ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ଟାଉନ୍ ହଲ୍ ପରିସରରେ ଆଜି ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ ହୋଇଛି। ବିଜୁ ଜନତା ଦଳ ଏହି ଦିନକୁ ‘ପ୍ରବାଦ ପୁରୁଷ ଦିବସ’ ଭାବେ ପାଳନ କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଛି।
କାର୍ଯ୍ୟକ୍ରମ ଆରମ୍ଭରେ ଜିଲ୍ଲା ବିଜେଡିର ବରିଷ୍ଠ ନେତୃବୃନ୍ଦ ଘାଟିପଡ଼ାସ୍ଥିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ବିଭିନ୍ନ ସ୍ଥାନରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇ ବିଜୁ ବାବୁଙ୍କ ସେବା ମନୋଭାବକୁ ସ୍ମରଣ କରାଯାଇଥିଲା।
ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ,ଜିଲ୍ଲା ପରିଷଦ ସଦସ୍ୟ ଭାନୁ ମାଝୀ ଏବଂ ଅନ୍ୟାନ୍ୟ ପ୍ରମୁଖ କର୍ମକର୍ତ୍ତା।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦୀପିକା ଦୀପ, ପୂର୍ବତନ କୋମନା ବ୍ଲକ ଅଧ୍ୟକ୍ଷ ମନୋଜ ମିଶ୍ର, ତିରୋଧାନ ଦିବସ ଅବସରରେ ଆୟୋଜିତ ସମ୍ମିଳନୀରେ ଦଳୀୟ ସଂଗଠନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା: ତୃଣମୂଳ ସ୍ତରରେ ବିଜେଡିକୁ କିପରି ଅଧିକ ଶକ୍ତିଶାଳୀ କରାଯିବ, ସେ ନେଇ ବରିଷ୍ଠ କର୍ମୀମାନେ ନିଜ ନିଜର ମତ ରଖିଥିଲେ।

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଦଳର ଶ୍ରେଷ୍ଠତ୍ୱ ବଜାୟ ରଖିବା ପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଜୁ ବାବୁଙ୍କ ବିଚାରଧାରାକୁ ଗାଁ ଗାଁରେ ପହଞ୍ଚାଇବା ସହ ସରକାରଙ୍କ ବିକାଶମୂଳକ କାର୍ଯ୍ୟରେ ସାଧାରଣ ଜନତାଙ୍କୁ ଯୋଡ଼ିବା ପାଇଁ ସଦସ୍ୟମାନେ ସଂକଳ୍ପ ନେଇଥିଲେ। ବିଜୁ ବାବୁଙ୍କ ସ୍ୱପ୍ନର ଓଡ଼ିଶା ଗଠନ କରିବା ହିଁ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।