କଳିଙ୍ଗ ମହାବିଦ୍ୟାଳୟ ପରିସରରେ ଯୁବ ରେଡକ୍ରସ୍, ଜାତୀୟ ସେବା ଯୋଜନା ଓ ଏନ୍.ସି.ସି ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରସନ୍ନ କୁମାର ନାୟକ ଏହାର ଉଦଘାଟନ କରିଥିବା ବେଳେ, ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଡଃ ନଳିନୀ କୁମାର ପାଣିଗ୍ରାହୀ ଏବଂ ରକ୍ତ ଭଣ୍ଡାର ମୁଖ୍ୟ ଡାକ୍ତର ଜୟଦୀପ ଘୋଷଙ୍କ ସମେତ ମହାବିଦ୍ୟାଳୟର ବହୁ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ ।
ଆୟୋଜିତ ଶିବିରରେ ରକ୍ତ ସଂଗ୍ରହ କାର୍ଯ୍ୟରେ ଫୁଲବାଣୀ ରକ୍ତଭଣ୍ଡାର ମୁଖ୍ୟ ଡାକ୍ତର ଜୟଦୀପ ଘୋଷଙ୍କ ସହିତ ରଶ୍ମିତା ନାୟକ, ଅର୍ଚ୍ଚନା ପ୍ରଧାନ, ପ୍ରଶାନ୍ତ କୁମାର ରାନ୍ତଲୁ, ଜ୍ୟୋତିରଞ୍ଜନ ପୃଷ୍ଟି ଓ ବରୁଣ ବେହେରାଙ୍କ ସହଯୋଗରେ ୭୩ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।
ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ବିଦ୍ୟୁତ୍ ବିଭାଗ କର୍ମଚାରୀ ଏବଂ ଏମ୍.ଏମ.ସି ହସ୍ପିଟାଲର ନର୍ସିଂ ଛାତ୍ରୀ ଯୋଗଦେଇ ରକ୍ତଦାନ କରିଥିଲେ। ଯୁବ ରେଡକ୍ରସ୍ କାଉନସିଲର ଅଧ୍ୟାପକ ତପନ ଚନ୍ଦ୍ର ନାୟକ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗିରିଶ୍ କୁମାର ମୁଠାମାଝି, ସରିତା ମିଶ୍ର ଏବଂ ଏନ୍.ସି.ସି ଅଧିକାରିଣୀ ୟେସମିନ୍ ପ୍ରଧାନ ଏହାକୁ ପରିଚାଳନା କରିଥିଲେ।