ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ପୃଥିବୀ ଦିବସ ପାଳିତ

ଆଜି ପବିତ୍ର ବିଶ୍ୱ ପୃଥିବୀ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ପ୍ରତିଷ୍ଠିତ ସ୍ୱେଚ୍ଛାସେବୀ ସଂଗଠନ ‘ସ୍ୱାକ’ ଆନୁକୂଲ୍ୟରେ ଜି. ଉଦୟଗିରି ସ୍ଥିତ ଇନ୍ଦିରା ପ୍ରିୟଦର୍ଶିନୀ ମହିଳା ମହାବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ | ମାଣିକେଶ୍ୱରୀ ପଟ୍ଟନାୟକ, ପ୍ରଶାନ୍ତ କୁମାର ସାହୁ, ସମିର କୁମାର ପାଢ଼ୀ, ଅରୁଣ କୁମାର ଷଡଙ୍ଗୀ, ସୁଧାରାଣୀ ପାତ୍ର, ଚିନ୍ମୟ କୁମାର ସେଠୀ, ସାମନ୍ତ ଶେଖର ନାୟକ, ହୃଷୀକେଶ ପ୍ରଧାନ, ଅତିଥିମାନେ ସେମାନଙ୍କ ଅଭିଭାଷଣରେ “ଆମର ଶକ୍ତି ଆମର ଗ୍ରହ” ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ପରିବେଶର ସୁରକ୍ଷା ଏକାନ୍ତ ଆବଶ୍ୟକ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ବର୍ତ୍ତମାନର ଜଳବାୟୁ ପରିବର୍ତ୍ତନ ସମୟରେ ପୃଥିବୀର ସୁରକ୍ଷା ହିଁ ମାନବ ସମାଜର ଭବିଷ୍ୟତ ବୋଲି ସୂଚନା ଦିଆଯାଇଥିଲା। ସ୍ୱାକର ସଭାପତି ଆମନ୍ ଚନ୍ଦ୍ର ନାୟକ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମ ଶେଷରେ ସସ୍ମିତା ମଲ୍ଲିକ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପରିବେଶ ସୁରକ୍ଷିତ ରହିଲେ ହିଁ ପୃଥିବୀ ସୁରକ୍ଷିତ ରହିବ।