୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ଜାଣନ୍ତୁ କାରଣ

୨୩ ତାରିଖ ଶନିବାର ମାସର ଚତୁର୍ଥ ଶନିବାର ହୋଇଥିବାରୁ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ । ଏହାପରେ ୨୪ ତାରିଖ ରବିବାର ପାଇଁ ମଧ୍ୟ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ । ସେପଟେ ଏସବିଆଇ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଉଛନ୍ତି । ଏହି କାରଣରୁ ୨୫ ଓ ୨୬ ତାରିଖ ଦୁଇଦିନ ଧରି କେବଳ ଏସବିଆଇର ସମସ୍ତ ବ୍ରାଞ୍ଚ ବନ୍ଦ ରହିବ । ସେହିଭଳି ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ବକରିଦ୍ ଭିନ୍ନ ଭିନ୍ନ ଦିନରେ ପାଳନ ହେଉଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ବକରିଦ୍ ପର୍ବ ପାଇଁ ୨ ଦିନିଆ ଛୁଟି ଘୋଷଣା କରିଛନ୍ତି । ଏଥିପାଇଁ ୨୭ ଓ ୨୮ ତାରିଖ ଦୁଇଦିନ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ ।
ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ବା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଯଦି ଆପଣଙ୍କର କିଛି ଜରୁରୀ କାମ ରହିଛି, ତେବେ ତାହା ଆଜିହିଁ ସାରିନିଅନ୍ତୁ । କାରଣ ଆସନ୍ତାକାଲି ଅର୍ଥାତ ୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଲଗାତାର ୬ ଦିନ ଧରି ଏସବିଆଇର ଶାଖାଗୁଡିକ ବନ୍ଦ ରହିବ । ସପ୍ତାହାନ୍ତ ଛୁଟି, କର୍ମଚାରୀଙ୍କ ଆନ୍ଦୋଳନ ଏବଂ ପର୍ବପର୍ବାଣୀ ଅବସରରେ ଏହି ଛୁଟି ଘୋଷଣା କରାଯାଇଛି ।
କାରଣ ଆସନ୍ତାକାଲି ଅର୍ଥାତ ୨୩ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଲଗାତାର ୬ ଦିନ ଧରି ଏସବିଆଇର ଅନେକ ସେବା ପ୍ରଭାବିତ ହେବ । ସପ୍ତାହାନ୍ତ ଛୁଟି, କର୍ମଚାରୀଙ୍କ ଆନ୍ଦୋଳନ ଏବଂ ବକରିଦ୍ ପର୍ବ ପାଇଁ ବ୍ୟାଙ୍କର କାର୍ଯ୍ୟକଳାପ ଆଂଶିକ ଭାବେ ବନ୍ଦ ରହିବ ।

୨୩ ତାରିଖ ଶନିବାର ମାସର ଚତୁର୍ଥ ଶନିବାର ହୋଇଥିବାରୁ ଦେଶର ସମସ୍ତ ବ୍ୟାଙ୍କ ଛୁଟି ରହିବ । ଏହାପରେ ୨୪ ତାରିଖ ରବିବାର ପାଇଁ ମଧ୍ୟ ସମସ୍ତ ବ୍ୟାଙ୍କ ବନ୍ଦ ରହିବ । ସେପଟେ ଏସବିଆଇ କର୍ମଚାରୀମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଉଥିବାରୁ ୨୫ ଓ ୨୬ ତାରିଖ ଦୁଇଦିନ ଧରି କେବଳ ଏସବିଆଇର ସମସ୍ତ ଶାଖା ବନ୍ଦ ରହିବ । ସେହିଭଳି ବକରିଦ୍ ପର୍ବ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଦିନରେ ପାଳନ ହେଉଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ଦିନିଆ ଛୁଟି ଘୋଷଣା କରିଛି । ଏଥିପାଇଁ ୨୭ ଓ ୨୮ ତାରିଖରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ ।

ଏହି ଛୁଟିଦିନରେ ବ୍ରାଞ୍ଚକୁ ଯାଇ ଟଙ୍କା ଜମା କିମ୍ବା ଉଠାଣ କରିହେବ ନାହିଁ । ଚେକ୍ କ୍ଲିୟର ହେବାରେ ବିଳମ୍ବ ହୋଇପାରେ । ପାସବୁକ୍ ପ୍ରିଣ୍ଟ, ବ୍ୟାଙ୍କ ଷ୍ଟେଟମେଣ୍ଟ, ନୂଆ ଆକାଉଣ୍ଟ ଖୋଲିବା, ଫିକ୍ସ ଡିପୋଜିଟ୍, ଲୋନ ସମ୍ବନ୍ଧୀୟ କାମ, ଡିମାଣ୍ଡ ଡ୍ରାଫ୍ଟ ଓ ଟ୍ୟାକ୍ସ ଚାଲାଣ ଭଳି ସେବା ବନ୍ଦ ରହିବ ।

ତେବେ ଗ୍ରାହକମାନେ ଏଟିଏମରୁ ଟଙ୍କା ଉଠାଇପାରିବେ । ୟୋନୋ ଏସବିଆଇ, ନେଟ୍ ବ୍ୟାଙ୍କିଙ୍ଗ, ମୋବାଇଲ ବ୍ୟାଙ୍କିଙ୍ଗ ଓ UPI ସେବା ସାଧାରଣ ଭାବେ ଚାଲୁ ରହିବ । ଗୁଗୁଲ ପେ, ଫୋନପେ ଓ ପେଟିଏମ୍ ମାଧ୍ୟମରେ ଡିଜିଟାଲ ପେମେଣ୍ଟ କରିପାରିବେ ।