
ଘରର କାନ୍ଥରେ ଝିଟିପିଟି ଘୁରିବା ଅନେକଙ୍କ ପାଇଁ ବିରକ୍ତିକର ହୁଏ। ଖାସକରି ରାନ୍ଧଘର ଓ ଆଲୋକ ଥିବା ସ୍ଥାନରେ ସେମାନେ ଅଧିକ ଦେଖାଯାନ୍ତି। କିଛି ସହଜ ଘରୋଇ ଉପାୟ ଅନୁସରଣ କଲେ ଝିଟିପିଟିକୁ ଦୂରେ ରଖିପାରିବେ।ଝିଟିପିଟି ଦୂର କରିବାର ସରଳ ଉପାୟ
ରସୁଣ ଓ ପିଆଜର ଗନ୍ଧ
ଝିଟିପିଟି ତୀବ୍ର ଗନ୍ଧ ପସନ୍ଦ କରେନାହିଁ। କାନ୍ଥ କୋଣା କିମ୍ବା ଜାଲି ନିକଟରେ ରସୁଣ କୋସା ବା ପିଆଜ ଟୁକୁଡ଼ା ରଖନ୍ତୁ।
ଗୋଲମରିଚ ସ୍ପ୍ରେ
ପାଣିରେ ଗୋଲମରିଚ ଗୁଣ୍ଡ ମିଶାଇ ସ୍ପ୍ରେ ବୋତଲରେ ଭରନ୍ତୁ ଏବଂ ଝିଟିପିଟି ଆସୁଥିବା ସ୍ଥାନରେ ଛିଟନ୍ତୁ। ଏହାର ଗନ୍ଧରେ ସେମାନେ ପଳାଇଯାନ୍ତି।
ଡିମ୍ର ଖୋଲ
ଡିମ୍ ଖୋଲର ଗନ୍ଧ ମଧ୍ୟ ଝିଟିପିଟିକୁ ଦୂରେ ରଖେ। ରାନ୍ଧଘର କିମ୍ବା କୋଣାରେ ଏହାକୁ ରଖିପାରିବେ।
କଫି ଓ ତମାକୁ ମିଶ୍ରଣକଫି ଗୁଣ୍ଡ ଓ ତମାକୁ ମିଶାଇ ଛୋଟ ଗୋଲା ତିଆରି କରି ଝିଟିପିଟି ଥିବା ସ୍ଥାନରେ ରଖନ୍ତୁ। ଏହା ଅତ୍ୟନ୍ତ ପ୍ରଭାବଶାଳୀ ମନାଯାଏ।
(ଶିଶୁ ଓ ପୋଷା ପ୍ରାଣୀଙ୍କୁ ଦୂରେ ରଖନ୍ତୁ।)
ନାଫଥାଲିନ ବଲ୍
ଆଲମାରି, ସିଙ୍କ ତଳେ ବା ଅନ୍ଧାର ସ୍ଥାନରେ ନାଫଥାଲିନ ବଲ୍ ରଖିଲେ ଝିଟିପିଟି କମ ଆସେ।
ଘର ସଫା ରଖନ୍ତୁ
ଝିଟିପିଟି ପୋକମାକଡ଼ ଖାଇଥାଏ। ତେଣୁ ଘର ସଫା ରଖିଲେ ଏବଂ ପୋକମାକଡ଼ କମ ହେଲେ ଝିଟିପିଟି ମଧ୍ୟ କମିଯାଏ।
ଦ୍ୱାର ଓ ଜାନ୍ହିର ଫାକ ବନ୍ଦ କରନ୍ତୁ
ଛୋଟ ଫାଟ ବା ଖୋଲା ସ୍ଥାନ ଦ୍ୱାରା ଝିଟିପିଟି ଘରକୁ ପ୍ରବେଶ କରେ। ସେଗୁଡ଼ିକୁ ସିଲ୍ କରନ୍ତୁ।