ଭାଗବତ ସଂକୀର୍ତ୍ତନ କଳାକାର ସଙ୍ଘ ର ନୂତନ କମିଟି ଚୟନ

କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକସ୍ତରୀୟ ଭାଗବତ ସଂକୀର୍ତ୍ତନ କଳାକାର ସଙ୍ଘ ର ନୂତନ କମିଟି ଚୟନ ରବିବାର ତହସିର ଗ୍ରାମ ସ୍ଥିତ କପିଳେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିଲା |

ସଂଘର ସଭାପତି ଜଗଦିଶ ରଣା ଙ୍କ ନେତୃତ୍ୱ ରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥି ଅଜିତ ଚନ୍ଦନ, ସମ୍ମାନିତ ଅତିଥି କଳାକାର ପେନସନ ଭୋଗୀ ସଙ୍ଘ ସଭାପତି ଟୁକୁ ଚନ୍ଦ୍ର ସାହୁ,ଏବଂ ଲାବଣ୍ୟ ସ୍ୱାଇଁ, ଚୂଡ଼ାମଣି ନାଏକ, ମହୀପାଳ ସୁନା, ଧର୍ମାନନ୍ଦ ଭାଟି, ଶଙ୍କର ମାଝୀ, ଦୁରାନ୍ତର ଛତର, ଗୋପାଳ ପୋଢ଼, ଜନ୍ମିଜୟ ବିଶି, ପକ୍ଷୀରାଜ ହାତୀ ପ୍ରମୁଖ ମଞ୍ଚାସିନ ଥିଲେ |

ତେବେ ପ୍ରତ୍ୟେକ ଯୋଗ୍ୟ କଳାକାର କିପରି ଭାବେ ସରକାର ଙ୍କ କଳାକାର ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ ହେବେ ସେହି ଉପରେ ଏହି ସଭାରେ ଆଲୋଚନା ହୋଇଥିଲା |

ଏଥିରେ କେସିଙ୍ଗା ବ୍ଲକ ର ଛବିଶ ଗୋଟି ପଞ୍ଚାୟତ ରୁ ଶତାଧିକ ଭାଗବତ ସଂକୀର୍ତ୍ତନ କଳାକାର ପ୍ରମୁଖ ଯୋଗଦାନ କରିଥିଲେ |