Category: ଅପରାଧ

  • ବହୁ ଚର୍ଚ୍ଚିତ ମାଲଗୋଦାମ ବ୍ୟବସାୟୀ ହତ୍ୟା ମାମଲାରେ ଧଳ ବ୍ରଦର୍ସ ଖଲାସ

    ବହୁ ଚର୍ଚ୍ଚିତ ମାଲଗୋଦାମ ବ୍ୟବସାୟୀ ହତ୍ୟା ମାମଲାରେ ଧଳ ବ୍ରଦର୍ସ ଖଲାସ

    ବହୁ ଚର୍ଚ୍ଚିତ କଟକ ମାଲଗୋଦାମ ବ୍ୟବସାୟୀ ମହମ୍ମଦ ଫାରୁକ ହତ୍ୟା ମାମଲାରେ ଧଳସାମନ୍ତ ବ୍ରଦର୍ସଙ୍କୁ ମିଳିଛି କ୍ଲିନ ଚିଟ। ପ୍ରମାଣ ଅଭାବରୁ ଅଭିଯୁକ୍ତ ସୁଶୀଳ ଓ ସୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ଦୋଷମୁକ୍ତ କରିଛନ୍ତି କଟକ ଦୌରାଜଜ୍। ଆଗରୁ ଏହି ମାମଲାରେ ଆଉ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ କୋର୍ଟ।

    କଟକ ମାଲଗୋଦାମର ଜଣାଶୁଣା ଡ଼ାଲି ବ୍ୟବସାୟୀ ମହମ୍ମଦ ଫାରୁକଙ୍କୁ ୨୦୧୪ ମସିହା ନଭେମ୍ବର ୧୨ ତାରିଖରେ ହତ୍ୟା କରାଯାଇଥିଲା। ସେ ଗୋଦାମରେ ବସିଥିବା ବେଳେ ଦୁଇଟି ବାଇକରେ କିଛି ଦୁର୍ବୃତ୍ତ ଗୋଦାମରେ ପହଞ୍ଚି ଥିଲେ ଓ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଫାରୁକଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

    ହତ୍ୟାକାଣ୍ଡ ପରେ ପୋଲିସରେ ଅଭିଯୋଗ ହୋଇଥିଲା କି, ଧଳବ୍ରଦର୍ସ ତାଙ୍କୁ ୩୦ ଲକ୍ଷ ଟଙ୍କା ମାଗିଥିଲେ ଫାରୁକଙ୍କୁ। କିନ୍ତୁ ଫାରୁକ ବଟି ଦେବାକୁ ମନା କରିଦେଇଥିଲେ। ଯାହାକୁ ନେଇ ଧଳଭାଇଙ୍କ ଇଙ୍ଗିତରେ ହତ୍ୟା ହୋଇଥିଲା  ବୋଲି ଅଭିଯୋଗରେ ଉଲ୍ଳେଖ କରାଯାଇଥିଲା। ତେଣୁ ଅଭିଯୋଗ ଆଧାରରେ ୭ ଜଣଙ୍କୁ ଗିରଫ କରିଥିଲା କଟକ କମିଶନରେଟ ପୁଲିସ। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଏବେ ମଧ୍ୟ ଫେରାର ରହିଛି।

    କିନ୍ତୁ ସାକ୍ଷ୍ୟ ପ୍ରମାଣ ଅଭାବରୁ ଜିଲ୍ଲା ଦୌରାଜଜ୍ ପୂର୍ବରୁ ୪ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ଆଜି ଦୁଇ ଭାଇ ସୁଶୀଳ ଓ ସୁଶାନ୍ତ ଧଳ ସାମନ୍ତଙ୍କ ସହ ଆରିଫ ଖାନଙ୍କୁ ଦୋଷମୁକ୍ତ କରିଛନ୍ତି। ମାମଲାରେ ମୋଟ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ମିଳି ନ ଥିଲା।

