୃଘ୍ନ ମହାନ୍ତ ବିରୋଧରେ ଦଫା ୩୪୧,୩୪୨ ଓ ୨୯୪ ଆଇପିସି ଲଗାଯାଇଛି। ବୃଦ୍ଧା ଗାଁକୁ ଫେରିଛନ୍ତି। ହେଲେ ପୀଡ଼ିତା ବୃଦ୍ଧାଙ୍କୁ ମେଡ଼ିକାଲରେ ନର୍ସ ଓ କର୍ମଚାରୀଙ୍କ ଉପସ୍ଥିତିରେ ବୋହୂ ମାଡ଼ ମାରିବା ଅଭିଯୋଗ ହୋଇଥିଲେହେଁ ଏନେଇ ପୋଲିସ୍ ବୋହୂଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ । ଯାହାକୁ ନେଇ ଲୋକଙ୍କ ଭିତରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି। ଅନ୍ୟପଟେ ସୋମବାର ଦିନ ଚମ୍ପୁଆ ପ୍ରଶାସନ ସରାଶପଶି ଗ୍ରାମ ରେ ପହଞ୍ଚି ବୃଦ୍ଧାଙ୍କୁ ଭେଟି ତାଙ୍କ ଭଲମନ୍ଦ ବୁଝିଛନ୍ତି। ଚମ୍ପୁଆ ବିଡ଼ିଓ ସୁନାପଶି ସରପଞ୍ଚ ଓ ପଞ୍ଚାୟତର ଅନ୍ୟ ଅଧିକାରୀମାନେ ପହଞ୍ଚି ତାଙ୍କ ଭଲମନ୍ଦ ବୁଝିବା ସହ ସାନ ବୋହୂଙ୍କୁ ତାଗିଦ କରିଛନ୍ତି। ଏଥିସହ ଗ୍ରାମବାସୀଙ୍କୁ ବୃଦ୍ଧାଙ୍କ ଯତ୍ନ ନେବାକୁ କହିବା ସହ ପୁଅ ଆସି କୌଣସି ଅଘଟଣ ଘଟାଇଲେ ତୁରନ୍ତ ସରପଞ୍ଚଙ୍କୁ ଜଣାଇବାକୁ କହିଛନ୍ତି।


    ସମ୍ପୂର୍ଣ୍ଣ ଘଟଣାଟି ଏମିତି ଥିଲା। ଗତ ବୁଧବାର ଦିନ ସାନ ପୁଅ ଶତ୍ରୁଘ୍ନଙ୍କ ବାଡିରୁ କେହି ଗୋଟିଏ କୋବି କାଟି ନେଇଯାଇଥିବା ସେ ଦେଖିବାକୁ ପାଇଥିଲେ। ଏଥିପାଇଁ ସେ ମା’ ସୁଭଦ୍ରାଙ୍କ ଉପରେ ସନ୍ଦେହ କରିଥିଲେ। ଏ ନେଇ ବୁଢ଼ୀ ମା’ଙ୍କୁ ପାଟିତୁଣ୍ଡ କରିଥିଲେ। ଏତିକିରେ ଶତ୍ରୁଘ୍ନଙ୍କ ରାଗ ଶାନ୍ତ ହୋଇ ନ ଥିଲା। ସେ ଗାଁ ଦାଣ୍ଡରେ ଗୋଡେଇ ଗୋଡେଇ ମାଡ ମାରି ଘାଇଲା କରି ଦେଇଥିଲେ ମାଆଙ୍କୁ। ଦିଅର ମାଡ ମାରି ଚାଲିଯିବା ପରେ ଶାଶୁଙ୍କୁ ଘରକୁ ନେଇଥିଲେ ବଡ ବୋହୂ। ଏହା ପରେ ମଧ୍ୟ ଶତ୍ରୁଘ୍ନଙ୍କ ମନ ଭରିନଥିଲା। ଶୁକ୍ରବାର ଦିନ ମାଆଙ୍କୁ ଘରୁ ଘୋଷାଡି ଆଣି ଘର ଆଗରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ ବାନ୍ଧି ପକାଇ ଏକ ବାଉଁଶରେ ପିଟିଚାଲିଥିଲେ । ଶତ୍ରୁଘ୍ନଙ୍କ ଏପରି ଅମାନବୀୟକାଣ୍ଡ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ବୃଦ୍ଧାଙ୍କୁ ଉଦ୍ଧାର କରି ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲା । ସାନ ପୁଅ ଓ ବୋହୂ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ମଧ୍ୟ ବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ କରିବାକୁ ପଛାଇ ନଥିଲେ ବୋହୂ ।

  • ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

    ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

    ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଛାତ୍ରୀମାନଙ୍କର ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ ପାଇଁ ଏହି କାର୍ଯ୍ୟକ୍ରମର ଆରମ୍ଭ କରିଛନ୍ତି ସରକାର । ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ନୂଆ ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର କ୍ରୀଡ଼ା ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ଲଙ୍ଗ ଜମ୍ପ, ହାଇ ଜମ୍ପ୍ ପରି ବିଭିନ୍ନ ପ୍ରକାରର କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ପ୍ରିନ୍ସପାଲ ଡକ୍ଟର ସ୍ଵସ୍ତିକା ପାଢ଼ୀ, ନୋଡାଲ ଅଫିସର୍ ଡକ୍ଟର ବିନୋଦ ପାତ୍ର, ନୋଡାଲ ଅଫିସର ଡକ୍ଟର ଅରୁଣ କୁମାର ଖାଡଙ୍ଗା, ନୋଡ଼ାଲ ଅଫିସର ଡକ୍ଟର ସୁଜାତା ମହାପାତ୍ର ପ୍ରମୁଖଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

  • ନାରୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

    ନାରୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ

    ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ଜାଫରପୁରର ନାରୀ ଗାଁ ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇ ଦିନିଆ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦଯାପିତ ହୋଇ ଯାଇଛି। ପ୍ରଥମ ସନ୍ଧ୍ୟାରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତି ରଂଜନ ଘଡେଇ ଏବଂ ବାଚସ୍ପତି ପ୍ରମିଳା ମଲ୍ଲିକ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ସନ୍ଧ୍ୟାରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଯୋଗ ଦେଇ ଥିଲେ। ସେହିପରି ଦ୍ୱିତୀୟ ସନ୍ଧ୍ୟାରେ ସୂଚନା ଲୋକ ସମ୍ପର୍କ ବିଭାଗର ପୂର୍ବତନ ଅତିରିକ୍ତ ସଚିବ ପ୍ରମୋଦ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ମନୋରଞ୍ଜନ ମହାନ୍ତି ଯୋଗ ଦେଇ ସୁନାଗରିକ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟର ପରାମର୍ଶଦାତା ଅନିଲ କୁମାର ନାୟକ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟ ର ଉନ୍ନତି କରଣ ପାଇଁ ଛାତ୍ରଛାତ୍ରୀ ଆଗେଇ ଆସନ୍ତୁ ବୋଲି ଆହ୍ୱାନ ଦେଇଥିଲେ। ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ଉନ୍ନତି କରଣ ପାଇଁ ସହାୟତା ଘୋଷଣା କରିଥିଲେ। ଏଥି ସହିତ ବିଦ୍ୟାଳୟ ପକ୍ଷରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

    ଦୁଇ ଦିନ ଧରି ଚାଲିଥିବା ଏହି ଉତ୍ସବରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ନାନା ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଏପରିକି ଦେଶ ବିଦେଶରେ ଥିବା ଛାତ୍ର ଛାତ୍ରୀ ସହାୟତା ଯୋଗାଇବା ସହିତ ବିଦ୍ୟାଳୟର ଉନ୍ନତି କରିବା ପାଇଁ ଶପଥ ନେଇଥିବା ଦେଖିବାକୁ ମିଳିଛି।

  • ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ପାଳିତ

    ଗୁରୁକୁଳ ଇଣ୍ଟର ନ୍ୟାସନାଲ ପବ୍ଲିକ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ପାଳିତ

    ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ଗୁଡସ ସେଡ୍ ରୋଡ ସ୍ଥିତ ଗୁରୁକୁଳ ଇଣ୍ଟର୍ ନ୍ୟାସନାଲ ପବ୍ଲିକ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ବୋର୍ଡ ସଦସ୍ୟ ତଥା ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ବିଧାୟକ ବିକ୍ରମ କୁମାର ପଣ୍ଡା,ସାଂସଦ ଚନ୍ଦ୍ର ଶେଖର ସାହୁ ପ୍ରମୁଖ ଯୋଗଦେଇ ଥିଲେ। ଉତ୍ସବ ଆରମ୍ଭରେ ଅତିଥିଗଣ ଦ୍ଵୀପ ପ୍ରଜ୍ବଳନ କରିଥିଲେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ନିଜ ନିଜର ଉଦ୍ଭାଷଣ ଦେଇଥିଲେ। ମନଦେଇ ପାଠ ପଢି ଦେଶ ଓ ଜାତିକୁ ଗୌରବ ମଣ୍ଡିତ କରିବାକୁ କହିଥିଲେ। ଏହି ଉତ୍ସବରେ ପିଲାମାନଙ୍କ ଦ୍ବାରା ବିଭିନ୍ନ ଚିତ୍ତାକର୍ଷକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି ଅବସରରେ ଡ ନାରାୟଣ ମିଶ୍ର, ଡ ରବି କୁମାରଙ୍କୁ ଚିକିତ୍ସା କ୍ଷେତ୍ରରେ ଓ ଆଇ ଆଇ ସି ଗୋଷାଣୀ ନୂଆଁ ଗାଁର ସ୍ମୃତି ପ୍ରଭା ପ୍ରଧାନଙ୍କୁ ଆଇନ ଶୃଙ୍ଖଳା ପାଇଁ ସମ୍ମାନୀତ କରାଯାଇଥିଲା। ସ୍କୁଲ ର ଚେୟାରମେନ୍ ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର ସଭା ପରିଚାଳନା କରିଥିଲେ। ସମ୍ପାଦିକା ଅନିତା ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ସ୍କୁଲ ର ଅଧ୍ୟକ୍ଷା ମଧୁସ୍ମିତା ପରିଡ଼ା ବାର୍ଷିକ ରିପୋର୍ଟ ପାଠ କରିଥିଲେ।