ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର ମଧ୍ୟପ୍ରାଚ୍ୟ ଉତ୍ତେଜନା ଭିତରେ ଭାରତର ସାଧାରଣ ଲୋକଙ୍କ ଉପରେ ବୋଝ ବଢ଼ିଚାଲିଛି। ଗତ ୧୦ ଦିନ ମଧ୍ୟରେ ଏହା ତୃତୀୟ ଥର ପାଇଁ ଦରବୃଦ୍ଧି ହୋଇଛି। ଏଥର ପେଟ୍ରୋଲ ଦର ପ୍ରାୟ ୮୭ ପୈସା ଏବଂ ଡିଜେଲ ଦର ୯୧ ପୈସା ପର୍ଯ୍ୟନ୍ତ ବଢ଼ାଯାଇଛି। ପ୍ରମୁଖ ସହରର ନୂଆ ଦର
ଦିଲ୍ଲୀ: ପେଟ୍ରୋଲ ₹99.51, ଡିଜେଲ ₹92.49
ମୁମ୍ବାଇ: ପେଟ୍ରୋଲ ₹108.49, ଡିଜେଲ ₹95.02
କୋଲକାତା: ପେଟ୍ରୋଲ ₹110.64, ଡିଜେଲ ₹97.02
ଚେନ୍ନାଇ: ପେଟ୍ରୋଲ ₹105.31, ଡିଜେଲ ₹୯୬.୯୮ ଭୁବନେଶ୍ୱରରେ ଆଜିର DAR
ଭୁବନେଶ୍ୱର ରେ ଆଜି ପେଟ୍ରୋଲ ଦର ପ୍ରାୟ ₹106.18 ପ୍ରତି ଲିଟର ରହିଛି।କାହିଁକି ବଢ଼ୁଛି ଦର?

ପଶ୍ଚିମ ଏସିଆର ତଣାତଣି ଏବଂ ଆନ୍ତର୍ଜାତୀୟ କଚା ତେଲ ଦର ବୃଦ୍ଧିକୁ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ମେ ୧୫ ଠାରୁ ଏପର୍ଯ୍ୟନ୍ତ ମୋଟେ ପ୍ରାୟ ₹5 ପର୍ଯ୍ୟନ୍ତ ଇନ୍ଧନ ଦର ବଢ଼ିସାରିଛି।