    ଏନେଇ ଧଳସାମନ୍ତଙ୍କ ଓକିଲ ସୌରଚନ୍ଦ୍ର ମହାପାତ୍ର କହିଛନ୍ତି, ବିଭିନ୍ନ ପର୍ଯ୍ୟୟରେ ଏହି ମାମଲାରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା। କୋର୍ଟ ଏହା ଉପରେ ବିଚାର କରି ୪ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ଫାରୁଙ୍କ ସ୍ତ୍ରୀ ଓ ଭାଇଙ୍କ ସମେତ ଗୋଦାମରେ ଯେଉଁ କର୍ମଚାରୀମାନେ କାମ କରୁଥିଲେ ସେମାନେ କୋର୍ଟରେ ମୁହଁ ଖୋଲୁନାହାନ୍ତି। ତେଣୁ ଏହା ନୋ ଏଭିଡିଏନ୍ସ କେସ୍ ହୋଇଯାଇଛି ଏବଂ କୋର୍ଟ ଅଭିଯୁକ୍ତମାନଙ୍କୁ ନର୍ଦ୍ଦୋଷରେ ଖଲାସ କରିଛନ୍ତି।

    ତଦନ୍ତକାରୀ ସଂସ୍ଥା ତଥ୍ୟପ୍ରମାଣ ନଥାଇ ଅଯଥା କୋର୍ଟଙ୍କ ସମୟ ନଷ୍ଟ କରିବା ଅନୁଚିତ୍। ଏହାଦ୍ୱାରା ଲୋକେ ତଦନ୍ତକାରୀ ସଂସ୍ଥା ଉପରେ ବିଶ୍ୱାସ ହରାଉଛନ୍ତି। କିଛି ଲୋକେ ଅଯଥା ହତାସ ହେଉଛନ୍ତି। ଗୋଟିଏ ଲୋକକୁ ମାରିଦିଆ ଗଲା, ହେଲେ ତାକୁ କିଏ ମାରିଲା ପୁଲିସ ତଦନ୍ତରେ ଜାଣି ନପାରି ଅଧାଖଣ୍ଡିଆ ଚାର୍ଜସିଟ୍ କୋର୍ଟ ଦେବା ଅନୁଚିତ୍। ଗଣତାନ୍ତ୍ରିକ ଦେଶରେ ଏହା ଦ୍ୱାରା ଲୋକେ ନ୍ୟାୟ ପାଉନାହାନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

  • ତାମିଲନାଡୁ: ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

    ତାମିଲନାଡୁ: ବିଷାକ୍ତ ମଦ ପିଇ ୩ ମହିଳାଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ

    ତାମିଲନାଡୁରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଭିଲୁପୁରମ୍ ଏବଂ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ବିଷାକ୍ତ ମଦ ପିଇ ତିନିଜଣ ମହିଳାଙ୍କ ସମେତ ଦଶ ଜଣଙ୍କର ମୃତ୍ୟୁ ଘଟିଛି। ଖବର ଅନୁଯାୟୀ ରବିବାର ଭିଲୁପୁରମ୍ ଜିଲ୍ଲାର ମାରାକାନାମ ନିକଟ ଏକକିୟାରକୁପ୍ପାମରେ ରହୁଥିବା ୬ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ମଇ ୧୨ରେ ଚେଙ୍ଗଲପାଟ୍ଟୁ ଜିଲ୍ଲାର ମଦୁରାନ୍ତଗମରେ ଦୁଇ ଜଣଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁ ହୋଇଥିଲା ।

    ଆଧିକାରୀ ସୂଚନା ମୁତାବକ, ରବିବାର  ବିଷାକ୍ତ ମଦ ପିଇବାରୁ ଏକ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ଅବୈଧ ମଦ ସେବନ ହେତୁ ଏହି ସବୁ ମୃତ୍ୟୁ ଘଟିଥିବା କୁହାଯାଇଛି। ଏହା ବ୍ୟତୀତ ବର୍ତ୍ତମାନ ସମୟରେ ଦୁଇ ଡଜନରୁ ଅଧିକ ଲୋକଙ୍କ ଚିକିତ୍ସା ଚାଲିଛି ଓ ସେମାନେ ସମସ୍ତେ ଏବେ ଭଲ ଅଛନ୍ତି | ଏହି ଘଟଣା ପରେ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଉତ୍ତର) ଏନ କାନନ୍ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ନିଆଯିବାର ଆଶ୍ଵସନା ଦେଇଛନ୍ତି । ସେ କହିଛନ୍ତି ଯେ ସମସ୍ତ ୧୦ ପୀଡିତ ନିଶ୍ଚିତ  ଇଥାନଲ-ମିଥାନୋଲ ପଦାର୍ଥ ସହିତ ବିଷାକ୍ତ ମଦ ସେବନ କରିଥିଲେ।

