ତ୍ରିରଙ୍ଗାରେ ରଙ୍ଗିଲା ପାରାଦ୍ୱୀପ, ସ୍ୱାଧୀନତା ସଂଗ୍ରାମୀଙ୍କୁ ମନେପକାଇଲେ ଯୁବପିଢ଼ି

ଇଂରେଜ ଶାସନ କବଳରୁ ଦେଶକୁ ମୁକ୍ତ କରିବା ପାଇଁ ଯେଉଁ ମହାନ ସଂଗ୍ରାମୀ ମାନେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ ଏବଂ ଯାହାଙ୍କ ପାଇଁ ଆଜି ଆମେ ଭାରତୀୟ ମାନେ ସ୍ବାଧିନ ଭାବେ ଗଣତାନ୍ତ୍ରିକ ପଦ୍ଧତିରେ ଜୀବନଯାପନ କରୁଛୁ , ଆଜି ସେହି ମାନଙ୍କୁ ମନେ ପକାଇବାର ସମୟ ଆସିଛି। ଆମର ଉତ୍ତର ପିଢ଼ି ସେହି ବୀର ମାନଙ୍କୁ ଜାଣିବା ସହିତ ନିଜ ଭିତରେ ଦେଶମାତୃକାର ସୁରକ୍ଷା ପାଇଁ ଉଦ୍ଦିପନ୍ନା ଜାଗ୍ରତ କରାଇବା ଦରକାର। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ହର ଘର ତ୍ରୀରଙ୍ଗା ସୋଭାଯାତ୍ରା ବନ୍ଦର ନଗରୀ ପାରାଦ୍ଵୀପ ରେ ଅନୁଷ୍ଠିତ ହୋଇଯାଇଛି। ପାରାଦ୍ଵୀପ ମ୍ୟୁନିସିପାଲଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲ, କଲେଜ, ସ୍ବେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ଵୀପ ବିଧାୟକ ତଥା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ, ମ୍ୟୁନିସିପାଲଟି ଅଧ୍ୟକ୍ଷ ବସନ୍ତ ବିଶ୍ବାଳ ଙ୍କ ସମେତ ୧୯ ଓ୍ବାର୍ଡ ର ପାରିଷଦ ତ୍ରୀରଙ୍ଗା ରାଲିରେ ଯୋଗଦେଇଥିଲେ । ଏହି ବିଶାଳ ରାଲି ପାରାଦ୍ଵୀପ କଲେଜ ନିକଟରୁ ବାହାରି ସହର ପରିକ୍ରମା କରିବା ସହିତ ବସଷ୍ଟାଣ୍ଡ ନିକଟରେ ଥିବା ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ସେଠାରେ ଛାତ୍ରଛାତ୍ରୀ ମାନଙ୍କୁ ସ୍ବାଧିନତା ସଂଗ୍ରାମୀ ଙ୍କ ସଂଘର୍ଷମୟ ଜୀବନ ସମ୍ପର୍କରେ ବକ୍ତାମାନେ ଉଦବୋଧନ ଦେଇଥିଲେ।