ଜମ୍ମୁରେ ଜଳିଗଲା ସେନା ଗାଡ଼ି

ଜମ୍ମୁ କାଶ୍ମୀରରେ ଆଜି ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ପୁଞ୍ଛ-ଜମ୍ମୁ ଜାତୀୟ ରାଜପଥରେ ସେନା ଗାଡ଼ିରେ ଭୀଷଣ ନିଆଁ ଲାଗିଯାଇଥିଲା । ଦୁର୍ଘଟଣାରେ ଅତି କମରେ ୪ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।

ଭାଟାଦୁଡ଼ିଆଁ କ୍ଷେତ୍ରରେ ଏହି ଘଟଣା ଘଟିଥିଲା । ସୂଚନା ମିଳିବା କ୍ଷଣି ସେନା ଉଚ୍ଚ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ହୁତୁହୁତୁ ହୋଇ ଜଳୁଛି ସେନା ଗାଡ଼ି । ଏହାର ଉଚ୍ଚସ୍ତରୀୟ ଯାଞ୍ଚ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *