Category: ବିଶେଷ

  • ୭୧ତମ ମିସ୍‌ ୱାର୍ଲଡ ୨୦୨୩ କଶ୍ମୀରରେ,ଭାଗ ନେବେ ୧୪୦ ଦେଶ

    ୭୧ତମ ମିସ୍‌ ୱାର୍ଲଡ ୨୦୨୩ କଶ୍ମୀରରେ,ଭାଗ ନେବେ ୧୪୦ ଦେଶ

    ୭୧ତମ ମିସ୍‌ ୱାର୍ଲଡ ୨୦୨୩ ପ୍ରତିଯୋଗିତାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଶେଷଆଡକୁ ଏହାକୁ କଶ୍ମୀରରେ ଆୟୋଜନ କରିବାର ଯୋଜନା ରହିଛି। ପ୍ରତିଯୋଗିତାରେ ୧୪୦ ଦେଶ ଭାଗ ନେବେ। ତେବେ ମେ’ ୨୦୨୩ରେ ଆୟୋଜିତ ହୋଇଥିବା ଜି୨୦ ବୈଠକ ପରେ ଏଭଳି ବଡ଼ ଆୟୋଜନ ଏଠାରେ କରାଯିବ ବୋଲି ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।

  • କେବେ ରଙ୍ଗୀନ ଓ ବିଚିତ୍ର ହ୍ରଦ ଦେଖିଛନ୍ତି ? ପୃଥିବୀରେ ଏପରି ୭ଟି ହ୍ରଦ ରହିଛି

    କେବେ ରଙ୍ଗୀନ ଓ ବିଚିତ୍ର ହ୍ରଦ ଦେଖିଛନ୍ତି ? ପୃଥିବୀରେ ଏପରି ୭ଟି ହ୍ରଦ ରହିଛି

    ଆମ ଗ୍ରହ ପୃଥିବୀରରେ ରହିଛି ଅନେକ ସୁନ୍ଦର ସ୍ଥାନ । କେଉଁଟି ଆମକୁ ପାହାଡ ଆକର୍ଷିତ କରିଥାଏ ତ ପୁଣି କେଉଁଠି ସମୁଦ୍ର । କିନ୍ତୁ ପୃତିବୀରେ ଏମିତି ଅନେକ ହ୍ରଦ ରହିଛି, ଯାହା ଦେଖିବାକୁ ତ ଖୁବ୍ବ ସୁନ୍ଦର ତା ସହ ଆଶ୍ତର୍ଯ୍ୟଜନକ । ଏହି ସବୁ ହ୍ରଦଗୁଡିକ ଅତି ରଂଗୀନ ଓ ଆକର୍ଷଣାଯ । ଏପରି କିଛି ହ୍ରଦ ବା ଲେକ୍ ବିଷୟରେ ଜାଣିବା ।

    ଓ୍ବେଷ୍ଟର୍ଣ୍ଣ କାନାଡ଼ାରେ ରହିଛି ପିୟଟୋ ଲେକ୍, ଓ୍ବାନଫ ଜାତୀୟ ଉଦ୍ୟାନରେ ଅବସ୍ଥିତ ପିୟୋଟ୍ ଲେକ କାନାଡ଼ା ଜାତୀୟ ଉଦ୍ୟାନର ସବୁଠାରୁ ବଡ଼ ଆକର୍ଷଣ। BLUST ଗ୍ଲେସିୟର ହ୍ରଦ ନାମରେ ବି ପ୍ରସିଦ୍ଧ ଏହି ହ୍ରଦ କାନାଡ଼ାର ଅନ୍ୟତମ ସୁନ୍ଦର ହ୍ରଦ ମଧ୍ୟ। କାନାଡାର ପ୍ରସିଦ୍ଧ ବ୍ଯକ୍ତି ବିଲ୍ ପେଇଟୋଙ୍କ ନାମରେ ନାମିତ ଏହାର ନାମ କରଣ ହୋଇଛି । ପିୟୋଟ୍ ହ୍ରଦ 270 ଫୁଟ ଗଭୀର, ପଥର ଚଟାଣ ଓ ବରଫମୟ ପର୍ବତ ମାଳା ସମେତ କ୍ରିଷ୍ଟଲ କ୍ଲିଅର ପରିସ୍କାର ଜଳ ଏହି ହ୍ରଦରେ ଆପଣ ଦେଖିବାକୁ ପାଇବେ । ଏହି ହ୍ରଦରେ ଯେତେବେଳେ ସୂର୍ଯ୍ୟଆଲୋକ ପଡେ ଏହା ଏକ ଚମକପ୍ରଦ ଆଭା ଭଳି ଦୃଶ୍ଯମାନ ହୁଏ । ଏହି ହ୍ରଦ ଏହାର ପର୍ୟ୍ୟଟକମାନଙ୍କୁ ଏକ ଚମତ୍କାର ଦୃଶ୍ୟ ପ୍ରଦାନ କରେ। ଉଭଯ ପାର୍ଶ୍ବରେ ଥିବା ବିରାଟ ପର୍ବତ, ପର୍ବତ ଉପରେ ଥିବା ପାଇନ୍ ଗଛ, ଏହାର ସୌନ୍ଦର୍ଯକୁ ଆହୁରି ବଢାଇ ଦିଏ । ପ୍ରକୃତି ପ୍ରେମୀଙ୍କ ପାଇଁ ଏହା ଏକ ସ୍ବର୍ଗର ଅନୁଭୂତି ଆଣିଦିଏ ।

