ବର୍ଷାର ସେ ଅପରାହ୍ନ, ବାପାଙ୍କ ଭିଡିଓ କଲ୍ ଓ ଆଖିରେ ଲୁହ… SDPO ସୃଷ୍ଟିଙ୍କ ହୃଦୟସ୍ପର୍ଶୀ କାହାଣୀ

୨୦୨୩ ମସିହା ଜୁଲାଇ ୩୧ତାରିଖ । ଦିଲ୍ଲୀର ଦ୍ୱିପ୍ରହର ସମୟ । ପ୍ରବଳ ବର୍ଷା ହେଉଥାଏ । ସେହିଦିନ ଓପିଏସ୍ ରେଜଲ୍ଟ ବାହାରିବାର ଦିନ ଥିଲା । ମନେ ମନେ ଚିନ୍ତା କରୁଥିଲି କ’ଣ ହେବ । ଠାକୁରଙ୍କୁ ପ୍ରାର୍ଥନା କରୁଥିଲି । ରେଜଲ୍ଟ ତାଲିକାରେ ମୋ ନାଁ ଆସୁ । ଏହିି ସମୟରେ ଦିଲ୍ଲୀରେ ପ୍ରବଳ ବର୍ଷାା ହେଉଥାଏ । ଠିକ୍ ଏହି ସମୟରେ ବାପା ବେଣୁଧର ପ୍ରଧାନ, ମୋତେ ଭିଡ଼ିଓ କଲ୍ କରିଥିଲେ । ଦୁହେଁ ଭିଡ଼ିଓ କଲରେ ଖାଲି କାନ୍ଦୁ ଥିଲୁ । ବର୍ଷା ପ୍ରବଳ ହେଉଥିଲା, ନେଟୱର୍କ ମଧ୍ୟ ପାଉ ନ ଥିଲା । କିଛି ସମୟ ପାଇଁ ଉଭୟ ଚୁପ୍ ହୋଇ ଯାଇଥିଲୁ । ଦୁହିଁଙ୍କ ଆଖିର ଲୁହ କେବଳ କଥା କହୁଥିଲା ।ଏବେ ସଫଳତା ପାଇବା ପରେ ମୁଁ ମୋ ମା’ଙ୍କୁ ମିସ୍ କରୁଛି । ଆଜି ମୁଁ ମୋ ର୍ୟାଙ୍କଠାରୁ ଯଥେଷ୍ଟ ଉପରେ ଅଛି । ୟୁନିଫର୍ମ ପିନ୍ଧିବାର ସୌଭାଗ୍ୟ ପାଇଛି । ମୁଁ କର୍ମ ପ୍ରତି ସମର୍ପିତ । ଏହାରି ମଧ୍ୟରେ ୩ ବର୍ଷ ବିତିଗଲାଣି । କିନ୍ତୁ ଆଜି ବି ମୁଁ ସେହି ବର୍ଷା ଅପରାହ୍ନକୁ ମୋ ହୃଦୟ ଭିତରେ ସାଇତି ରଖିଛି ।
ଶୁକ୍ରବାର ଥିଲା ୨୦୨୬ ମସିହା ଜୁଲାଇ ମାସର ୩୧ ତାରିଖ । ୩ ବର୍ଷ ତଳର ଘଟଣାକୁ ମନେ ପକାଇଛନ୍ତି ନୟାଗଡ଼ ଏସଡ଼ିପିଓ ସୃଷ୍ଟି ପ୍ରଧାନ । ଏ ନେଇ ସେ ତାଙ୍କ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ୍ ଫେସବୁକରେ ପୋଷ୍ଟ କରିଛନ୍ତି ସେହି ସମୟରେ ସୃଷ୍ଟି ହୋଇଥିବା ଭାବ ବିହ୍ୱଳ ଲେଖା । ଯାହା ଏବେ ଜୋରଦାର ଚର୍ଚା ହେବାରେ ଲାଗିଛି ।
ଏ ସମ୍ପର୍କରେ ଏସଡିପିଓ ସୃଷ୍ଟି କୁହନ୍ତି, ମୁଁ ପୁରୁଣା କଥାକୁ ମନେ ପକାଇ ସୋସିଆଲ୍ ମିଡ଼ିଆରେ ନିଜର ଭାବନାକୁ ପ୍ରକାଶ କରିଥିଲି । ତାଙ୍କ ସମ୍ପର୍କରେ ସୃଷ୍ଟି କୁହନ୍ତି, ଦିଲ୍ଲୀରେ ଗ୍ରାଜୁଏଟ ଏବଂ ପୋଷ୍ଟ ଗ୍ରାଜୁଏଟ୍ କରିବା ପରେ ଭୁବନେଶ୍ୱରର ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଏମବିଏ କରିଥିଲେ । ଏହାରି ମଧ୍ୟରେ ସେ ଓଡ଼ିଶା ସଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଏହିି ସମୟରେ ତାଙ୍କ ମା’ଙ୍କ ଅକାଳ ବିୟୋଗ ହୋଇଥିଲା । ମା’ଙ୍କୁ ପ୍ରତିଶୁ୍ରତି ଦେଇଥିଲେ ପୁଲିସ ସେବାରେ ଯୋଗ ଦେବେ ବୋଲି । ଦୁଃଖ ସମୟରେ ଭାଙ୍ଗି ନ ପଡ଼ି ପ୍ରସ୍ତୁତି ଆରମ୍ଭ କରିଥିଲେ, ଆଉ ୩୬ତମ ସ୍ଥାନରେ ଉତୀର୍ଣ୍ଣ ହୋଇଥିିଲେ । ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ସେ ଉତମ ପ୍ରଦର୍ଶନ କରି ଶ୍ରେଷ୍ଠ କ୍ୟାଡେଟ୍ ସମ୍ମାନ ଜିତିଥିଲେ । ସେ ଏସଓଜିରୁ କଠିନ୍ କମାଣ୍ଡୋ ତାଲମ ମଧ୍ୟ ନେଇଛନ୍ତି ।
ସୃଷ୍ଟି କୁହନ୍ତି, ଜଣେ ସଫଳ ମହିଳା ପଛରେ ଜଣେ ପୁରୁଷର ହାତ ଥାଏ । ମୋ ସଫଳତା ପଛରେ ମୋ ବାପା ଓ ସ୍ୱାମୀଙ୍କ ହାତ ଅଛି । ସ୍ୱାମୀ ଭାରତୀୟ ସେନାର ଜଣେ ମେଜର । ତାଙ୍କ ବର୍ଦି ଦେଖି ମୁଁ ମଧ୍ୟ ବର୍ଦି ପିନ୍ଧିବାକୁ ଚାହିଁଥିଲି । ସ୍ୱାମୀ ଅପରେସନ ସିନ୍ଦୁରରେ ଅଂଶ ଗ୍ରହଣ କରି ଦେଶ ପାଇଁ ଗର୍ବାନ୍ୱିତ ହୋଇଛନ୍ତି ବୋଲି ଏସଡ଼ିପିଓ ସୃଷ୍ଟି କହିଛନ୍ତି । ସୃଷ୍ଟିଙ୍କ ନିଜ ଘର ଖୋର୍ଧା ଜିଲ୍ଲା ବାଲିଅନ୍ତା ଭିଙ୍ଗାପୁରର ସତ୍ୟଭାମାପୁରରେ ।