Author: suchanatv24x7

  • ଲକ୍ଷେ ୩୦ ହଜାର ଟଙ୍କାରେ ସନ୍ତୁଷ୍ଟ ନୁହନ୍ତି ଶାମୀଙ୍କ ସ୍ତ୍ରୀ, ୧୦ ଲକ୍ଷ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ହାସିନା ଜହାଁ

    ଲକ୍ଷେ ୩୦ ହଜାର ଟଙ୍କାରେ ସନ୍ତୁଷ୍ଟ ନୁହନ୍ତି ଶାମୀଙ୍କ ସ୍ତ୍ରୀ, ୧୦ ଲକ୍ଷ ପାଇଁ ସୁପ୍ରିମକୋର୍ଟରେ ପହଞ୍ଚିଲେ ହାସିନା ଜହାଁ

    ଭାରତୀୟ କ୍ରିକେଟ ଦଳର ଫାଷ୍ଟ ବୋଲର ମହମ୍ମଦ ଶାମୀଙ୍କ ବଢିଲା ଅଡୁଆ । ସେ ବର୍ତ୍ତମାନ ଆଇପିଏଲରେ ବ୍ୟସ୍ତି ଥିବା ବେଳେ ସେପଟେ ତାଙ୍କ ପତ୍ନୀ ହସିନା ଜହାଁ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଯାଇଛନ୍ତି । ହସିନା ଜହାଁ ୨୦୧୮ ମସିହାରେ ସ୍ୱାମୀ ମହମ୍ମଦ ଶାମୀଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆଣିଥିଲେ । ସେତେବେଳେ ଏବି ଖବର ମଧ୍ୟ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଥିଲା । ହେଲେ ଜହାଁ ଆଣିଥିବା ସମସ୍ତ ଅଭିଯୋଗକୁ ଶାମୀ ଖଣ୍ଡନ କରିଥିଲେ । ଏହାପରେ ହାଇକୋର୍ଟ ସେହି ପ୍ରସଙ୍ଗ ଉପରେ ରାୟ ଶୁଣାଇଥିଲେ । ଏବେ ହସିନା ଜହାଁ ତାଙ୍କ ସ୍ବାମୀଙ୍କୁ ଗିରଫ କରାଯାଉ ବୋଲି ଦାବି କରିବା ସହିତ ହାଇକୋର୍ଟ ରାୟରେ ଅସନ୍ତୁଷ୍ଟ ହୋଇ ସୁପ୍ରିମକୋର୍ଟରେ ପହଞ୍ଚି ଯାଇଛନ୍ତି ।

    ହାସିନା ଜହାଁ, କ୍ରିକେଟର ସାମିଙ୍କ ବିରୋଧରେ ପରକୀୟା ପ୍ରିତି ଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, କୌଣସି ସେଲିବ୍ରିଟିଙ୍କ ପ୍ରତି ଆଇନରେ କୋହଳ ନମିଳୁ । ଶାମୀ ତାଙ୍କୁ ବାରମ୍ବାର ଯୌତୁକ ନିର୍ଯାତନା ଦେଇଆସୁଥିବାର ସେ ଅଭିଯୋଗ କରିଛନ୍ତି ।

    ଏଠାରେ ଜଣାଇ ଦେଉଛୁ, ହାସିନା ଜହାଁ କେଶ ଆଧାରରେ ୨୦୨୩ ମସିହାରେ କୋଲକତା ହାଇକୋର୍ଟ ଶାମୀଙ୍କ ବିପକ୍ଷରେ ରାୟ ଶୁଣାଇଥିଲେ । କୋର୍ଟ ଆଦେଶ ଦେଇଥିଲେ ଯେ, ଶାମୀ ତାଙ୍କ ସ୍ତ୍ରୀଙ୍କୁ ପ୍ରତିମାସ ଭରଣ ପୋଷଣ ବାବଦରେ ୧ ଲକ୍ଷ ୩୦ ହଜାର ଟଙ୍କା ଦେବେ । ଏହି ଟଙ୍କା ଶାମୀଙ୍କ ଝିଅ ପାଇଁ ମାସିକ ୮୦ ହଜାର ଟଙ୍କା ଥିବା ବେଳେ ସ୍ତ୍ରୀଙ୍କ ପାଇଁ ରହିଥିଲା ୫୦ ହଜାର ଟଙ୍କା । ହେଲେ ସେତିକି ଟଙ୍କାରେ ଖୁସି ନୁହନ୍ତି ଶାମୀଙ୍କ ସ୍ତ୍ରୀ ହସିନା ଜହାଁ । ଏବେ ସେ ମାସକୁ ୧୦ ଲକ୍ଷ ଟଙ୍କା ଦାବି କରୁଥିବା ବେଳେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ।

