ଚନ୍ଦ୍ରନାଥଙ୍କୁ ଗୋଡାଇ ଗୋଡ଼ାଇ ଗୁଳି, ଭୁଲିଗଲେ ପୁଅ ହତ୍ୟା ।

ଚନ୍ଦ୍ରନାଥ ହତ୍ୟାକାଣ୍ଡର CBI କରୁଛି ତଦନ୍ତ, ଏପଟେ ମାଆଙ୍କୁ ମିଳିଲା ବିଜେପି ଟିକେଟ| ଉପନିର୍ବାଚନ ଟିକେଟ ଲୋଭୋରେ ପୁଅର ହତ୍ୟା କଥା ଭୁଲିଗଲେ କି ମା ? ପଣତ କାନିକୁ ଖାଲି କରିଦେଲେ ଶୁଟର୍, ଏବେ ଲୁହ ଶୁଖାଇ ମାଆ ଲଢ଼ିବେ ଆସନ | ରାଜନୀତି ବଦଳେଇ ଦିଏ ସବୁ ଭରସା ଓ ବିଶ୍ୱାସ! ଦିନେ ଯାହାକୁ ଦୋଷ ଦେଉଥିଲେ, କହୁଥିଲେ ତାଙ୍କରି ପାଇଁ ମୋ ପୁଅ ଚାଲିଗଲା । ଆଜି ସେହି ଦଳ ପାଇଁ ଲଢ଼ିବେ ନିର୍ବାଚନ । କଣ ସତରେ ପଦବୀ ପାଇବା ଏତେ ବଡ଼ । ଯେଉଁ ରାଜନୀତି ପାଇଁ ପୁଅ ଏ ଦୁନିଆ ଛାଡି ଆର ପାରିକୁ ଚାଲିଗଲା ମାତ୍ର ୬ ମାସ ପୁରିନି ଆଜି ସେହି ରାଜନୀତିକୁ ମା ବି ବଢ଼ାଇଛନ୍ତି ପାଦ । ସେହି ପରି ଆମେ ଯଦି କୋଲକତା ଆରଜି କର ମେଡିକାଲ ଛାତ୍ରୀ ଅଭୟାର ମା ରତ୍ନା ଦେବନାଥ ମଧ୍ଯ ସେହି ରାଜନୀତି ରେ ପାଦ ଦେଇଥିଲେ। ଆଉ ଜିତିଥିଲେ ମଧ୍ଯ। ନନ୍ଦୀଗ୍ରାମ ଉପନିର୍ବାଚନରେ ବିଜେପି ଟିକେଟ୍ ମିଳିବା ପରେ ଏବେ ସବୁଠି ଗୋଟିଏ ଚର୍ଚ୍ଚା, ପୁଅର ମୃତ୍ୟୁକୁ ଭୁଲିଗଲେ କି ମାଆ? ନା ପୁଅର ମୃତ୍ୟୁର ଯନ୍ତ୍ରଣାକୁ ହିଁ ରାଜନୈତିକ ଲଢ଼େଇର ଅସ୍ତ୍ର କରିଛନ୍ତି? ଦିନେ ପୁଅକୁ ହରାଇ ମାଆ କାନ୍ଦୁଥିଲେ| ଆଜି ସେହି ମାଆ ହାତରେ ଧରିଛନ୍ତି ରାଜନୀତିର ଟିକେଟ୍| ଯେଉଁ ପୁଅର ମୃତ୍ୟୁକୁ ନେଇ ନ୍ୟାୟର ଲଢ଼େଇ ଚାଲିଛି, ସେହି ପୁଅର ମାଆ ଏବେ ନିର୍ବାଚନୀ ମଇଦାନରେ। ଛଅ ମାସ ବି ପୂରିନି, ପୁଅର ସ୍ମୃତି ଏବେବି ତାଜା|CBI ତଦନ୍ତ ଚାଲିଛି, ଆଉ ମାଆ ଲଢ଼ିବେ ଉପ ନିର୍ବାଚନ! ଏହି ଦୃଶ୍ୟ ହିଁ ଏବେ ରାଜନୀତିରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ| କେହି କହୁଛନ୍ତିଏହା ପୁଅକୁ ଭୁଲିଯିବା ନୁହେଁ, ବରଂ ପୁଅ ପାଇଁ ନ୍ୟାୟର ଲଢ଼େଇକୁ ଆହୁରି ମଜବୁତ କରିବାର ରାସ୍ତା| ଆଉ କେହି ପ୍ରଶ୍ନ କରୁଛନ୍ତି, ପୁଅକୁ ହରାଇବାର ଦୁଃଖ ଏତେ ଶୀଘ୍ର ରାଜନୀତିର ରଙ୍ଗରେ କାହିଁକି ରଙ୍ଗିଗଲା| ପୁଅର ହତ୍ୟାର ନ୍ୟାୟ ଅପେକ୍ଷା କରିବା ପୂର୍ବରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇବାର କଣ ଆବଶ୍ୟକତା ଥିଲା? ଏହି ପ୍ରଶ୍ନର ଉତ୍ତର ହାସିରାଣୀ ହିଁ ଦେଇପାରିବେ। ଥରେ ଶୁଣି ନିୟନ୍ତୁ ପୁରା ମୃତ୍ୟୁ ପରେ କଣ କହୁଥିଲେ ହାସିରାଣୀ…….

