Category: ବାଲେଶ୍ୱର

  • ହେଲମେଟ ନାହିଁ ଚାଲାଣ କାଟ, ଚେକିଙ୍ଗ ସହ ଗାଡି ଯାଞ୍ଚ

    ହେଲମେଟ ନାହିଁ ଚାଲାଣ କାଟ, ଚେକିଙ୍ଗ ସହ ଗାଡି ଯାଞ୍ଚ

    ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଗେଙ୍ଗୁଟିଆ ଛକ ନିକଟରେ ଚାଲିଛି ଯୋରଦାର ହେଲମେଟ ଚେକିଙ୍ଗ ସହ ଗାଡି କାଗଚପତ୍ରର ଜାଞ୍ଚ । ହେଲେମେଟ ପିନ୍ଧିନଥିଲେ କିମ୍ବା ଗାଡିର କାଗଚ ପତ୍ର ଠିକ୍ ନଥିଲେ ମୋଟା ଅଙ୍କରର ଚାଲଣ କାଟୁଛି ପୋଲିସି । କାରଣ ଦିନକୁ ଦିନ ବାଲିଆପାଳରେ ସଡକ ଦୁର୍ଘଟଣା ଦେଖିବାକୁ ମେଳୁଛି । କେଛି ଅମାନିଆଙ୍କ ବେପରୁା ଗିଡି ଚାଳନା ପାଇଁ ଚାଲିଯାଉଛି ଅନେକ ଜୀବନ ।

    ଅମାନିଆଙ୍କୁ ସାବାଡ କରିବା ସହ ଲୋକଙ୍କୁ ସଚେତନ କରାଇବା ପାଇଁ ବାଲେଶ୍ଵର ଟ୍ରାଫିକ ଇନ୍ସପେକ୍ଟର ସମେନ୍ଦ୍ର ମହାପାତ୍ର ଓ ବାଲିଆପାଳ ପୋଲସ ଆରମ୍ବ କରିଛନ୍ତି ଛକ ଛକରେ ଚେକିଂ । ବିନା ହେଲମେଟରେ ଯାତ୍ରା କରିବା, ବାଇକ ରେ ୨ରୁ ଉର୍ଦ୍ଧ୍ବ ଯାତ୍ରୀ ବସିବା,ଗାଡ଼ି ଚଲେଇବା ସମୟରେ ମୋବାଇଲ ରେ କଥା ହେବା,ଡ୍ରାଇଭିଂ ଲାଇସେନ୍ସ, ଗାଡ଼ିର ଅନ୍ୟାନ୍ୟ କାଗଜପତ୍ର ନଥିବାରୁ ବହୁ ଲୋକ ଅର୍ଥଦଣ୍ଡ ଗଣିଥିବା ଦେଖିବାକୁ ମିଳିଛି । ଆଗାମୀ ଦିନରେ ମଧ୍ୟ ଚେକିଙ୍ଗ କଡ଼ାକଡ଼ି ହେବ ବୋଲି ବାଲେଶ୍ବର ଇନ୍ସପେକ୍ଟର ସମେନ୍ଦ୍ର ମହାପାତ୍ର କହିଛନ୍ତି।