  • ଆସୁଛି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍

    ଆସୁଛି ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଓଡ୍ରାଫ ଓ ଏନଡିଆରଏଫ୍ ଟିମ୍

    ପୁଣି ଏକ ବାତ୍ୟା ସୃଷ୍ଟି ହୋଇଥିବା ନେଇ ପୂର୍ବାନୁମାନ କରଯାଇଛି । ଆସନ୍ତା ୬ ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ୪୮ ଘଣ୍ଟା ପରେ ଲଘୁଚାପର ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ହେଲେ ଏହି ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଆଇଏମଡିର ସୂଚନା ମୁତାବକ, ଲଘୁଚାପ ଅବପାତର ରୂପ ନେବା ପରେ, ଚିତ୍ର ସ୍ପଷ୍ଟ ହେବ । ହେଲେ ଇତିହାସ ସାକ୍ଷୀ ଅଛି ଯେ, ଅନେକ ବାତ୍ୟା ବଙ୍ଗୋପସାଗରରେ ସୃଷ୍ଟି ହେବା ପରେ ତାହା ଓଡିଶା ଅଭିମୁଖେ ଗତି କରିଛି ।

    ତେବେ ବିଭନ୍ନ ସଂସ୍ଥା ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ କଳନ କରୁଥିବା ବେଳେ ଓଡିଶା ସରକାର ସଜାଗ ହୋଇଛି । କାରଣ ଓଡିଶା ଏପରି ଏକ ରାଜ୍ୟ ଯାହାପାଇଁ ବାତ୍ୟା ଏକ ସାଘାରଣ କଥା । ପ୍ରତିବର୍ଷ କିଛି ନା କିଛି ବାତ୍ଯା ଓଡିଶାର ଉପକୂଳକୁ ହିଟ୍ କରିଥାଏ । ଯେଉଁଥିରେ ରାଜ୍ୟର ବହୁତ ଧନଜୀନବ ନଷ୍ଟ ହୋଇଥାଏ । ଆଉ ଓଡିଶା ସରକାର ମଧ୍ୟ ବାତ୍ୟା ସହିତ ଲଢିବାରେ ସିଦ୍ଧହସ୍ତ । ଅତୀତର ଅନେକ ବାତ୍ୟା ସହିତ ଲଢି ରାଜ୍ୟ ସରକାର ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହୋଇଛି ।

    ଗ୍ରୀଷ୍ମକାଳରେ ବାତ୍ୟା ଆକସ୍ମିକ ହୋଇଥାଏ । ତେଣୁ, ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ବିଭାଗର ସଚିବ ମାନଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକ କରି ଆଗକୁ ସମ୍ଭାବ୍ୟ ବାତ୍ୟାର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ତେଣୁ ପ୍ରଶାସନିକ ଅଧିକାରୀଙ୍କୁ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଓଡିଆରଏଫ୍, ଏନଡିଆରଏଫ୍ ସହ ଜରୁରୀକାଳୀନ ବିଭାଗକୁ ସମସ୍ତ ପରିସ୍ଥିତି ସହ ମୁକାବିଲା କରିବା ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ।