    କାନନ କହିଛନ୍ତି ଯେ ତାମିଲନାଡୁର ଉତ୍ତର ଅଞ୍ଚଳରେ ବିଷାକ୍ତ ମଦ ଯୋଗୁ ଦୁଇଟି ପୃଥକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଏଥିସହ ଏପର୍ଯ୍ୟନ୍ତ ପୋଲିସ ଦୁଇଟି ଘଟଣା ମଧ୍ୟରେ ସଂଯୋଗର କୌଣସି ପ୍ରମାଣ ପାଇ ନାହିଁ, କିନ୍ତୁ କୌଣସି ସମ୍ଭାବ୍ୟ ସଂଯୋଗ ଜାଣିବା ପାଇଁ ପୋଲିସ ଗୋଟିଏ ଦିଗରୁ ଖୋଳତାଡ଼ ଅଭିଯାନ ଜାରି ରଖିଛି ।  ଗୋଟିଏ ଚେଙ୍ଗଲପାଟ୍ଟୁ ଜିଲ୍ଲାରେ ଏବଂ ଅନ୍ୟଟି ଭିଲୁପୁରମ୍ ଜିଲ୍ଲାରେ ।  ଭିଲୁପୁରମ ଜିଲ୍ଲାର ଅମରନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଏବଂ ତାଙ୍କ ନିକଟରୁ ନକଲି ମଦ ମଧ୍ୟ ଜବତ କରାଯାଇଛି। ଏଥିରେ ମିଥାନୋଲର ମାତ୍ରା ଜାଣିବା ପାଇଁ ଏହାକୁ ଯାଞ୍ଚ ପାଇଁ  ଲ୍ୟାବକୁ ପଠାଯାଇଛି।

    ଚେଙ୍ଗଲପାଟ୍ଟୁ ଜିଲ୍ଲାର ଦ୍ୱିତୀୟ ଘଟଣା ବିଷୟରେ ଆଇଜି ଏନ କାନନ କହିଛନ୍ତି ଯେ, ଏଠାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏହା ପରେ ଉକ୍ତ ଅଞ୍ଚଳରେ ହାଇ ଆଲର୍ଟ  ଜାରି କରାଯାଇଛି । ଏଠାର ଘଟଣାରେ ଅଭିଯୁକ୍ତ ଅମାବାସାଇଙ୍କୁ ଗିରଫ କରାଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି କି,  ସମସ୍ତ ମୃତକ ନିଶ୍ଚିତ ଭାବରେ ଇଥାନଲ ଏବଂ ମିଥାନୋଲ ମିଶ୍ରିତ ପଦାର୍ଥ ସହିତ ବିଷାକ୍ତ ମଦ୍ୟପାନ କରିଥିବେ ଯାହା ମୃତ୍ୟୁର କାରଣ ହୋଇଛି। ଉଭୟ ଘଟଣାରେ କିଛି ଅଭିଯୁକ୍ତ ଫେରାର ଅଛନ୍ତି ଏବଂ ଅଭିଯୁକ୍ତଙ୍କୁ ଖୋଜିବା ଏବଂ ଧରିବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଏହି ଘଟଣା ସମ୍ପର୍କରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ଚାରି ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