  • ନକଲି RTO ଅଫିସରେ ପୋଲିସ ଚଢ଼ାଉ, ୨ ଗିରଫ

    ନକଲି RTO ଅଫିସରେ ପୋଲିସ ଚଢ଼ାଉ, ୨ ଗିରଫ

    ବାଲେଶ୍ବର ଜିଲ୍ଲାରେ ଚାଲୁଥିଲା ନକଲି ଆରଟିଓ। କିଛି ଦଲାଲ ଅଫିସ ଖୋଲି ନକଲି ପରମିଟ, ଦସ୍ତାବିଜ ସହ ନମ୍ବର ଯୋଗାଉଥିବା ଅଭିଯୋଗରେ ପୋଲିସ ଚଢାଉ କରି ଦୁଇ ଜଣଙ୍କୁ ଗିରଫ କରିଛ। ସୂଚନା ଅନୁଯାୟୀ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଳେଶ୍ୱର ପୋଲିସ ଏନଏଚ-୬୦ର ଲକ୍ଷ୍ମଣ ନାଥ ଟୋଲ୍ ପ୍ଲାଜା ନିକଟରେ ଏକ ନକଲି RTO କାର୍ଯ୍ୟାଳୟରେ ଚଡାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ନହଞ୍ଜୋରାର ମଧୁସୂଦନ ପରିଡାଙ୍କ ୩୪ ବର୍ଷୀୟ ପୁଅ ତୁଷାର ରଞ୍ଜନ ପରିଡା ଓ ଝାରଖଣ୍ଡ ନନ୍ଦିକାଆ ଗାଁର ଦେବେନ୍ଦ୍ର ନାଥ ସାହୁଙ୍କ ୨୭ ବର୍ଷୀୟ ପୁଅ ସମ୍ଭୁ ସାହୁ।

    ସୂଚନା ପାଇ ଜଳେଶ୍ୱର ଥାନାର ସବଇନିସ୍ପେକ୍ଟର ସି ରାଉତ ଓ ପୋଲିସ କର୍ମଚାରୀଙ୍କ ସହିତ ଟୋଲ ଗେଟ ନିକଟରେ ପହଂଚି ଚିହ୍ନଟ ହୋଇଥିବା RTO ର ଏକ ଘରେ ବସିଥିଲେ। ସେମାନଙ୍କନିକଟରୁ ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଆଦି ବାହାର ରାଜ୍ୟର ୧୧ଟି ଷ୍ଟାମ୍ପ, ମୋଟର ଭେହିକିଲ ରସିଦ, ଚେକ ପୋଷ୍ଟ ଦସ୍ତାବିଜ ଓ ଅନ୍ୟାନ୍ୟ ଦଲିଲ ଜବତ କରିଛି ପୋଲିସ। ଏମାନେ ଏହି ଆରଟିଓରେ ଦଲାଲ କାମ କରିବା ସହ ବାହାର ରାଜ୍ୟକୁ ଯିବାକୁ ନକଲି ପରମିଟ କାଗଜପତ୍ର ଓ ନମ୍ବର ପ୍ରଦାନ କରୁଥିବା ସନ୍ଦେହ କରାଯାଉଛି। ଏହି ଦିଗରେ ପୋଲିସ ତଦନ୍ତ ଆରମ୍ଭ କରିଛି।

  • ଦୁଇ ଭାଇ ଗଣ୍ଡଗୋଳରେ ବଳି ପଡ଼ିଲା ଖୁଡୀ

    ଦୁଇ ଭାଇ ଗଣ୍ଡଗୋଳରେ ବଳି ପଡ଼ିଲା ଖୁଡୀ

    ବାଲେଶ୍ଵର ଜିଲା ନୀଳଗିରି ଥାନା ଅନ୍ତର୍ଗତ କୁଲାହାପାଳ ଗ୍ରାମରେ ଗତକାଲି ଦ୍ଵିପ୍ରହରରେ ଦୁଇ ଭାଇ କୌଣସି କାରଣରୁ ମାରପିଟ୍ ହୋଇଥିଲେ । ଘଟଣା ପରିବାର କାନକୁ ଆସିଥିଲା । ସନ୍ଧ୍ୟାବେଳେ ସମାଧାନ କରିବା ପାଇଁ ସଂଯୁଲତା ପଣ୍ଡା ଦେଢଶୂର ସନ୍ତୋଷ ପଣ୍ଡା ଘରକୁ ଯାଇଥିଲେ । ସଞ୍ଜୁଲତା କଥାବାର୍ତ୍ତା କରି ଫେରିବା ବାଟରେ ସନ୍ତୋଷ ପଣ୍ଡାଙ୍କ ପୁଅ ଅମିତ ପଣ୍ଡା ସଂଯୁଲତା ପଣ୍ଡାଙ୍କୁ ଏକ ପଥରରେ ମୁଣ୍ଡକୁ ବାଡ଼େଇ ଦେବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା ।

