ୱାଙ୍ଖଡ଼େରେ ଓଡ଼ିଆ ପ୍ରତିଭା: ବିଶ୍ୱକପ୍ ଉଦ୍‌ଘାଟନୀରେ ପ୍ରମିତା

ଚଳିତ ଟ୍ବେଣ୍ଟି-୨୦ ବିଶ୍ୱକପ୍‌କୁ ନେଇ ମୁମ୍ବାଇର ଐତିହାସିକ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଭବ୍ୟ ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଆ ଝିଅ ପ୍ରମିତା ମହାପାତ୍ର ଉପସ୍ଥାପିକା ଭାବେ ଦାୟିତ୍ବ ତୁଲାଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍ ମଞ୍ଚରେ ଓଡ଼ିଶାର ପ୍ରତିଭାକୁ ପୁଣିଥରେ ସାରା ଦେଶ ସାମ୍ନାରେ ଉପସ୍ଥାପନ କରିଛନ୍ତି ପ୍ରମିତା |

ଏହା ପୂର୍ବରୁ ପ୍ରମିତା ଗତବର୍ଷ ଆୟୋଜିତ ମହିଳା କ୍ରିକେଟ୍ ବିଶ୍ୱକପ୍‌ରେ ମଧ୍ୟ ସଫଳତାର ସହ ଉପସ୍ଥାପିକା ଭାବେ ଦାୟିତ୍ବ ତୁଲାଇଥିଲେ |ଶନିବାରରେ ହୋଇଥିବା ଏହି ଉଦ୍‌ଘାଟନୀ ଉତ୍ସବରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା, ପ୍ରସିଦ୍ଧ ଡ୍ରମର୍ ଶିବମଣି, ସଂଗୀତ ନିର୍ଦ୍ଦେଶକ ଓ ପପ୍ ଗାୟକ ବାଦଶାହ, ବଲିଉଡ୍ ଅଭିନେତ୍ରୀ ନୋରା ଫତେହୀ ପ୍ରମୁଖ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ | ଏହି ସମସ୍ତ ତାରକାଙ୍କ ଗହଣରେ ପ୍ରମିତା ନିଜର ଉପସ୍ଥାପନା ମାଧ୍ୟମରେ ସମସ୍ତଙ୍କ ମନ ଜିତିଥିଲେନ |

ଭୁବନେଶ୍ୱରରୁ ଯାଇ ଜାତୀୟ ଓ ଆନ୍ତର୍ଜାତିକ କ୍ରିକେଟ୍ ଦୃଶ୍ୟପଟ୍ଟରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ କରିଥିବା ପ୍ରମିତା ଏକ କ୍ରୀଡ଼ା ଭିତ୍ତିକ ପ୍ରତିଯୋଗିତା ଜିତିବା ପରେ ଉପସ୍ଥାପିକା ଭାବେ ନିଜ କ୍ୟାରିଅର ଆରମ୍ଭ କରିଥିଲେ | ଦୁଇଟି ବିଶ୍ୱକପ୍ ସହ ଅନେକ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତାରେ ସେ ଦାୟିତ୍ବ ନିଭେଇଛି |

ସେହିଭଳି ଚଳିତ ଟ୍ବେଣ୍ଟି-୨୦ ବିଶ୍ୱକପ୍‌ରେ ଓଡ଼ିଆ ପୁଅ ପ୍ରସନ୍ନ କୁମାର ପ୍ରଧାନ ଇଏସ୍‌ପିଏନ୍‌ ଷ୍ଟାର୍ ସ୍ପୋର୍ଟସ ପକ୍ଷରୁ କ୍ୟାମେରାମ୍ୟାନ୍‌ ଭାବେ ଦାୟିତ୍ବ ତୁଲାଇବା ସହ ରାଜ୍ୟ ପାଇଁ ଆଉ ଏକ ଗର୍ବ | ଉଦ୍‌ଘାଟନୀ ଉତ୍ସବରେ ଆଇସିସି ଅଧ୍ୟକ୍ଷ ଜୟ ଶାହ, ଶିଳ୍ପପତି ମୁକେଶ ଅମ୍ବାନି ସହ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ | ଓଡ଼ିଆ ପ୍ରତିଭାଙ୍କ ପାଇଁ ଏହି ସଫଳତା ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି |