ଲାଲ ସାଗରରେ ବଡ଼ ଯୁଦ୍ଧର ଆଶଙ୍କା

ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ସାଉଦି ଆରବ | ନିଜଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତା ରକ୍ଷା କରିବାକୁ ଏବେ ନିଜର ଜି ଯାନ ଲଗାଇ ଦେଇଛି ସାଉଦି ଆରବ | ଏମିତି କି ନିଜକୁ ସୁରକ୍ଷା ଦେବାକୁ ପାକିସ୍ତାନ ଓ ତୁର୍କୀ ସହ ବଡ ସାମରିକ ଚୁକ୍ତି କରିଛି , ଯାହା ଏବେ ହୂତି ମାନଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହେବା ନେଇ ଆକଳନ କରାଯାଉଛି |
ଲାଲ ସାଗରରେ ହୁତୀ ବିଦ୍ରୋହୀଙ୍କ ବଢ଼ୁଥିବା ପ୍ରଭାବ ଏବଂ ଆକ୍ରମଣାତ୍ମକ ନୀତି ଏବେ ସାଉଦି ଆରବକୁ ସିଧାସଳଖ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଧ୍ୟ କରିଛି। ସାଉଦି ସମର୍ଥିତ ୟେମେନି ସେନା ହୁତୀଙ୍କ ବିରୁଦ୍ଧରେ ଏକ ବଡ଼ଧରଣର ଅଭିଯାନ ଆରମ୍ଭ କରିଥିବାବେଳେ, ପାକିସ୍ତାନ ଏବଂ ତୁର୍କୀ ମଧ୍ୟ ସାଉଦି ଆରବର ସୁରକ୍ଷା ପାଇଁ ନିଜର ସାମରିକ ବାହିନୀ ମୁତୟନ କରିବାକୁ ପ୍ରସ୍ତୁତ ହୋଇଛନ୍ତି।
ସୋମବାର ରିୟାଦରେ ‘ମକ୍କା ପ୍ରତିରକ୍ଷା ଚୁକ୍ତି’ର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ ସାମୂହିକ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିବା ସହ ସାଉଦି ଆରବରେ ଦ୍ରୁତ ଗତିରେ ସାମରିକ ବାହିନୀ ମୁତୟନ କରିବାକୁ ସହମତି ପ୍ରକାଶ କରିଛନ୍ତି।

ଏହି ଚୁକ୍ତିନାମା ଆନୁଷ୍ଠାନିକ ଭାବରେ କାର୍ଯ୍ୟକାରୀ ହୋଇଥିବାବେଳେ, ଏହାର ନିୟମ ଅନୁଯାୟୀ ଗୋଟିଏ ଦେଶ ଉପରେ ଆକ୍ରମଣକୁ ତିନୋଟି ଦେଶ (ସାଉଦି ଆରବ, ପାକିସ୍ତାନ ଏବଂ ତୁର୍କୀ) ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ।ପୂର୍ବରୁ ସାଉଦି ଆରବ ପାକିସ୍ତାନଠାରୁ ସାମରିକ ସହାୟତା ମାଗିଥିଲେ ହେଁ, ସେପ୍ଟେମ୍ବର ମାସରେ ପାକିସ୍ତାନ ଏହାକୁ ଅସ୍ୱୀକାର କରିଥିଲା। ସେତେବେଳେ ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଯେ ଏହାର ସାମରିକ ବାହିନୀ ଅନ୍ୟ ଦେଶର ମାଟିରେ ଯୁଦ୍ଧରେ ସାମିଲ ହେବ ନାହିଁ। କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିବା ପରେ ପାକିସ୍ତାନ ସାଉଦି ଆରବକୁ ସୁରକ୍ଷା ଦେବାକୁ ଆଗେଇ ଆସିଛି।
ସେପ୍ଟେମ୍ବର ମାସରେ ହୁତୀମାନେ ୟେମେନର ଲାଲ ସାଗର ଉପକୂଳର ମୋଚା ସହର ଏବଂ ବାବ୍ ଅଲ୍-ମାଣ୍ଡେବ ଆଖପାଖର ଅନେକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଦଖଲ କରି ନିଜର କବଜା ମଜବୁତ କରିଥିଲେ।


କିନ୍ତୁ ଅକ୍ଟୋବର ୫ରେ ସାଉଦି ସମର୍ଥିତ ୟେମେନି ସେନା ଏକ ବଡ଼ ପ୍ରତି-ଆକ୍ରମଣ ଆରମ୍ଭ କରି ଧୁବାବ୍ ଅଞ୍ଚଳ ଏବଂ ବାବ୍ ଅଲ୍-ମାଣ୍ଡେବ ନିକଟସ୍ଥ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପୁନର୍ବଖଲ କରିଛି। ସେନା କ୍ରମଶଃ ମୋଚା ଆଡକୁ ଅଗ୍ରସର ହୋଇ ହୁତୀମାନଙ୍କୁ ପଛକୁ ହଟାଇ ଦେଇଛି।
ସାଉଦି ଆରବ ୟେମେନରେ ପ୍ରାୟ ଏକ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରି ହୁତୀ ବିଦ୍ରୋହୀଙ୍କ ବିରୁଦ୍ଧରେ ନିର୍ଣ୍ଣାୟକ ଯୁଦ୍ଧ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ବାବ୍ ଅଲ୍-ମାଣ୍ଡେବ ପ୍ରଣାଳୀକୁ ହୁତୀ ନିୟନ୍ତ୍ରଣରୁ ମୁକ୍ତ କରି ସାମୁଦ୍ରିକ ବାଣିଜ୍ୟ ପଥକୁ ସୁରକ୍ଷିତ କରିବା ଏହାର ମୁଖ୍ୟ ଲକ୍ଷ୍ୟ।
ସାମୁଦ୍ରିକ ପଥକୁ ସୁରକ୍ଷିତ କରିବା ପାଇଁ ବାବ୍ ଅଲ୍-ମାଣ୍ଡେବ ଚାରିପାଖରେ ଏକ ସୀମିତ ଆକ୍ରମଣ।
ୟେମେନର ଅଲ୍-ବାୟଦା, ମାରିବ୍, ତାଇଜ୍ ଏବଂ ଅଲ୍-ଜଓଫ୍ ଭଳି ଅନେକ ଅଞ୍ଚଳରେ ଏକକାଳୀନ ବ୍ୟାପକ ସାମରିକ ଅଭିଯାନ।ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ୟାସର ଗୁଲେର। ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପ୍ରିନ୍ସ ଖାଲିଦ ବିନ୍ ସଲମାନ। ଉପ-ପ୍ରଧାନମନ୍ତ୍ରୀ ଇସାକ ଦାର, ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବଂ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଆସିଫ।ଏହା ସହ ମକ୍କା ପ୍ରତିରକ୍ଷା ଚୁକ୍ତିନାମାର ମହାସଚିବ ନିଯୁକ୍ତ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ନୌମାନ ମହମୁଦ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।