ରାଜ୍ୟ ସରକାର ରାଜସ୍ୱ ଆଦାୟ କରିବାକୁ ଆପଣାଇଛନ୍ତି ଅଭିନବ ଉପାୟ। ରାଜରାସ୍ତାରେ ଗାଡି ଚଳାଇବାରେ ସାମାନ୍ୟତମ ତ୍ରୁଟି ହେଲେ ଗଣିବାକୁ ହେବ ଜରିମାନା। ଏନେଇ ପରିବହନ ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଦିଆଯିବ ଟାର୍ଗେଟ। ଇ ଚାଲାଣ ଓ ଜରିମାନା ଆଦାୟ କରିବାକୁ ବିଭାଗ ଅଧିକାରୀଙ୍କୁ କରାଯାଇଛି ତାଗିଦ।
ଏଥିସହ ସବୁ ଆରଟିଓ, ଏମଭିଆଇ ଓ ଡିଏସଟିଙ୍କୁ ମୋଟର ଭେହିକିଲ ନିୟମରେ ଉଲ୍ଲଙ୍ଘନ ପାଇଁ ଜରିମାନା କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। 20220-23 ଆର୍ଥିକ ବର୍ଷର ଗାଡି ଚଳାଚଳ ଓ ଅନ୍ୟ ତଥ୍ୟ ଆଧାରରେ ଲକ୍ଷ୍ୟ ନିର୍ଦ୍ଧାରଣ ହୋଇଛି। ଇଚାଲାଣ ଓ ଜରିମାନାରୁ 141କୋଟି 90 ଲକ୍ଷ ଆଦାୟ କରିବାକୁ ଅଧିକାରୀଙ୍କୁ କଣ୍ଟ ଦିଆ ଯାଇଛି। ସେହିପରି 2023-24 ବର୍ଷ ପାଇଁ ଲକ୍ଷ୍ୟ ରହିଛି।
ତେବେ ବିଗତ ଦିନରେ ଆରଟିଓକୁ ଏମିତି କୌଣସି ଟାର୍ଗେଟ କରାଯାଇ ନ ଥିଲା ବେଳେ ଦୁର୍ଘଟଣା ଓ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ଏହି ଉପାୟ ଆପଣା ଯାଇଥିବା କୁହାଯାଉଛି। ବିଗତ ଦିନରେ ଚଢାଉ ଓ ଜରିମାନା କାରଣରୁ ଦୁର୍ଘଟଣା ଓ ଏଥିଜନିତ ମୃତ୍ୟୁରେ ହ୍ରାସ ହୋଇଥିବାରୁ ଏପରି ଉପାୟ ଆପଣା ଯାଇଛି। କିନ୍ତୁ ଉଦ୍ଦେଶ୍ୟମୂଳକ ଭାବେ ଜରିମାନା ଆଦାୟକୁ ସାଧାରଣ ଜନତା ନାପସନ୍ଦ କରିଛନ୍ତି। ଏହା ସରକାରର ଝିଣ୍ଟିକା ମାରି ବଣି ପୋସିବା ନୀତି ବୋଲି ଅନେକ କହିଛନ୍ତି।