
ଆଜିକୁ ୭ ଦିନ ହେବ ଆଳି-ଗୋବିନ୍ଦପୁର ରାସ୍ତାର ମାନପୁର ଘୋଷରା ରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଅଛି। ଗୋଟେ ପଟରୁ ଅନ୍ୟପଟକୁ ପାରିହେବା ପାଇଁ ଡ଼ଙ୍ଗାର ଆବଶ୍ୟକ ପଡୁଛି।ତେବେ ଗତ ଦୁଇ ଦିନ ହେବ ବନ୍ୟା ସ୍ଥିତିରେ ସୁଧାର ଆସିବା ଫଳରେ ବନ୍ୟା ସ୍ରୋତ ଟିକେ କମିଛି। ଏହାରି ଭିତରେ ଆସିଛି ହୃଦୟବିଦାରକ ଦୁଃଖର ବିଷୟ, ବନ୍ୟା ସ୍ରୋତ ରେ ଭାସି ଯାଇ ଜଣେ ଯୁବକ ନିଖୋଜ ଅଛନ୍ତି।ସୂଚନା ଅନୁଯାୟୀ ଯୁବକ ଜଣକ ହେଉଛନ୍ତି ଆଳି ଥାନା ଅନ୍ତର୍ଗତ ପେତପଡା ପଞ୍ଚାୟତ ଅଧୀନ ଠାକୁରପାଟଣା ଗ୍ରାମର ପ୍ରବୀର ଦାସଙ୍କ ପୁଅ ସୁବ୍ରତ କୁମାର ଦାସ। ସୁବ୍ରତ ଆଳିକୁ ଏକ ଜରୁରୀ କାର୍ଯ୍ୟ ନିମନ୍ତେ ଯାଇ ଘରକୁ ଆଉ ଫେରି ନ ଥିଲେ।ହେଲେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ସୁବ୍ରତ ଆଳିରୁ ଘରକୁ ଫେରିବା ସମୟରେ ମାନପୁର ଘୋଷରା ନିକଟରେ ଡ଼ଙ୍ଗା ପାରି ହେବା ପାଇଁ ପ୍ରତୀକ୍ଷା କରିଥିଲେ।ଏହି ଖବର ଜାଣିବା ପରେ ଆଳି ଅଗ୍ନିଶମ ବାହିନୀର ଏକ ଟିମ ସୁବ୍ରତ ଉଦ୍ଧାର ଜାରି ରଖିଥିବା ସୂଚନା ମିଳିଛି।