ଏବେ ନନ୍ଦୀଗ୍ରାମର ଗଳିରେ ଗୋଟିଏ ପଟେ ଚନ୍ଦ୍ରନାଥଙ୍କ ମୃତ୍ୟୁର ଚର୍ଚ୍ଚା…ଅନ୍ୟପଟେ ମାଆଙ୍କ ପ୍ରାର୍ଥୀତ୍ୱର ଚର୍ଚ୍ଚା| ମାଆଙ୍କ ପାଇଁ ଏହା କି ରାଜନୀତିର ନୂଆ ଆରମ୍ଭ? ନା ପୁଅ ପାଇଁ ନ୍ୟାୟର ଲଢ଼େଇର ନୂଆ ମଞ୍ଚ| ଯେଉଁ ରାଜନୀତିକୁ ନେଇ ପରିବାର ନିଜର ଜଣେ ସଦସ୍ୟଙ୍କୁ ହରାଇଲା ବୋଲି ଅଭିଯୋଗ ଉଠିଥିଲା, ଆଜି ସେହି ରାଜନୀତିରେ ମାଆଙ୍କ ପ୍ରବେଶ| ତାହାଲେ ସତରେ କଣ ରାଜନୀତି ଏତେ ଶକ୍ତିଶାଳୀ ?ଯେଉଁଠି ପୁଅର ମୃତ୍ୟୁର ଲୁହ ମଧ୍ୟ ରାଜନୈତିକ ଲଢ଼େଇରେ ପରିଣତ ହୋଇଯାଏ? ତାହା ବର୍ତମାନର ଗତିବିଧିକୁ ନେଇ ଆଲୋଚନା ହେଉଛି | ତେବେ ଚନ୍ଦ୍ରନାଥ ରଥ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଘନିଷ୍ଠ ସହଯୋଗୀ ଥିଲେ। ମେ’ ୬ ତାରିଖରେ ମଧ୍ୟମଗ୍ରାମରେ ତାଙ୍କ ହତ୍ୟା ହୋଇଥିଲା ଏବଂ ମାମଲାର ତଦନ୍ତ ବର୍ତ୍ତମାନ CBI କରୁଛି।
ଏବେ ସେହି ଚନ୍ଦ୍ରନାଥଙ୍କ ମାଆ ହାସିରାଣୀଙ୍କୁ ନନ୍ଦୀଗ୍ରାମରୁ ପ୍ରାର୍ଥୀ କରିଛି BJP। ଟିକେଟ୍ ଘୋଷଣା ପରେ ଶୁଭେନ୍ଦୁ ଅଧିକାରୀ ତାଙ୍କ ନାମାଙ୍କନ ସମୟରେ ଉପସ୍ଥିତ ଥିଲେ। ହାସିରାଣୀ ମଧ୍ୟ ଦଳକୁ ଧନ୍ୟବାଦ ଜଣାଇଛନ୍ତି। ଏପଟେ ନନ୍ଦୀଗ୍ରାମରେ TMC ମଧ୍ୟ ନିଜ ପ୍ରାର୍ଥୀ ସଞ୍ଚିତା ପ୍ରଧାନଙ୍କୁ ମୈଦାନକୁ ଓହ୍ଲାଇଛି। ରେଜିନଗରରେ TMC ପକ୍ଷରୁ ରବିଉଲ ଆଲମ ଚୌଧୁରୀଙ୍କୁ ପ୍ରାର୍ଥୀ କରାଯାଇଛି। ସେପଟେ ଚଳିତ ବର୍ଷ RG Kar ମାମଲାର ପୀଡ଼ିତାଙ୍କ ମାଆ ରତ୍ନା ଦେବନାଥ ମଧ୍ୟ BJP ଟିକେଟ୍‌ରେ ପାନିହାଟିରୁ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ଅର୍ଥାତ୍ ବଙ୍ଗ ରାଜନୀତିରେ ନ୍ୟାୟ ପାଇଁ ଲଢ଼ୁଥିବା ପରିବାରର ସଦସ୍ୟଙ୍କୁ ନିର୍ବାଚନୀ ମୈଦାନକୁ ଆଣିବାର ଏକ ଉଦାହରଣ ଆଗରୁ ମଧ୍ୟ ଦେଖିବାକୁ ମିଳିଛି। ଏବେ ନଜର ନନ୍ଦୀଗ୍ରାମ ଉପରେ।ଗୋଟିଏ ପଟେ ଚନ୍ଦ୍ରନାଥଙ୍କ ମାଆ ହାସିରାଣୀ… ଅନ୍ୟପଟେ TMCର ସଞ୍ଚିତା ପ୍ରଧାନ।ଚନ୍ଦ୍ରନାଥଙ୍କ ହତ୍ୟାର ତଦନ୍ତ କେଉଁ ମୋଡ଼ ନେବ? ହାସିରାଣୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଉଠୁଥିବା ରାଜନୈତିକ ପ୍ରଶ୍ନର ଉତ୍ତର କ’ଣ? ଆଉ ନନ୍ଦୀଗ୍ରାମର ଭୋଟର କେଉଁ ପ୍ରସଙ୍ଗକୁ ନିଜ ମତଦାନରେ ଗୁରୁତ୍ୱ ଦେବେ? ଏସବୁର ଉତ୍ତର ମିଳିବ ଅକ୍ଟୋବର ୬ର ଭୋଟ୍‌ରେ ହିଁ ଜଣାପଡିବା ।