ଦୀର୍ଘ ପାଞ୍ଚବର୍ଷ ରୁ ଉର୍ଦ୍ଧ୍ବ ହେବ ଭକ୍ତଙ୍କ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଭିତର ଦର୍ଶନକୁ ବନ୍ଦ ରଖିଛି ଶ୍ରୀମନ୍ଦିର ପ୍ରଶାସନ । କୋଭିଡ କଟକଣା ହଟିବା ପରେ ମଧ୍ୟ ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ୟ କରାଯାଉଥିବା କୁହାଯାଇ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ଵ ହେବ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ପ୍ରବେଶ କଟକଣା ବଳବତ୍ତର ରହିଛି । ଫଳରେ ଶ୍ରୀକ୍ଷେତ୍ର ପୁରୀକୁ ବୁଲିବାକୁ ଆସୁଥିବା ଦେଶ ବିଦେଶରୁ ହଜାର ହଜାର ଜଗନ୍ନାଥ ପ୍ରେମୀ ଶ୍ରୀଗୁଣ୍ଡିଚା ମନ୍ଦିର ଭିତରେ ଥିବା ମହାପ୍ରଭୁଙ୍କ ଜନ୍ମସ୍ଥାନ ତଥା ଆଡ଼ପ ମଣ୍ଡପ ଦର୍ଶନରୁ ବଂଚିତ ହେଉଥିବା ବେଳେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

କୋଭିଡ କଟକଣା ହଟିବା ପରେ ଆଡପ ମଣ୍ଡପ ଦର୍ଶନ ପାଇଁ ସବୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଛି । ତେବେ ଗୁଣ୍ଡିଚା ମନ୍ଦିରର ମରାମତି ଆଳରେ ବର୍ଷ ବର୍ଷ ଧରି ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ଲଗାଯିବାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ଆଉ କେତେ ବର୍ଷ ଧରି ମରାମତି ହେବ ବୋଲି ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଭକ୍ତଙ୍କ ଧାର୍ମିକ ଅଧିକାର ଶ୍ରୀମନ୍ଦିର ପ୍ରଶାସନ କ୍ଷୁର୍ଣ୍ଣ କରୁଥିବାରୁ ଶ୍ରୀମନ୍ଦିର ପ୍ରଶାସନକୁ ସମାଲୋଚନା କରିଛନ୍ତି ଭକ୍ତ ।

ତୁରନ୍ତ ଗୁଣ୍ଡିଚା ମନ୍ଦିରର ସମସ୍ତ ମରାମତି କାର୍ଯ୍ୟ ଶେଷ କରାଯାଇ ଭକ୍ତଙ୍କ ପାଇଁ ଖୋଲା ଯିବାକୁ ଦାବି ହୋଇଛି । ଆସାମ ରୁ ଆସିଥିବା ଜଣେ ପର୍ଯ୍ୟଟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହା ମୋର ପୁରୀ କୁ ପ୍ରଥମ ଗସ୍ତ। ବହୁତ୍ ଦିନ ହେଲା ଅପେକ୍ଷାରେ ଥିଲି ପୁରୀ କୁ ଆସିବା ପାଇଁ । ତେବେ ମହାପ୍ରଭୁ ଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିର କୁ ବୁଲିବାକୁ ଆସିଥିଲି । ହେଲେ ମନ୍ଦିର ଭକ୍ତ ଙ୍କ ପାଇଁ ବନ୍ଦ ରହିଛି । ୨୦୨୦ ରୁ ମନ୍ଦିର ଭକ୍ତ ଙ୍କ ପାଇଁ ବନ୍ଦ ରହିଥିବା ସୂଚନା ମିଳିଛି । ତେବେ ମହାପ୍ରଭୁ ଙ୍କ ଜନ୍ମସ୍ଥାନ ଭକ୍ତ ପାଇଁ ଏକ ପ୍ରମୁଖ ଦାର୍ଶନିୟ ସ୍ଥାନ ।

