Category: କଳା ଓ ସଂସ୍କୃତି

  • ଚଇତି ପର୍ବରେ ଉତ୍ସବମୁଖର ଘଟଗାଁ

    ଚଇତି ପର୍ବରେ ଉତ୍ସବମୁଖର ଘଟଗାଁ

    କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ତାରିଣୀ । ଚଇତି ପର୍ବ ପାଇଁ ଉତ୍ସବମୁଖର ହୋଇପଡ଼ିଛି ସମଗ୍ର ଅଞ୍ଚଳ । ତାରିଣୀ ପୀଠରେ ପ୍ରବଳ ଭିଡ଼ ।ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା’ ତାରିଣୀଙ୍କ ପ୍ରସିଦ୍ଧ ୮୭ତମ ଚଇତି ପର୍ବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ୧୫ ତାରିଖ ପର୍ଯ୍ୟନ୍ତ ୭ ଦିନ ଧରି ଚାଲିବ ଚଇତି ପର୍ବ । ୧୯୩୭ ମସିହାରୁ ମନ୍ଦିର ଟ୍ରଷ୍ଟଵୋର୍ଡ ପକ୍ଷରୁ ପାଳିତ ହେଉଛି ମା’ଙ୍କ ଏହି ପର୍ବ। ରୀତିନୀତି ଅନୁସାରେ ମା’ ତାରିଣୀଙ୍କ ପୂଜା ଚାଲିଛି । ବିଶେଷ ପୂଜା ନୀତି ସହ ମାର୍ଜଣା,ମଙ୍ଗଳ ଆଳତି,ସ୍ନାନ,ମହାସ୍ନାନ,ବଡ଼ସିଂହାର ବେଶ,ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା ପରେ ମା’ଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା ।

    ଚଇତିପର୍ବର ପ୍ରଥମ ଦିନରେ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା । ଭକ୍ତମାନେ ଶାନ୍ତିଶୃଙ୍ଖଳାର ସହ ଦର୍ଶନ କରିବା
    ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ଶ୍ରଦ୍ଧାଳୁ ଏହାକୁ ବେଶ୍ ଉପଭୋଗ କରିଛନ୍ତି । ସନ୍ଧ୍ୟାରେ ମା’ଙ୍କ ଆଳତି,ପାଲାମଣ୍ଡପରେ ପ୍ରବଚନ ଓ ରାତିରେ ବାଦୀପାଲା ପରିବେଷଣ କରାଯାଇଥିଲା ।
    କେନ୍ଦୁଝରରୁ ହେମନ୍ତଙ୍କ ରିପୋର୍ଟ, ସୂଚନାଟିଭି 24×7

  • ମୁକ୍ତମଞ୍ଚରେ ରାମାୟଣ

    ମୁକ୍ତମଞ୍ଚରେ ରାମାୟଣ

    କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକରେ କଳାକାରଙ୍କ ଦ୍ୱାରା ରାମାୟଣ ପରିବେଷଣ ହୋଇଛି । ଅସୁରେଶ୍ୱର ଦଣ୍ଡ ଯାତ୍ରାରେ ପବିତ୍ର ରାମ ନବମୀ ଠାରୁ ୧୧ ଦିନ ଧରି ପରିବେଷିତ ହୋଇଛି ସମ୍ପୂର୍ଣ୍ଣ ରାମାୟଣ । ରାମ ଜନ୍ମଠାରୁ ଆରମ୍ଭ ହୋଇଥାଏ ଏହି ରାମାୟଣ । ଖଡ଼ିଛୁଆଁ,ଶିବ ବିବାହ,ସୀତା ବିବାହ,ସୀତା ହରଣ,ହନୁମାନ ଭେଟ,ବାଳିବଧ,ନାଗଫାସ ବନ୍ଧନ,ସେତୁବନ୍ଧ ପ୍ରତିଷ୍ଠା,ରାବଣ ବଧ,ଶ୍ରୀ ରାମଙ୍କ ରାଜାଭିଷେକ ପର୍ଯ୍ୟନ୍ତ ଚାଲିଥାଏ ଏହି ମୁକ୍ତ ମଞ୍ଚ ରାମାୟଣ ।