    ମହିଳା ଜଣଙ୍କ ସଙ୍ଗେ ସଙ୍ଗେ ଚେତା ଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ ତୁରନ୍ତ ତାଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ସେଠାରେ ମୃତ ବୋଲି ଘୋଷଣା କରିଛନ୍ତି । ଅପରପକ୍ଷେ ସନ୍ତୋଷ ପଣ୍ଡା ଓ ତାର ପୁଅ ଅମିତ୍ ପଣ୍ଡା ଆହତ ହୋଇ ନୀଳଗିରି ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।

  • ଜଗନ୍ନାଥ ଦର୍ଶନ ସାରି ପଶ୍ଚିମ ବଙ୍ଗ ଫେରୁଥିବା ବେଳେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ

    ଜଗନ୍ନାଥ ଦର୍ଶନ ସାରି ପଶ୍ଚିମ ବଙ୍ଗ ଫେରୁଥିବା ବେଳେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ

    ସକାଳୁ ସକାଳୁ ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ବସ୍ ଦୁର୍ଘଟଣା । ପୁରୀରୁ ପଶ୍ଚିମବଙ୍ଗ ଫେରୁଥିବା ଗୋଟିଏ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଭାରସାମ୍ୟ ହରାଇ ଟିପ୍ପରକୁ ଧକ୍କା ଦେଲା ବସ୍ । ଏଥିରେ ୬୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ ପ୍ରାୟ ୧୨ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି।


    ସୂଚନା ଅନୁଯାୟୀ, ଏକ ବସରେ ୬୦ରୁ ଊର୍ଦ୍ଧ୍ଵ ତୀର୍ଥଯାତ୍ରୀ ପଶ୍ଚିମବଙ୍ଗର ବାଙ୍କୁଡ଼ା ଅଞ୍ଚଳରୁ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଆସିଥିଲେ । ଦର୍ଶନ ସାରି ଗୁରୁବାର ଭୋର ସମୟରେ ପଶ୍ଚିମବଙ୍ଗ ଫେରୁଥିବା ବେଳେ ବାଲେଶ୍ୱର ଜିଲ୍ଲାର ନିଧିପଣ୍ଡା ଛକ ନିକଟରେ ବସଟି ଗୋଟିଏ ଟିପ୍ପରକୁ ଧକ୍କା ଦେଇଥିଲା। ଧକ୍କା ଫଳରେ ରାସ୍ତା ତଳକୁ ଗଡ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୧୨ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।


    ତେବେ ଦୁର୍ଘଟଣା ଘଟିବା ପରେ ସୂଚନା ପାଇ ହାଇୱେ ପାଟ୍ରୋଲିଂ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଦୁର୍ଘଟଣାସ୍ଥଳରେ ବାଲେଶ୍ଵର ଆରଟିଓ ଏବଂ ଜରୁରୀକାଳୀନ ବିଭାଗ ଉପସ୍ଥିତ ରହି ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏଥିସହ ସେମାନଙ୍କୁ ଚିକିତ୍ସା ପରେ ଏକ ବୋଲେରୋ ସାହାଯ୍ୟରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।

  • ବାଲେଶ୍ୱରରେ ଭାଲୁ ଆକ୍ରମଣ ୫ ଆହତ, ଜଣେ ଗୁରୁତର

    ବାଲେଶ୍ୱରରେ ଭାଲୁ ଆକ୍ରମଣ ୫ ଆହତ, ଜଣେ ଗୁରୁତର

    ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଭାଲୁ ଆତଙ୍କ । ଟଣକା ଗାଁରେ ଦାନ୍ତକାଠି ଆଣିବାକୁ ବାଡ଼ି ପଟକୁ ଯାଇଥିବା ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିବା ସୁଚନା । ସୂଚନା ଅନୁଯାୟୀ ନୀଳଗିରି ଉପଖଣ୍ଡ ଅଧିନ ବାଉଁଶ ବଣିଆ ପଞ୍ଚାୟତ ଟଣକା ଗାଁ ର ଲକ୍ଷ୍ମୀଧର ନାୟକଙ୍କୁ ଭାଲୁ ଆକ୍ରମଣ କରିଛି ।