ଏହାକୁ ଦୀର୍ଘ ୫ ବର୍ଷ ହେବ ଭକ୍ତ ଙ୍କ ପାଇଁ ବନ୍ଦ ରଖାଯିବା ଠିକ୍ ନୁହେଁ । ଯାହାବି ମରାମତି କାର୍ଯ୍ୟ ଜାରି ରହିଛି ତାହା ଶୀଘ୍ର ଶେଷ ହେବା ଉଚିତ୍ । ଏବେ ବୈଷୟିକ ଜ୍ଞାନ କୌଶଳ ବହୁତ୍ ଆଗକୁ ଗଲାଣି । ଏହାକୁ ଉପଯୋଗ କରାଯାଇ ଶୀଘ୍ର ମରାମତି କାର୍ଯ୍ୟ ଶେଷ କରାଯାଇ ଭକ୍ତ ଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯିବା ଉଚିତ୍ । ଏହା ହେଲେ ପୁରୀ କୁ ଆସୁଥିବା ସବୁ ଭକ୍ତ ଆଉ ନିରାଶ ହେବେ ନାହିଁ । ସ୍ଥାନୀୟ ପ୍ରଶାସନ ଏ ଦିଗରେ ଶୀଘ୍ର ପଦକ୍ଷେପ ନେବା ଉଚିତ୍ । ରାଜ୍ୟ ବାହାରୁ ଆସିଥିବା ଆଉ ଜଣେ ମହିଳା ପର୍ଯ୍ୟଟକ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମେ ପୁରା ପରିବାର ସହ ଜଗନ୍ନାଥ ଧାମ ବୁଲିବାକୁ ଆସିଚୁ ।

ତେବେ ଆମର ଇଛା ଥିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଦର୍ଶନ ସହିତ ମହାପ୍ରଭୁ ଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିର ମଧ୍ୟ ଦର୍ଶନ ପାଇଁ । ହେଲେ ଗୁଣ୍ଡିଚା ମନ୍ଦିରକୁ ୨୦୨୦ ମସିହାରୁ ଭକ୍ତ ଙ୍କ ପାଇଁ ବନ୍ଦ ରହିଛି । ଆମର ଇଛା ଥିଲା ମହାପ୍ରଭୁ ଙ୍କ ଦର୍ଶନ ସହ ତାଙ୍କ ମାତା ଙ୍କ ଘର ଦର୍ଶନ ପାଇଁ । ହେଲେ ଆମେ ନିରାଶ ହୋଇଚୁ । ଯଥା ଶୀଘ୍ର ମନ୍ଦିର ର ସବୁ ମରାମତି କାର୍ଯ୍ୟ ଶେଷ କରାଯାଇ ଭକ୍ତ ଙ୍କ ଦର୍ଶନ ପାଇଁ ଖୋଲାଯାଉ । ବହୁତ୍ ଦୂରରୁ ଭକ୍ତ ମାନେ ଏହି ପବିତ୍ର ସ୍ଥାନ କୁ ଦର୍ଶନ ପାଇଁ ଆସୁଛନ୍ତି । ଏଣୁ ଏହା ଶୀଘ୍ର ଭକ୍ତ ଙ୍କ ପାଇଁ ଖୋଲାଗଲେ ବହୁତ୍ ଭଲ ହେବ । ଶ୍ରୀକ୍ଷେତ୍ରର ଅନ୍ୟତମ ପବିତ୍ର ସ୍ଥାନ ହେଉଛି ଶ୍ରୀଗୁଣ୍ଡିଚା ମନ୍ଦିର । ଏହା ହେଉଛି ମହାପ୍ରଭୁଙ୍କର ଜନ୍ମସ୍ଥାନ । ଏଣୁ ମହାପ୍ରଭୁଙ୍କ ଜନ୍ମସ୍ଥାନ ଗୁଣ୍ଡିଚା ମନ୍ଦିରକୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ମଧ୍ୟରେ ରହିଛି ଅନେକ ଉତ୍କଣ୍ଠା ଏବଂ ଉତ୍ସାହ । ୨୦୨୦ କୋଭିଡ ରୁ ଦୀର୍ଘ ପାଞ୍ଚ ବର୍ଷ ହେବ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଯାହାକୁ ନେଇ ଭକ୍ତମାନେ ନିରାଶ ହେଉଛନ୍ତି ।

