
କିଛକ୍ଷଣ ମଧ୍ୟରେ ସବୁ ହୋଇଗଲା ଓଲଟପାଲଟ । ଏଲୋନ ମସ୍କଙ୍କୁ ପଛରେ ପକାଇଲେ ଫ୍ରାନ୍ସର ବର୍ଣ୍ଣାର୍ଡ ଆର୍ନଲ୍ଟ । ଏଥିସହିତ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ପାଲଟିଛନ୍ତି ଆର୍ନଲ୍ଟ । ଫୋବର୍ସ ମୁତାବକ, ନେଟଓ୍ବର୍ଥରେ ଅହେତୁକ ବୃଦ୍ଧି ସହିତ ସେ ବିଶ୍ବର ଏକ ନମ୍ବର ଧନୀ ଏଲନ ମସ୍କଙ୍କୁ ପଛରେ ପକାଇ ଦେଇଛନ୍ତି । ଅଚାନକ ଆର୍ନଲ୍ଟଙ୍କ ସମ୍ପତ୍ତି ବଢି ୨୦୭.୬ ଆରବ ଡଲାରରେ ପହଞ୍ଚିଯାଇଛି ।
ସେହିପରି ବ୍ଲୁମବର୍ଗ ଅନୁଯାୟୀ, ଆର୍ନଲ୍ଟଙ୍କ ସମ୍ପତ୍ତିରେ ଏକା ଥରକେ ୧୮.୬ ଆରବ ଡଲାରର ବୃଦ୍ଧି ଘଟିଛି । ଏଲନ ମସ୍କଙ୍କ କମ୍ପାନୀ ଟେସଲା ଘାଟାରେ ଚାଲିଥିବା ବେଳେ ନେଟ ଓ୍ବର୍ଥ ୨୦୪.୭ ଆରବ ଡଲାରରେ ପହଞ୍ଚି ଯାଇଛି । ଅର୍ଥାତ ଦୁଇ ଜଣ ଆରବ ପତିଙ୍କ ମଧ୍ୟରେ ୨.୯ ଆରବ ଡଲାରର ବ୍ୟବଧାନ ରହିଛି ।
ବିଶ୍ବର ଧନୀ ତାଲିକରେ ବର୍ଣ୍ଣାର୍ଡ ଆର୍ନଲ୍ଟ ୨୦୭.୬ ଆରବ ଡଲାର ସହିତ ଏକ ନମ୍ବରରେ ଥିବା ବେଳେ ଏଲନ ମସ୍କ ୨୦୪.୭ ସହ ଦିତୀୟ ଏବଂ ତାଙ୍କ ପଛକୁ ୧୮୧.୩ ଆରବ ଡଲାର ସହିତ ଜେଫ୍ ବେଜୋସ ରହିଛନ୍ତି ତୃତୀୟରେ । ସେହିପରି ଲେରିଏଲିସନଙ୍କ ୧୪୨.୨ ଆରବ ଡଲାର, ମାର୍କ ଜୁକରରବର୍ଗ ୧୩୯.୧ ଆରବ ଡଲାର, ଓ୍ବାରେନ ବଫେଟ ୧୨୭.୨ ଆରବ ଡଲାର, ଲେରୀ ପେଜ୍ ୧୨୭.୧ ଆରବ ଡଲାର, ବିଲ ଗେଟ୍ସ ୧୨୨.୯ ଆରବ ଡଲାର, ସର୍ଗେଇ ବ୍ରିନ ୧୨୧.୭ ଆରବ ଡଲାର ଏବଂ ଷ୍ଟିବ ବାଲ୍ମର ୧୧୮.୮ ଆରବ ଡଲାର ସହିତ ପଛକୁ ରହିଛନ୍ତି ।
ସେହିପରି ଭାରତର ଦୁଇ ଉଦ୍ୟୋଗପତି ମୁକେଶ ଆମ୍ବାନୀ ଏବଂ ଗୌତମ ଆଦାନୀଙ୍କ ନାଁ ଟପ ୧୦ ଲିଷ୍ଟରେ ନାହିଁ । ୧୦୪.୪ ଆରବ ଡଲାର ସହିତ ମୁକେଶ ଆମ୍ବାନୀ ଦୁନିଆର ସବୁଠୁ ଧନା ତାଲିକାରେ ୧୧ ତମ ସ୍ଥାନରେ ରହିଛନ୍ତି । ସେହିପରି ଗୌତମ ଆଦାନୀ ଗୋଟିଏ ପରେ ଗୋଟିଏ ଝଟକା ଖାଇ ୯୧.୬ ଆରବ ଡଲାର ସହିତ ୧୪ ନମ୍ବରକୁ ଖସିଆସିଛନ୍ତି ।
Thank you for your sharing. I am worried that I lack creative ideas. It is your article that makes me full of hope. Thank you. But, I have a question, can you help me?