    ଦ୍ବିତୀୟ ହ୍ରଦ ହେଉଛି ଅଷ୍ଟ୍ରେଲିଆର ଲେକ୍ ହିଲ୍ୟର୍ । ଲେକ୍ ହିଲ୍ୟର୍ ପଶ୍ଚିମ ଅଷ୍ଟ୍ରେଲିଆର ପ୍ରଶାନ୍ତ ମହାସାଗର ଉପକୂଳରେ ଅବସ୍ଥିତ। ହିଲ୍ୟର୍ ହ୍ରଦର ଅନ୍ଯତମ ନାମ ହେଉଛି ପିଙ୍କ ଲେକ୍ ବା ଗୋଲାପୀ ହ୍ରଦ । କାରଣ ଏହି ଲେକର ପାଣି ସଂପୂର୍ଣ୍ଣ ଗୋଲାପୀ । ଜଳରେ ଅତ୍ୟଧିକ ଲବଣାକ୍ତତା ଏବଂ ଡୁନାଲିଏଲା ସାଲିନା ନାମକ ବ୍ୟାକ୍ଟେରିଆ ଥିବା କାରଣରୁ ଏହି ରଂଗ ଦେଖାଯାଏ ବୋଲି ବିଶେଷଜ୍ଞଙ୍କ ମତ୍ତ । ପ୍ରାୟ 600 ମିଟର ଲମ୍ବର ହ୍ରଦ ପ୍ରଥମେ 1802ରେ ମାଥ୍ୟୁ ଫ୍ଲିଣ୍ଡର୍ସଙ୍କ ଦ୍ୱାରା ପ୍ରଥମେ ଆବିଷ୍କୃତ ହୋଇଥିଲା। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହି ସ୍ଥାନରେ ଲୁଣ ଖନନ ଏକ ପ୍ରମୁଖ କାର୍ଯ୍ୟ ଥିଲା, କିନ୍ତୁ ପରେ ଏହା ବନ୍ଦ ହୋଇଯିବାରୁ ଯାହା ଏହା ମୃତ ସାଗରରେ ପରିଣତ ହୋଇଥିଲା । ତେବେ ଏହି ପିଙ୍କ ବା ହିଲ୍ଯର ଲେକ୍ ଆଜି ଅଷ୍ଟ୍ରେଲିଆର ଏକ ପ୍ରମୁଖ ପର୍ୟ୍ୟଟନ କେନ୍ଦ୍ର ।

    ତୃତୀୟ ହ୍ରହ ରହିଛି ବୋଲଭିଆର ଲଗୁନା କଲୋରାଡା । ଲାଲ୍ ଲାଗୁନ୍ ନାମରେ ମଧ୍ୟ ପରିଚିତ ଲାଗୁନା କଲରଡା ଏକ ଲାଲ୍ ରଙ୍ଗର ହ୍ରଦ । ଏଥିରେ ଥିବା ଲାଲ୍ ଅବକ୍ଷେୟ ଓ ସ୍ବତନ୍ତ୍ର ପ୍ରକାରର ଶୈବାଳରୁ ଏହା ଲାଲ୍ ରଙ୍ଗରେ ପରିଣତ ହୋଇଛି । ସମୁଦ୍ର ପତ୍ତନଠାରୁ ପ୍ରାୟ 14,000 ଫୁଟ ଉଚ୍ଚରେ ଅବସ୍ଥିତ ଏହି ହ୍ରଦ । ଏହି ହ୍ରଦରେ ନାରଙ୍ଗୀ-ଲାଲ ଓ ଶ୍ବତ ବର୍ଣ୍ଣ ମଧ୍ଯ ପ୍ରତିଫଳିତ ହୁଏ । ଲାଗୁନା କଲରଡାକୁ ଖାଦ୍ଯ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତି ବର୍ଷ ବିରଳ ଓ ବିଲୁପ୍ତପ୍ରାୟ ଆଣ୍ଡିଆନ୍ ଫ୍ଲେମିଙ୍ଗୋ ପକ୍ଷୀ ଆସିଥାନ୍ତି । ହ୍ରହ ଚାରିପଟେ ପର୍ବତମାଳା ଥିଲେ ବି ଏଠାରେ ସବୁଜିମା ନାହିଁ ।

    ଇଣ୍ଡୋନେସିଆର କେଲିମଟୁ ଏକ ବିଚିତ୍ର ହ୍ରଦ । ଏକ ଆଗ୍ନେଯଗିରିର ତୁଙ୍ଗରେ ରହିଛି 3ଟି ହ୍ରଦ, ଯାହା ପରସ୍ପର ଠାରୁ ପୁରା ଭିନ୍ନ । 3ଟି ଲେକର ପାଣି ଅଲଗା ଅଲଗା । ଏହା ତ୍ରୀଭୂଜ ପରି ମନେ ହୁଏ । 1690 ମିଟର ପରିବ୍ଯାପ୍ତ ଗର୍ତ୍ତର ଶିଖର ମଧ୍ୟରେ ରହିଛି ତ୍ରିରଙ୍ଗାଯୁକ୍ତ କେଲିମୁତୁ ହ୍ରଦ। ସବୁଠାରୁ ଆସ୍ଚର୍ଯ୍ୟଜନକ କଥା ହେଉଛି, ଏହି ହ୍ରଦର ପାଣିର ରଙ୍ଗ ଆପେଆପେ ନିୟମିତ ପରିବର୍ତ୍ତନ ହୋଇଥାଏ । କୁହାଯାଏ ଫୁମାରୋଲ ଫଙ୍ଗସ କାରଣରୁ ଏପରି ରଂଗ ପରିବର୍ତ୍ତନ ହୋଇଥାଏ। ହ୍ରଦ ନିକଟରେ ପାଦ ପକାଇବା ବିପଦପୂର୍ଣ୍ଣ ହୋଇଥିବାରୁ ବାଷ୍ପୀୟ ଧୂଆଁ ବାହାରୁଛି। କିନ୍ତୁ ପର୍ୟ୍ୟଟକମାନେ ଅବଶ୍ୟ ହ୍ରଦ ଚାରିପାଖରେ ପଦୟାତ୍ରା କରିପାରିବେ ଏବଂ ଉଦ୍ଭିଦ ଏବଂ ପ୍ରାଣୀଜଗତର ଆନନ୍ଦ ନେଇପାରିବେ।

    ଇକ୍ଯୁଏଡୋର ଲାଗୁନା କୁଇଲୋଟୋଆ ହେଉଛି ଏକ ରଂଗୀନ ହ୍ରଦ ଯାହା ଏକ ଚମକପ୍ରଦ ଆଗ୍ନେୟ ପୃଷ୍ଠଭୂମିରେ ପରିବେଷିତ । ସବୁଜ ରଙ୍ଗର ଜଳରାଶି ପାଇଁ ଏହା ପ୍ରସିଦ୍ଧ। ଏହି ହ୍ରଦଟି 1280ରେ ହୋଇଥିବା ଆଗ୍ନେୟ ଉଦ୍ଗୀରଣ ଦ୍ୱାରା ଗଠିତ ହୋଇଥିଲା, ଯାହା 3 କିଲୋମିଟର ଲମ୍ବ । ପରବର୍ତ୍ତୀ ସମୟରେ ଏଠାରେ କୋଲାରେଡା ପାଇଁ ଏହା ବର୍ତ୍ତମାନ ଉଜ୍ଜ୍ୱଳ ତରଭୁଜ ପରି ଦୃଶ୍ଯମାନ ହେଉଛି । କୁଇଲୋଟୋଆ ହ୍ରଦ ପର୍ବତାରୋହଣ ଏବଂ ପଦଯାତ୍ରା ପାଇଁ ଏକ ଉପୟୁକ୍ତ ସ୍ଥାନ।