  • ମେ’ରେ ଅଧିକାଂଶ ପ୍ରାକୃତିକ ବିପର୍ଯ୍ୟୟ, ଧ୍ୱଂସଲୀଳା ରଚିଥାଏ ସାମୁଦ୍ରିକ ଝଡ଼

    ମେ’ରେ ଅଧିକାଂଶ ପ୍ରାକୃତିକ ବିପର୍ଯ୍ୟୟ, ଧ୍ୱଂସଲୀଳା ରଚିଥାଏ ସାମୁଦ୍ରିକ ଝଡ଼

    ପ୍ରାକୃତିକ ବିପର୍ଯ୍ୟୟକୁ କିଏ ରୋକିବ? । କେତେବେଳେ, କେଉଁ ମୁହୂର୍ତ୍ତରେ ଆସି ତାଣ୍ଡବ ରଚିପାରେ । ଭୂମିକମ୍ପ, ବନ୍ୟା ଅବା ସାମୁଦ୍ରିକ ଝଡ଼ । ଆଗ୍ନେୟ ଉଦଗୀରଣ ନାଁ ଶୁଣିଲେ ତ ସମସ୍ତଙ୍କ ମନରେ ଛାନିଆ ପଶେ । ଦେଶର ବିଭିନ୍ନ ରାଜ୍ୟ ପ୍ରତିବର୍ଷ ଏହାର ସାମ୍ନା କରିଥାନ୍ତି । ହେଲେ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଭଳି ଉପକୂଳବର୍ତ୍ତୀ ରାଜ୍ୟ ଅଧିକାଂଶ ସମୟରେ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିଥାନ୍ତି । ହେଲେ,ମନରେ ପ୍ରଶ୍ନ ଉଠେ ଅଧିକାଂଶ ସମୟରେ ମେ’ମାସର ପ୍ରବଳ ଗ୍ରୀଷ୍ମରେ କାହିଁକି ଏଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରିବାକୁ ହୁଏ । ବିଶେଷକରି ବାତ୍ୟା ଉପକୂଳିଆ ଅଞ୍ଚଳରେ ବ୍ୟାପକ କ୍ଷତି କରିଥାଏ । ଏବେ କିଛି ବାତ୍ୟା ସମ୍ପର୍କରେ ନଜର ପକାଇବା ।

    ଆସାନି: ୭ ମେ’୨୦୨୨, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ସିଭିୟର ସାଇକ୍ଲୋନ ଆସାନି । ଆନ୍ଧ୍ର,ଓଡ଼ିଶା,ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଚ ଏବଂ ତାମିଲନାଡୁରେ ଏହା ବ୍ୟାପକ କ୍ଷତି କରିଥିଲା । ପବନର ଘଣ୍ଟାପ୍ରତି ସର୍ବାଧିକ ବେଗ ଥିଲା ୧୨୦ କିଲୋମିଟର । ଆକଳନ ଅନୁସାରେ ଏଥିରେ ପ୍ରାୟ ୧୨କୋଟି ୧୨ ଲକ୍ଷ ଟଙ୍କାର ଧନଜୀବନ ନଷ୍ଟ ହୋଇଥିଲା ।

    ଜୱାଦ : ୩ ଡିସେମ୍ବର ୨୦୨୧ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିଲା ଆଉ ଏକ ବାତ୍ୟା ଯାହାର ନାଁ ଥିଲା ଜୱାଦ । ବାଂଲାଦେଶ ସମେତ ଭାରତର ଆନ୍ଧ୍ରପଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଅନେକ କ୍ଷତି କରିଥିଲା । ସର୍ବାଧିକ ୧୩୦ କିଲୋମିଟର ବେଗରେ ପବନ ବହିବାର ରେକର୍ଡ କରାଯାଇଥିଲା ।

    ଗୁଲାବ: ଆରବ ସାଗରରେ ସୃଷ୍ଟ ବାତ୍ୟା ‘ଗୁଲାବ’ ପ୍ରଭାବରେ ଯେଉଁ ଘୂର୍ଣ୍ଣିଝଡ଼ ହୋଇଥିଲା ସେଥିରେ ପବନର ଘଣ୍ଟାପ୍ରତି ସର୍ବାଧିକ ବେଗ ଥିଲା ୧୩୦ କିଲୋମିଟର । ପ୍ରବଳ ବର୍ଷା ସହ ବ୍ୟାପକ ଧନଜୀବନ କ୍ଷୟକ୍ଷତି ହୋଇଥିଲା । ୨୦୨୧ ସେପ୍ଟେମ୍ବର ୨୪ରେ ଆସିଥିଲା ବାତ୍ୟା ଗୁଲାବ । ମିଆଁମାର,ବାଂଲାଦେଶ, ଭାରତ,ପାକିସ୍ତାନ,ବେଲୁଚିସ୍ତାନ,ଓମାନ, ୟୁଏଇ ଏବଂ ୟେମେନରେ ପ୍ରଳୟ ସୃଷ୍ଟି କରିଥିଲା ଗୁଲାବ ।

