ଦିଲ୍ଲୀ ବିଧାନସଭାକୁ ବୋମା ଧମକ: ବାଚସ୍ପତିଙ୍କୁ ଆସିଲା ସାଂଘାତିକ ମେଲ୍‌

ଦିଲ୍ଲୀ ବିଧାନସଭା(Delhi Legislative Assembly)କୁ ଆସିଲା ବୋମା ଧମକ। ଦେଶର ରାଜଧାନୀ ଦିଲ୍ଲୀରେ ଏକ ବଡ଼ ଧରଣର ଆତଙ୍କବାଦୀ ହମଲା ନେଇ ଧମକ ମିଳିଛି। ବୋମାରେ ଉଡ଼ାଇଦେବାକୁ ଧମକ ମିଳିଥିବା ଏକ ଧମକପୂର୍ଣ୍ଣ ଇମେଲ୍ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ମେଲ୍ ବିଧାନସଭାର ବାଚସ୍ପତି ବିଜେନ୍ଦ୍ର ଗୁପ୍ତଙ୍କ ପାଖକୁ ପଠାଯାଇଥିବା ଜଣାପଡ଼ିଛି।

ଧମକରେ କେବଳ ବିଧାନସଭା ନୁହେଁ, ଦିଲ୍ଲୀର Delhi Metro ଷ୍ଟେସନ୍‌ଗୁଡିକୁ ମଧ୍ୟ ଟାର୍ଗେଟ୍ କରାଯାଇଥିବା ଉଲ୍ଲେଖ ଥିଲା। ବଜେଟ୍ ଉପସ୍ଥାପନ ପୂର୍ବରୁ ଏଭଳି ଧମକ ଆସିବାରୁ ପରିସ୍ଥିତିକୁ ଗମ୍ଭୀର ଭାବେ ନିଆଯାଇଛି।

ଘଟଣା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଛି ଏବଂ ମେଲ୍‌ର ଉତ୍ସ ଖୋଜାଯାଉଛି। ବିଧାନସଭା ପରିସର ଓ ଚାରିପାଖରେ ସୁରକ୍ଷା ବଢ଼ାଯାଇଛି, ଅତିରିକ୍ତ ପୋଲିସ୍ ବଳ ମୁତୟନ କରାଯାଇଛି। ସାଇବର ବିଶେଷଜ୍ଞମାନେ ମେଲ୍‌ଟି କେଉଁଠାରୁ ଏବଂ କେଉଁ IP ଆଡ୍ରେସରୁ ଆସିଛି, ତାହାର ଖୋଳତାଡ଼ କରୁଛନ୍ତି।ମେଟ୍ରୋ ଷ୍ଟେସନଗୁଡ଼ିକରେ CISF ଏବଂ ପୁଲିସ ପକ୍ଷରୁ କଠୋର ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।