ଉତ୍ତର ଓଡ଼ିଶାରେ ବିଜେଡିକୁ ଶକ୍ତ ଧକ୍କା: ଭଦ୍ରକରେ ବିଜେପି ମୁହାଁ ହେଭିୱେଟ୍ ନେତା

ଓଡ଼ିଶା ରାଜନୀତିରେ ଏକ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି। ବିଶେଷ କରି ଉତ୍ତର ଓଡ଼ିଶାରେ ବିଜୁ ଜନତା ଦଳର ଗଡ଼ ଦୋହଲିବାରେ ଲାଗିଛି। ବାଲେଶ୍ୱର ପରେ ଏବେ ଭଦ୍ରକ ଜିଲ୍ଲାରେ ଦଳୀୟ ସଂଗଠନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଆଜି ଭଦ୍ରକ ଜିଲ୍ଲାର ଅନେକ ପ୍ରଭାବଶାଳୀ ନେତା ଓ ଶତାଧିକ କର୍ମୀ ବିଧିବଦ୍ଧ ଭାବେ ଦଳ ଛାଡ଼ିବାକୁ ଯାଉଛନ୍ତି: ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବେ।

ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ସିମୁଳିଆ ବିଧାୟକ ପ୍ରାର୍ଥିନୀ ସୁବାସିନି ସାହୁ ଏବଂ ନେତା ଶଶି କୁମାର ସାହୁ ମଧ୍ୟ ଦଳରୁ ଇସ୍ତଫା ଦେବେ। ଏମାନଙ୍କ ସହିତ ପ୍ରାୟ ୫୦୦ରୁ ଅଧିକ ସରପଞ୍ଚ, ସମିତି ସଭ୍ୟ ଓ ସକ୍ରିୟ କର୍ମୀ ସାମୁହିକ ଭାବେ ଦଳ ତ୍ୟାଗ କରୁଛନ୍ତି।ପ୍ରଫୁଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ସମେତ ବାସୁଦେବପୁର, ବନ୍ତ, ଭଣ୍ଡାରିପୋଖରୀ ଓ ଭଦ୍ରକ ବ୍ଲକର ଅଧ୍ୟକ୍ଷମାନେ ପୂର୍ବରୁ ବିଜେପିରେ ଯୋଗ ଦେଇଛନ୍ତି। ସୁବାଷିନୀ ଜେନା ଏବଂ ସନାତନ ମହାକୁଡ଼ଙ୍କ ଭଳି ନେତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।