    ଏମରଲ୍ଡ ଲେକ୍, ଏହା ନ୍ୟୁଜିଲାଣ୍ଡରେ ରହିଛି । ନ୍ଯୁଜିଲାଣ୍ଡର ୟୋହୋ ଜାତୀୟ ଉଦ୍ୟାନରେ ଏହା ଅବସ୍ଥିତ। ୟୋହୋ ଜାତୀୟ ଉଦ୍ଯାନରେ ଥିବା ଷାଠିଏଟି ହ୍ରଦ ଏବଂ ପୋଖରୀ ମଧ୍ୟରୁ ଏମରାଲ୍ଡ ହ୍ରଦ ହେଉଛି ସର୍ବବୃହତ ଓ ଆକର୍ଷଣୀୟ । ନଭେମ୍ବରରୁ ଜୁନ୍ ମାସ ପର୍ଯ୍ୟନ୍ତ ଏହି ହ୍ରଦ ବରଫାବୃତ ରହୁଥିବାରୁ ଏହି ହ୍ରଦ ଏକ ଲୋକପ୍ରିୟ କ୍ରସ୍-କଣ୍ଟ୍ରି ଡେଷ୍ଟିନେସନ୍। ହ୍ରଦର ସ୍ବଚ୍ଛ ଜଳ ମୁଖ୍ୟତଃ ଚୂନପଥର ଗୁଣ୍ଡ ଦ୍ୱାରା ସୃଷ୍ଟି ହୋଇଥାଏ, ଏହା ଜୁଲାଇ ମାସରେ ସବୁଠାରୁ ଦର୍ଶନୀୟ ହୋଇଥାଏ କାରଣ ଏହାର ଆଖପାଖ ପର୍ବତରୁ ବରଫ ତରଳି ଯାଇଥାଏ।

  • ଚନ୍ଦ୍ରଯାନ ୩ ଲ୍ୟାଣ୍ଡର, ଚନ୍ଦ୍ରଯାନ ୨ର ଅର୍ବିଟର ମଧ୍ୟରେ ଯୋଗାଯାଗ ସ୍ଥାପନ

    ଚନ୍ଦ୍ରଯାନ ୩ ଲ୍ୟାଣ୍ଡର, ଚନ୍ଦ୍ରଯାନ ୨ର ଅର୍ବିଟର ମଧ୍ୟରେ ଯୋଗାଯାଗ ସ୍ଥାପନ

    ଆଜି ସଂଧ୍ୟାରେ ଚନ୍ଦ୍ରଯାନ ୩ ଜହ୍ନରେ ପାଦ ଥାପିବ । ଇସ୍ରୋ ଦ୍ୱାରା ପ୍ରେରିତ ଯାନ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ଜହ୍ନରେ ପାଦ ଥାପିବାକୁ ଆଗେଇ ଯାଉଛି। ଏପରି ସ୍ଥିତିରେ ଆଉ ଏକ ଖୁସି ଖବର। ବିଫଳ ଅଭିଯାନ କୁହାଯାଉଥିବା ଚନ୍ଦ୍ରଯାନ ୨ ଏବେ ଚନ୍ଦ୍ରଯାନ ୩ ମଧ୍ୟରେ ସ୍ଥାପିତ କରିଛି ଯୋଗାଯୋଗ। ଚନ୍ଦ୍ରଯାନ ୩ ଲ୍ୟାଣ୍ଡର, ଚନ୍ଦ୍ରଯାନ ୨ର ଅର୍ବିଟର ସହ ସ୍ଥାପନ କରିଛି ସମ୍ପର୍କ। ଏସମ୍ପର୍କରେ ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି। ଏଥିରେ ଉଲ୍ଳେଖ ରହିଛି କି, ଉଭୟ ଯାନ ଭିତରେ ଦ୍ୱିପାକ୍ଷିକ ସମ୍ପର୍କ ସ୍ଥାପନ ହୋଇଛି।

    ପ୍ରଥମ ଥର ପାଇଁ ଚନ୍ଦ୍ରଯାନ୨ର ଅର୍ବିଟର ସହ ଚନ୍ଦ୍ରଯାନ୩ର ଲ୍ୟାଣ୍ଡର ମଧ୍ୟରେ ସମ୍ଭବ ହୋଇଛି ଯୋଗାଯୋଗ । ପୂର୍ବ ଚନ୍ଦ୍ରମିଶନ ବିଫଳ ହୋଇଥିଲେ ମଧ୍ୟ ଚନ୍ଦ୍ରଯାନ ୨ର ଅର୍ବିଟର ସେଠାରେ ଚନ୍ଦ୍ରର ପରିକ୍ରମା କରୁଛି ଓ ଲଗାତର ଇସ୍ରୋ ସହ ସମ୍ପର୍କରେ ରହିଛି। ଏବେ ଚନ୍ଦ୍ରଯାନ ୩ ସହ ସମ୍ପର୍କ ସାଧିବାରେ ସଫଳ ହୋଇଛି, ଯାହା ଇସ୍ରୋ ପାଇଁ ଏକ ବଡ ସଫଳତା। ସେହି ଅର୍ବିଟରକୁ ଦୃଷ୍ଟିରେ ରଖି ଇସ୍ରୋ ଚଳିତ ମିଶନରେ କୌଣସି ଭାରି ଅର୍ବିଟର ଚନ୍ଦ୍ରକୁ ପଠାଇନି। ଅର୍ବିଟର ନ ପଠାଇ ଯାନକୁ ହାଲୁକା କରିବା ସହ ଲ୍ୟାଣ୍ଡରେ ଆଣିଛି କିଛି ପରିବର୍ତ୍ତନ । ଏହାର ସପ୍ଟ ଲ୍ୟାଣ୍ଡିଂ ପାଇଁ ଲ୍ୟାଣ୍ଡରକୁ କରିଛି ଅଧିକ ମଜଭୁତ ।

