ସେମିଳିଗୁଡ଼ା: ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସେମିଳିଗୁଡ଼ା ଉପସେବା କେନ୍ଦ୍ରଠାରେ ଏକ ପ୍ରାକୃତିକ ଆହାର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମାଉଣ୍ଟ ଆବୁରୁ ଆସିଥିବା ବିଶିଷ୍ଟ ରାଜଯୋଗୀ ତଥା ପ୍ରାକୃତିକ ଆହାର ବିଶେଷଜ୍ଞ ବ୍ରହ୍ମକୁମାର ଅଶୋକ ପଣ୍ଡିତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବର୍ତ୍ତମାନର କଳୁଷିତ ଓ ପ୍ରଦୂଷିତ ପରିବେଶରେ ପ୍ରାକୃତିକ ଆହାରର ଗୁରୁତ୍ୱ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଇଥିଲେ।ଶାଖାର ପରିଚାଳିକା ବ୍ରହ୍ମାକୁମାରୀ ରୁବି ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହ ଉପସ୍ଥିତ ସମସ୍ତ ଅତିଥି ଓ ଜନସାଧାରଣଙ୍କୁ ସ୍ୱାଗତ ଜଣାଇଥିଲେ।
ଏହି ଅବସରରେ ବିଜୟ ସାହୁ, ଅଜୟ ସାହୁ, ଡାକ୍ତର ଚିତ୍ତରଞ୍ଜନ ମିଶ୍ର, ଶ୍ରୀମତୀ ସ୍ନିଗ୍ଧାରାଣୀ ମିଶ୍ର, ମମତା ରାୟ, ମନୋରଞ୍ଜନ ବେହେରା ଓ ଅନ୍ୟାନ୍ୟ ବ୍ରହ୍ମାକୁମାରୀ ଭାଇ-ଭଉଣୀମାନେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରିଥିଲେ।ଶେଷରେ ବିଦ୍ୟାଳୟ ପକ୍ଷରୁ ସମସ୍ତ ଅତିଥିଙ୍କୁ ଆଧ୍ୟାତ୍ମିକ ପୁସ୍ତକ ଓ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।