ମହୁ କାହିଁକି ଖାଇବେ: ଜାଣନ୍ତୁ ଏହାର ଲାଭ

ମହୁରେ ଅନେକ ଔଷଧିୟ ଓ ପୋଷକ ଗୁଣ ରହିଛି ଯାହା ଶରୀରକୁ ସୁସ୍ଥ ରଖିବାରେ ସହାୟକ ହୁଏ ମହୁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ସର୍ଦି କାଶ ଓ ଗଳାବେଥାରେ ଆରାମ ଦେଇଥାଏ ପାଚନ କ୍ରିୟା ସୁଧାରେ ଏବଂ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ ଏହା ଚର୍ମ ଓ କେଶ ପାଇଁ ମଧ୍ୟ ଉପକାରୀ ହୋଇଥାଏ ମହୁରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଶରୀରକୁ ବିଭିନ୍ନ ରୋଗରୁ ସୁରକ୍ଷା କରିଥାଏ ଏବଂ ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ବୋଲି ଧରାଯାଏମହୁ ଆମ ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ପ୍ରାକୃତିକ ଶର୍କରା ଥିବାରୁ ଏହା ସହଜରେ ହଜମ ହେବା ସହ ଶରୀରକୁ ସୁସ୍ଥ ରଖିଥାଏ। ମହୁ ଜଳକୁ ଆକର୍ଷିତ କରିବାର ଗୁଣ ଥିବାରୁ ଚର୍ମ ଯତ୍ନ ଓ କ୍ଷତପଟିରେ ମଧ୍ୟ ଏହାର ବ୍ୟବହାର ହୁଏ।ମହୁ ସହ ପରାଗରୁ ପ୍ରୋଟିନ୍ ଓ ଭିଟାମିନ୍ ବି ମିଳିଥାଏ। ମହୁକୁ ଏକ ପ୍ରାକୃତିକ ମଲ୍ଟି ଭିଟାମିନ୍ ଭାବେ ମଧ୍ୟ ଦେଖାଯାଏ। ତ୍ୱଚାର ଯତ୍ନ, ବ୍ରଣ ନିବାରଣ, ଛୋଟ କ୍ଷତ, ପୋଡ଼ାଜଳା, କାଶ, ଥଣ୍ଡା ଓ ତଣ୍ଟି ଦରଜ ଭଳି ସମସ୍ୟାରେ ମହୁ ଉପକାରୀ। ଏହା କାଶ କମାଇବା ସହ ଭାଇରସ୍‌କୁ ରୋକିବାରେ ମଧ୍ୟ ସାହାଯ୍ୟ କରେ। ଖାଦ୍ୟ ପରେ ଗୋଟିଏ ଚାମଚ ମହୁ ଖାଇଲେ ଏସିଡିଟିରୁ ଆରାମ ମିଳେ ବୋଲି ଡାକ୍ତରମାନେ କହନ୍ତି। ଏହା ଅଲସର୍ ଭଳି ରୋଗରେ ମଧ୍ୟ ଉପକାରୀ ବୋଲି ମନେ କରାଯାଏ।

ଓଡ଼ିଶାର ଲିଚୁ, ସୋରିଷ, ଜାମୁ, କରଞ୍ଜ ଓ ବଣଫୁଲ ମହୁ ନିଜସ୍ୱ ସ୍ୱାଦ ଓ ଗୁଣ ପାଇଁ ପରିଚିତ। ପ୍ରତିବର୍ଷ ମେ ୨୦ରେ ପାଳିତ ବିଶ୍ୱ ମହୁମାଛି ଦିବସ ଅବସରରେ ଯୁବପିଢ଼ିଙ୍କୁ ମହୁଚାଷ ପାଇଁ ଉତ୍ସାହିତ କରିବା ସମୟର ଆବଶ୍ୟକତା ହୋଇପଡ଼ିଛି।