  • ବୁଡା ଜାହାଜରୁ ୨୫୦୦ କିଲୋଗ୍ରାମ ମେଥାମଫେଟାମାଇନ୍ ଡ୍ରଗ୍ସ ଜବତ

    ବୁଡା ଜାହାଜରୁ ୨୫୦୦ କିଲୋଗ୍ରାମ ମେଥାମଫେଟାମାଇନ୍ ଡ୍ରଗ୍ସ ଜବତ

    ଭାରତୀୟ ନୌସେନା ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ର ମିଳିତ ଅପରେସନରେ କେରଳ ଉପକୂଳବର୍ତ୍ତୀ ଏକ ଜାହାଜରୁ ପ୍ରାୟ ୨୫୦୦ କିଲୋଗ୍ରାମ ମେଥାମଫେଟାମାଇନ୍ ଡ୍ରଗ୍ସ ଜବତ କରାଯାଇଛି। ଜବତ ଡ୍ରଗ୍ସର ଆନୁମାନିକ ମୂଲ୍ୟ ୧୨୦୦୦ କୋଟି ଟଙ୍କା ହେବ।  ଆଣ୍ଟି ଡ୍ରଗ୍ ଏଜେନ୍ସି ସୂଚନା ଦେଇଛି ଯେ ୧୩ ମଇ ଅର୍ଥାତ୍ ଶନିବାର ଦିନ ଦେଶରେ ସବୁଠାରୁ ବଡ ମେଥାମଫେଟାମାଇନ୍  ଜବତ। ଏହା ସହିତ ଆହୁରି ସୂଚନା ଦିଆଯାଇଛି କି,  ଡ୍ରଗ୍ସ  ସଂପର୍କରେ ଜଣେ ପାକିସ୍ତାନୀ ନାଗରିକଙ୍କୁ ଅଟକ ରଖାଯାଇଛି। ଏତେ ପରିମାଣର ମେଥାମପେଟାମାଇନ୍ ସହ ପାକିସ୍ତାନର ଲିଙ୍କ ଥିବା ସନ୍ଦେହ କରାଯାଇଛି।

    ଜବତ ଉଚ୍ଛେଦ ସମ୍ପର୍କରେ ଏନସିବି ଅପରେସନ୍ ବିଭାଗର ଡେପୁଟି ଡାଇରେକ୍ଟର ଜେନେରାଲ ସଞ୍ଜୟ କୁମାର ସିଂ କହିଛନ୍ତି ଯେ ଏହା ‘ଅପରେସନ୍ ସମୁଦ୍ରଗୁପ୍ତ’ ର ଏକ ଅଂଶ | ମୁଖ୍ୟତଃ ସମୁଦ୍ର ପଥ ଦେଇ ଆଫଗାନିସ୍ତାନରୁ ଆସୁଥିବା ଔଷଧ ଏବଂ ଡ୍ରଗ୍ସର ଚୋରା ଚାଲାଣକୁ ରୋକିବାକୁ ଅପରେସନ ସମୁଦ୍ରଗୁପ୍ତର ଆରମ୍ଭ କରାଯାଇଛି। ଡ୍ରଗ୍ସ ବିରୋଧୀ ଏଜେନ୍ସି କହିଛି କି, ଏନସିବି ଦ୍ୱାରା ଗତ ଦେଢ଼ବର୍ଷ ମଧ୍ୟରେ ଦକ୍ଷିଣ ମାର୍ଗ ଦେଇ ହେଉଥିବା ଡ୍ରଗ୍ କାରବାରର ଏହା ହେଉଛି ତୃତୀୟ ପ୍ରମୁଖ ଜବତ । ଏହି ଅପରେସନ ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୩୨୦୦ କିଲୋଗ୍ରାମ ମିଥାମଫେଟାମାଇନ୍, ୫୦୦ କିଲୋଗ୍ରାମ ହେରୋଇନ୍ ଏବଂ ୫୨୯ କିଲୋଗ୍ରାମ ହାଶିଶ ଜବତ କରାଯାଇଛି।

  • ବୋମା ମାଡ଼ରୁ ଅଳ୍ପକେ ବର୍ତ୍ତିଲେ ବାହାରେ ଶୋଇଥିବା ପରିବାର

    ବୋମା ମାଡ଼ରୁ ଅଳ୍ପକେ ବର୍ତ୍ତିଲେ ବାହାରେ ଶୋଇଥିବା ପରିବାର

    କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ ପଡିଆପଶି ଗାଁ ପୁଢେଇଝୁଲ ସାହିରେ ବୋମା ମାଡ। ବୋମା ମାଡରେ ଏକ ପରିବାରର ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିବା ବେଳେ ସୌଭାଗ୍ୟବଶତଃ ପରିବାରବର୍ଗ ସୁରକ୍ଷିତ ଅଛନ୍ତି। ଗରମ ପାଇଁ ପରିବାରର ୮ ସଦସ୍ୟ ବର୍ତ୍ତି ଯାଇଛନ୍ତି। ତେବେ କିଏ ବୋମାମାଡ କରିଛି ତାହା ଜଣାପଡି ନାହିଁ।