    ୟସ୍: ୨୪ ମେ’ ୨୦୨୧ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟସ୍ ବାଂଲାଦେଶ,ନେପାଳ ସମେତ ଭାରତର ଉତ୍ତରପ୍ରଦେଶ,ମଧ୍ୟପ୍ରଦେଶ ଓ ଓଡ଼ିଶା ଆଦି ସ୍ଥାନରେ ଅନେକ କ୍ଷୟକ୍ଷତି କରିଥିଲା । ଏହାର ଘଣ୍ଟାପ୍ରତି ବେଗ ଥିଲା ୧୧୯ କିଲୋମିଟର । ସେହିପରି ୨୦୨୦ ମେ ୩୧ରେ ଆଉ ଏକ ବାତ୍ୟା ଦେଖିବାକୁ ମିଳିଥିଲା ନିସର୍ଗ ରୂପରେ । ମହାରାଷ୍ଟ୍ର ଏବଂ ଗୁଜରାଟ ଭଳି ରାଜ୍ୟରେ ଏହା ବ୍ୟାପକ କ୍ଷତି କରିଥିଲା । ଆରବ ସାଗରରେ ସୃଷ୍ଟି ହୋଇଥିବା ନିସର୍ଗରେ ପବନର ଘଣ୍ଟାପ୍ରତି ବେଗ ଥିଲା ୧୧୧ କିଲୋମିଟର ।

  • ପ୍ରକାଶ ପାଇଲା NMMS ରେଜଲ୍ଟ, କେତେ ଜଣ ମନୋନୀତ ?

    ପ୍ରକାଶ ପାଇଲା NMMS ରେଜଲ୍ଟ, କେତେ ଜଣ ମନୋନୀତ ?

    ଷ୍ଟେଟ୍ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (SCERT) ପକ୍ଷରୁ ଅସ୍ଥାୟୀ ନ୍ୟାସନାଲ୍ ମେନ୍ସ କମ୍ ମେରିଟ୍ ସ୍କଲାରସିପ୍ (NMMS) ଓଡ଼ିଶା ରେଜଲ୍ଟ ପ୍ରକାଶ ପାଇଛି । ପ୍ରାର୍ଥୀମାନେ ସରକାରୀ ୱେବସାଇଟରେ NMMS 2023ର ରେଜଲ୍ଟ ଜାଣିପାରିବେ । scertodisha.nic.inକୁ ଯାଇ ପରୀକ୍ଷାଫଳ ଦେଖପାରିବେ ଆଶାୟୀ ପ୍ରାର୍ଥୀ ।

    ଗତ ଫେବ୍ରୁଆରୀ ୨ ତାରିଖରେ ଓଡ଼ିଶା NMMS ପରୀକ୍ଷା ହୋଇଥିଲା । ଏବେ SCERT ଓଡ଼ିଶା NMMS ଫଳାଫଳ ସହ ପରିଷଦ ପକ୍ଷରୁ ଅସ୍ଥାୟୀ ଭାବେ ମନୋନୀତ ପ୍ରାର୍ଥୀଙ୍କ ତାଲିକା ମଧ୍ୟ ପ୍ରକାଶ କରାଯାଇଛି । ମେରିଟ୍ ତାଲିକା ଅନୁଯାୟୀ,NMMS ଓଡ଼ିଶା 2023 ପାଇଁ ମୋଟ 3 ହଜାର 310 ପ୍ରାର୍ଥୀ ସାମୟିକ ଭାବେ ଚୟନ ହୋଇଛନ୍ତି ।


    ୩୦ ଜିଲ୍ଲାରେ ମୋଟ ୩୩୧୪ ଛାତ୍ରବୃତ୍ତି ବଣ୍ଟାଯିବାକୁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲା ଅନୁଯାୟୀ ଏହାର ସଂରକ୍ଷଣ ବ୍ୟବସ୍ଥା ମଧ୍ୟ ହୋଇଛି । ଅନୁସୂଚିତ ଜାତି(SC),ଅନୁସୂଚିତ ଜନଜାତି(ST), SEBC ଏବଂ ଶାରୀରିକ ଅକ୍ଷମ ବର୍ଗ ପ୍ରାର୍ଥୀଙ୍କୁ ଏହାର ଫାଇଦା ମିଳିପାରିବ । ଯେଉଁମାନେ ମନୋନୀତ ହୋଇଛନ୍ତି ସେମାନଙ୍କୁ ମାସିକ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପ୍ରାୟ ୪ ବର୍ଷ ଏହାର ଫାଇଦା ନେଇପାରିବେ ।

