ଆଳି ତହସିଲ ଅଧିନ କୋଳିଡିହ ପଞ୍ଚାୟତ ରେ ରାଜସ୍ବ ଗ୍ରାମ ଖାତା ନମ୍ବର -218 କିସମ ଗୋଚର ସରକାରୀ ଜମି ଉପରେ ସରକାରୀ ଅର୍ଥରେ ମନ୍ଦିର ନିର୍ମାଣକୁ ନେଇ ବିବାଦ ଦେଖାଦେଇଛି। ଏହି ମନ୍ଦିର ନିର୍ମାଣ କାର୍ଯ୍ୟଦେଶ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ଥିବାବେଳେ ବନବିହାରୀ ଠାକୁର ଙ୍କ ନାମରେ ଥିବା ନିଜସ୍ୱ ଜାଗାରେ କରାନଯାଇ କିଭଳି ସରକାରୀ ଗୋଚର ଜମିରେ ମନ୍ଦିର ନିର୍ମାଣ କରାଯାଇପାରିବ ତାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ତାଛଡା ବେଆଇନ ଭାବେ କୋଳିଡିହ ଗୋଚର ଜମି ଓ ନଦୀବନ୍ଧ ରାସ୍ତା କଡ଼ରୁ ମାଟିମାଫିଆ ମାନେ ମାଟି ଓ ବେଆଇନ ଭାବେ ନଦୀରୁ ବାଲି ଚୋରାଚାଲାଣ କୁ ନେଇ ଆଜି କୋଳିଡିହ ପଞ୍ଚାୟତ ର 50 ରୁ ଅଧିକ ଗ୍ରାମବାସୀ ଆଳି ତହସିଲ ଅଫିସ କାର୍ଯ୍ୟାଳୟ ରେ ପହଞ୍ଚି ଆଳି ତହସିଲଦାର ସୁମନ ଘୋଷ ଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ।
ଏ ବାବଦରେ ସେ ପୂର୍ବରୁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଏଯାଏଁ କୌଣସି କାର୍ଯ୍ୟନୁଷ୍ଠାନ ନିଆ ନଯିବା ଓ ଦାୟିତ୍ୱ ରେ ଥିବା RI ଙ୍କୁ ମାଫିଆ ମାନେ ଧମକ ଚମକ ଦେବା ଭଳି ଗୁରୁତର ଅଭିଯୋଗ କରିଥିବା ଦେଖିବାକୁ ମିଳିଛି।