ବିର୍ସା ମୁଣ୍ଡାଙ୍କଠୁ ଲକ୍ଷ୍ମଣ ନାୟକଗାଁ ଗାଁରେ ଗୁଞ୍ଜିବ ବୀରତ୍ୱର ଗାଥା

ଜି ଉଦୟଗିରି ଶ୍ରୀରାମ ପଦା କଲ୍ୟାଣ ମଣ୍ଡପ ଠାରେ ଭଗବାନ ବିର୍ସା ମୁଣ୍ଡା ଙ୍କ 151 ତମ ଓ ଶହୀଦ ଲକ୍ଷ୍ମଣ ନାୟକଙ୍କ 127 ତମ ଜୟନ୍ତୀ ଉପଲକ୍ଷେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆସନ୍ତା ଆସନ୍ତା 11 ନଭେମ୍ବର ଠାରୁ 20 ଡିସେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ଦେଇଥିଲେ।11 ନଭେମ୍ବର ରେ ପ୍ରଦେଶ ମୁଖ୍ୟ କାର୍ଯ୍ୟାଳୟ ଏବଂ 12 ନଭେମ୍ବର ରେ ଅନୁସୂଚିତ ଜନଜାତି ବହୁଳ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ରେ ସାମ୍ବାଦିକ ସମ୍ମିଳନୀ କରାଯିବ।14 ନଭେମ୍ବର ରେ ସ୍ମାରକ ଗୁଡ଼ିକର ସଫେଇ ଓ ଦିପଛୋବ କାର୍ଯ୍ୟକ୍ରମ,15 ନଭେମ୍ବର ରେ ବିର୍ଷାମୁଣ୍ଡା ଙ୍କୁ ମାଲ୍ୟାର୍ପଣ ଓ ପୁଷ୍ପାଞ୍ଜଳି ସହ 22 ନଭେମ୍ବର ରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ହେବ।

ଏତତ ବ୍ୟତୀତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ରମ, ଜନ ଜାତୀୟ ସ୍ୱାଭିମାନ ସମ୍ମିଳନୀ,ମେଳା ଓ କ୍ରୀଡା ପ୍ରତିଯୋଗିତା ଆୟୋଜନ, ଜନ ଜାତୀୟ ବିଭୂତି ମାନଙ୍କୁ ସମ୍ବର୍ଦ୍ଧନା ସହ ବିଭିନ୍ନ କାର୍ଯ୍ୟକ୍ରମ ହେବ ବୋଲି ସୂଚନା ଦେଇଥିଲେ ଅତିଥି ଓ ବିଜେପି ଦଳର କର୍ମକର୍ତ୍ତା ଗଣ।ଜିଲ୍ଲା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଏହି ଜିଲ୍ଲା ସ୍ତରୀୟ ଏହି କର୍ମଶାଳା ରେ କନ୍ଧମାଳ ଜିଲ୍ଲା ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ,ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି,ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପ ସଭାପତି ବସନ୍ତ ଉଲ୍ଲକା,ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ତରଣି ସେନ ପ୍ରଧାନ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ। ଅଜୟନ୍ତୀ ପ୍ରଧାନ ଙ୍କ ସମତେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ କର୍ମୀ ଓ ସଦସ୍ୟ ଯୋଗ ଦେଇଥିଲେ।