    ଗତକାଲି ରାତିରେ ପଡିଆପଶି ପୁଢେଇଝୁଲ ସାହିର କୀର୍ତ୍ତନ ନାୟକ ତାଙ୍କ ପୁଅ, ସ୍ତ୍ରୀ, ଝିଅ, ଜ୍ୱାଇଁ ଓ ୩ ନାତୁଣୀ ଘର ଭିତରେ ଗରମ ହେବାରୁ ଘର ବାହାରେ ଶୋଇଥିଲେ। ରାତି ପ୍ରାୟ ୧୨ ଟା ସମୟରେ ଘର ଭିତରେ ଏକ ବମ ଫୁଟିବା ପରି ଶବ୍ଦ ଶୁଣା ଯାଇଥିଲା। ପରିବାର ଲୋକେ ଉଠିପଡିଥିଲେ ସେହି ଶବ୍ଦରେ। ଭୟ ଓ ଆତଙ୍କ ଦେଖିନ୍ତି ତ ଘରର ଝରକା ପଟରେ ନିଆଁ ବାହାରୁଛି। ଘର ଭିତରେ ନିଆଁ ହୁତୁହୁତୁ ହେଇ ଜଳୁଛି। ବୋମା ଫାଟିବାର ଶବ୍ଦ ଶୁଣି ଆଖପାଖ ଲୋକେ ମଧ୍ୟ ନିଦରୁ ଉଠି ଦେଖନ୍ତି କେହି ଦୁଇ ଜଣ ଦୌଡି ପଳାଉଥିବା ବେଳେ, କୀର୍ତ୍ତନ ନାୟକଙ୍କ ଘର ଜଳୁଛି। କାଳ ବିଳମ୍ବ ନ କରି ଗାଁ ଲୋକେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

    ପୂର୍ବ ଶତ୍ରୁତାରୁ କେହି ଏପରି କରିଥାଇପାରେ ବୋଲି ତେଲକୋଇ ଥାନାରେ ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ତେଲକୋଇ ପୋଲିସ ପହଞ୍ଚି ତଦନ୍ତ କରୁଛି।

  • ଝିଆରୀ ଅନ୍ୟ ଜାତିରେ ବିବାହ କରିବାରୁ ମାରିଦେଲା ଦାଦା

    ଝିଆରୀ ଅନ୍ୟ ଜାତିରେ ବିବାହ କରିବାରୁ ମାରିଦେଲା ଦାଦା

    ଉତ୍ତର ପ୍ରଦେଶର ସୀତାପୁରରେ ଅନର କିଲିଙ୍ଗର ପୁନରାବୃତ୍ତି।  ଝିଆରୀ ଅନ୍ୟ ଜାତିର ଯୁବକ ସହ ଘରୁ ପଳାଇ ଯାଇ ବିବାହ କରିଥିବାରୁ ଦାଦା ହତ୍ୟା କରିଛି ଝିଆରୀକୁ।  ଜଘଣ୍ୟ ହତ୍ୟାକାଣ୍ଡ ଘଟାଇବା ପରେ ଦାଦା ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ପୋଲିସ ଅଭିଯୁକ୍ତଠାରୁ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି। ସୀତାପୁରର ପିସାୱାନା ଥାନା ଅଧୀନ ବାଜନଗର ଗାଁରେ ଶନିବାର ଏହି ହତ୍ୟାକାଣ୍ଡ ହୋଇଛି।  ପୋଲିସ ମାମଲାକୁ ନେଇ କହିଛି କି, ଏହା ସମ୍ପୂର୍ଣ୍ଣରୂପେ ଅନର କିଲିଂ ମାମଲା। ଅଭିଯୁକ୍ତ ମଧ୍ୟ ନିଜ ଦୋଷ ମାନି ନେଇଛି।