    ଲକ୍ଷ୍ମୀକାନ୍ତ ସକାଳେ ଦାନ୍ତକାଠି ଆଣିବାକୁ ବାଡି ପଛକୁ ଯାଇଥିବା ସମୟରେ ଏକ ଭାଲୁ ଅତର୍କିତ ଆକ୍ରମଣ କରିଥିଲା ପରେ ଲକ୍ଷ୍ମୀଧର ପାଳଗୋଦା ଉପରକୁ ଚଢ଼ି ନିଜର ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ । ହେଲେ ଭାଲୁଟି ଗାଁ ରେ ପଶି ଅନ୍ୟ ଲୋକଙ୍କୁ ଗଡ଼ାଇ ଗଡ଼ାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତେବେ ଭାଲୁ ଆକ୍ରମଣରେ ପାଖାପାଖି ୪ ରୁ ୫ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ନୀଳଗିରି ଡାକ୍ତରଖାନାରେ ଚିକତ୍ସିତ ହେଉଛନ୍ତି। ତେବେ ଖାଦ୍ୟ ଅନେଶ୍ଵଣରେ ଭାଲୁ ଟି ପାଖ ଜଙ୍ଗଲ ରୁ ଆସିଥିବା ଜଣାପଡ଼ିଛି।

  • ଅବକାରୀ କର୍ମଚାରୀଙ୍କ ଉପରେ ଅଞ୍ଚଳବାସୀଙ୍କ ଆକ୍ରମଣ

    ଅବକାରୀ କର୍ମଚାରୀଙ୍କ ଉପରେ ଅଞ୍ଚଳବାସୀଙ୍କ ଆକ୍ରମଣ

    ବାଲେଶ୍ବର ଜିଲ୍ଲା ଖଇରା ଅବକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ। ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ କରି ମହୁଲି ବ୍ୟବସାୟୀଙ୍କୁ ଛଡାଇ ନେଲେ ଅଂଚଳବାସୀ। ଗତକାଲି କୁପାରୀ ଫରେଷ୍ଟ ଚେକ ଗେଟ ନିକଟରେ ଜଣେ ବ୍ୟକ୍ତି ବେଆଇନ ମହୁଲି ବିକ୍ରି କରୁଥିବା ଖବର ପାଇଥିଲା କଟକ ଫ୍ଳାଇଂ ସ୍କ୍ବାଡ। ଏହା ପରେ ଫ୍ଲାଇଂ ସ୍କ୍ବାଡ, ସୋର ଓ ଖଇରା ଅବକାରୀ ବିଭାଗ ମିଳିତ ଚଢାଉ କରିଥିଲା। ଚଢାଉ ବେଳେ ମିଳିତ ଟିମ୍ ମଦ ଓ ମହୁଲି ଜବତ କରିବା ସହ ୨ଜଣଙ୍କୁ କାବୁ କରିଥିଲେ । ଏହି ସମୟରେ ବହୁ ସଂଖ୍ୟାରେ ସ୍ଥାନୀୟ ବାସିନ୍ଦା ମାଡି ଆସିଥିଲେ ଚଢାଉ ସ୍ଥାନକୁ। ଅବକାରୀ ଗାଡିକୁ ଅଟକାଇ ଆକ୍ରମଣ କରିଥିଲେ କର୍ମଚାରୀଙ୍କ ଉପରେ। ଲୋକଙ୍କ ଏପରି ଅତର୍କିତ ଆକ୍ରମଣ ନେଇ ବିଭାଗ ପୂର୍ବରୁ ଅବଗତ ନ ଥିବାରୁ ଆକ୍ରମଣ ପ୍ରତିହତରେ ବିଫଳ ହୋଇଥିଲା। ଲୋକେ ସମସ୍ତ ଜବତ ସାମଗ୍ରୀ ଓ ଅଭିଯୁକ୍ତଙ୍କୁ ମୁକୁଳାଇ ସେଠାରୁ ଛୁ ମାରିବାରେ ସମର୍ଥ ହୋଇଥିଲେ। ଏ ନେଇ ଖଇରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବାରମ୍ବାର ଅବକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ହେଉଥିବାରୁ ଏହା ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ପାଇଁ ଅଂଚଳର ବୁଦ୍ଧିଜୀବୀ ଦାବି କରୁଛନ୍ତି

