ବିଶ୍ବ ଆଦିବାସୀ ଦିବସରେ ଆଦିବାସୀଙ୍କ ମହାମେଳି।

ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ ଡାଙ୍ଗସୋରଡା ଠାରେ ଆଦିବାସୀଙ୍କ ମେଳି ହୋଇ ଥିବା ଦେଖିବାକୁ ମିଳିଛି। ବିଶ୍ଵ ରେ ଆଦିବାସୀ ଦିବସ ପାଳନ କରୁଥିବା ବେଳେ ରାଜ୍ୟର ରାୟଗଡ଼ା ଜିଲ୍ଲାର ଦୁର୍ଗମ ବା ଉନ୍ନତି ବ୍ଲକ୍ ଠାରେ ପ୍ରଥମଥର ନୂତନ ଭାବେ ଆଦିବାସୀ ସମାଜ ସଂଘ ପ୍ରତିଷ୍ଠାନ କରି ଦୁର୍ଗମ ଅଞ୍ଚଳିଆ ହେଲେ ବି ବେଶ୍ ଆନନ୍ଦରେ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। ଏହି ବିଶ୍ବ ଆଦିବାସୀ ଦୀବସ କାର୍ଯ୍ୟକ୍ରମରେ  ଭାବେ ମୁଖ୍ୟ ଅତିଥି ଡାଙ୍ଗସୋରଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ  ଶ୍ରୀମତୀ ଅନିତା ଶବର , ଆଦିବାସୀ ସମାଜର ସଭାପତି ଶ୍ରୀମତୀ ଧରଣୀ ସାରାକା ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିବା ଦେଖିବାକୁ ମିଳିଥିଲା। ଦୁର୍ଗମ ଅଞ୍ଚଳିଆ ହେଲେ ବି ଆଦିବାସୀଙ୍କ ମନୋବଳ ଇଚ୍ଛା ଶକ୍ତି ଦୃଢ଼ ସଂଗଠିତ ହେବାରେ ଲାଗିଛି। ଯାହାକି ଜିଲ୍ଲାର ସାବତ ପୁଅ ବୋଲି ପରିଚିତ ଦୁର୍ଗମ ଅଞ୍ଚଳିଆ ବ୍ଲକ ଚନ୍ଦ୍ରପୁର ବି ନିଆରା ପରମ୍ପରା କୁ ବିଶ୍ଵ ଆଦିବାସୀ ଦିବସ ପାଳନ କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଡାଙ୍ଗସୋରଡା ନଗର ପରିକ୍ରମା ସହ ସ୍ଥାନୀୟ ହାଇସ୍କୁଲ ପର୍ଯ୍ୟନ୍ତ ନିଜର ପରମ୍ପରା କୁ ଅସ୍ତ୍ରଶସ୍ତ୍ର ବାଜା ବଜାଇବା ବିର୍ସା ମୁଣ୍ତା ଓ ସହିଦ୍ ଲକ୍ଷ୍ମଣ ନାୟକ ଙ୍କ ସ୍ଲୋଗାନ ଦେଇ ପଦଯାତ୍ରା ମହାଆଡମ୍ବରରେ ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଶାନ୍ତି ଶୃଙ୍ଖଳା ରକ୍ଷା କରି ଉପସ୍ଥିତ ଥିବା ବ୍ଲକ୍ ର ଅନେକ ଗାଁ ଗହଳିର ଆଦିବାସୀଙ୍କ ପରମ୍ପରା ସଂସ୍କୃତି କୁ ପ୍ରଦର୍ଶିତ କରି ଆଦିବାସୀଙ୍କ ନିଜ ହକ୍ ପାଇଁ  ସମସ୍ତ ଏକତ୍ର ହେବା ପାଇଁ ସ୍ୱର ଉତ୍ତୋଳନ କରି ମେଳି ହୋଇ ଥିବା ଦେଖିବାକୁ ମିଳିଥିଲା। ଉକ୍ତ ବିଶ୍ବ ଆଦିବାସୀ ଦୀବସ ସମାରୋହରେ ଉପସ୍ଥିତ ଥିବା ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ବିର୍ସା ମୁଣ୍ତା ଓ ସହିଦ୍ ଲକ୍ଷ୍ମଣ ନାୟକ ଙ୍କ ଫଟୋ ଚିତ୍ର ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମୁଖ୍ୟ ଅତିଥି ଭାବେଟୁରିଗୁଡା ସରପଞ୍ଚ ଶ୍ରୀମତୀ ସୁନିତା ମୁଣ୍ତିକା, ସାରକିମାହା ସରପଞ୍ଚ ଶ୍ରୀ ଫକିର ମୋହନ ଗୁମିଡାଙ୍ଗା , ବୁଡୁବାଲି ସରପଞ୍ଚ ଶ୍ରୀ ଭିମ ଗଗେରାଙ୍ଗା , ରାମାନାଗୁଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ନବୀନ ପିଫଳି , ଡାଙ୍ଗସୋରଡା ପୂର୍ବତନ ସରପଞ୍ଚ ଶ୍ରୀ ସତ୍ୟନାରାୟଣ ପ୍ରଟିକା , ଡାଙ୍ଗସୋରଡ଼ା ପୂର୍ବତନ ସରପଞ୍ଚ ଶ୍ରୀ ଧାନୁମାଝି କୁମ୍ବ୍ରୁକା , ପୂର୍ବତନ ସରପଞ୍ଚ ଟୁରିଗୁଡା ଶ୍ରୀ ସନ୍ୟାସୀ ପ୍ରାସ୍କାକା , ବରିଷ୍ଠ ଶିକ୍ଷକ ଶ୍ରୀ କୈଳାସ ଶବର , ବରିଷ୍ଠ ଓ ସଂଗୀତ କଣ୍ଠଶିଳ୍ପୀ ଶିକ୍ଷକ ଶ୍ରୀ ଦିଲ୍ଲୀପ କୁମାର ଶବର , କୃଷି ସୂଚନା ପରାମର୍ଶ କେନ୍ଦ୍ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କୁଟ୍ରୁକା , ସାମାଜିକ କର୍ମୀ ଶ୍ରୀ ହରିଶ୍ଚନ୍ଦ୍ର ମୁଣ୍ତିକା , ଆଦିବାସୀ କଲ୍ୟାଣ ସମାଜର ସମ୍ପାଦକ ଶ୍ରୀ  ନୁନିଙ୍ଗା ବ୍ରେକବେଡା , ସାମାଜିକ ଶ୍ରୀମତୀ କର୍ମୀ ସନ୍ତୋଷି ମଲ୍ଲିକ , ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ମିଳା ପିଫଳି ଉପସ୍ଥିତ ରହିଥିଲେ। ଏହି ଅବସରରେ ଗଣମାଧ୍ୟମ ପ୍ରତିନିଧି ବା ବରିଷ୍ଠ ସମାଜସେବୀଶ୍ରୀ ହାଡିପା ଗୈଉଡ଼ , ସଞ୍ଜୟ କୁମାର ନାଗ , ଯୁବ ସମାଜସେବୀ କେଶବ ସାରାକା , ଜସେପ ଡୁବ୍ରୁକା ଉପସ୍ଥିତ ରହିଥିଲେ। ଏହି ବିଶ୍ବ ଆଦିବାସୀ ଦୀବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ମାନଙ୍କୁ ଆଦିବାସୀ ସମାଜ ସଂଘ ପକ୍ଷରୁ ଏକ ନିଆରା ରେ ସ୍ମୃତି ରଖିବା ପାଇଁ ପ୍ରୟାସ କରି ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଆଦିବାସୀ ଙ୍କ ହକ୍ ଜଳ , ଜଙ୍ଗଲ , ମାଟି ମା ପାଇଁ ଆମେ ସବୁବେଳେ ଏକତ୍ର ହୋଇ ରହିବୁ ବୋଲି ଆଦିବାସୀଙ୍କ ପରମ୍ପରା ସଂସ୍କୃତି କୁ ପ୍ରଦର୍ଶିତ କରି ବିଶ୍ଵ ଆଦିବାସୀ ଦିବସ ପାଳନ କରୁଥିବା ଦେଖିବାକୁ ମିଳିଛି। ଏହି ବିଶ୍ବ ଆଦିବାସୀ କୁ ବରିଷ୍ଠ ସମାଜସେବୀ ଶ୍ରୀ ବିଜୟ ପ୍ରସାଦ ଉଲ୍ଲାକା ମଞ୍ଚ ପରିଚାଳନା କରିଥିଲେ।