    ଅନ୍ୟପଟେ ଲ୍ୟାଣ୍ଡିଂ ସମ୍ପର୍କରେ ଯେଉଁ ତଥ୍ୟର ଆବଶ୍ୟକତା ରହିଛି ତାହା ପୂର୍ବ ଅର୍ବିଟର ଚନ୍ଦ୍ର ଚାରିପଟେ ବୁଲି ଇସ୍ରୋକୁ ପଠାଉଛି। ଏବେ ଉଭୟଙ୍କ ଭିତରେ ସମ୍ପର୍କ ସ୍ଥାପନ ଦ୍ୱାରା ଚନ୍ଦ୍ରଯାନ ୩ର ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପରେ ସଙ୍ଗେ ସଙ୍ଗେ ଚନ୍ଦ୍ରଯାନ ୨ର ଅର୍ବିଟରକୁ ତଥ୍ୟ ପଠାଇବ, ଯାହାକୁ ଚନ୍ଦ୍ରଯାନ ୨ ଇସ୍ରୋକୁ ପଠାଇବ। ଅବଶ୍ୟ ଚନ୍ଦ୍ରଯାନ୩ର ରୋଭର ଲ୍ୟାଣ୍ଡିଂ ପରେ ଲ୍ୟାଣ୍ଡରରୁ ଅଲଗା ହୋଇ ତଥ୍ୟ ଇସ୍ରୋକୁ ପଠାଇବ, ହେଲେ ତାହା ସେତିକି ଫଳପ୍ରଦ ହେବ ନାହିଁ ଯେତିକି ପୂର୍ବ ଅର୍ବିଟର ଦ୍ୱାରା ସମ୍ଭବ ହେବ।

    ତେଣୁ ଇସ୍ରୋର ୨ୟ ଚନ୍ଦ୍ର ମିଶନ ବିଫଳ ହୋଇନାହିଁ, ବରଂ ଚନ୍ଦ୍ରଯାନ୩ ଆଗକୁ ଯିବାରେ ହୋଇଛି ସହାୟକ। ଇସ୍ରୋର ଏହି କୌଶଳ ଏବେ ମହାକାଶ ଗବେଷକଙ୍କ ମଧ୍ୟରେ ସୃଷ୍ଟି କରିଛି ଚର୍ଚ୍ଚା। ‘ଯୁଗାଡ’ରେ ଭାରତ ସବୁ କ୍ଷେତ୍ରରେ ଆଗୁଆ ଏହା ଇସ୍ରୋ ଦେଖାଇ ଦେଉଛି।

  • ଏହି ଦେଶରେ କାହିଁକି ନାହାନ୍ତି ମଶା ?ସେମାନଙ୍କ ବଂଶ କିପରି ନଷ୍ଟ ହେଲା ?

    ଏହି ଦେଶରେ କାହିଁକି ନାହାନ୍ତି ମଶା ?ସେମାନଙ୍କ ବଂଶ କିପରି ନଷ୍ଟ ହେଲା ?

    ମଶା ଗୋଟିଏ ଅତି ଛୋଟିଆ କୀଟ, ଆଉ ଏହି କୀଟ ପାଇଁ ଅନେକ ସରକାର ବଦନାମ । ମଶା ପାଇଁ ମ୍ଯାଲେରିଆ, ଟାଇଫଏଡ୍, ଡେଙ୍ଗୁ ରୋଗ ହୋଇ ଅନେକ ପ୍ରାଣହାନୀ ହେବା ଏସିଆ ଦେଶରେ ଏକ ସାଧାରଣ କଥା । ମନୁଷ୍ଯ ଚନ୍ଦ୍ରରେ ପାଦ ଦେଇ ସାରିଛି, କିନ୍ତୁ ମଶା ବଂଶ ସମୂଳେ ଦମନ କରିବା ଆଜି ବି ଅସମ୍ଭବ । କିନ୍ତୁ ଆପଣ ଜାଣନ୍ତି କି ବିଶ୍ବରେ ଏମିତି କିଛି ଦେଶ ଅଛି ଯେଉଁଠି ମଶା ଆଦୌ ନାହାନ୍ତି । ଏହି ଦେଶ ହେଉଛି ଆଣ୍ଟାର୍କଟିକା ଓ ଆଇସଲ୍ଯାଣ୍ଡ ।


    ମଶା ବିହୀନ ଏହି ଦୁଇଟି ଦେଶ ମଧ୍ୟରୁ ଆଣ୍ଟାର୍କଟିକା ଅନ୍ୟତମ, ଏହାର ମୁଖ୍ୟ କାରଣ ହେଉଛି ଏହାର କଠୋର ଥଣ୍ଡା ଜଳବାୟୁ। ଏଠାରେ ଅନେକ କୀଟପତଙ୍ଗଙ୍କ ଜୀବନ ବଞ୍ଚିବା କଷ୍ଟକର। ମଶାମାନେ ବିଶେଷ ଭାବରେ ଉଷ୍ମ ଏବଂ ଶୁଷ୍କ ଜଳବାୟୁ ଆବଶ୍ୟକ କରନ୍ତି, କିନ୍ତୁ ପ୍ରାୟ ଯେକୌଣସି ଜଳବାୟୁରେ ଏମାନେ ବଂଚି ଯାଇପାରନ୍ତି । ଏଥି ପାଇଁ ତାଙ୍କୁ ଜଳାଶୟ ଦରକାର । କିନ୍ତୁ ଆଣ୍ଟାର୍କଟିକା ଚାରିଆଡେ ବରଫାବୃତ୍ତ । କାଁ ଭାଁ ଯେଉଁଠି ଜଳାଶୟ ଅଛି, ତାହାର ପାଣି ଅତ୍ଯନ୍ତ ଥଣ୍ଡା ।


    ଆଣ୍ଟାର୍କଟିକା ସାମଗ୍ରିକ ଭାବେ ଅତ୍ୟନ୍ତ ଥଣ୍ଡା ବ୍ୟତୀତ ଏକ ଅତ୍ୟନ୍ତ ଶୁଷ୍କ ଏବଂ ପବନ ବହୁଥିବା ଦେଶ । ତେଣୁ ଏଠାରେ ମଶା ଜନ୍ମ ହେବା ଅସମ୍ଭବ ।
    ଏହା ସହ ଆଣ୍ଟାର୍କଟିକାରେ କମ୍ ଲୋକବାସ କରୁଥିବାରୁ ମଶା ବଂଶ ବି ବ୍ଯାପିବା ସମ୍ଭବ ନୁହେଁ । ସେହିପରି ଆଉ ଏକ ଦେଶ ହେଉଛି ଆଇସଲ୍ୟାଣ୍ଡ ।
    ମଶା ବିହୀନ ଦୁଇଟି ଦେଶ ମଧ୍ୟରୁ ଆଇସଲ୍ୟାଣ୍ଡ ହେଉଛି ଦ୍ୱିତୀୟ ।

