ବର୍ବରତାର ସୀମା ଡେଇଁଛି ପଡ଼ୋଶୀ ଯୁବକ ରାମଚନ୍ଦ୍ରର ରାମାୟଣ !ପୋଲିସର ଅପାରଗତା ହିଁ ପ୍ରମାଣ ଦେଉଛି ଖାକି ବର୍ଦି ଆଜି କେତେ ଏକ୍ଟିବ୍ !କାହିଁକି ପଙ୍ଗୁ ଅର୍ଥପ ହୋଇ ପଡିଛି ଆମ ପୋଲିସ !ଚୁଟି ଧରି ବିବସ୍ତ୍ର କରି ମହିଳାଙ୍କୁ ଘୋଷାଡି ଘୋଷାଡି ଯୁବକ ମାଡ଼ ମାରିବା ଏ କେମିତିକା ଦୃଶ୍ୟ !ଅଭଦ୍ର ଅସାମାଜିକ ଯୁବକର ମାଡ଼ ଭିଡ଼ିଓ ଦେଖିବା ପରେ ଜଳେଶ୍ୱର ରାଇବଣିଆ ପୋଲିସ ନୀରବ କାହିଁକି !FIR ର ୩୫ ଦିନ ପରେ ବି ଆଇ ଆଇ ସି ଚମ୍ପାବତୀଙ୍କ ନାହିଁ କିଛି ଚମତ୍କାର !
ସାମାନ୍ୟ ପିଲା କଳିର ମାମଲା ଯଦି ରାଇବଣିଆ ପୋଲିସ କୁ ଏତେ ଦିନ ତେବେ ହତ୍ୟା ଓ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଧରିବା ପାଇଁ ଲାଗେ କେତେଦିନ !
ବାଲେଶ୍ବର ଜିଲ୍ଲା ଜଳେଶ୍ବର ରାଇବଣିଆ ଥାନା ଅଧିକାରିଣୀ ଚମ୍ପାବତୀଙ୍କ ଅପାରଗତା ଉପରେ ଉଠିଛି ପ୍ରଶ୍ନ । ମାମଲା ରୁଜୁ କରି ଅପରାଧ କାରିଙ୍କୁ ଘଣ୍ଟ ଘୋଡାଉଛି ପୋଲିସ । ରାଇବଣିଆ ଗାଁର ମହିଳା ଟିକି ଘଡ଼ାଇଙ୍କୁ ତାଙ୍କ ପଡ଼ୋଶୀ ଯୁବକ ରାମଚନ୍ଦ୍ର ପରିଡ଼ା ଘୋଷାରି ଘୋଷାରି ଚୁଟି ଧରି ତଳେ ପକାଇ ମାଡ଼ ମାରିବା ଘଟଣା ରାଇବଣିଆ ଥାନାରେ ହୋଇଥିଲା ଅଭିଯୋଗ ।
ତେବେ ଅଭିଯୋଗ କୁ ଆଧାର କରି ପୋଲିସ କେବଳ ମାମଲା ରୁଜୁ କରି ଚୁପ୍ ବସିଛି । ମାମଲା ରୁଜୁ ହେବାର ଦୀର୍ଘ ୩୫ ଦିନ ପରେ ବି ମାଡ଼ ମାରିଥିବା ଯୁବକଙ୍କୁ ପୋଲିସ କାହିଁକି ଗିରଫ୍ କରୁନାହିଁ । ଯଦି ଜଣେ ଯୁବକକୁ ଧରିବା ପାଇଁ ରାଇବଣିଆ ପୋଲିସ କୁ ମାସ ମାସ ଲାଗିବ ତେବେ ବଡ଼ ବଡ଼ ଅପରାଧୀଙ୍କୁ ଧରିବା ପାଇଁ କେତେ ଦିନ ନେବେ ବୋଲି ଗଣମାଧ୍ୟମ ଆଗରେ ପୋଲିସକୁ ଅଭିଯୋଗ କାରିଣୀ କରିଛନ୍ତି ପ୍ରଶ୍ନ ।