  • ମହାପଦା ନଦୀରେ ୪ ଫୁଟର କୁମ୍ଭୀର ଜାଲରେ ପଡି ମୃତ୍ୟୁ

    ମହାପଦା ନଦୀରେ ୪ ଫୁଟର କୁମ୍ଭୀର ଜାଲରେ ପଡି ମୃତ୍ୟୁ

    ପୁଣି କୁମ୍ଭୀର ଆତଙ୍କ। ମାଛ ଧରିବାକୁ ଯାଇ ଜାଲରେ ପଡିଲା କୁମ୍ଭୀର । ଫଳରେ ଲୋକେ ଭୟଭିତ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ବାଲିଆପାଳ ବ୍ଲକ ଅର୍ନ୍ତଗତ କୁଣ୍ଡଳୀ ଗ୍ରାମ ପଞ୍ଚାୟତରେ । ସୁଚନା ଅନୁଯାୟୀ ଆଜି ସକାଳେ ମହାପଦା ନଦୀରେ ଏକ ୪ ଫୁଟର କୁମ୍ଭୀର ଜାଲରେ ପଡି ମୃତ୍ୟୁ ହୋଇଥିବା ଜଣା ପଡିଥିବା ବେଳେ ଘଟଣା ସ୍ଥଳରେ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚିଥିବା ସୂଚନା ମିଳିଛି । ତେବେ ବନବିଭାଗ ର ଖାମଖିଆଲି ମନ ଭାବ ଯୋଗୁ ନଦୀରେ କୁମ୍ଭୀରଙ୍କ ଆତଙ୍କ ଫଳରେ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

  • ଦାଦାବଟି ନଦେବାରୁ ଗାଡି ଚାଳକଙ୍କୁ ନିସ୍ତୁକ ମାଡ଼ ମାରି ଟଙ୍କା ଲୁଟିଲେ ଦୁର୍ବୃତ୍ତ

    ଦାଦାବଟି ନଦେବାରୁ ଗାଡି ଚାଳକଙ୍କୁ ନିସ୍ତୁକ ମାଡ଼ ମାରି ଟଙ୍କା ଲୁଟିଲେ ଦୁର୍ବୃତ୍ତ

    ପୋଲିସକୁ ଅପରାଧୀଙ୍କ ଖୋଲା ଚାଲେଞ୍ଜ। ବାଲେଶ୍ବର କମର୍ଦା ବାଲିଆପାଳ ରାସ୍ତା ଉପରେ ଟ୍ରକ୍ ଡ୍ରାଇଭରଙ୍କୁ ମାଡ ମାରିବା ସହ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲାର ଜଳେଶ୍ବର ଥାନା ଅଧୀନ ବାଲିଆପାଳ ମୁକାମରୁ ଚିସ୍ପ ଆଣିବା ପାଇଁ ବାଗୁଡ଼ିକୁ ଯାଉଥିଲା ଟ୍ରକ୍। ରାତିରେ କୁହୁଡି ପାଇଁ ଟ୍ରକ ଡ୍ରାଇଭର ଗାଡିକୁ ବାଇଗଣବାଡ଼ିଆ ପଞ୍ଚାୟତର କାଳିକାପୁର ରାସ୍ତାରେ ରଖିଥିଲେ। ରାତି ପ୍ରାୟ ୧୨ଟାରେ ଛଅଜଣ ଦୁର୍ବୃତ୍ତ ଗାଡି ନିକଟକୁ ଆସି କାଚ କଳକୁ କରିବାକୁ କହିଥିଲେ। ସେ କାଚ ତଳକୁ କରିବାରୁ ତାଙ୍କୁ ବଟି ବାବଦକୁ ଏକ ଲକ୍ଷ ଟଙ୍କା ମାଗିଥିଲେ। ଡ୍ରାଇଭର ବଟି ଦେବାକୁ ମନା କରିବାରୁ କିଛି ଯୁବକ ଟ୍ରାକର କାଚ ଭାଙ୍ଗିବା ସହ ତାଙ୍କୁ ଗାଡିରୁ ବାହାର କରି ମାଡ ମାରିଥିଲେ. ଏଥିରେ ତାଙ୍କ ପୋଷାକ ଚିରି ଯାଇଛି। ଏଥିସହ ତାଙ୍କ ପର୍ସ, ମୋବାଇଲ ଛଡାଇ ନେଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କୁ ଲୁହା ରଡରେ ଆହୁରି ମାଡ ମାରିବାରୁ ସେ ଭୟରେ ଚିତ୍କାର କରିଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ।