    ସୂଚନାକ ମୁତାବକ, ସେହି ଗାଁର ରୁପ ଚନ୍ଦ୍ର ମୌର୍ୟ୍ୟ ନାମକ ଜଣେ ବ୍ୟକ୍ତି ସହ ମୃତ ୨୦ ବର୍ଷୀୟା ଯୁବତୀଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା। କିନ୍ତୁ ଉକ୍ତ ଯୁବକ ପୂର୍ବରୁ ବିବାହିତ ଥିଲେ। ଉଭୟଙ୍କ ସମ୍ପର୍କ ବିଷୟରେ ଯୁବତୀଙ୍କ ପରିବାର ଜାଣିବା ପରେ ଯୁବତୀଙ୍କ ଦାଦା ରାଗରେ ହିତାହତ ଜ୍ଞାନ ହରାଇ ବସିଥିଲେ ଓ ଯୁବତୀଙ୍କୁ ଏକ ଧାରୁଆ ଛୁରୀରେ ଭୁଷି ଚାଲିଥିଲେ। ଫଳରେ ଯୁବତୀଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ସ୍ଥାନୀୟ କୌଣସି ବ୍ୟକ୍ତି ପୋଲିସକୁ ଏହି ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ ଓ ଏସପିଙ୍କ ସହ ପୋଲିସ ଟିମ ସେଠାରେ ପହଞ୍ଚିଥିଲା। ପୋଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

    ପୋଲିସ ତଥ୍ୟ ମୁତାବକ ପୀଡିତାର ରୁପ ଚନ୍ଦ୍ର ସହ ସମ୍ପର୍କ ଗଢିଉଠିଥିଲା। ପରିବାର ଲୋକେ ସେମାନଙ୍କୁ ବିବାହ କରିବାକୁ ଦେବେ ନାହିଁ ଜାଣି ନଭେମ୍ବର ମାସରେ ଉଭୟ ଗାଜିଆୱାଦ ପଳାଇଯାଇ ସେଠାରେ କୋର୍ଟ ମ୍ୟାରେଜ କରିଥିଲେ ଓ ସେଠାରେ ଏକାଠି ରହିଥିଲେ। କିଛି ଦିନ ତଳେ ଉଭୟ ଗାଁକୁ ଆସିଥିଲେ। ତେବେ ଝିଆରୀ ଘରୁ ପଳାଇବା ପରଠାରୁ ଦାଦା ତାକୁ ମାରିବାକୁ ଅପେକ୍ଷା କରି ବସିଥିଲା। ଯେତେବେଳେ ସେମାନେ ଗାଁକୁ ଫେରିଲେ ଦାଦା ଝିଆରୀକୁ ଛୁରାମାଡ କରିଥିଲା ବୋଲି ପୋଲିସ ସୂଚନା ଦେଇଛି।

    ଏନେଇ ରୁପଚନ୍ଦ୍ରର ପରିବାର ପକ୍ଷରୁ ଥାନାରେ ଏକ ଅଭିଯୋଗ ହୋଇଛି। ଘରେ ପସି ପୀଡିତାର ପରିବାର ଲୋକେ ତାକୁ ଘୋଷାଡି ନେବା ସହ ହତ୍ୟା କରିଥିବା ଆଭିଯୋଗରେ ଉଲ୍ଳେଖ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ତେବେ ଏହା ପୂର୍ବରୁ ଗତ ଡିସେମ୍ୱରରେ ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କୁ ଅନର କିଲିଂ ମାମଲାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ବାପା ଝିଅର ପ୍ରେମିକକୁ ମାରିଦେଇଥିବା ଅଭିଯୋଗ ହୋଇଥିଲା।

  • କେସିଏଫ ମୁଖ୍ୟକୁ ଗୁଳିକରି ହତ୍ୟା

    କେସିଏଫ ମୁଖ୍ୟକୁ ଗୁଳିକରି ହତ୍ୟା

    କୁଖ୍ୟାତ ‌ଆତଙ୍କବାଦୀ ତଥା ଖଲିସ୍ତାନ କମାଣ୍ଡୋ ଫୋର୍ସ(କେସିଏଫ) ମୁଖ୍ୟ ପରମଜିତ ସିଂହ ପଞ୍ଜୱାରଙ୍କୁ ଗୁଳିକରି ହତ୍ୟା।  ପାକିସ୍ତାନର ଲାହୋର ଅନ୍ତର୍ଗତ ଜୋହଠାରେ ଦୁଇ ଦୁର୍ବୃତ୍ତ ଗୁଳି ମାଡ଼ରେ ପରମଜିତଙ୍କ ମୃତ୍ୟୁ ନେଇ ସୂଚନା। ଶନିବାର ସକାଳ ପ୍ରାୟ ୬ଟା ସମୟରେ ଜୋହର ଟାଉନ ଅନ୍ତର୍ଗତ ସନଫ୍ଲାୱାର ସୋସାଇଟିରେ ଥିବା ତା’ ଘର ନିକଟରେ ତାର ମୃତ୍ୟୁ ହୋଇଛି।