ସେପଟେ ଶ୍ରୀ ସେବାୟ କହିଛନ୍ତି ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉ । ଶ୍ରୀ ମନ୍ଦିର ସେବାୟତ ଜିତେନ୍ଦ୍ର ମୁଦୁଲି ନିଜ ପ୍ରତିକ୍ରିୟାରେ କହିଛନ୍ତି, ଭକ୍ତ ଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଶୀଘ୍ର ଖୋଲିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ୍ । ପୁରୀ ସହର ଏହି ପର୍ଯ୍ୟଟକ ଙ୍କୁ ନେଇ ହିଁ ଚଳୁଛି । ପୁରୀ ରେ କେବଳ ଶ୍ରୀ ମନ୍ଦିର ଓ ସମୁଦ୍ର କୁ ଛାଡି ଦେଲେ ଆଉ କିଛି ଦର୍ଶନୀୟ ସ୍ଥାନ ନାହିଁ । ଏହାକୁ ନେଇ ପର୍ଯ୍ୟଟକ ମାନେ ପୁରୀ କୁ ଆସନ୍ତି । ଏଥି ସହିତ ପୁରୀ ରେ ଥିବା ଅନ୍ୟ କିଛି ମଠ ମନ୍ଦିର କୁ ପର୍ଯ୍ୟଟକ ମାନେ ବୁଲିବାକୁ ଯାଇଥାନ୍ତି । ସେଥି ମଧ୍ୟ ରୁ ଗୁଣ୍ଡିଚା ମନ୍ଦିର ଏକ ପ୍ରମୁଖ ଦର୍ଶନୀୟ ସ୍ଥାନ । ସେଠାକୁ ବହୁତ୍ ଭକ୍ତ ଯିବା ପାଇଁ ଆଗ୍ରହ ରଖନ୍ତି । ତେବେ ୨୦୨୦ କୋଭିଡ ଠାରୁ ଗୁଣ୍ଡିଚା ମନ୍ଦିର ଭକ୍ତ ପାଇଁ ବନ୍ଦ ରହିଛି । ତେବେ ଯାହାବି ମନ୍ଦିର ର ମରାମତି କାର୍ଯ୍ୟ ଚାଲିଚି ତାହାକୁ ଶୀଘ୍ର ଶେଷ କରାଯାଇ ଭକ୍ତ ଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲାଯାଉ । ଯେହେତୁ ଏହା ମହାପ୍ରଭୁ ଙ୍କ ଜନ୍ମ ସ୍ଥାନ ତଥା ମାତା ଙ୍କ ଗୃହ ଏହାକୁ ଦେଖିବାକୁ ଭକ୍ତ ଙ୍କ ମଧ୍ୟରେ ବହୁତ୍ ଇଛା ରହିଚି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶ୍ରୀ ଗୁଣ୍ଡିଚା ମନ୍ଦିର ର କେତେକ ମରାମତି କାର୍ଯ୍ୟ ଜାରି ରହିଛି ।

ଏହା ଶେଷ ହେବା ପରେ ଭକ୍ତ ଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବ । ଶ୍ରୀ ମନ୍ଦିର ପରିଚାଳନା ପାଇଁ ବୈଠକ ରେ ଏ ନେଇ ଆଲୋଚୋନା କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ।ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତଙ୍କ ଆବେଗ ସହିତ ଜଡିତ ଥିବାବେଳେ ଦୀର୍ଘ ପାଞ୍ଚ ବର୍ଷରୁ ଉର୍ଦ୍ଧ୍ବ ହେବ ଗୁଣ୍ଡିଚା ମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣା ଲଗାଯିବା କୁ ନେଇ ଭକ୍ତ ମହଲରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଣୁ ଭକ୍ତଙ୍କ ଭାବାବେଗ କୁ ସମ୍ମାନ ଦିଆଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ସମସ୍ତ ମରାମତି କାର୍ଯ୍ୟ ଯଥାଶୀଘ୍ର ଶେଷ କରାଯାଇ ଭକ୍ତଙ୍କ ପାଇଁ ଖୋଲିବାର ଆବଶ୍ୟକତା ରହିଛି ।