
ସତ୍ୟ ନାରାୟଣ ମହାନନ୍ଦପଥର୍ଲା(କଳାହାଣ୍ଡି): ପଞ୍ଚାୟତ ଅଧୀନ ବହାଦୁର ପଦର ଗାଁ ଭାଟିପଡାରେ ମା ଗଜଲକ୍ଷ୍ମୀ ପୂଜା ଚଳିତ ବର୍ଷ ୨୪ବର୍ଷରେ ପଦାର୍ପଣ କରିଛି | ଏହି ଅବସରରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଶତାଧିକ ମାତ୍ରାରେ (ଭାଟିପଡା) ଝିଅ, ବୋହୁ ଏକତ୍ରିତ ହୋଇ ଗାଁ ନିକଟସ୍ଥ ତେଳନଦୀରୁ ବିଧବିଧାନ ଅନୁଯାଇ ପୂଜାର୍ଚନା ପରେ ପୂର୍ଣ୍ଣ କଳସ ଧରି ପୂଜ ମଣ୍ଡପ ଅଭିମୁଖେଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |
ଏହି ପୂଜା ମହାସମାରୋହରେ ନେପାଳ ଭାଟି ଓ ତାଙ୍କ ଧର୍ମପତ୍ନୀ ପ୍ରେମଶିଲା ଭାଟି କର୍ତ୍ତା ଭାବେ ପୂଜାରେ ବସିଥିବାବେଳେ ପୂଜକ ଦାୟିତ୍ୱ ଅଜିତ ପଣ୍ଡା ନେଇଥିଲେ | ଅନ୍ୟପଟେ ଗଜଲକ୍ଷ୍ମୀ ପୂଜା କମିଟି ସଭାପତି କରୁଣାକର ପୋଢ଼,ସମ୍ପାଦକ ଟିମା ଭାଟି,ସହ ସମ୍ପାଦକ ସ୍ୱୟମ୍ବର ପୋଡ଼, କୋଷାଧକ୍ଷ ଦେବରାଜ ମାଝୀ,ଏବଂ କୁମର ଭାଟି, ରାଜୁ ମାଝୀଙ୍କ ସମେତ ପଡାବାସୀ ପ୍ରମୁଖ ଏଥିରେ ସାମିଲ ଥିଲେ।