    ଛାତ୍ରବୃତ୍ତିର ନବୀକରଣ ପାଇଁ ମନୋନୀତ ଛାତ୍ରମାନଙ୍କୁ ଜାତୀୟ ସ୍କଲାରସିପ୍ ପୋର୍ଟାଲ NSP ଖୋଲିବାକୁ ପଡ଼ିବ । ପ୍ରତିବର୍ଷ ସଂପୃକ୍ତ ସ୍କୁଲରେ ସେମାନଙ୍କ ବାର୍ଷିକ ପ୍ରମାଣପତ୍ର ଦେବାକୁ ପଡ଼ିବ । ମାର୍କସିଟ୍ ମଧ୍ୟ ଦାଖଲ କରିବାକୁ ପଡ଼ିବ । ଏଥିରେ ଅବହେଳା କଲେ ସେମାନେ ଛାତ୍ରବୃତ୍ତି ପାଇବାରୁ ବଞ୍ଚିତ ହେବେ ।

  • IPL: ଆଜି ଡବଲ ମୁକାବିଲା, କିଏ ଜିତିବ ମ୍ୟାଚ୍ ?

    IPL: ଆଜି ଡବଲ ମୁକାବିଲା, କିଏ ଜିତିବ ମ୍ୟାଚ୍ ?

    ଫଟାଫଟ୍ କ୍ରିକେଟ୍ IPLରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ଅପରାହ୍ଣ ସାଢ଼େ ୩ଟାରେ ଲକ୍ଷ୍ନୌ ଓ ଚେନ୍ନାଇ ମଧ୍ୟରେ ମୁକାବିଲା ହେବ । ସେହିପରି ସନ୍ଧ୍ୟା ସାଢ଼େ ୭ଟାରେ ମୁହାଁମୁହିଁ ହେବେ ପଞ୍ଜାବ ଓ ମୁମ୍ବାଇ ।

    ଲକ୍ଷ୍ନୌ ସୁପର ଜିଆଣ୍ଚସ ୫ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ଦଳର ବ୍ୟାଟିଂ ଲାଇନ୍ ଅପ୍ ଶକ୍ତିଶାଳୀ ରହିଛି । ମାତ୍ର ଅଧିକାଂଶ ମ୍ୟାଚରେ ମ୍ୟାଚ୍ ହାତଛଡ଼ା କରୁଛି ଟିମ୍ । ଗତ ମ୍ୟାଚରେ ବାଙ୍ଗାଲୋର ବିପକ୍ଷରେ ୧୨୭ ରନ୍ ଚେଜ୍ କରିବାରେ ଫେଲ୍ ମାରିଲା ଦଳ । କଥା ଏତିକିରେ ସରିନଥିଲା । ମ୍ୟାଚ୍ ପରେ ବାଙ୍ଗାଲୋର ଖେଳାଳି କୋହଲି ଏବଂ ଲକ୍ଷ୍ନୌ ମେଣ୍ଟର ଗମ୍ଭୀର ମୁହାଁମୁହିଁ ହୋଇଥିଲେ । ପରିସ୍ଥିତି ଟିକେ ବିଗିଡ଼ିବାରୁ ସେମାନଙ୍କୁ ଫାଇନ୍ ଦେବାକୁ ପଡ଼ିଥିଲା । ତେଣୁ ଦଳ ନିଜର ତ୍ରୁଟି ସୁଧାରି ଜିତିବାକୁ ପ୍ରୟାସ କରିବ ।

    ସେପଟେ, ଚେନ୍ନାଇ ମଧ୍ୟ ୫ଟିରେ ବିଜୟୀ ହୋଇଥିବା ବେଳେ ୪ଟି ମ୍ୟାଚରେ ହାରିଛି । ଧୋନିଙ୍କ ନେତୃତ୍ୱରେ ଏଥର ଭଲ ପ୍ରଦର୍ଶନ କରୁଛି ଚେନ୍ନାଇ । ବ୍ୟାଟିଂ ଓ ବୋଲିଂ ସବୁ ଡିପାର୍ଟମେଣ୍ଟରେ ଖେଳାଳିମାନେ ନିଜ ନିଜ ପରଫରମାନ୍ସ ଦେଉଛନ୍ତି । ଆଜି ଲକ୍ଷ୍ନୌ ବିପକ୍ଷରେ ମ୍ୟାଚ୍ ଜିତିବାକୁ ଜୋରଦାର ଉଦ୍ୟମ କରିବ ଧୋନି ବାହିନୀ ।

