BJP ପରେ CJP ଚଳାଇବ କି ଶାସନ!

ଓଡ଼ିଶାରେ ବେକାରି ଯୁବବର୍ଗ ଯେତକ କକ୍ରୋଚ ଜନତା ପାର୍ଟି ପାଇଁ ଆଗକୁ ଆସ ବିଜେପି ସରକାରକୁ କରିବା ନାଶ|ଦର୍ଶକ ବନ୍ଧୁ ଭାରତରେ ମୋଦୀ କରୁଛନ୍ତି ବିନା ଲଙ୍ଗଳରେ ଚାଷ|ଆଗକୁ କକ୍ରୋଚ ଦଳ ବିନା ସାରରେ ମାରିବା ଘାସ|ଆମେ ଏମିତି ଏଭଳି କଥା କହିବା କାରଣ ଆପଣ ଠିକ ବୁଝିପାରୁଥିବେ ଆଜି ବି ଓଡ଼ିଶା ପରି ଅନେକ ରାଜ୍ୟ ଅଛି ଯେଉଁଠି କୋଢିଆ, ଖଟିଖିଆ, ବେକାର ଯୁବକ ପାଠ ପଢି ମଧ୍ୟ ଅପାଠୁଆ| ଯୋଉମାନେ କି ଏହି କକ୍ରୋଚ ଦଳକୁ ଫଲୋ କରି ଗୋଟିଏ ଦିନରେ ଏତେ ଫଲୋର୍ସ ବଢିଯାଇଛନ୍ତି କି ଯାହା ଭାରତୀୟ ଜନତା ପାର୍ଟି କୁ ତଳେ ପକାଇଦେଇଛି|ଯାହାକୁ ଦେଖି ଭୀଷଣ ରାଗିଯାଇଛନ୍ତି ମୋଦି|ସିଧା ପଦକ୍ଷେପ ନେଇଛନ୍ତି କକ୍ରୋଚ ଦଳର X ଆକାଉଣ୍ଟ ଉପରେ|

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ବୟାନ ବିରୋଧରେ ଆରମ୍ଭ ହୋଇଥିବା କକ୍ରୋଚ ଜନତା ପାର୍ଟି ବା ସିଜେପି ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସରକାରଙ୍କ ତରଫରୁ ସିଜେପିର “ଏକ୍ସ’ ଆକାଉଣ୍ଟକୁ ଭାରତରେ ବନ୍ଦ କରାଯାଇଛି ।ତେବେ ଗତ କିଛିଦିନ ହେବ ସୋସିଆଲ ମିଡିଆରେ ଏହି ସଂଗଠନକୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଏନେଇ ସଂଗଠନର ମୁଖ୍ୟ ଅଭିଜିତ୍ ଦିପକେ କହିଛନ୍ତି, ପ୍ରଥମେ ଏହି ଆକାଉଣ୍ଟକୁ ହ୍ୟାକ୍ କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ହ୍ୟାକ୍ କରିବାରେ ବିଫଳ ହେବା ପରେ ଏହାକୁ ବନ୍ଦ କରି ଦିଆଯାଇଛି ବୋଲି ଦିପକେ କହିଛନ୍ତି ।


ତେବେ କକ୍ରୋଚ ଜନତା ପାର୍ଟି ଏକ୍ସ ଆକାଉଣ୍ଟରେ ୧.୬ ଲକ୍ଷରୁ ଅଧିକ ଫଲୋର୍ସ ରହିଛନ୍ତି । ସେପଟେ ଇନଷ୍ଟାଗ୍ରାମରେ ଏହି ସଂଗଠନର ଫଲୋର୍ସ ୧୩ ମିଲିୟନ ଅର୍ଥାତ ୧ କୋଟି ୩୦ ଲକ୍ଷ ପାର କରିଛି । ଅନ୍ୟପଟେ ଏହି ଏକ୍ସ ଆକାଉଣ୍ଟ ଏବେ ଖୋଲିଲେ ଦେଖିବାକୁ ମିଳିଛି କି, ଏବେ ଏହି ଆକାଉଣ୍ଟ ୱିଥ୍ ହୋଲ୍ଡରେ ରହିଛି ।
ତେବେ ସିଜେପି ନାମରେ ଏହି ଅନଲାଇନ୍ କ୍ୟାମ୍ପେନ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହୋଇଥିଲା । ମୁଖ୍ୟତଃ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଦେଶର କିଛି ସ୍ୱତନ୍ତ୍ର ବେରୋଜଗାରୀ ଯୁବବର୍ଗଙ୍କ କାର୍ଯ୍ୟକଳାପକୁ ନେଇ କକ୍ରୋଚ ବା ଅସରପା ଶବ୍ଦର ବ୍ୟବହାର କରିଥିଲେ । ଏହାକୁ ବିରୋଧ କରି ଦିପକେ ଲେଖିଥିଲେ କି, ଦେଶର ସବୁ କକ୍ରୋଚ ଏକାଠି ହୋଇପାରିଲେ କିଭଳି ହେବ । ଏହାପରେ କକ୍ରୋଚ ଜନତା ପାର୍ଟି ନାମରେ ସୋସିଆଲ ମିଡିଆରେ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ଦେଖୁ ଦେଖୁ ଲକ୍ଷ ଲକ୍ଷ ଯୁବବର୍ଗ ଏହି କ୍ୟାମ୍ପେନରେ ସାମିଲ ହେବାରେ ଲାଗିଛନ୍ତି ।

ସୋସିଆଲ ମିଡିଆ ଫଲୋର୍ସରେ ସିଜେପି ଏବେ ଦେଶର ସର୍ବ ବୃହତ ରାଜନୈତିକ ଦଳ ବିଜେପିକୁ ଅନେକ ପଛରେ ପକାଇଦେଇଛି । ସୂଚନା ମୁତାବକ ଏପର୍ଯ୍ୟନ୍ତ ୬ ଲକ୍ଷ ବେକାର ଯୁବବର୍ଗ ଏହି ସଂସ୍ଥାରେ ନିଜ ନାମ ପଞ୍ଜିକରଣ କରିଛନ୍ତି । ସିଜେପିର ସୋସିଆଲ ମିଡ଼ିଆରେ ଫଲୋର୍ସ ତାଲିକାରେ ଅନେକ ବଡ଼ ବଡ଼ ରାଜନୈତିକ ଦଳର ମୁଖିଆଙ୍କ ନାମ ବି ଦେଖିବାକୁ ମିଳିଛି । ଯାହାକୁ ନେଇ ଚିନ୍ତା ରେ ପଡିଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି| ତେବେ ଆଗକୁ ଦେଖିବାକୁ ବାକି ରହିଲା ଏହି ଦଳ ବିଜେପି ସରକାରକୁ ଟାର୍ଗେଟ କରି କେତେ ସଫଳତା ଆଗକୁ ପାଉଛି|