    ଏହି ଦେଶର ଜଳବାୟୁ ଆଣ୍ଟାର୍କଟିକା ସହ ଅନେକ ସମାନତା ରହିଛି । ତଥାପି ଆଇସଲ୍ଯାଣ୍ଡରେ କିଛି ସବୁଜିମା ଏବଂ ଋତୁଗତ ତାପମାତ୍ରା ଅନୁକୂଳ ରହିଛି ଯାହା ମଶା ନୁହେଁ ବରଂ କିଛି ସ୍ବତନ୍ତ୍ର କୀଟ ଜୀବନ ଧାରଣ କରିପାରେ। ତେବେ ବିଶେଷଜ୍ଞଙ୍କ ମତ୍ତ ଆଇସଲ୍ଯାଣ୍ଡର ମାଟିକୁ ମଶା ବଂଶ ଲୋପ ପାଇଁ ଦାୟୀ ବୋଲି କହିଛନ୍ତି । ମାଟିର ରାସାୟନିକ ଗଠନ ହିଁ ମଶାମାନଙ୍କୁ ଏଠାରେ ବଢିବାକୁ ଦିଏନାହିଁ ବୋଲି ସେମାନଙ୍କ ମତ୍ତ।

  • ୪୦୦ ବର୍ଷ ପୁରୁଣା କଙ୍କାଳର ଅବଶିଷ୍ଟାଂଶ ଉଦ୍ଧାର

    ୪୦୦ ବର୍ଷ ପୁରୁଣା କଙ୍କାଳର ଅବଶିଷ୍ଟାଂଶ ଉଦ୍ଧାର

    ପୋଲାଣ୍ଡର ପ୍ରତ୍ନତତ୍ୱବିତଙ୍କୁ ମାଟି ତଳୁ ମିଳିଛି ଆଶ୍ଚର୍ଯ୍ୟ ଚକିତ କଲାପରି କିଛି ଜିନିଷ। ଉଦ୍ଧାର ସାମଗ୍ରୀରୁ ଦେଖିବାକୁ ମିଳିଛି ପ୍ରାଚୀନ କାଳରେ ପୋଲାଣ୍ଡବାସୀଙ୍କ ଭିତରେ ଥିବା ଅନ୍ଧବିଶ୍ୱାସର ଝଲକ । ପୋଲାଣ୍ଡର ଏକ ଗାଁରେ ମାଟି ଖୋଳିବା ବେଳେ ପ୍ରତ୍ନତତ୍ୱବିତଙ୍କ ହାତରେ ଲାଗିଛି ଏକ ଛୋଟ ପିଲାର କଙ୍କାଳର ଅବଶେଷାଂଶ। ପରୀକ୍ଷାରୁ ଜଣାପଡିଛି କି, ଏହା ୪୦୦ ବର୍ଷ ପୁରୁଣା। ଛୁଆଟିକୁ ଅତ୍ୟନ୍ତ ଭୟଙ୍କର ରୂପେ ପୋତା ଯାଇଥିଲା। ତାର ମୁଣ୍ଡକୁ ମୋଡା ଯିବା ସହ ତାର ଗୋଡରେ ପକାଯାଇଥିଲା ତାଲା। ଏହି ତାଲାଟି ଥିଲା ବହୁତ ଓଜନ ମଧ୍ୟ। ଏପରି କଙ୍କାଳ ଗବେଷଣାକାରୀ ପ୍ରତ୍ନତତ୍ୱବିତଙ୍କ ଉଡାଇ ଦେଇଥିଲା ହୋସ।


    ତେବେ ପିଲାଟିର କଙ୍କାଳକୁ ନେଇ ସ୍ଥାନୀୟ ବାସିନ୍ଦା କୁହନ୍ତି କି, ହୁଏତ ଏହା କୌଣସି ଭାମ୍ପାୟାର ଶିଶୁ ଥିଲା। ହୁଏତ ସେତେବେଳେ ଶିଶୁଟି ଭାମ୍ପାୟାର ବା ପିଶାଚ ଶିଶୁ ଭାବେ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଥିଲା। ତେଣୁ ପିଲାଟିର ମୁଣ୍ଡ ମୋଡି ପୋତା ଯିବା ସହ ଏହି ପିଶାଚ ଯେମିତି କବରରୁ ନ ଉଠେ ସେଥିପାଇଁ ତାର ପାଦରେ ପକା ଯାଇଥିଲା ତାଲା ।


    ନିକୋଲସ୍ କୋପରନିକସ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ୱବିତ ଟିମ ଗାଁର ନେକ୍ରୋପୋଲିସ କବର ମାଟି ଖନନ କରିଥିଲେ। ସେଠାରୁ ପ୍ରାୟ ୩୦ ଅନ୍ୟାନ୍ୟ ଅବଶେଷାଂଶ ଉଦ୍ଧାର ହୋଇଥିଲା। କଙ୍କାଳର ଅବଶେଷାଂଶର ପରୀକ୍ଷାରୁ ଏହା ୫ରୁ ୭ ବର୍ଷର ଶିଶୁର ଥିବା ଜଣାପଡିଛି। ଏହାପୂର୍ବରୁ ନେକ୍ରୋପୋଲିସରୁ ମଧ୍ୟ ଏକ ଭାମ୍ପାୟାର ମହିଳାଙ୍କ କଙ୍କାଳର ଅବଶେଷାଂଶ ଉଦ୍ଧାର କରାଯାଇଥିଲା। ସେହି ମହିଳାଙ୍କ ଗୋଡର ଅଙ୍ଗୁଳିରେ ତାଲା ପଡିଥିବା ବେଳେ ବେକରେ ଧାରଦାର ଅସ୍ତ୍ର ଲାଗିଥିଲା।

    ନେକ୍ରୋପୋଲିସ ଏକ ଗ୍ରୀକ ଶବ୍ଦ, ଯାହାର ଅର୍ଥ ଥିଲା ମୃତକଙ୍କ ସହର। ଅନ୍ୟପଟେ ଯେଉଁମାନଙ୍କୁ ପୋଲାଣ୍ଡ ପିଶାଚ ମଣୁଥିଲେ ସେମାନଙ୍କୁ ପୋତିବା କାଳରେ ଏପରି ପଦକ୍ଷେପ ନିଆଯାଇଥାଏ, କାରଣ ଏପରି ପୋତାଗଲେ ଭାମ୍ପାୟାର ବା ପିଶାଚ ବାହାରକୁ ଆସି ପାରି ନ ଥାଏ ବୋଲି ତତ୍କାଳୀନ ଲୋକଙ୍କ ଭିତରେ ବିଶ୍ୱାସ ରହିଥିଲା।

  • ସମବାୟ ସମିତିରେ ଋଣ ଦୁର୍ନୀତି, ଚାଷୀଙ୍କ କୋଟି କୋଟି ଟଙ୍କା ହଡପ ଅଭିଯୋଗ

    ସମବାୟ ସମିତିରେ ଋଣ ଦୁର୍ନୀତି, ଚାଷୀଙ୍କ କୋଟି କୋଟି ଟଙ୍କା ହଡପ ଅଭିଯୋଗ

    ସମବାୟ ସମିତିରେ ଋଣ ଦୁର୍ନୀତି ଅଭିଯୋଗ । ଚାଷୀଙ୍କ ନାଁରେ ଦୁଇ କୋଟି ଟଙ୍କା ଚଳୁ ହୋଇଥିବା ଅଭିଯୋଗ। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଇଙ୍ଗିନାଠୀ ସମବାୟ ସମିତିରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଲେ ସ୍ଥାନୀୟ ଚାଷୀ। ପୂର୍ବତନ ସମବାୟ ସମିତି ସଭାପତି ସୂର୍ଯ୍ୟକାନ୍ତ ନାୟକ ଓ ସମ୍ପାଦକ ବିଘ୍ନେଶ୍ୱର ଗୌଡ଼ ମିଶି ଚାଷୀଙ୍କ କୋଟି କୋଟି ଟଙ୍କା ଚଳୁ କରିଥିବା ହେଉଛି ଅଭିଯୋଗ । ଯାହାର ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ମଧ୍ୟ ରହିଛି। ଟିକେ ନଜର ପକାନ୍ତୁ ଏହି ଦସ୍ତାବିଜ୍ ଉପରେ। ଆର୍ଥିକ ବର୍ଷ ୨୦୧୬-୨୩ ପର୍ଯ୍ୟନ୍ତ ଅଞ୍ଚଳର ପ୍ରାୟ ୧୬୦ ରୁ ଅଧିକ ଚାଷୀଙ୍କ ନାମରେ ହୋଇଛି ଋଣ ହେଲେ ଚାଷୀ ହାତକୁ ଆସିନି ଟଙ୍କା।

    କାଳିଆ ବଳିଆ ଯୋଜନାରେ ଟଙ୍କା ଆସିବ କହି ସେମାନଙ୍କଠାରୁ ଆଧାର କାର୍ଡ ସହ ବିଭିନ୍ନ କାଗଜପତ୍ର ନେଇ ଠକିନେଇଛନ୍ତି କୋଟି କୋଟି ଟଙ୍କା । ଏବେ ସଭାପତି ଓ ସମ୍ପାଦକଙ୍କ ବଦଳି ପରେ ଟଙ୍କା ହଡ଼ପ ଘଟଣା ସାମ୍ନାକୁ ଆସିଛି। ଏହାକୁ ନେଇ ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ଇଙ୍ଗିନାଠି ଗ୍ରାମର ଶହ ଶହ ଚାଷୀ ।

    ପୂର୍ବତନ ସମବାୟ ସମିତି ସଭାପତି ଓ ସମ୍ପାଦକଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେଣେ ଚାଷୀ ହାତକୁ ଟଙ୍କା ଆସିନଥିବାରୁ ଋଣ ଛାଡ଼ କରିବାକୁ ଦାବି କରୁଛନ୍ତି ଚାଷୀ। ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ଉପଜିଲ୍ଲାପାଳ ଦିବ୍ୟଶଙ୍କର ରାୟଙ୍କୁ ଦିଆଯାଇଛି ଦାବିପତ୍ର।

  • ଶିକ୍ଷାବ୍ଯବସ୍ଥାର ବିକଳ ଚିତ୍ର, ପ୍ରଧାନ ଶିକ୍ଷକ ଏବଂ ସି ଆର ସିସି ମଧ୍ୟରେ ଖଣ୍ଡ ଯୁଦ୍ଧ

    ଶିକ୍ଷାବ୍ଯବସ୍ଥାର ବିକଳ ଚିତ୍ର, ପ୍ରଧାନ ଶିକ୍ଷକ ଏବଂ ସି ଆର ସିସି ମଧ୍ୟରେ ଖଣ୍ଡ ଯୁଦ୍ଧ

    ରାସ୍ତା ମଝିରେ ସିଆରସିସି ଏବଂ ପ୍ରଧାନ ଶିକ୍ଷକ ମଧ୍ୟରେ ଖଣ୍ଡଯୁଦ୍ଧ । ଯାହାର ଭିଡିଓ ଏବେ ମୋବାଲ କୁ ମୋବାଇଲ ଘୁରିବୁଲୁଛି। ଏପରି ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକର ମାଣିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଦୀର୍ଘଦିନ ହେଲା ମାଣିପୁର ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୌମେନ୍ଦ୍ର ମହାନ୍ତି ସ୍କୁଲର ମଧ୍ୟାହ୍ନ ଭୋଜନ ଏବଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆସୁଥିବା ପୋଷାକ ଦେଇ ନାହାନ୍ତି ।

    ଏହାକୁ ନେଇ ପ୍ରତିବାଦ କରିବାରୁ ଅବିଭାବକ ଏବଂ ସିଆରସିସିଙ୍କୁ ନାଲିଆଖି ଦେଖାଇବା ସହିତ ପୋଲିସର ଭୟ ଦେଖାଉଥିଲେ । ଏବିଷୟରେ ସିଆରସିସି ଲମ୍ବୋଦର ସାହୁ ଶିକ୍ଷକଙ୍କୁ ପଚାରିବାରୁ ସେ ଉତ୍ୟକ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

    ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

  • ଗୋଟିଏ ଦିନରେ ଦୁଇଟି ସୁପରହିଟ ସିନେମା,କାହା ପଲା ରହିବ ଭାରୀ

    ଗୋଟିଏ ଦିନରେ ଦୁଇଟି ସୁପରହିଟ ସିନେମା,କାହା ପଲା ରହିବ ଭାରୀ

    ସିନେପ୍ରେମୀଙ୍କ ଅପେକ୍ଷାର ଦିନ ସରିଲା କାହିଁକିନା ଆଜି ଗୋଯିଏ ଦିନରେ ରିଲିଜ ହେବାକୁ ଯାଉଛି ଦୁଇ ସୁପରଷ୍ଟାରଙ୍କ ବହୁ ପ୍ରତିକ୍ଷୀତ ସିନେମା । ଗୋଟି ପଟେ ସନ୍ନି ଦେଓଲଙ୍କ ‘ଗଦର ୨’ ରିଲିଜ ହେଉଥିବା ବେଳେ ଅନ୍ୟ ପଟେ ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ‘ଓଏମଜି ୨’ । ଉଭୟ ଚଳଚ୍ଚିତ୍ରରେ ଏହି ଦୁଇ ସୁପରଷ୍ଟାର ଭିନ୍ନ ଏବଂ ଦମଦାର ଚରିତ୍ରରେ ନଜର ଆସିଛନ୍ତି । ସନ୍ନି ନିଜର ୨୧ ବର୍ଷ ପୁରୁଣା ଅବତାର ତାରା ସିଂହ ଭୂମିକାରେ କମବ୍ୟାକ କରୁଥିବାବେଳେ ଅକ୍ଷୟ କୁମାର ‘ଓଏମଜି ୨’ ସିନେମାରେ ଶିବଙ୍କ ଭୂମିକାରେ ନଜର ଆସିଛନ୍ତି । ସିନେମା ଘରେ ଉଭୟ ସିନେମାକୁ ଲୋକଙ୍କ ଭଲ ପାଇବା ମିଳିଛି ।