    ବିଭିନ୍ନ ବସ୍ତ୍ର ପିନ୍ଧିଥାନ୍ତି କଳାକାର । ରାମାୟଣର ବିଭିନ୍ନ ଚରିତ୍ରରେ ସେମାନେ ଅଭିନୟ କରି ଦର୍ଶକଙ୍କୁ ମତୁଆଲା କରିଥାନ୍ତି । ଏହି କଳାକାରଙ୍କୁ ସୁଆଙ୍ଗି ସେବକ କୁହାଯାଏ । ସୁଆଙ୍ଗିମାନେ କେବଳ ଅଭିନୟ କରନ୍ତି । ଆଉ ସଂଳାପ, ଗୀତ ଓ ବାଦ୍ୟ ମାଧ୍ୟମରେ ବୋଲାଯାଏ ଯାହାକୁ ବଚନିକା କୁହାଯାଏ । ପବିତ୍ର ଦଣ୍ଡଯାତ୍ରାରେ ଏସବୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ ।

  • ବିଶ୍ୱ ଥିଏଟର ଦିବସ…ସମାଜରେ ବ୍ୟାପକ ପରିବର୍ତ୍ତନ ଆଣେ ‘ନାଟକ’

    ଆଜି ବିଶ୍ୱ ଥିଏଟର ବା ନାଟ୍ୟ ଦିବସ(World Theater Day) । ଥିଏଟର କଳାର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା (create awareness)ଏହାର ମୁଖ୍ୟ ଲକ୍ଷ୍ୟ (main aim)। ମନୋରଞ୍ଜନ କ୍ଷେତ୍ରରେ କଳାକାରଙ୍କ ବଡ଼ ଭୂମିକା ରହିଛି । ଏହା ସମାଜରେ ବ୍ୟାପକ ପରିବର୍ତ୍ତନ ଆଣିଥାଏ ।

    ବିଶେଷକରି କଳାକାରଙ୍କ ଭୂମିକା(role of the artist)କୁ ପ୍ରଦର୍ଶିତ କରିବା, ନାଟକ କିପରି ଲୋକଙ୍କ ଦୈନନ୍ଦିନ ଜୀବନରେ ବ୍ୟାପକ ପରିବର୍ତ୍ତନ(massive changes)ଆଣିଥାଏ ସେ ସମ୍ପର୍କରେ ସମାଜକୁ ଅବଗତ କରାଇବା(aware of)ପାଇଁ ଆଜିର ଦିନଟିକୁ ପାଳନ କରାଯାଇଥାଏ ।

    ଜୀବନ୍ତ ପ୍ରଦର୍ଶନ କରିବା ପାଇଁ କଳାକାରମାନେ ଅକ୍ଳାନ୍ତ ପରିଶ୍ରମ (tirelessly)କରିଥାନ୍ତି । ଏଠାରୁ ହିଁ ସେମାନଙ୍କ ଯାତ୍ରା ଆରମ୍ଭ ହୋଇଥାଏ । ସେଥିପାଇଁ କଳାକାରଙ୍କ ସମେତ ଟେକ୍ନିସିଆନ୍, କାରିଗର ଏବଂ ମହିଳା ଏପରି ଏକ ବୃତ୍ତି(profession)କୁ ଆଦରି ସଂଘର୍ଷ(struggle) କରିଥାନ୍ତି । ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କ କଳ୍ପନା, ଆବିଷ୍କାର ଦର୍ଶକଙ୍କୁ ବେଶ୍ କିଛି ମନୋରଞ୍ଜନ(entertainment)ର ଖୋରାକ ଯୋଗାଉଛି । ସେଥିପାଇଁ ଆଜି ବି ନାଟକ, ଯାତ୍ରା ଜୀବିତ ରହିଛି । ଅନ୍ତର୍ଜାତୀୟ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ୧୯୬୨ ମସିହାରୁ ପ୍ରତିବର୍ଷ ମାର୍ଚ୍ଚ ୨୭କୁ ବିଶ୍ୱ ନାଟ୍ୟ ଦିବସ ଭାବେ ପାଳନ କରାଯାଉଛି ।