    ସୂଚନା ମୁତାବକ, ପରମଜିତ ତା’ର ଗନମ୍ୟାନଙ୍କ ସହ ଘର ନିକଟରେ ଥିଲା। ଏହି ସମୟରେ ଦୁଇ ଦୁର୍ବୃତ୍ତ ତା ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଆତତାୟୀଙ୍କ ଗୁଳି ମାଡରେ ସହି ସ୍ଥାନରେ ହିଁ ପରମଜିତ ଟଳିପଡିଥିଲା। ଦୁର୍ବୃତ୍ତଙ୍କ ଗୁଳି ମାଡରେ ଗନମ୍ୟାନ ମଧ୍ୟ ଆହତ ହୋଇଛି।

    ପଞ୍ଜାବରେ ଥିବା ତରନ ତାରନ ନିକଟ ପଞ୍ଜୱାର ଗାଁରେ ଜନ୍ମ ଗ୍ରହଣ କରିଥିବା ୫୯ ବର୍ଷୀୟ ପରମଜିତ ଶିଖ ବିଦ୍ରୋହୀମାନଙ୍କୁ ସକ୍ରିୟ କରିବା ସହ ହତ୍ୟା, ଡ୍ରଗ୍ସ ଚାଲାଣ ଓ ବେଆଇନ ଅସ୍ତ୍ରଶସ୍ତ୍ର ଚାଲାଣ କାମରେ ସାମିଲ ରହିଥିଲା। ୧୯୮୬ରେ ସେ କେସିଏଫରେ ଯୋଗ ଦେଇଥିଲା। ୧୯୯୦ରେ ସେ କେସିଏଫର ମୁଖ୍ୟ ଭାବେ ଦାୟିତ୍ୱ ନେବା ସହ ବିଭିନ୍ନ ବେଆଇନ କାମରେ ସାମିଲ ହୋଇଥିଲା।

    ପରମଜିତର ଭାରତ ବିରୋଧୀ କାର୍ଯ୍ୟକ୍ରମ ଜଣାପଡିବା ପରେ ପୋଲିସ ତାକୁ ଧରିବାକୁ ଚେଷ୍ଟା କରିବା ବେଳେ ସେ ପାକିସ୍ତାନ ଚାଲି ଯାଇଥିଲା। ସେ ସେବେଠାରୁ ଲାହୋରରେ ରହିବା ଆରମ୍ଭ କରିଥିଲା। ତା’ ପରିବାର ଜର୍ମାନୀରେ ଅବସ୍ଥାନ କରୁଛନ୍ତି।

    ସେ ଦୀର୍ଘ ବର୍ଷରୁ ଭାରତ ବିରୋଧୀ କାର୍ଯ୍ୟରୁ କ୍ଷାନ୍ତ ହୋଇଥିଲେ ମଧ୍ୟ ନିଶା କାରବାରରେ ଜଡିତ ରହି ଆସୁଥିଲା। ଆଜି ତାର ମୃତ୍ୟୁ ପରେ ସନ୍ଦେହ କରାଯାଉଛି କି ତାକୁ ଡ୍ରଗ୍ସ କାରବାର ପାଇଁ କେହି ହତ୍ୟା କରିଥାଇପାରେ।

  • ୬୦ ମାମଲାରେ ଜଡିତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏନକାଉଣ୍ଟରରେ ମୃତ

    ୬୦ ମାମଲାରେ ଜଡିତ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଏନକାଉଣ୍ଟରରେ ମୃତ