    ଆଜି ବଲିଉଡର ଦୁଇ ସୁପରହିଟ ଚଳଚ୍ଚିତ୍ରର ସିକ୍ୱେଲ ଏକା ଦିନରେ ରିଲିଜ ହେଉଛି । ଯେଉଁଥିପାଇଁ ଫିଲ୍ମ କ୍ରିଟିକ୍ସଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ଏବଂ ଅଭିନେତାଙ୍କ ନଜର ମଧ୍ୟ ବକ୍ସ ଅଫିସ ଉପରେ ରହିଛି । ତେଣୁ କେଉଁ ସିନେମା କାହା ଉପରେ ଭାରୀ ପଡ଼ିବ ତାହାର କଲେକ୍ସନ ଜାଣିବା ପାଇଁ ସମସ୍ତେ ଚାତକ ପରି ଚାହିଁ ରହିଛନ୍ତି । ତେବେ ଏକ ରିପୋର୍ଟ ଅନୁସାରେ, ପ୍ରାରମ୍ଭରୁ ଖିଲାଡ଼ି ଷ୍ଟାର ଅକ୍ଷୟ କୁମାରଙ୍କୁ ପଛରେ ପକାଇ ଦମଦାର ଆରମ୍ଭ କରିଛି ‘ଗଦର ୨’ । ଅର୍ଥାତ୍ ବର୍ତ୍ତମାନ ସିନେମା ଘରେ ଅକ୍ଷୟ କୁମାରଙ୍କ ‘ଓଏମଜି ୨’ ଆଗରେ ତାରା ସିଂହ(ସନ୍ନି ଦେଓଲ) ଖୁବ ଆଗରେ ରହିଛନ୍ତି । ଅକ୍ଷୟ କୁମାର ଅଭିନୀତ ‘ଓଏମଜି ୨’ ଆଡଭାନ୍ସ ବୁକିଙ୍ଗରେ ପ୍ରାୟ ୧ ଲକ୍ଷ ଟିକେଟ ବିକ୍ରି ହୋଇଥିବା ବେଳେ ପ୍ରଥମ ଦିନରେ ଏହା ୧୦-୧୧ କୋଟି ଇନକମ୍ କରିପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ସେପଟେ ସନ୍ନିଙ୍କ ‘ଗଦର ୨’ ପାଇଁ ୪ ଲକ୍ଷ ପାଖାପାଖି ଆଡଭାନ୍ସ ଟିକେଟ ବୁକିଂ ହୋଇଯାଇଛି । ତେଣୁ ଏହି ରେକର୍ଡ ଅନୁସାରେ, ‘ଗଦର ୨’ ସିନେମାର ପ୍ରଥମ ଦିନର କଲେକ୍ସନ ପ୍ରାୟ ୩୦-୩୫ କୋଟିରେ ପହଞ୍ଚିପାରେ ।

  • ତୃତୀୟ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍

    ତୃତୀୟ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍

    ଆରବିଆଇ ନୀତି ଅନିଯାୟୀ ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଏହାର ମୁଦ୍ରା ନୀତି (ଆରବିଆଇ କ୍ରେଡିଟ୍ ପଲିସି) ଘୋଷଣା କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି ଯେ ରେପୋ ରେଟ୍ ଏବଂ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଉନାହିଁ। ରେପୋ ହାର 6.50 ପ୍ରତିଶତରେ ରଖାଯାଇଛି । ଏହା ମଧ୍ୟ ଋଣ ନେଇଥିବା ବ୍ୟକ୍ତିଙ୍କ ପାଇଁ ଆସ୍ବସ୍ତି ମିଳିଥିବା ବେଳେ ,କିନ୍ତୁ ଏହା ପରେ ଯେଉଁମାନେ ବ୍ୟାଙ୍କରୁ ଶସ୍ତା ଋଣ ଅପେକ୍ଷା କରିଛନ୍ତି ସେମାନେ ବର୍ତ୍ତମାନ ନିରାଶ ହୋଇଛନ୍ତି। ମୁଦ୍ରା ନୀତି କମିଟିର ତିନି ଦିନିଆ ବୈଠକରେ ନୀତି ହାରକୁ 6.5 ପ୍ରତିଶତରେ ପରିବର୍ତ୍ତନ ନକରିବାକୁ ସହମତି ପ୍ରକାଶ ପାଇଛି। ଆର୍‌ବିଆଇର ରାଜ୍ୟପାଳ ଶକ୍ତିକାନ୍ତ ଦାସ କହିଛନ୍ତି ଯେ ମୁଦ୍ରାସ୍ଫୀତି ହ୍ରାସ ଉପରେ ଆରବିଆଇର ଧ୍ୟାନ ଦିଆଯାଇଛି ଏବଂ ଆମ ଅର୍ଥନୀତିରେ ଅଭିବୃଦ୍ଧି ଅକ୍ଷୁର୍ଣ୍ଣ ରହିଛି। ଯଦିଓ ମୁଦ୍ରାସ୍ଫୀତି ଆରବିଆଇର ଲକ୍ଷ୍ୟଠାରୁ ଅଧିକ ରହିଛି, କିନ୍ତୁ 4 ପ୍ରତିଶତ ମୁଦ୍ରାସ୍ଫୀତି ହାସଲ କରିବାକୁ ଆରବିଆଇ ପ୍ରତିଶୃତିବଦ୍ଧ। ମୂଳ ମୁଦ୍ରାସ୍ଫୀତି ହାର ହ୍ରାସ ପାଉଛି ଏବଂ ଏହି କାରଣରୁ ଏହାର ପ୍ରଭାବ ନୀତି ହାର ଉପରେ ମଧ୍ୟ ଦେଖାଯିବ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ଜୁଲାଇ-ଅଗଷ୍ଟରେ ମୁଦ୍ରାସ୍ଫୀତି ହାର ଅଧିକ ହେବ ଏବଂ ଏହା ମୁଖ୍ୟତ ପନିପରିବାର ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ଦେଖାଯିବାର ସମ୍ଭାବନା ରହିଛି।ତେବେ ଆରବିଆଇ ମୁଦ୍ରାସ୍ଫୀତି ହାର ପୂର୍ବାନୁମାନକୁ ବୃଦ୍ଧି କରିଛି ଯେ ରିଜର୍ଭ ବ୍ୟାଙ୍କ 2024 ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର ପୂର୍ବାନୁମାନକୁ ବୃଦ୍ଧି କରିଛି । 2023-24 ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ହାର 5.4 ପ୍ରତିଶତ ବୋଲି ଆକଳନ କରାଯାଇଛି, ଯାହା ଗତଥର 5.1 ପ୍ରତିଶତରେ ରଖାଯାଇଥିଲା। ମୁଦ୍ରା ନୀତି କମିଟି ମୁଦ୍ରାସ୍ଫୀତି ହାର ଉପରେ ନଜର ରଖିବ ବୋଲି ଆରବିଆଇ ରାଜ୍ୟପାଳ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଭାରତୀୟ ଅର୍ଥନୀତି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି, ଯଦିଓ ଖାଦ୍ୟ ମୁଦ୍ରାସ୍ଫୀତି ଚିନ୍ତାର ବିଷୟ ପାଲଟିଛି।ରେପୋ ହାରରେ କୌଣସି ପରିବର୍ତ୍ତନ କରିନାହାଁନ୍ତି ଏବଂ ଏହା ପରେ ରେପୋ ହାର 6.50 ପ୍ରତିଶତ ରହିଛି। ଏଥି ସହିତ, ଓଲଟା ରେପୋ ହାର 3.35 ପ୍ରତିଶତରେ ଅପରିବର୍ତ୍ତିତ ରହିଛି । MSF ବ୍ୟାଙ୍କ ହାର 6.75 ପ୍ରତିଶତରେ ଅପରିବର୍ତ୍ତିତ ରହିଛି ।

