
ପରୀକ୍ଷା ପେପର୍ ଲିକ୍କୁ ନେଇ ଦେଶରେ ବଢ଼ୁଥିବା ଚିନ୍ତା ମଧ୍ୟରେ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଆହୁରି କଠୋର ଆଇନ। ଆଜି ଲୋକସଭାରେ ଉପସ୍ଥାପିତ ହେବାକୁ ଯାଉଛି ପବ୍ଲିକ୍ ଏଗ୍ଜାମିନେସନ୍ ବିଲ୍। ଏହି ବିଲ୍ର ଲକ୍ଷ୍ୟ ହେଉଛି ପେପର୍ ଲିକ୍ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଓ ପରୀକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ସୁରକ୍ଷିତ କରିବା।
ଗତ କିଛି ବର୍ଷ ଧରି NEET, UGC-NET ଠାରୁ ଆରମ୍ଭ କରି ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ପେପର୍ ଲିକ୍ ଘଟଣା ସାମ୍ନାକୁ ଆସିଛି। ଏଥିରେ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ପ୍ରଭାବିତ ହୋଇଛି। ଏହାକୁ ନଜରରେ ରଖି ସରକାର ଆଇନକୁ ଆହୁରି କଠୋର କରିବା ପାଇଁ ସଂଶୋଧନ ଆଣୁଛନ୍ତି।
ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ପେପର୍ ଲିକ୍ ଚକ୍ରରେ ସାମିଲ ଥିବା ମାଫିଆ, ଦଲାଲ ଓ ସଂଗଠିତ ଅପରାଧୀଙ୍କ ବିରୋଧରେ ଅଧିକ କଠୋର ଦଣ୍ଡ ବ୍ୟବସ୍ଥା ରହିବ। ଡିଜିଟାଲ୍ ସୁରକ୍ଷା ବଢ଼ାଇବା, ଷଡଯନ୍ତ୍ରକାରୀଙ୍କୁ ଶୀଘ୍ର ଚିହ୍ନଟ କରିବା ଏବଂ ତଦନ୍ତ ସଂସ୍ଥାଙ୍କୁ ଅଧିକ କ୍ଷମତା ଦେବା ଉପରେ ମଧ୍ୟ ଜୋର ଦିଆଯାଇପାରେ।ସରକାରଙ୍କ କହିବା
ଏହି ସଂଶୋଧନ ଆଇନ ଲାଗୁ ହେଲେ ପେପର୍ ଲିକ୍ ଭଳି ଅପରାଧ ଉପରେ ବଡ଼ ଧରଣର ରୋକ୍ ଲାଗିବ ଏବଂ ସତ୍ୟନିଷ୍ଠ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥ ସୁରକ୍ଷିତ ହେବ। ବିରୋଧୀ ଦଳ ମଧ୍ୟ ଏହି ବିଲ୍ ଉପରେ ନିଜର ମତ ରଖିବାର ସମ୍ଭାବନା ରହିଛି।