ଜନ୍ମ ପ୍ରମାଣପତ୍ର ପାଇଁ ନେଉଥିଲେ ଲାଞ୍ଚ,ମାଡି ବସିଲା ‎ଭିଜିଲାନ୍ସ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ କିରାଣୀ ବାବୁ । ଜନ୍ମ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ୩୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ଜିଲ୍ଲାର ମୁନିଗୁଡା ଗୋଷ୍ଠୀ । ସ୍ବାସ୍ଥ୍ୟ କେନ୍ଦ୍ରର ପୁରୁଷ ସ୍ବାସ୍ଥ୍ୟକର୍ମୀ ତଥା କିରାଣୀ କୁଞ୍ଜ ବିହାରୀ ରାଉତକୁ ଗିରଫ କରିଛି ଭିଜିଲାନ୍ସ ।

ଅଭିଯୁକ୍ତଙ୍କଠାରୁ ରଙ୍ଗ ବୋଳା ଟଙ୍କା ମଧ୍ୟ ଜବତ କରିଛି। ଏ ନେଇ ଓଡ଼ିଶା ଭିଜିଲାନ୍ସ ଜୟପୁର ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତି ଅନୁଯାୟୀ, ରାୟଗଡା ଜିଲ୍ଲା ମୁନିଗୁଡ଼ା  ସି ଏଚ୍ ସିର  ପୁରୁଷ ସ୍ବାସ୍ଥ୍ୟକର୍ମୀ ତଥା କିରାଣୀ କୁଞ୍ଜ ବିହାରୀ ରାଉତ ଜଣେ ଗରିବ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ପୁଅର ଜନ୍ମ ପ୍ରମାଣପତ୍ର ପ୍ରଦାନ ପାଇଁ ତାଙ୍କ ଅଫିସ ରୁମରେ ମୋଟ ୬,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ  ପ୍ରଥମ କିସ୍ତି ବାବଦରେ ୩୦୦୦ ଟଙ୍କା ନେଇ ଦ୍ଵିତୀୟ କିସ୍ତିର ୩,୦୦୦ ଟଙ୍କା ଲାଞ୍ଚ ପାଇଁ ଜିଦ୍ ଧରିଥିଲେ  ଅନ୍ୟ କୌଣସି ଉପାୟ ନ ପାଇ ଅଭିଯୋଗକାରୀ ଶେଷରେ ଭିଜିଲାନ୍ସର ଦୃଷ୍ଟି ଆକର୍ଷଣ କରିଥିଲେ।

ଭିଜିଲାନ୍ସ ଟିମ୍‌ର ପୂର୍ବ ଯୋଜନା ମୁତାବକ ଅଭିଯୋଗକାରୀ ‎ବୁଧବାର ଦିନ ଶ୍ରୀ ରାଉତଙ୍କୁ ବଳକା ୩୦୦୦ ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟଙ୍କା ସହ ତାଙ୍କୁ ଗିରଫ କରିଛି। ଆୟ ବହର୍ଭୂତ ସମ୍ପତି ଠୁଳ ଆଶଙ୍କା କରି ରାଉତଙ୍କ ଦୁଇଟି ସ୍ଥାନରେ ଥିବା ଘରେ ଏକକାଳୀନ ଚଢ଼ଉ କରାଯାଇଛି। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ପିଏସ୍ କେସ୍ ନମ୍ବର ୨୭/୨୦୨୫, ଧାରା ୭ ପିସି (ସଂଶୋଧନ) ଆଇନ, ୨୦୧୮ ଅନ୍ତର୍ଗତ ଅଭିଯୁକ୍ତ ଶ୍ରୀ ରାଉତ, ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ବିରୁଦ୍ଧରେ ତଦନ୍ତ ଜାରି ରହିଥିବା ଜଣାପଡିଛି।
‎