  • କଣ କଲେ ହେବେ ପତଳା

    କଣ କଲେ ହେବେ ପତଳା

    ସମସ୍ତେ ଫିଟ୍ ଆଉ ସୁନ୍ଦର ଦିଶିବାକୁ ଚାହାନ୍ତି, ତେବେ ଆପଣାନ୍ତୁ ଏହି ଉପାୟ….

    ପତଳା ହେବାକୁ କିଏ ବା ନ ଚାହେଁ । ସମସ୍ତେ ଫିଟ୍ ଆଉ ସୁନ୍ଦର ଦିଶିବାକୁ ଚାହାନ୍ତି । ମହିଳାମାନେ ସୁନ୍ଦର ଦିଶିବା ସହ କେଶ ଘନ ଏବଂ ଲମ୍ବା କରିବାକୁ ଚହିଁଥାନ୍ତି । ପତଳା ହେବାକୁ କିଏ ଦିନସାରା ଡାଏଟରେ ରହିଥାନ୍ତି ତ କିଏ ଜୋରସୋର ଜିମ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ପାନୀୟ ବିଷୟରେ କହିବୁ ଯେଉଁଥିରେ ଭରପୁର ପ୍ରୋଟିନ ରହିଛି । ଶରୀର ପାଇଁ ଏହା ଯେତିକି ଲାଭ ଦିଏ କେଶକୁ ବି ଘନ ଏବଂ ଲମ୍ବା କରିଥାଏ ।

    ଚିଆ ସିଡ୍ ବା ଓଡ଼ିଆରେ କହିଲେ ବଣ ତୁଳସୀ ମଞ୍ଜି । ଏହାର ଉପକାର ଆମେ ଅଳ୍ବ ବହୁତ ଜାଣିଛେ । ଏହି ଚିଆ ସିଡରେ ଓମେଗା-୩, ମ୍ୟାଗ୍ନେସିୟମ । ଆଇରନ୍, କ୍ୟାଲସିୟମ୍ ଏବଂ ପୋଟାସିୟମ ଭରପୁର ମାତ୍ରାରେ ରହିଥାଏ । ଏହାର ଏହି ସବୁ ଗୁଣ ପାଇଁ ଏହାକୁ ସୁପର ଫୁଡ୍ ବୋଲି କୁହାଯାଏ । ଏହା ରାଶି ଭଳି ଦେଖାଯାଏ । କଳା ରଙ୍ଗର ଏହି ମଞ୍ଜିକୁ ପାଣିରେ ପକାଇଲେ ଏହା ଫୁଲିଯାଏ । ଏହି ପାଣିରେ ଲେମ୍ବୁ, କଳା ଲୁଣ ଏବଂ ମିଶ୍ରି ମିଶାଇ ପିଇବା ଦ୍ବାରା ସ୍ବାସ୍ଥ୍ୟ ପାଇଁ ବହୁ ହିତକର ହୋଇଥାଏ । ଏହାକୁ ସବୁଦିନ ପିଇଲେ ବହୁତ ଲାଭ ଦେଇଥାଏ ।

    ତାହାଲେ ଜାଣନ୍ତୁ ଏହାର ଉପକାରିତା ବିଷୟରେ…

    ଏହା ଆପଣଙ୍କ ଓଜନ ହ୍ରାସ କରେ ।

    ତ୍ବଚା ଏବଂ କେଶ ପାଇଁ ଏହା ଲାଭଦାୟକ ।

    ମହିଳାଙ୍କ ପାଇଁ ଆବଶ୍ୟକ ପ୍ରୋଟିନର ଶୂନ୍ୟସ୍ଥାନ ପୂରଣ କରିଥାଏ ।

    ଏହା ହାଡ଼ ମଜବୁତ କରିଥାଏ ।

    ଏହା ଶରୀରରେ ବ୍ୟାକ୍ଟେରିଆ ବୃଦ୍ଧି କରିଥାଏ ।

    ତ୍ବଚା ଶୁସ୍କ ହେବାକୁ ଦିଏନାହିଁ ।

    ଏହା ତ୍ବଚାରେ ଭାଙ୍ଗ ପଡ଼ିବାକୁ ଦେଇନଥାଏ ।

    ଏହା ହାର୍ଟ ପାଇଁ ବି ଲାଭଦାୟକ ହୋଇଥାଏ

    କୋଲେଷ୍ଟ୍ରୋଲ କଣ୍ଟ୍ରୋଲ କରେ ।