    ଦ୍ୱିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଓ ପଞ୍ଜାବ । ମୁମ୍ବାଇ ୪ଟି ମ୍ୟାଚରେ ଜିତିଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ଦଳ ଧୀରେ ଧୀରେ ଟ୍ରାକକୁ ଫେରୁଛି । ଅଧିନାୟକ ରୋହିତ ଶର୍ମା ଆଉଟ୍ ଅଫ୍ ଫର୍ମରେ ଥିବାବେଳେ ସୂର୍ଯ୍ୟକୁମାର, କ୍ୟାମରେନ୍ ଗ୍ରୀନ ଫୁଲ ଫର୍ମରେ ଅଛନ୍ତି । ବେଷ୍ଟ ଫିନିସର ଭାବେ ଟିମ୍ ଡେଭିଡ୍ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ତେବେ ବୋଲିଂକୁ ନେଇ ସାମାନ୍ୟ ଟେନସନରେ ଅଛି ଦଳ । ଏଥିରେ ସୁଧାର ଆଣିବାକୁ ପ୍ରୟାସ କରିବେ ବୋଲର । ଅନ୍ୟପଟେ, ଚଳିତଥର ପଞ୍ଜାବ ମଧ୍ୟ ଭଲ ପ୍ରଦର୍ଶନ କରୁଛି । ୫ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ୪ଟିରେ ପରାସ୍ତ ହୋଇଛି ପଞ୍ଜାବ । ୟଙ୍ଗଷ୍ଟରମାନଙ୍କୁ ନେଇ ମୈଦାନକୁ ଓହ୍ଲାଇବେ ଅଧିନାୟକ ଧୱନ । ଦମଦାର ପ୍ରଦର୍ଶନ ସହ ମୁମ୍ବାଇକୁ ଚକମା ଦେବା ପାଇଁ ସ୍ୱତନ୍ତ୍ର ରଣନୀତି କରିଛି ଟିମ୍ ।

  • Flash Stock Firmware on Samsung Galaxy A50 SM-A505G

    There is an unofficial Lineage 19 custom ROM for the Galaxy A50. It appears as though there was also a Lineage 18 for the Galaxy A50, and that one was based on Android 11. It can be a bit confusing because the developer hasn’t created a new page for the Lineage 19 variant and has instead copied and pasted the text for the Lineage 18.

    stock rom a50 binary 9

    He is always eager to try new Android devices — not only Software level but Hardware-level Also. Samsung Exclusively added some extra features compared with One UI 2.5.

    According to the developer, it doesn’t make any kernel changes. There are plenty of custom kernels for the Galaxy A50 if you are looking for that kind of thing though.

    • You can also download Samsung SM-A505F Flash Tool and USB download the stock firmware Driver.
    • The Update process might take some time to complete.
    • Are you looking for the Stock ROM of your device Samsung Galaxy A50 SM-S506DL?

    On this page, we have managed to share the Acer Stock ROM Firmware (Flash File) for all Acer smartphones and tablets. You can download the ROM from the developer’s thread here. You can not downgrade to the lower version if your phone has an Android 8 or higher version.

    It will also help you with IMEI Issues or Dead Issues. You may also repair your Iconia Tab 10 A3-A50 Android device using Stock ROM Firmware Flash File. Android Flashing is a method to removing stock firmware (Software) from android device (Phone or Tablet etc) and replace with same version or any other version. Simply, flashing means changing the operating system (Android OS or Phone OS). You can flash your device with Recovery mode or Flash tool. Here you can download the latest and original flash file for Acer Iconia Talk S

  • Software Mostbet para apuestas en línea

    La casa de apuestas de deportes electrónicos MostBet acepta monederos electrónicos, criptomonedas y los ingresos reales que transmite un banco para depósitos y distribuciones.A continuación se enumeran solo algunas de las posibilidades que existen. En los eventos deportivos, los apostadores pueden tener más de 85 tipos de apuestas a la venta en las ligas más importantes. (more…)