    ଉତ୍ତର ପ୍ରଦେଶରେ ଆଉ ଜଣେ ଗ୍ୟାଙ୍ଗଷ୍ଟରକୁ ଏନକାଉଣ୍ଟର କରିଛି ୟୁପି ଏସଟିଏଫ। ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଅନୀଲ ଦୁଜାନାକୁ ଆଜି ମୀରଟରେ ଏସଟିଏଫ ଗୁଳି କରି ହତ୍ୟା କରିଛି। ହତ୍ୟା ଓ ଅପହରଣ ପରି  ୬୦ଟି ମାମଲା ରହିଛି ଅନୀଲ ନାମରେ। ଅନୀଲ ୟୁପିର ନୋଏଡା, ଗାଜିଆବାଦ, ଦିଲ୍ଲୀ ଏନସିଆର କ୍ଷେତ୍ରରେ ଆତଙ୍କ ଚଳାଇଥିଲା ବୋଲି ଏସଟିଏଫ ଅତିରିକ୍ତ ଡିଜିପି ସୂଚନା ଦେଇଛନ୍ତି।

    ଏଡିଜିପି କହିଛନ୍ତି, ଅନୀଲ ଜଣେ କଣ୍ଟ୍ରାକ୍ଟ କିଲର। ୧୮ଟି ହତ୍ୟା ମାମଲାରେ ସେ ସାମିଲ ଥିଲା। ଅନୀଲ ପୂର୍ବରୁ ଏକ ହତ୍ୟା ମାମଲାରେ ଜେଲରେ ଥିବା ବେଳେ ଏପ୍ରିଲ ୧୦ରେ ଜେଲରୁ ମୁକୁଳିଥିଲା ଓ ପୂର୍ବପରି ଚଳାଇଥିଲା ଆତଙ୍କ। ଏଥିସହ ତା ବିରୋଧରେ ଥିବା ହତ୍ୟା ମାମଲାରେ ସେ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲା ଓ ସାକ୍ଷୀଙ୍କ ହତ୍ୟା ପାଇଁ ମସୁଧା କରୁଥିଲା। ଅନୀଲର ଷଡଯନ୍ତ୍ର ବିଷୟରେ ଜଣାପଡିବା ପରେ ଅନୀଲକୁ ଧରିବାକୁ ଜାଲ ବିଛାଇଥିଲା ଏସଟିଏଫ।

    ଗୁରୁବାର  ଅନୀଲ ଦୁଜାନା ଗୋଟିଏ ସ୍କପ୍ରିଓରେ ମୀରଟରେ ଥିବା ତା’ର ସହଯୋଗୀଙ୍କୁ ଭେଟିବାକୁ ଯାଉଥିଲା। ଏହି ସୂଚନା ବିଶେଷ ସୂତ୍ରରୁ ପାଇଥିଲା ଏସଟିଏଫ। ଅନୀଲକୁ ଧରିବାକୁ ପୋଲିସ ଟିମ ଉଦ୍ୟମ କରୁଥିବା ବେଳେ ସେ ସେଠାରୁ ଖସି ଯିବାକୁ ଚେଷ୍ଟା କରିଥିଲା ଓ ପୋଲିସ ଉପରକୁ ଗୁଳି ଚଳାଇଥିଲା। ପୋଲିସର ପାଲଟା ଗୁଳି ବିନିମୟରେ ଅନୀଲ ଦୁଜାନାର ମୃତ୍ୟୁ ହୋଇଥିଲା। ଏନେଇ ୟୁପି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

    ପୋଲିସ ସୂଚନା ଅନୁଯାୟୀ, ମୀରଟର ଗୋଟିଏ ଗାଁରେ ଥିବା ଆବଡ଼ାଖାବଡ଼ା ରାସ୍ତାକୁ ଘେରି ରହିଥିବା ବଡ଼ବଡ଼ ବୁଦା ନିକଟରେ ପୋଲିସ ଗୁଳି ଅନୀଲ ଦେହରେ ବାଜିଥିଲା। ସେହି ବୁଦା ପଛରୁ ସେ ପୋଲିସ ଉପରକୁ ଗୁଳି ଚଳାଉଥିଲା। ଉଭୟ ପକ୍ଷରୁ ୨୧ ରାଉଣ୍ଡ ଗୁଳି ଚାଲିଥିବା ବେଳେ ଅନୀଲ ୧୫ ରାଉଣ୍ଡ ଗୁଳି ଚଳାଇଥିଲା। ଘଟଣା ସ୍ଥଳରୁ ୯ଏମଏମର ୨ଟି ପିସ୍ତଲ ଜବତ କରିଛି ପୋଲିସ ବୋଲି ଏଡିଜିପି ସୂଚନା ଦେଇଛନ୍ତି।