    ଏନେଇ ଆକ୍ରମଣର ଶିକାର ଶିକାର ଡ୍ରାଇଭର ଲାମ୍ଫ ପାଣ୍ଡିରେ ଏତାଲା ଦେଇଥିଲେ । ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ରହିଛି।

  • ସହଦେବଖୁଣ୍ଟା ରୟାଲ କ୍ଲବ ସିଲ

    ସହଦେବଖୁଣ୍ଟା ରୟାଲ କ୍ଲବ ସିଲ

    ବାଲେଶ୍ଵର ଜିଲ୍ଲା ସହଦେବଖୁଣ୍ଟା ରୟାଲ କ୍ଲବକୁ ସିଲ କଲା ପୌରପାଳିକା। ସରକାରୀ ଜମିରେ କ୍ଲବ ଘର ହୋଇଥିବାରୁ ଏପରି ପଦକ୍ଷେପ ନିଆଯାଇଛି। ତହସିଲଦାରଙ୍କ ଉପସ୍ଥିତିରେ ପୌରପାଳିକା ପକ୍ଷରୁ ଏହି କ୍ଲବ ସିଲ କରାଯାଇଛି। ଏକେ ତ କ୍ଲବ ସରକାରୀ ଜମିରେ ନିର୍ମାଣ ହୋଇଛି ଦୁଇରେ କ୍ଲବ ପରିସରରେ ଏକ ଟାୱାର ମଧ୍ୟ ନିର୍ମାଣ କରାଯାଇଛି। ସରକାରୀ ଜମିରେ ବେଆଇନ କୋଠା ଓ ଟାୱାର ନିର୍ମାଣ ଅଭିଯୋଗରେ କ୍ଲବ ସିଲ କରାଯାଇଛି। ଏନେଇ ପୂର୍ବରୁ କ୍ଲବ ସଭାପତିଙ୍କୁ ନୋଟିସ କରାଯାଇଥିଲା। ଅନ୍ୟପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଉନ୍ନତି ନିମନ୍ତେ ଏହି କ୍ଲବ ବିଭିନ୍ନ କାର୍ଯ୍ୟ କରୁଛି। ଅନେକ ଲୋକଙ୍କୁ ସାହାଯ୍ୟ କରୁଛି ବୋଲି ସଭାପତି କହିବା ସହ ନୋଟିସକୁ ନେଇ କୋର୍ଟର ଦ୍ବାରସ୍ଥ ହୋଇଥିଲେ। କୋର୍ଟ ପକ୍ଷରୁ ମଧ୍ୟ ଷ୍ଟେ ଅର୍ଡର ଦିଆଯାଇଛି। ଏପରି ସ୍ଥଳେ କାହିଁକି କ୍ଲବ ସିଲ କରାଗଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସଭାପତି।

    କ୍ଲବ ସିଲ କାର୍ଯ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଭୟରେ ସ୍ଥାନୀୟ ପୋଲିସ ମଧ୍ୟ ମୁତୟନ ଥିଲା। ତେବେ କୋର୍ଟଙ୍କ ରାୟକୁ ଅବମାନନା କରାଯାଇ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ଆଇନଗତ ଲଢେଇ ଜାରି ରହିବ ବୋଲି କ୍ଲବ ସଦସ୍ୟ କହିଛନ୍ତି।

  • ନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ

    ନବୀନ ଓଡିଶାର ପରିଚୟ ନେଇ ପ୍ରତି ଗାଁ ଆଗକୁ ବଢିବ – ମୁଖ୍ୟମନ୍ତ୍ରୀ

    ବାଲେଶ୍ୱର ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୬୬ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରେମୁଣା ବହୁମୁଖୀ କମ୍ୟୁନିଟି ହଲ୍‌, କଣ୍ଟିଆଚୋରା ନଦୀର ପୁନରୁଦ୍ଧାର, କ୍ଷୀରଚୋରା ଗୋପିନାଥ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ଆଉ କେତେକ ସ୍କୁଲ ଓ କଲେଜର ରୂପାନ୍ତର। ସେହିପରି ଭୋଗରାଇ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୩ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୭.୧୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୬୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ଚନ୍ଦନେଶ୍ୱର ମନ୍ଦିରର ସୌନ୍ଦର୍ଯ୍ୟକରଣ, ରଣସିଂହପୁର ଆଶ୍ରମ ସ୍କୁଲର ଉନ୍ନତୀକରଣ, ବାସୁଳୀ ମା’ ମନ୍ଦିରର ସୌନ୍ଦର୍ଯ୍ୟକରଣ, Rural Institute of Higher Studies କଲେଜର ରୂପାନ୍ତର। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫.୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ଜଳେଶ୍ୱର ପୌରାଞ୍ଚଳରେ କ୍ରୀଡାର ବିକାଶ ପାଇଁ ଏକ ସ୍କେଟିଙ୍ଗ ରିଙ୍ଗ୍‌ । ଏହା ଦ୍ୱାର ଜିଲ୍ଲାରେ କ୍ରୀଡାର ବିକାଶରେ ଏକ ନୂଆ ଫର୍ଦ୍ଦ ଯୋଡି ହେବ। ଏହା ସହିତ ସିଦ୍ଧେଶ୍ୱର କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ, ଦିନକୃଷ୍ଣ କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ ଏବଂ ଜଳେଶ୍ୱର ମହିଳା କଲେଜ ଓ ଯୁକ୍ତ ଦୁଇ ମହାବିଦ୍ୟାଳୟ । ସେହିପରି ସୋର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୯୦ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୯୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହନାଗା ହାଇସ୍କୁଲର ନିର୍ମାଣ ଓ ଅଧୁନିକୀକରଣ ଏବଂ ବାହନଗା ଗ୍ରାମପଞ୍ଚାୟତକୁ ଏକ ମଡେଲ ପଞ୍ଚାୟତ ଭାବେ ନିର୍ମାଣ, ବାହନାଗା ପ୍ରାଥମିକ ଚିକିତ୍ସାଳୟକୁ ‘ଆମ ହସ୍ପିଟାଲ’ ଭାବେ ଉନ୍ନତୀକରଣ, ଏହା ସହିତ ଦୁଇଟି ବୃହତ ସେତୁ ଏବଂ ୩ଟି ଡିଗ୍ରୀ ଓ ଯୁକ୍ତ ଦୁଇ କଲେଜ। ବସ୍ତା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୨୭ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୨.୩୯ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୦୭.୫୪ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ବାହରଦା ମାଛ ମାର୍କେଟର ଉନ୍ନତୀକରଣ, ଜଳକା ଡ୍ରେନେଜ୍ ସିଷ୍ଟମର ଉନ୍ନତୀକରଣ, ଡଗର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ସେତୁ, ସ୍କୁଲ ଓ କଲେଜ। ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୯ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୮.୭୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୯.୦୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଚାନ୍ଦିପୁର ବେଳାଭୂମିର ସୌନ୍ଦର୍ଯ୍ୟକରଣ, ଝାଡେଶ୍ୱର ମନ୍ଦିର, ଫକିରମୋହନ କଲେଜ, ବଳାଙ୍ଗି କଲେଜ ଓ ନୀଳମଣି କଲେଜ । ସେହିପରି ନୀଳଗିରି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୦୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୦.୯୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୮.୭୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ପୀଠର ଉନ୍ନତୀକରଣ, ନୀଳଗିରି ରିସିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ଖୁମୁକୁଟ ଜଳପ୍ରକଳ୍ପ, ନୀଳଗିରି ଜଗନ୍ନାଥ ମନ୍ଦିରର ଉନ୍ନତୀକରଣ ଏବଂ କେତେକ ସ୍କୁଲ ଓ କଲେଜ। ସେହିପରି ସିମୁଳିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୯.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ସିନ୍ଧୁଆ ଡ୍ୟାମଠାରେ ଏକ ପର୍ଯ୍ୟଟନ କେନ୍ଦ୍ର, କୁପାରୀ MSME Park, କୁପାରୀ ST Hostel, ଅନେକ ସେତୁ ଓ ସିମୁଳିଆଠାରେ ନଦୀବନ୍ଧର ଉନ୍ନତୀକରଣ। ଏହି ପରି ବାଲେଶ୍ୱର ୫୯ ପ୍ରକଳ୍ପ ପାଇଁ ୨୨୪.୨୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

    ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୫୪ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୭୮.୮୧ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ତୁସୁରାଠାରେ Air Strip, ୨ଟି Mega Lift ପ୍ରକଳ୍ପ, ତୁସୁରା ସମଲାଇ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ସ୍କୁଲ ଓ କଲେଜ। ପାଟଣାଗଡ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୧୧ଟି ଶିକ୍ଷାନୁଷ୍ଠାନ ତଥା ଧାର୍ମିକ ଅନୁଷ୍ଠାନ ପାଇଁ ୧୪.୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୯.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ହରିଶଙ୍କର ମନ୍ଦିର ଉନ୍ନତୀକରଣରେ କେତେକ ନୂତନ ପ୍ରକଳ୍ପ ଯଥା :- ନୂଆ ପ୍ରବେଶ ପଥ, ଚେକ ଡ୍ୟାମ୍, କଲଭର୍ଟ, ପୋଲିସ ଆଉଟପୋଷ୍ଟ ଇତ୍ୟାଦି, ଖପ୍ରାଖୋଲରେ ଏକ ନୂଆ ସଡକ ଏବଂ କେତେକ କଲେଜ। ବଲାଙ୍ଗୀର ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୮ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୫.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୧.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ମା’ ସମଲେଇଙ୍କ ମନ୍ଦିର, ଗୋପାଳଜୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ ଗ୍ରାଉଣ୍ଡର ବିକାଶ, ଚାନ୍ଦିଲି ପାହାଡ ପର୍ଯ୍ୟଟନ ପ୍ରକଳ୍ପ ଏବଂ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସହିତ ସ୍କୁଲ ଓ କଲେଜ, ଲୋୟର ସୁକତେଲ କଲୋନୀରେ ପ୍ରାଥମିକ ବିଦ୍ୟାଳୟର ରୂପାନ୍ତର, ବଲାଙ୍ଗୀର CNI Churchର ଉନ୍ନତୀକରଣ। କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୮୧ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୬.୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ରାଣିପୁର ଝରିଆଲ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏବଂ ୩ଟି ଡିଗ୍ରୀ କଲେଜର ଉନ୍ନତୀକରଣ। ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ୧୩୨ଟି ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ପାଇଁ ୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮.୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ମଧ୍ୟରେ ରହିଛି ଯୋଗେଶ୍ୱର ମନ୍ଦିର, ସ୍ୱାଧୀନତା ସଂଗ୍ରାମୀ ମାଝୀ ମାନ୍ଧାତାଙ୍କ ସ୍ମୃତିରେ ଏକ ଐତିହ୍ୟ କେନ୍ଦ୍ର ସ୍ଥାପନ ଏବଂ ୩ଟି ଡିଗ୍ରୀ କଲେଜ। ଏହି ପରି ବଲାଙ୍ଗୀର ଜିଲ୍ଲାରେ ୩୨ଟି ପ୍ରକଳ୍ପ ପାଇଁ ୨୩୪.୭୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ।

    ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ପାତ୍ର, ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବିଧାୟକ ଶ୍ରୀ ଅନନ୍ତ ଦାସ, ବିଧାୟକ ଶ୍ରୀ ନିତ୍ୟାନନ୍ଦ ସାହୁ, ବିଧାୟକ ଶ୍ରୀ ସ୍ୱରୂପ ଦାସ, ବିଧାୟକ ଶ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବିଧାୟକ ଶ୍ରୀ ସରୋଜ ମେହେରଙ୍କ ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ ।